ଆଗେଇଚାଲ ସମୟ ସହ ତାଳ ଦେଇ
ଆଗେଇଚାଲ ସମୟ ସହ ତାଳ ଦେଇ
ବହୁତ ଖୁସି ହୋଇଗଲେ ରାମପ୍ରସାଦ ବାବୁ ଓ ପତ୍ନୀ ସୀତା ଦେବୀ।ଅନେକ ଥର ପୁଅକୁ କହିବା ପରେ ପୁଅ ଏବେ ଏବେ ରାଜି ହୋଇଛି ନେବା ପାଇଁ।ଯାହା ହେଉ କାଳିଆର ଡୋରି ବୋଧହୁଏ ଏବେ ଲାଗିଲା।
ସାମାଜିକ ସୁରକ୍ଷା ଅଧିକାରୀ।ବଡ଼ ଅଫିସର ଥିଲେ।ମାସକୁ୮୦ହଜାର ଟଙ୍କା ଦରମା।ଖୁବ୍ ସଚ୍ଚୋଟ।ଦୁଃସ୍ଥ ଅସହାୟ, ବିକଳାଙ୍ଗ, ଗରିବ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ସତେ ଯେମିତି କାଳିଆ ତାଙ୍କୁ ଏ ଧରାଧାମରେ ସୃଷ୍ଟି କରିଛନ୍ତି।ନିଜ ନାମର ସାର୍ଥକତା କରିପାରିଛନ୍ତି କାମ ମାଧ୍ୟମରେ।ରାଜକାର୍ଯ୍ୟ ପରେ ଘର ପରିବାର କଥା ଚିନ୍ତା କରନ୍ତି।ଗୋଟିଏ ପୁଅ।ଖୁବ୍ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଦେଇ ଗଢିଛନ୍ତି ନିଜହାତରେ।ଖୁବ୍ ଉଚ୍ଚ ଶିକ୍ଷିତ।ବର୍ତ୍ତମାନ ଗୋଟିଏ ବଡ଼ ବ୍ୟାଙ୍କ ର ବଡ଼ବାବୁ।୧ଲକ୍ଷ ପାଖାପାଖି ଦରମା।ଘର ଗାଡ଼ି ବ୍ୟାଙ୍କ ବାଲାନ୍ସ,କେଉଁ ଥିରେ ଅଭାବ ନାହିଁ।ବୋହୁ ମା ଉଚ୍ଚଶିକ୍ଷିତା।କ୍ଲବ୍, ପାର୍ଟି, ହୋଟେଲରେ ସମୟ ଯାଏ।
ରାମପ୍ରସାଦ ବାବୁ ଏବେ ୮୦ବର୍ଷରେ ଓ ପତ୍ନୀ ମଧ୍ୟ ୭୮ବର୍ଷରେ।ତେଣୁ ସେମାନଙ୍କ ପାଇଁ ବର୍ତ୍ତମାନ ଗୋଟିଏ ଦୁଇଟି ଲୋକ ନିହାତି ଆବଶ୍ୟକ।
ଯିଏ କି ନିଜଲୋକ।ହେଲେ ମନ ଚାହିଁଲେ କଣ ହେବ ।
ନାତି ଟୋକା ସାଙ୍ଗ ରେ ସମୟ ବିତେଇବାକୁ ବହୁତ ଇଚ୍ଛା।ହେଲେ ବୋହୁମାଆର ସୌନ୍ଦର୍ଯ୍ୟ ନଷ୍ଟ ହେବା ଭୟରେ ବିବାହ ର ୨୩ବର୍ଷ ପରେ ବି ନାତି କି ନାତୁଣୀ ସେ ଘରକୁ ଆସି ପାରୁ ନାହାଁନ୍ତି।ଚାରି ଚାରିଥର ଗର୍ଭନଷ୍ଟ କରିଦେବା ପରେ ପୁଅ ସୀତାଂଶୁ ଆଉ ସେସବୁ ପ୍ରତି ଇଚ୍ଛା ପ୍ରକଟ କରୁ ନ ଥାନ୍ତି।ତେଣୁ ଏ ବୃଦ୍ଧ ବାପା ବୋଉ ଦୁଇଜଣ ବି ସତେ ଯେମିତି ନୀରବ ଦର୍ଶକ ହୋଇଯାଇଛନ୍ତି।
ସବୁବେଳେ ତୀର୍ଥ ଭ୍ରମଣ କରିବା,ଦିଅଁ ଦର୍ଶନ ର ଲାଳସା ଜାଗି ଉଠୁଛି, ସେମାନଙ୍କ ମନରେ।
ଏବେ ପୁଅ ବି ରାଜି ହୋଇଯାଇଛି ବାପା ବୋଉଙ୍କ କଥାରେ।କାଲି ଭୋରୁ ଭୋରୁ ଯିବେ ସେ ଘନକାଳିଆର ଦର୍ଶନ କରିବା ପାଇଁ।ସେମାନେ ସେଠାରେ ୮/୧୫ଦିନ ରହିବା ହିସାବରେ ଯିବେ।ସେଥିପାଇଁ ସେମାନେ ଦୁହେଁ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ଲୁଗାପଟା, ଔଷଧପତ୍ର ସବୁ ସଜଡା ସଜିଡି କରୁଛନ୍ତି।