Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Classics

3  

Deepak Sarangi

Classics

ଆନନ୍ଦ ମଠ- ୬

ଆନନ୍ଦ ମଠ- ୬

4 mins
7.8K


ମୂଳ ବଙ୍ଗଳା : ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ

ଓଡିଆ ଭାଷାନ୍ତରଣ : ଦୀପକ ଷଡଙ୍ଗୀ

ଭାଗ - ୬(ଅନ୍ତିମ ଭାଗ)

ଆଉ ସେହି ଶବ୍ଦ ଥିଲା କ୍ୟାପଟେନ୍ ଟମାସ୍ ର ଇଂରେଜ ସୈନ୍ୟମାନଙ୍କର ଯେଉଁମାନେ କି ଆନନ୍ଦ ମଠରେ ଥିବା ସନ୍ତାନ ମାନଙ୍କୁ ଚାରିପଟରୁ ଘେରି ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ସତ୍ୟାନନ୍ଦ ସଙ୍ଗେସଙ୍ଗେ ଜୀବାନନ୍ଦଙ୍କୁ ଆଦେଶ ଦେଲେ ଯେ “ମୋତେ ଦେଖି କି କୁହ କେତେ ଇଂରେଜ ସୈନ୍ୟ ଅଛନ୍ତି?” ଜୀବାନନ୍ଦ ତତକ୍ଷଣାତ୍ ମଠର ଉପରି ଭାଗକୁ ଯାଇ ଦେଖି କି କହିଲେ “ସେମାନେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଅଛନ୍ତି ଓ ସମସ୍ତେ ଅସ୍ତ୍ରଶସ୍ତ୍ରରେ ସଜିତ ହୋଇ କି ଅଛନ୍ତି ଆମେ ଏବେ କଣ କରିବା ସ୍ଵାମୀ?” ସତ୍ୟାନନ୍ଦ ସ୍ଵାମୀ ସମସ୍ତଙ୍କୁ ଆହ୍ଵାନ ଦେଇ କହିଲେ “ଆଜିର ଏଇ ଯୁଦ୍ଧ ପାଇଁ ଜୀବାନନ୍ଦ ତୁମର ସେନାପତି ଆମେ ଏଠି ଯେତେ ସନ୍ତାନ ଅଛୁ ଆମ ସମସ୍ତଙ୍କର ଗୋଟିଏ ଲକ୍ଷ ଶତ୍ରୁକୁ ସମୂଳେ ବିନାଶ କରିବା ଏବେ ସମସ୍ତେ ମୋ ସାଙ୍ଗରେ ଏକ ସଙ୍ଗେ କୁହ “ବନ୍ଦେ ମାତରମ୍”। ବନ୍ଦେ ମାତରମ୍ ଧ୍ୱନିରେ ସାରା ଜଙ୍ଗଲ ପ୍ରକମ୍ପିତ ହୋଇ ଉଠିଲା ସନ୍ତାନ ମାନେ ସମସ୍ତେ ନିଜ ନିଜ ଖଣ୍ଡା,ବରଛା ତରବାରୀ ଧରି ଇଂରେଜ ସୈନ୍ୟମାନଙ୍କୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଲେ ।

