Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ଖୁସି

ଖୁସି

1 min
7.3K


ଶ୍ରୀ ହେମନ୍ତ କୁମାର ରାଉତ

ଦାସବାବୁ ମାର୍କେଟ୍‌ରୁ ଫେରିବା ପରେ ପତ୍ନୀ କାନନ ଦେଖିଲେ ତାଙ୍କ ଚାରି ଶହ ଟଙ୍କା ଦେଇଥିଲେ ମଧ୍ୟ ସେ ଆବଶ୍ୟକ ଜିନିଷ ଆଣିନାହାନ୍ତି । ସେ ତା’ର କାରଣ ପଚାରନ୍ତେ ବାବୁ କହିଲେ, “ଅଜାଣତରେ ସେ ଟଙ୍କା କେଉଁଠି ହଜେଇ ଦେଇଛନ୍ତି । କାନନ ଟିକେ ବ୍ୟସ୍ତ ହେଲେ, ଅଥଚ ଦାସବାବୁ ପୂର୍ବପରି ନିର୍ବିକାର ଥିଲେ ।

କାନନ ଟିକେ ନିରବି ଯାଆନ୍ତେ ଦାସବାବୁ କହିଲେ, ସବୁଦିନଠାରୁ ଆଜି ସେ ବେଶି ଖୁସି । କାରଣ ଜାଣିଶୁଣି ସେ କାହାକୁ ସହଜରେ ଏତେ ଟଙ୍କା ଦେଇ ନଥାନ୍ତେ । ଯେଉଁ ଲୋକ ସେ ଟଙ୍କା ପାଇଥିବ ସେ କେତେ ଖୁସି ହୋଇ ନଥିବ । ଟଙ୍କା ହଜେଇ ସେ ଯଦି ଜଣକୁ ଏତେ ଖୁସି କରେଇ ପାରିଲେ, ସେ ବା ଦୁଃଖରେ ଭାଙ୍ଗି ପଡ଼ିବେ କାହିଁକି ?


Rate this content
Log in

Similar oriya story from Classics