Pramila Sahoo

Inspirational


2  

Pramila Sahoo

Inspirational


ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

10 mins 1.5K 10 mins 1.5K

ମୁଁ ଏମିତି ଏକ ଦିନ ରାସ୍ତାରେ ଯାଉଥାଏ . ମୋ ନଜରରେ ପଡ଼ିଲା ରାସ୍ତା କଡରେ ବସିଥିବା ଗୋଟିଏ ସୁନ୍ଦର ଛୋଟ ଝିଅ ଉପରେ. ତାହାର କଅଁଳିଆ ଆଖି ଦୁଇଟିରୁ ଲୁହ ଧାର ଧାର ହୋଇ ବାହାରୁ ଥାଏ . ମୁଁ ପଚାରିଲି ଏ ମା ତୋର କଣ ହୋଇଛି ? ଏଠି କାହିଁକି ଏମିତି ମନ ଦୁଃଖରେ ବସିଛୁ..ମତେ ସେ ଧୀରେ ଧୀରେ କହିଲା .ମୋର ଏ ଦୁନିଆରେ କିଏ ବି ନାହାନ୍ତି ଆଉ ମୋ ବାପା ମା ମତେ ଏକାକରି ଆକାଶରେ ତାରା ହୋଇ ଯାଇଛନ୍ତି.ମୁଁ ପଚାରିଲି ଆଗରୁ କେଉଁଠିଥିଲୁ .ସେ କହିଲା ମୁଁ ମୋର ମାମୁଁଘରେ ଥିଲି.କିନ୍ତୁ ସେମାନେ ମତେ ଗାଳି କରନ୍ତି ଆଉ ଖାଇବାକୁ ଦିଅନ୍ତି ନାହିଁ .ଖାଲି କାମକରାନ୍ତି. ତାହପରେ ମୁଁ ତାହାର କଅଁଳ ହାତରେ ଦେଖିଲି ଛାଲ ପଡିଯାଇଛି.ମୁଁ ତାକୁ ନେଇ ଖାଇବାକୁ ଦେଲି.ତାହା ପରେ ଗୋଟିଏ ଅନାଥ ଆଶ୍ରମରେ ଛାଡି ଆସିଲି.ଏହି କିଛି ସମୟ ମଧ୍ୟରେ ତାହା ସାଙ୍ଗରେ ମୋ ସମ୍ପର୍କ କିନ୍ତୁ ଯେମିତି ଲାଗୁଛି ସାତଜନ୍ମର ସମ୍ପର୍କ ପରି ଲାଗୁଥାଏ.ତାକୁ ଛାଡ଼ି ଆସିବାକୁ ଇଚ୍ଛା ହଉଥିଲା.ମୋ ମନକୁ କଣ ଆସିଲା ମୋ ଫୋନ ନମ୍ବର ଲେଖିକି ତାହା ହାତରେ ଧରେଇ ଦେଲି.କହିଲି ଏ ମୋ ନମ୍ବର ଯେତେବେଳେ ଇଚ୍ଛା ହବ କି ମନ ଦୁଃଖ ହେଲେ ମତେ ଏହି ନମ୍ବରରେ କଲ କରିବୁ ମୁଁ ଆସୁଛି . ସେଦିନ ରାତିରେ ମୋ ଆଖିକି ଆଉ ନିଦ ଆସିଲା ନାହିଁ .ଖାଲି ସେ ଝିଅର ମୁହଁ ଦେଖାଗଲା. ଏମିତି ବହୁତ ଦିନ ବିତିଗଲାଣି ସେ ମତେ ବି କେବେ ଫୋନ କରିନାହିଁ.କିନ୍ତୁ ମୁଁ ତାକୁ ପ୍ରତ୍ୟେକ ଦିନ ରାତିରେ ମନେ ପକାଏ. ସେ ଦିନ ହୋଇଥାଏ ଗୁରୁବାର ମୁଁ ସକାଳୁ ଉଠି ଠାକୁର ପୂଜା କରୁଥାଏ.ଗୋଟାଏ ଅଜଣା ନମ୍ବରରୁ ଫୋନ ଆସିଲା.ମୁଁ ଉଠେଇଲି ସେପଟରୁ ସେ କହିଲା ନମସ୍କାର . ମୁଁ କହିଲି କିଏ ମା ତୁମେ ?ସେ କହିଲା ଆପଣ କେମିତି ଅଛନ୍ତି. ଆଉ ଦେହ ଭଲ ଅଛି.ମୁଁ କହିଲି କିଏ ତୁମେ ସେତେବେଳେକୁ ମୋ ଆଖିରୁ ଲୁହ ଧାର ଧାର ବାହାରି ଆସିଲା କାରଣ ମୋ ଜୀବନ ଏମିତି କେବେ ସ୍ନେହ ମମତା ଆଗରୁ ପାଇନଥିଲି . ତ ସେ ଝିଅ କହିଲା ଆପଣ ଜାଣିପାରୁନାହାନ୍ତି ମତେ. ମୁଁ ସେହି ଝିଅ .ଯାହାକୁ ଆପଣ ଆଶ୍ରମରେ ଛାଡି ଆସିଥିଲେ .ଏତିକି କଥା ଶୁଣି ମୋ ଆଖିରୁ ଆନନ୍ଦରେ ଲୁହ ବାହାରି ଆସିଗଲା.


Rate this content
Originality
Flow
Language
Cover Design