ସବୁ ସଜାଡି ସାରି ଖାଇପିଇ ଆନନ୍ଦରେ ଶୋଇବାକୁ ଗଲେ।ହେଲେ ନିଦ ବି କୋଉ ଲାଗୁଛି ଯେ।ଯାହା ହେଉ ବଡିଭୋରୁ ଉଠି ନିତ୍ୟକର୍ମ ସାରି ଚା ଟୋପେ ଟୋପେ ପିଇଦେଇ ଯାଇ ଗାଡ଼ିରେ ବସିଲେ, କାଳିଆ ଠାକୁର ଦର୍ଶନ ଅଭିମୁଖେ।ପାଞ୍ଚ ଘଣ୍ଟାର ରାସ୍ତା।ସେଠାରେ ପହଞ୍ଚି କାଳିଆ ଦର୍ଶନ କରି ଆନନ୍ଦ ବଜାରରେ ଅଭଡ଼ା ଖାଇବାର ଅଭିପ୍ରାୟ ଥାଏ।ବାଟରେ ସେମାନଙ୍କ ଆଖି ଲାଗିଯାଇଛି।ରାତିରେ ଭଲ ଭାବରେ ଶୋଇ ନ ଥିଲେ ତ।ଗାଢ ନିଦରେ ଦୁହେଁ ଯାକ ଶୋଇପଡିଲେ।ପ୍ରାୟ ୧୦ ଘଣ୍ଟା।ନିଦ ଭାଙ୍ଗିଗଲା ଯେତେବେଳେ ଦୁହେଁ ଦୁହିଁଙ୍କୁ ଚାହିଁ ପାରୁ ନଥାନ୍ତି।ଆଖି ପଡି ଯାଉଥାଏ।ସେମାନେ କେଉଁଠି ନିଜେ ବି ବୁଝି ପାରୁ ନ ଥାନ୍ତି।ଏତିକି ମନେ ପଡୁଥାଏ ଚା ଟିକେ ଭଲ ଲାଗିବା ପାଇଁ ବୋହୁମା ଚା ରେ ଟିକେ କଣ ମଲେଇ ମାରି ଚା ଦେଇଥିଲେ।
କିଛି ସମୟ ପରେ ବଡ ପାଟିରେ ହାଲ୍ଲା କଲେ।ସୀତାଂଶୁ ସୀତାଂଶୁ ବୋଲି ଡାକ ଛାଡିଲେ।ହେଲେ ସବୁ କିଛି ନିଷ୍ଫଳ।ବେସାହାରା ହୋଇ ବସିଗଲେ।ଦିନ ଯାଇ ରାତି ହେଲାଣି।ଦୁହିଁଙ୍କୁ ବହୁତ ଭୋକ ଲାଗୁଥାଏ।କଣ ଯେ ଖାଇବେ।ଏହି ସମୟରେ ମନେ ପଡିଲା।ଗୋଟିଏ କ୍ରିମ୍ ବିସ୍କୁଟ ପ୍ୟାକେଟ୍ ଟିଏ ପୁଅ ସେମାନଙ୍କୁ ଦୁଇଦିନ ତଳେ ଦେଇଥିଲା।ବାପା ବହୁତ ଭଲ ପାଆନ୍ତି ବୋଲି ପୁଅ କିଣି ଦେଇଥିଲା।ସେଇଟା ଖୋଲି ଖାଇବେ ବୋଲି ଆଣିଥିବା ଲୁଗାପଟା ତକ ଥିବା ବାକ୍ସ ଖୋଲିଲେ।ବହୁତ ଦିନ ତଳର ତାଙ୍କ ବାପାଙ୍କ ବାହାଘର ସମୟର ଘଡିଟା ହାତରେ ବାଜିଲା ରାମପ୍ରସାଦବାବୁଙ୍କର।ମନେ ପଡିଲା ବାପା କହୁଥିଲେ ରାମ ସମୟ ସହ ତାଳଦେଇ ଯୁଗୋପଯୋଗୀ ହେବାକୁ।ନ ହେଲେ ଜୀବନରେ ହାରିଯିବୁ।ଏହି ଦେଖ୍ ଏ ଘଡିଟା ତୋ ଅଜା ମୋତେ ବାହାଘର ବେଳେ ମୁହଁ ଚୁହାଁ ବେଳେ ଦେଇଥିଲେ ଆଉ ଏ ପଦକ ମଧ୍ୟ ତା ସହିତ ଦେଇଥିଲେ।ସବୁବେଳେ ହାତରେ ବାନ୍ଧିବାକୁ ବୋଲି ଆଦେଶ ଦେଇଥିଲେ।କାରଣ ଘଡିଟା ଟିକ୍ ଟିକ୍ ଶବ୍ଦ କରି ସଚେତନ କରାଉଛି।
ଘଡିର ଟିକ୍ ଟିକ୍ ଶବ୍ଦରେ ଅଚେତନ ମନ ସଚେତନ ହୋଇଗଲା।ସମସ୍ତଙ୍କୁ(*ଅର୍ଥାତ ସେମାନଙ୍କ ଭଳି ସେଠାରେ ରହିଥିବା କେତେ ଜଣ ବୃଦ୍ଧା ଓ ବୃଦ୍ଧ*)ଦେଖିବା ପରେ।
କେତେବେଳେ କେମିତି ପାଟିଖୋଲି ବୋହୁମାକୁ ଉପଦେଶର ଫଳ ଭୋଗିଲେ।ସେଥିପାଇଁ ଘଣ୍ଟା ଟିକଟିକ୍ ଶବ୍ଦ କରି ସଚେତନ କରାଉଛି ସମୟ ସହ ତାଳ ଦେଇ ଆଗେଇ ଚାଲ।