Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Inspirational Drama

3  

Prasant Kumar Nath

Inspirational Drama

ଲକ୍ଷ୍ମୀ

ଲକ୍ଷ୍ମୀ

3 mins
7.7K


ଡାକ୍ତରଖାନାର କୁଆଁ କୁଆଁ ଶବ୍ଦ ସମସ୍ତଙ୍କ ମନରେ ଖେଳାଇ ଦେଇଥିଲା ଏକ ଆନନ୍ଦର ଲହରୀ । କିନ୍ତୁ ତାହା ପାଣି ପରି ମିଳେଇ ଯାଇଥିଲା ଯେତେବେଳେ ଡାକ୍ତର ଆସି କହିଥିଲେ ଯେ ଝିଅଟେ ହୋଇଛି ବୋଲି । ପ୍ରଥମ ପିଲା ତାହା ପୁଣି ସିଜରିଂ ହୋଇ ହୋଇଛି । ଡାକ୍ତର କହୁଥିଲେ ମା ଓ ପିଲା ଦୁଇ ଜଣଙ୍କୁ ବଞ୍ଚେଇବା କଷ୍ଟ । ଭଗବାନଙ୍କୁ ଡାକ ସେ ହିଁ ସାହା ଭରଷା । ସେହି ଭଗବାନଙ୍କ ଅପାର କରୁଣାରୁ ମା' ଛୁଆ ଦୁଇ ଜଣ ଯାକ ଏବେ ସୁରକ୍ଷିତ । 

   ସୁନନ୍ଦା ଚିନ୍ତିତ ହୋଇଗଲା । ଶାଶୁ ସେମିତିତ ନାନା ଥୁଣ୍ଟା ଦିଅନ୍ତି ତା ପରେ ପୁଣି ଝିଅଟେ ହୋଇଛି । ଆଗରୁ କେତେଥର କହିଥିଲେ ଡାକ୍ତରଙ୍କ ପାଖକୁ ଯାଇ ପୁଅ ହେବକି ଝିଅ ଟିକେ ଚେକ୍ କରିନେ । ଝିଅଟିଏ ଥିଲେ ନଷ୍ଟ କରିଦେବା । କିନ୍ତୁ ଲିଙ୍ଗ ନିରୂପଣ କରିବା ଏକ ଅପରାଧ ଆଉ ମସ୍ତବଡ ପାପ । କେଉଁ ଡାକ୍ତର ବା କାହିଁକି ସେ କାମ କରିବେ । ସବୁବେଳେ ସୁନନ୍ଦା ଶାଶୁଙ୍କୁ ବୁଝାଉଥାନ୍ତି ଯାହା ଭାଗ୍ୟରେ ଥିବ ସେଇୟା ହେବ । ସେଥିରେ ଆମେ କଣ କରି ପାରିବା ।

   ଏପଟେ ଶାଶୁ ମନ ଦୁଃଖରେ ବସିଥାନ୍ତି । ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସୁନନ୍ଦା ଘରକୁ ଫେରିଲେ । ସୁନନ୍ଦାଙ୍କୁ ଦେଖି ଶାଶୁ ଆହୁରି ମୁହଁ ଫୁଲେଇଲେ । ସୁନନ୍ଦା ଭାବୁଥାନ୍ତି ଜଣେ ନାରୀ ହୋଇ ମଧ୍ୟ କେମିତି ଯେ ନାରୀ ଜନ୍ମକୁ ବିରୋଧ କରୁଛନ୍ତି କେଜାଣି । ନାରୀ ବିନା ସମାଜ କଣ ଗଢିହେବ । ସେ ଭାବିବା ଉଚିତ ଯେ ତାଙ୍କ ଜନ୍ମ ମଧ୍ୟ ଜଣେ ନାରୀଙ୍କ ପାଖରୁ । 

