Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshay Ojha

Inspirational

3  

Akshay Ojha

Inspirational

ଗରିବ

ଗରିବ

2 mins
14.7K


  • ଅଳ୍ପ ଅଳ୍ପ ଗଳ୍ପ ଗରିବ --------- ବୁଢା ଟା ବିଡି ପିଉଥିଲା । ବୁଢ଼ୀ ଟି ପାଟି ବୁଲାଉ ଥିଲା,କଣ ଖାଉ ଥିଲା ସିଏ ଜାଣେ । ଦଳେ ଛୁଆ ନିଆଁ କୁ ବେଢ଼ି ହେଇ ସେକି ହେଉଥିଲେ । ଧୂଆଁ ଧୂଆଁ ହେଇ ପଡ଼ିଥିଲା ମଣିଷ ବସ୍ତି ଟା ।କିଏ କାହାକୁ କଣ କହୁଥିଲା,କିଏ କାହାଠୁ କଣ ଶୁଣୁଥିଲା ।କିଏ ବେଳୁନ ଫୁଲାଇ ରେଡ଼ light ରେ ବିକି ବାକୁ ତିଆରି କରୁଥିଲା । କିଏ ଖେଳନା ବିକି ବାକୁ ତିଆରି ହେଉ ଥିଲା । କିଏ ବିକଳାଙ୍ଗ ଙ୍କ ଠେଲା ଗାଡି ରେ ବସି ବାହାରି ଥିଲା red light ରେ ପେଟ ଭୋକ ସମ୍ଭାଳିବା ପାଇଁ । ପ୍ରାୟ 50-60 ଜଣ ଲୋକଙ୍କର ଏ ଗୋଷ୍ଠୀ 4-7 divider ରେ କେଉଁ କାଳରୁ ପଡି ରହିଥିବାର ଦେଖିବାକୁ ମିଳେ । ମୁଁ jay cinema ର red light ଯେବେ ରୁକେ ଥରେ ଜରୁର ନଜର ପକାଏ ଏ ମଣିଷ ସମୂହ କୁ । ଏମାନେ 45 ଡ଼ିଗ୍ରୀ temperature ର ଗରମ ହଵା ରେ ,ଘୋର ବର୍ଷା ରେ ପଲିଥିନ ତଳେ ଓ 5 ଡେଗ୍ରୀ temperature ର ଘନ କୁହୁଡ଼ି ପରଦା ତଳେ ଛିଣ୍ଡା କପଡା,ଅଖା ଘୋଡେଇ ପଡି ରହି ଥିବାର ଦେଖେ,ଜୋର ଜୋର ଚିଲେଇ କଥା ହେଉ ଥିବାର ଦେଖେ । ମେଳା ହୋଇ ଜଳେଇ ପୋଡି ଖାଉ ଥିବାର ଦେଖେ । ଛୁଆ ମାନେ ଖେଳୁ ଥିବାର ଦେଖେ । ଚଳଚଂଚଳ ଦୁନିଆ ରୁ ବେଶ ଦୂର,କୌଣସି ଫରକ ପଡନା ସେମାନଙ୍କୁ । କିଏ ପୁରୁଣା କପଡା ବାଣ୍ଟି ବାକୁ ଆସେ । କିଏ କାଲିର ବଳକା ବାସି ଖାଦ୍ୟ । ଧର୍ମ କମେଇବା ସ୍ୱାର୍ଥ ରେ ବାଣ୍ଟି ଦେଇଯାଏ । ବାଣ୍ଟି ବା ବାଲା କୁ ଘେରି ଯାନ୍ତି କୁକୁର ମାଙ୍କଡ ପରି । ବାବୁ ମତେ ଦେ । ବାବୁ ମତେ------- ମୁଁ ଶୁଣି ଆସୁଛି ,ସରକାର ଙ୍କ ତରଫରୁ ଲକ୍ଷ୍ୟ ଧିକ ଟଙ୍କା ଗରିବଙ୍କ ସହାୟତା ପାଇଁ ସଂସ୍ଥା ମାଧ୍ୟମ ରେ bank deposit ର ଖେଳ ଚାଲିଛି ।face book,whats app ,news paper ଗରିବଙ୍କ ଫୋଟୋ,ଗରିବଙ୍କ ସହାୟତା ର ବିଜ୍ଞାପନ ଲାଗିଛି କିନ୍ତୁ ଏ ଗରିବଙ୍କୁ କେହି କେବେ ସହାୟତା କରିବାର ଦେଖିନାହିଁ । ଗରିବଙ୍କ ଉଦ୍ଧାର ଲାଗି ଆମଦେଶ ରେ ପକ୍କା କାଗଜ ରେ ମାନ୍ୟତାପ୍ରାପ୍ତ ସଂସ୍ଥା ହେଉଛି।କିଛି ଚତୁର ମଣିଷ ଲୁଟିବାର ସୁଯୋଗ ଖୋଜନ୍ତି। ଗରିବ ଭୋକରେ ମରନ୍ତି ।

    ଅକ୍ଷୟ ଓଝା Akshayika, The Smart Educare Convent School,Gurgaon.9911898050

     
     


Rate this content
Log in

Similar oriya story from Inspirational