ଜୀବାନନ୍ଦ ଭବାନନ୍ଦଙ୍କୁ କହିଲେ ଆମେ ଯଦି ତାଙ୍କ ସହ ମୁହଁ ମୁହିଁ ଯୁଦ୍ଧ କରିବା ଆମେ ସମସ୍ତେ ଅକାରଣରେ ମୃତ୍ୟୁ ମୁଖରେ ପଡିବା ଯାହାର ମୂଲ୍ୟ କିଛି ରହିବ ନାହିଁ । ତେଣୁ ଆମେ ନିଜର ବୁଦ୍ଧି ଖଟାଇ ତାଙ୍କ ସହ ଯୁଦ୍ଧ କରିବା ଉଚିତ ହେବ । ଆମେ ସନ୍ତାନ ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରିଦେବା । ଜୀବାନନ୍ଦ ପୁଣି କହିଲେ ଆପଣ କିଛି ସନ୍ତାନ ମାନଙ୍କୁ ଧରି ସେମାନଙ୍କ ଠାରୁ ତୋପ ଓ ବନ୍ଧୁକ ହାସଲ କରିବାକୁ ଚେଷ୍ଟା କରନ୍ତୁ; ମୁଁ ଆଉ କିଛି ସନ୍ତାନ ମାନଙ୍କୁ ନେଇ ନଦୀ ପୋଲ ଦେଇ ସେମାନଙ୍କୁ ପଛରୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଏହି କଥା କହି ଜୀବାନନ୍ଦ କିଛି ସନ୍ତାନ ମାନଙ୍କୁ ଧରି ଚାଲିଗଲେ । କ୍ୟାପଟେନ୍ ଟମାସ୍ କିଛି ସନ୍ତାନ ମାନଙ୍କ ପଳାୟନକୁ ଦେଖି ତାର ସୈନ୍ୟମାନଙ୍କୁ ଆଦେଶ ଦେଲା ସେମାନଙ୍କୁ ନିପାତ କର ବୋଲି । ତା’ର ଆଦେଶ ଶୁଣି ଅଧା ସୈନ୍ୟ ସେମାନଙ୍କ ପଛରେ ଗୋଡେଇଲେ । ଏହାର ସୁଯୋଗ ନେଇ ଭବାନନ୍ଦ ଓ ତାଙ୍କର ଦଳ କ୍ୟାପଟେନ୍ ଟମାସ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରି ଦେଲେ । ଫଳରେ କ୍ୟାପଟେନ୍ ଟମାସ୍ ଭବାନନ୍ଦଙ୍କ ହାତରେ ଧରା ପଡିଲା କ୍ୟାପଟେନ୍ ଟମାସ୍ ଭବାନନ୍ଦଙ୍କୁ ମୁହାଁମୁହିଁ ଯୁଦ୍ଧ କରିବାକୁ କରିବାକୁ ଆହ୍ଵାନ ଦେଲା ଓ କହିଲା “ତୁ ଯଦି ପ୍ରକୃତରେ ବୀର ତେବେ ମୋ ସହ ଖଣ୍ଡା ଯୁଦ୍ଧ କର” । ଏବେ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିଲା । ଯୁଦ୍ଧ ବହୁତ ସମୟ ଧରି ଚାଲିଲା ଶେଷରେ କ୍ୟାପଟେନ୍ ଟମାସ୍ ର ଡାହାଣ ହାତକୁ ଭବାନନ୍ଦ ଖଣ୍ଡାରେ କାଟି ଉଡେଇ ଦେଲେ । କ୍ୟାପଟେନ୍ ଟମାସ୍ ଗଛ ପଡିଲା ପରି ତଳେ ଲୋଟି ପଡିଲା । ଭବାନନ୍ଦ ଭାବିଲେ ସେ ବୋଧେ ମରିଗଲା ଭାବି ଚାଲି ଯିବାକୁ ଉଦ୍ୟତ ହୁଅନ୍ତେ କ୍ୟାପଟେନ୍ ଟମାସ୍ ଭବାନନ୍ଦଙ୍କୁ ପଛରୁ ଖଣ୍ଡାରେ ତାଙ୍କ ପିଠିକୁ ଜୋରରେ ଭୁଶି ଦେଲା ଯାହା ଫଳରେ ଖଣ୍ଡା ପିଠି ବାଟେ ଫୁଟି ପେଟ ବାଟେ ବାହାରିଗଲା । କିନ୍ତୁ ଭବାନନ୍ଦ ଅପୂର୍ବ ବୀରତ୍ଵର ପ୍ରଦର୍ଶନ କରି ସେଇ ଖଣ୍ଡାକୁ ବାହାର କରି କ୍ୟାପଟେନ୍ ଟମାସ୍ ର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଲେ ତା’ପରେ ଦୁହେଁ ସେଇଠି ହିଁ ଟଳି ପଡିଲେ ।

