Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy Others

3  

Prasant Kumar Nath

Tragedy Others

ପ୍ରେମ ପ୍ରତୀକ୍ଷା

ପ୍ରେମ ପ୍ରତୀକ୍ଷା

3 mins
7.4K


 ଅଂଶୁମାନ ଭଲ ପାଉଥିଲା ଆଦ୍ୟସାକୁ । ଆଦ୍ୟସା ମଧ୍ୟ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲା ଅଂଶୁମାନକୁ । ଦୁହିଁଙ୍କ ପ୍ରେମ ଥିଲା ମଧୁଠୁ ମଧୁର ଆଉ ସାଗର ଠୁଁ ଗଭୀର । ସେହି ପ୍ରେମକୁ ନେଇ ଦୁହେଁ ଦେଖିଥିଲେ ଅସରନ୍ତି ସ୍ୱପ୍ନ । ଅନେକ ଛୋଟ ଛୋଟ ସ୍ୱପ୍ନର ସମାହାରରେ ସେମାନେ ଗଢି ସାରିଥିଲେ ଏକ ବିରାଟ ସ୍ୱପ୍ନର ତାଜମହଲ ।

ଯେହେତୁ ସେମାନେ ପିଲାଟି ବେଳରୁ ସାଥି ଥିଲେ ତେଣୁ ସେମାନଙ୍କ ମିଳାମିଶାକୁ କେହିବି ବାରଣ କରୁନଥିଲେ । କାହିଁକିନା ସେମାନେ ପିଲାଟି ବେଳରୁ ପରସ୍ପର ପରସ୍ପରକୁ ଭଲ ପାଉଥିଲେ । ଦୁହେଁ ସାଥି ହୋଇ ଖେଳିଥିଲେ ବର କନିଆଁ ଖେଳ କିନ୍ତୁ ସେମାନଙ୍କ ସେହି ଖେଳ କେତେବେଳେ ନିଜ ଅଜାଣତରେ ପ୍ରେମ ଆଡକୁ ଟାଣି ନେଇଥିଲା ତାହା ତାଙ୍କୁ ଜଣା ନଥିଲା । କିନ୍ତୁ ଯେତେବେଳେ ସେମାନେ ଜାଣିପାରିଲେ ସେମାନଙ୍କୁ ପ୍ରେମ ହୋଇ ଯାଇଛି ସେମାନେ ତାକୁ ବସ୍ତବର ରୂପ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । 

   ସେଦିନ ସାଗର ବେଳାରେ ଦୁହେଁ ମିଶି ତୋଳିଥିଲେ ଏକ ପ୍ରେମର ବତୀଘର । ଆଉ ହଠାତ ଲହଡି ଆସି ଭାଙ୍ଗି ଦେଇଥିଲା ସେହି ଘରକୁ । ଆଉ ଆଦ୍ୟସା କାନ୍ଦି ପକାଇଥିଲା । ଆଦ୍ୟସାକୁ ବୁଝେଇ ଅଂଶୁମାନ କହିଥିଲା, ଆରେ ଆମ ପ୍ରେମଟା ସମୁଦ୍ର କୂଳର ବାଲିର ତିଆରି ନୁହେଁ ଯେ ତାକୁ ଲହଡି ଭାଙ୍ଗିଦେବ । ଆମ ପ୍ରେମ ପରା ଅମର । ଆମକୁ କେହିବି ଅଲଗା କରି ପାରିବେନି ।

     ମାନ ଅଭିମାନ ବିନା ପ୍ରେମ ଭଲ ଲାଗେନା । ତେଣୁ ସେମାନଙ୍କ ପ୍ରେମରେ ମଧ୍ୟ ସେମିତି ଭରି ରହିଥିଲା ଅନେକ ମାନ ଅଭିମାନ । ଅଂଶୁମାନ ରlଗୁଥିଲେ ଆଦ୍ୟସା ବୁଝାଉଥିଲେ ଆଉ ଆଦ୍ୟସା ଅଭିମାନ କଲେ ଅଂଶୁମାନ ।

     ଆଦ୍ୟସା ପାଇଁ ଅଂଶୁମାନ କିଛିବି କରିବାକୁ ପଛାଉ ନଥିଲା । ସେଦିନ ଖୁବ ଜୋରରେ ବର୍ଷା ହେଉଥିଲା ଆଉ ବର୍ଷା ସହ ବିଜୁଳି ଘଡଘଡି ମଧ୍ୟ ମାରୁଥିଲା । ଆଦ୍ୟସା ଫୋନ କଲା ଅଂଶୁମାନ ତୁମେ ଆସ ଆଜି କାହିଁ ତୁମ ସହ ଭିଜିବାକୁ ବହୁତ ଇଛା ହେଉଛି । ଅଂଶୁମାନ ଯେତେ ମନl କଲେବି ଆଦ୍ୟସା ମାନିବାକୁ ରାଜି ନଥିଲା । ଅଂଶୁମାନ କହିଥିଲl ଏତେ ଜୋରରେ ବିଜୁଳି ମାରୁଛି ଯଦି ମୋର କିଛି ହୋଇଯାଏ ତାହେଲେ... l ମୁଁ ବାରବାଟୀ ପାଖରେ ତୁମେକୁ ଅପେକ୍ଷା କରିଥିବି କହି ଫୋନ କାଟି ଦେଇଥିଲା ଆଦ୍ୟସା l

