Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Thriller Tragedy

3  

Pramila Sahoo

Thriller Tragedy

ଏକ ପ୍ରେମ କାହାଣୀ

ଏକ ପ୍ରେମ କାହାଣୀ

15 mins
7.4K


କିଛି ଦିନ ତଳେ-ପରୀ ବୋଲି କି ଗୋଟିଏ ଝିଅ ଥିଲା। ସେ ଦେଖିବାକୁ ବହୁତ ସୁନ୍ଦର ଓ ବହୁତ ଭଲ ଗୁଣ ମଧ୍ୟ । ସେ ଗୋଟିଏ କମ୍ପାନୀରେ ଚାକିରୀ କରୁଥିଲା। ତାକୁ କମ୍ପାନୀର ସମସ୍ତ ଲୋକ ବହୁତ ଭଲ ପାଆନ୍ତି । ଦିନେ ନ ଦେଖିଲେ ରହିପାରନ୍ତି ନାହିଁ। ପରୀ ସମସ୍ତଙ୍କର ଦୁଃଖ ଆଉ ସୁଖରେ ସାଥି ଥିଲା । ଯଦି କିଏ ଖାଇବାକୁ ନଆଣି ଥାଏ ସେ ନିଜେ ନଖାଇ ଦେଇ ଦିଏ । ନିଜେ ପାଣି ପିଇରହି ଯାଏ। ପରୀର ସବୁଠାରୁ ଭଲ ସାଙ୍ଗ ଥିଲା ରିତୁ । ସେମାନେ ଦିନେ ବଜାରକୁ ବୁଲିବା ପାଇଁ ଯାଇଥିଲେ । ସେହିଠାରେ ଜଣେ ଅଜଣା ପିଲା ସହିତ ଦେଖା ହେଲା ମାନେ ମୋ ସହିତ । ଆଉ ପରେ ଆମେ ଦୁହେଁ ବହୁତ ଭଲ ସାଙ୍ଗ ହୋଇ ଗଲୁ। କିଏ କାହାକୁ ନଦେଖିଲେ କି କଥା ନହେଲେ ରହିପାରୁନା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦୁହେଁ ବୁଲିବାକୁ ଯାଉ। କିଛି ଦିନ ବିତିଗଲା ଆଉ ପରୀର ଦେଖା ମିଳିଲା ନାହିଁ କି ଫୋନ ନମ୍ବର ଲାଗିଲା ନାହିଁ। ମୋର ମନ ମାନିଲାନି ମୁଁ