ସେପଟେ ଜୀବାନନ୍ଦ ନଦୀ ପୋଲକୁ ପାର ହେବାକୁ ଯାଉଥିବା ବେଳେ ଦେଖିଲେ ଅପର ପାର୍ଶ୍ଵରୁ ମହେନ୍ଦ୍ର ଓ ତାଙ୍କ ସନ୍ତାନ ସେନା ଗୁଳିଗୋଳା ଓ ତୋପ ଧରି ମାଡି ଆସୁଛନ୍ତି । ଏହା ଦେଖି ଜୀବାନନ୍ଦ ଆଉ ଆଗକୁ ନ ଯାଇ ମହେନ୍ଦ୍ର ସହ ମିଶି ଇଂରେଜ ସୈନ୍ୟମାନଙ୍କୁ ପ୍ରଚଣ୍ଡ ଆକ୍ରମଣ କଲେ । କ୍ୟାପଟେନ୍ ଟମାସ୍ ର ମୃତ୍ୟୁରେ ଦିଶାହୀନ ହୋଇ ପଡିଥିବା ଇଂରେଜ ସୈନ୍ୟମାନେ ମହେନ୍ଦ୍ର ଓ ଜୀବାନନ୍ଦଙ୍କ ଆକ୍ରମଣରେ ସବୁ ଭୂପତିତ ହୋଇ ଲୋଟି ପଡିଲେ । ଘମାଘୋଟ ଯୁଦ୍ଧ ପରେ ଜୀବାନନ୍ଦ ଘୋଷଣା କଲେ ଯେ ସନ୍ତାନ ମାନେ ଇଂରେଜମାନଙ୍କ ଉପରେ ବିଜୟ ଲାଭ କରିଛନ୍ତି ।

ସେପଟେ ସ୍ଵାମୀ ସତ୍ୟାନନ୍ଦ ଭବାନନ୍ଦଙ୍କ ମର ଶରୀରକୁ ନେଇ ଆନନ୍ଦ ମଠରେ ଏକ ଶୋକ ସଭାର ଆୟୋଜନ କଲେ ଓ ପରେ ତାଙ୍କ ମର ଶରୀରକୁ ସସନ୍ନମାନେ ଚିତାଗ୍ନି ଦିଆଗଲା ।