   ଅଂଶୁମାନ ଜାଣିଲା ଆଦ୍ୟସା ଯେମିତି ଜିଦିଆ ସେ କେବେବି ଛାଡିବନି ଆଉ ସିଏ ସେଇଠି ହି ବସି ରହିଥିବ । କାହାକୁ କିଛି ନକହି ଅଂଶୁମାନ ଗାଡି କାଢ଼ିଲା ରେନକୋଟ ଖୋଜିଲା ପାଇଲାନି । ସେମିତି ବର୍ଷାରେ ଭିଜି ଭିଜି ଚାଲିଲା ବାରବାଟୀ ପାଖକୁ ।

ସେପଟେ ଆଦ୍ୟସା ସେମିତି ଅପେକ୍ଷା କରିଥାଏ । ଆଉ ଭାବୁଥାଏ ପ୍ରେମ କଲେ କଣ ସତରେ ଏତେ ପ୍ରତୀକ୍ଷା କରିବାକୁ ପଡେ । ହଠାତ ଅଦ୍ୟସlର ଫୋନ ବାଜି ଉଠିଲା ଦେଖିଲା ଅଂଶୁମାନ ଫୋନ କରିଛନ୍ତି ଉଠେଇବି ନl ଉଠେଇବିନି । ଏମିତି ଭାବୁ ଭାବୁ ଫୋନ ରିସିଭ କରିଥିଲା । ଆଉ ସେପଟରୁ ଏକ ଅଜଣା ବ୍ୟକ୍ତିର କଣ୍ଠରୁ ଶୁଭିଲା ବଜ୍ରାଘାତରେ ତାଙ୍କର ମୃତ୍ୟ ଘଟିଛି ଆପଣ ଯେତେ ଶୀଘ୍ର ଆସନ୍ତୁ ।

ବରଷାର ଧାର ସାଥେ ଆଦ୍ୟସା ଆଖି ଲୁହ ଧାର ଧାର ହୋଇ ବହି ଯାଇଥିଲା । ଆଉ ଧାଇଁ ଯାଇଥିଲା ଅଂଶୁମାନ ପାଖକୁ l ସେତେବେଳକୁ ଅଂଶୁମାନ ସମସ୍ତଙ୍କୁ ଛାଡି ଚାଲିଯାଇଥିଲା ଅନେକ ଦୂରକୁ l ଯେଉଁଠିକୁ ଜଣେ ଗଲେ ଆଉ କେବେବି ଫେରେନି l କିନ୍ତୁ କଣ ହେଲା ସେମାନଙ୍କ ପ୍ରେମ l ଏମିତି ଅଧାଗଢା କାହାଣୀକୁ ଛାଡି ଅଂଶୁମାନ କେମିତି ଚାଲିଗଲେ l

ଆଦ୍ୟସା ଭୁଲି ପାରିଲାନି ଅଂଶୁମାନକୁ l ଯେତେ ବର୍ଷା ଆଉ ଖରା ହେଉ ଆଦ୍ୟସା ସେମିତି ଅପେକ୍ଷା କରି ବସି ରହୁଥାଏ ସେହି ବାରବାଟୀରେ l ତାକୁ ଲାଗୁଥାଏ ତା ପ୍ରେମ ନିଶ୍ଚିତ ତା ପାଖକୁ ଫେରି ଆସିବ, ଅଂଶୁମାନ ଯେମିତି ତାଙ୍କୁ ଅପେକ୍ଷା କରିଛନ୍ତି l ଆଉ କହି ଯାଇଛନ୍ତି "ତୁ ସେଇଠି ବସିଥା ମୁଁ ଖୁବ ଶୀଘ୍ର ପହଁଚୁଛି" l  

*****************

ନଂ-10,ଫାଷ୍ଟ ଫ୍ଲୋର,ଫାଷ୍ଟ ବି କ୍ରସ,ଏସ.ଜି.ଏନ ଲେଆଉଟ,

କସମିକ ଏମ୍ବାସୀ,ବାଙ୍ଗାଲୋର-560027.

ମୋ-08892301143


Rate this content
Log in

Similar oriya story from Tragedy