ଯାଇ ଦେଖିଲା ବେଳକୁ ପରୀ ଘରରେ ତାଲା ଝୁଲୁଛି ।ପରୀ କଥା ଭାବି ଭାବି ଜର ହୋଇ ଗଲା। ସେତେ ବେଳକୁ ଆଠ ଦିନ ହୋଇ ଗଲାଣି । ଏମିତି ପରୀ କଥା ଭାବି ଆଖିରୁ ଲୁହ ଆଉ ଶୁଖୁନଥାଏ । ମନ ଭାରି ବିକଳ ପରୀକୁ ଦେଖିବା ଲାଗି । ସେହି ସମୟରେ ଡାକ ଶୁଭିଲା ମତେ କଣ କରୁଛ। ମୁଁ ଆସି ଦେଖିଲା ବେଳେକୁ ପରୀ । ତୁମେ କୁଆଡ଼େ ଯାଇ ଥିଲ ପରୀ । ଜାଣିଛ ମୁଁ ତୁମକୁ କେତେ ଖୋଜିଛି ହେଲେ ପାଇଲିନି । ତୁମେ ମତେ କୁଆଡେ ଏକା ଛାଡି ଯାଇ ଥିଲ। ଜାଣିଛ ମୁଁ ତୁମ କଥା ଭାବି ପାଗଳ ହୋଇ ଯାଇ ଥିଲି । ଏବେ କଥା ଦିଅ ମତେ ଆଉ କେବେ ଏକା କରି ଯିବନାହିଁ । ତାହା ପରେ ଆମେ ଦୁହେଁ ପୂର୍ବ ପରି ବୁଲାବୁଲି କଲୁ। କିଛି ଦିନପରେ ରିତୁ ଏକା ରାସ୍ତାରେ ଯାଉଥାଏ । ମୁଁ ପଚାରିଲି ତୁମେ ଏକା ରିତୁ ପରୀ କୁଆଡେ ଗଲା । ସେ କହିଲା ତୁମେ କଣ ଜାଣିନ । କଣ ରିତୁ ? ପରୀ ଆମମାନଙ୍କୁ ଛାଡି ଆରପାରୀକୁ ଚାଲି ଯାଇଛି ଏତିକି କହି ରିତୁ ଆଖିରୁ ଲୁହ ଝରିଗଲା । ନା ରିତୁ ତୁମେ ମିଛ କହୁଛ । କାଲି ସେ ମୋ ସାଙ୍ଗରେ ଦେଖା ହୋଇ ଥିଲା । ରିତୁ କହିଲା ନା ପରୀ ପନ୍ଦର ଦିନ ହବ ଆମକୁ ଛାଡି ଚାଲିଗଲାଣି । ତୁମର ଯଦି ବିଶ୍ୱାସ ହଉନି ମୋ ସାଙ୍ଗରେ ଆସ । ଏବେ ଦେଖ ଏ ପରୀର ମୃତ୍ୟୁର ପ୍ରମାଣ ।ସେଠାରୁ ଆସିବା ପରେ ପରୀ କଥା ଭାବି ଆଖିରୁ ମୋର ଖାଲି ଲୁହ ଝରୁଥାଏ । ସେହି ସମୟରେ ପରୀ ଆସି ମତେ କହିଲା ଆଖିରୁ ଲୁହ ଝରାଉନି । ମୁଁ କହିଲି ସତ କୁହ ପରୀ । କଣ? ତୁମେ ଜାଣିଛ ତୁମ ସାଙ୍ଗ ରିତୁ ମିଛ କହୁଛି । ତୁମେ କାଳେ ମରିଯାଇଛ । ହଁ ସତ କଥା ମୁଁ ମରିଯାଇଛି । ସେ ଦିନ ମୁଁ ତୁମକୁ ଦେଖା କରିବାକୁ ଆସିବା ସମୟରେ ଗୋଟିଏ ପିଲାର ଜୀବନ ରଖିବାକୁ ଯାଇ ନିଜର ଜୀବନ ହରାଇଲି । କିନ୍ତୁ ମୋ ମନରେ ଦୁଃଖ ନାହିଁ କାରଣ ଅନ୍ୟ ଜଣଙ୍କର ଜୀବନ ମୁଁ ରଖି ପାରିଲି । ଏତିକି ଖାଲି ଦୁଃଖ ମୋର ଯେ ତୁମ ସାଥିରେ ସାରା ଜୀବନ ରହିପାରିଲିନି । କିନ୍ତୁ ମୁଁ ତୁମକୁ ଏତେ ଭଲପାଏ ଯେ ମୁହୁର୍ତ୍ତେ ଛାଡି ରହିପାରେନି । ସେଥିପାଇଁ ତୁମ ପାଖକୁ ଆସେ ଆଉ ଦେଖାଦିଏ। ଶୁଣ ମୁଁ ଯାଉଛି ତୁମେ ମତେ ମନେ ପକାଇ କେବେ ବି ଆଖିରୁ ଲୁହ ଝରାଇବନି । କାରଣ ମୁଁ ଶାନ୍ତିରେ ରହି ପରିବିନି । ସବୁବେଳେ ତୁମେ ଏମିତି ହସୁଥିବ ତେବେ ମୁଁ ଖୁସିରେ ରହିବି । ଏତିକି କହି ପରୀ ସବୁ ଦିନ ପାଇଁ ମୋ ଠାରୁ ବିଦାୟ ନେଇ ଚାଲିଗଲା । କିନ୍ତୁ ମୋ ହୃଦୟରେ ସେ ଆଜି ଯାଏ ଅଛି । ମୁଁ ଅପେକ୍ଷା କରିରହିଛି କେବେ ମୋ ପାଖକୁ ଫେରିଆସିବ ମୋ ପରୀ ......

ପ୍ରମିଳା ସାହୁ


Rate this content
Log in

Similar oriya story from Thriller