ବାପା(ନିବେଦିତା ମିଶ୍ର)
ବାପା(ନିବେଦିତା ମିଶ୍ର)
ମାନିନୀ ଦଶହରା ପାଇଁ ଡ୍ରେସ କିଣିବାକୁ ଯାଇଥାଏ।ହେଲେ ଡ୍ରେସ ଦୋକାନରେ ପହଞ୍ଚି ସେ ବହୁତ ସମସ୍ଯାରେ ପଡିଗଲା।କାରଣ-ତା'କୁ ଗୋଟେ ଡ୍ରେସ ଭାରି ପସନ୍ଦ ହେଲା।କିନ୍ତୁ ଟିକେ ବେଶୀ ଦାମିକା ଥିବାରୁ କୋଉଟା ନେବ ଭାବି ପାରୁ ନଥାଏ।କାରଣ ଘରେ ସମସ୍ତଙ୍କ ପାଇଁ
ଆଣିବାର ଥାଏ।
ଶେଷରେ ସେ କମଦାମ୍ ର ଡ୍ରେସଟିଏ ଧରି ଘରକୁ ଫେରିଲା।
ତା'ପର ଦିନ ବାପା ଅଫିସରୁ ଫେରି ମାନିନୀ ହାତକୁ
ବ୍ଯାଗଟି ବଢେଇ ଦଉ ଦଉ କହିଲେ ଯେ-ଦେଖିଲୁ ଏଇଟା ତ?
ସେ ସେଥିରେ ଆର ଡ୍ରେସଟି ଦେଖି ଆଶ୍ଚର୍ଯ୍ଯ ହୋଇଗଲା।ବାପା କହିଲେ-କାଲି ମୋ ପାଖରେ ଯଥେଷ୍ଟ ଟଙ୍କା ନ ଥିଲା।ଆଜି ଦଶହରା ବୋନସ୍ ପାଇଲି ତ,ନେଇ ଆସିଲି।ତୁ ଖୁସି ତ ମା?
ମାନିନୀ ଖୁସିରେ କାନ୍ଦି ଚାଲିଥାଏ ଓ ବାପା ତାକୁ କୋଳେଇ ନେଉଥାନ୍ତି।
ସତରେ ବାପାଙ୍କ ପରି କିଏ ହବ?????
ନିବେଦିତା ମିଶ୍ର