କିଛି ଦିନପରେ ମହର୍ଷି ସତ୍ୟାନନ୍ଦ ସମସ୍ତଙ୍କୁ ଡାକି ଏକତ୍ର କରି କହିଲେ “ଏବେ ଆମର ସନ୍ତାନ ଧର୍ମ ଆମେ ରକ୍ଷା କରିଛେ । ମହେନ୍ଦ୍ର ମଧ୍ୟ ତାର ପତ୍ନୀ ଓ କନ୍ୟାକୁ ତ୍ୟାଗ କରି ସନ୍ତାନ ଧର୍ମକୁ ସୂଚାରୁ ରୂପେ ପାଳନ କରିଛି । ତେଣୁ ମୁଁ ତା ଉପରେ ଖୁସି ହୋଇ ତାକୁ ତା’ର ଉପଯୁକ୍ତ ପ୍ରାପ୍ୟ ଦେବି” । ସତ୍ୟାନନ୍ଦ ମହେନ୍ଦ୍ରକୁ ପାଖକୁ ଡାକି କହିଲେ “ମହେନ୍ଦ୍ର ତୁମ ପାଇଁ ଏକ ଉପହାର ସେହି ଘର ଭିତରେ ଅଛି ଯାଅ” । ସତ୍ୟାନନ୍ଦ ଅଙ୍ଗୁଳି ନିର୍ଦେଶ କରି ମହେନ୍ଦ୍ରକୁ ଘର ଭିତରକୁ ଯିବା ପାଇଁ କହିଲେ । ମହେନ୍ଦ୍ର ଘର ଖୋଲି ଦେଖନ୍ତି ତ ପତ୍ନୀ କଲ୍ୟାଣୀ ଓ ତାଙ୍କ ଛୋଟ ଝିଅ । ମହେନ୍ଦ୍ରଙ୍କର ଖୁସିର ଆଉ ସୀମା ରହିଲା ନାହିଁ । ପତି ପତ୍ନୀଙ୍କ ମିଳନରେ ଆନନ୍ଦ ମଠରେ ଖୁସିର ଲହରୀ ଖେଳିଗଲା ଓ ସମସ୍ତେ ଆନନ୍ଦରେ କହି ଉଠିଲେ “ବନ୍ଦେ ମାତରମ୍” । ମହର୍ଷି ସତ୍ୟାନନ୍ଦ ଶାନ୍ତି ଓ ଜୀବାନନ୍ଦକୁ ଡାକି ସେମାନଙ୍କର ମଧ୍ୟ ମିଳନ କରାଇ ଦେଲେ । ତା’ପରେ ସତ୍ୟାନନ୍ଦ ସମସ୍ତଙ୍କୁ ସମ୍ବୋଧନ କରି କହିଲେ “କ୍ୟାପଟେନ୍ ଟମାସ୍ ଓ ତା’ର ସେନାର ସଂହାର ର ଅର୍ଥ ନୁହେଁ ଯେ ପୁରା ଇଂରେଜ ଶାସନ ଦେଶରୁ ହଟିଗଲା ବୋଲି । ଏହା ତ ଆରମ୍ଭ ମାତ୍ର । ଏବେ ମଧ୍ୟ କଲିକତାରେ ଇଂରେଜ ମାନେ ସଭା କରି ଆମ ବିରୁଦ୍ଧରେ “ଯୁଦ୍ଧଂ ଦେହି” ଡକରା ଦେଇ ସାରିବେଣୀ । ତେଣୁ ଆସ ଆମେ ସମସ୍ତେ ଶପଥ ନେବା ଯେ ପର୍ଯ୍ୟନ୍ତ ଆମେ ଆମ ମାତୃଭୂମିକୁ ଇଂରେଜ ଓ ମୋଗଲମାନଙ୍କ କବଳରୁ ମୁକ୍ତ ନ କରିଛେ ଓ ସାରା ଭାରତ ବର୍ଷରେ ସନାତନ ଧର୍ମ ସ୍ଥାପିତ ନ ହୋଇଛି ସେ ପର୍ଯ୍ୟନ୍ତ ଏ ସନ୍ୟାସୀ ଆନ୍ଦୋଳନ ସେମିତି ଚାଲୁ ରହିବ । ଏବେ ସମସ୍ତେ ମୁକ୍ତକଣ୍ଠରେ ମୋ ସହ କୁହ “ଭରତ ମାତା କି ଜୟ” ।

ତା’ପରେ ଆନନ୍ଦ ମଠରେ ଗୁଞ୍ଜି ଉଠିଲା ମାତୃବନ୍ଦନା

ବନ୍ଦେ ମାତରମ୍ ! ସୁଜଳାମ ସୁଫଳାମ ମଲୟଜ ଶୀତଳାମ୍

ଶସ୍ୟ ଶ୍ୟାମଲା ମାତରମ୍

ଶୁଭ୍ର ଜୋଛନା ପୁଲକିତ ଯାମିନି

ପୁଲ୍ଲ କୁସୁମିତ ଦ୍ରୁମଦଳ ଶୋଭିନି

ସୁହାସିନୀ ସୁମଧୁର ଭାସିନି

ସୁଖଦାଂ ବରଦାଂ ମାତରମ ... ବନ୍ଦେ ମାତରମ୍



--------------ସମାପ୍ତ-----------------


ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


Rate this content
Log in

Similar oriya story from Classics