  ଶଶୁରଙ୍କ ଦେହ ଖରାପ ଥିଲା । ସବୁବେଳେ ବିଛଣାରେ ପଡି ରହିଥିଲେ । ଗୋଡ଼ ହାତ ସମ୍ପୁର୍ଣ୍ଣ ପଡି ଯାଇଥିଲା । ଉଠି ବସି ପାରୁନଥିଲେ । ଘରକୁ ନାତୁଣୀ ଆସିଲାରୁ ବୋହୁଟି ପ୍ରଥମେ ଶଶୁରଙ୍କ ପାଖକୁ ନେଇ ଯାଇଥିଲେ । ତାଙ୍କର ଆଶୀର୍ବାଦ ପାଇଁ । କଣ ହେଲା କେଜାଣି ସେ ତାକୁ ଟିକେ ଧରିବାକୁ ଚେଷ୍ଟା କଲେ ହଠାତ ତାଙ୍କର ହାତ ଠିକ୍ ହୋଇଗଲା ଆଉ ସେ ଉଠିକି ମଧ୍ୟ ବସି ପାରିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆଉ କହିଲେ ତୁ ହେଉଛୁ ଆମଘର ଲକ୍ଷ୍ମୀ ।

  ଶାଶୁଙ୍କର କିନ୍ତୁ ମନ ବୁଝୁ ନଥାଏ । ଆଗକୁ ମଧ୍ୟ ଆଉ ପିଲା ପିଲି ହେବାର ସମ୍ଭାବନା ନାହିଁ । ଡାକ୍ତର ସିଧା ମନା କରିଦେଇଥିଲେ ଯେ । ଭବିଷ୍ୟତରେ ସେ ଆଉ କେବେ ମା ହୋଇ ପାରିବେ ନାହିଁ । କିଏ ତାଙ୍କର କୂଳ ରକ୍ଷା କରିବ । ଏହି ଚିନ୍ତା କିନ୍ତୁ ତାଙ୍କୁ ତିଳ ତିଳ କରି ଖାଇ ଯାଉଥାଏ ।

  କିନ୍ତୁ ଆଜିକାଲି ଝିଅ ମଧ୍ୟ କୌଣସି ଗୁଣରେ କମ ନୁହେଁ । ଝିଅଟେ କଣ ପାଇଁ କୂଳ ରକ୍ଷା କରି ପାରିବନି । ତାକୁ ଭୁଲ୍ ପ୍ରମାଣିତ କରିବାକୁ ଲାଗି ପଡିଲା ଲକ୍ଷ୍ମୀ । ସେ ଧୀରେ ଧୀରେ ବଡ଼ ହେଲା । ଭଲ ପାଠ ପଢିଲା ରାଜ୍ୟରେ ଟପର ମଧ୍ୟହେଲା । ଜେଜେମା ସିନା ତା ପ୍ରତି ଅବହେଳା କରନ୍ତି କିନ୍ତୁ ତାଙ୍କର ମନ ଜିତିବାକୁ ସକାଳରୁ ସଞ୍ଜ ପର୍ଯ୍ୟନ୍ତି ତାଙ୍କରି ସେବାରେ ଲାଗିଥାଏ ଲକ୍ଷ୍ମୀ । ଆଉ ସେ ମନେ ମନେ ସ୍ଥିର କରିଥିଲା ଯେ ଜେଜେମା ବି ଦିନେ ବୁଝି ପରିବେ ଆଉ ତାର ଭଲ ଲାଇବାକୁ ଫିଲ୍ କରିବେ ।

 ଲକ୍ଷ୍ମୀ ଯେତେ ଯେତେ ବଢୁଥାଏ । ଜେଜେମାଙ୍କ ଦୁଃଖ ଯେମିତି ସେତେ ବଢୁଥାଏ । କେବଳ ଗୋଟିଏ କଥା ତାଙ୍କର ମନରେ ବସା ବାନ୍ଧିଥିଲା ଯେ ଝିଅ ଜନମ୍ ପର ଘରକୁ କିଛି ଦିନ ପରେ ସମସ୍ତଙ୍କୁ ପର କରି ସିଏ ଚାଲିଯିବ ତାର ଶାଶୁ ଘରକୁ କିଏ ଆସି କେମିତି କୂଳ ରକ୍ଷା କରିବ ।

  ଲକ୍ଷ୍ମୀ ନିଜର ଉଦ୍ୟମ ଓ ଅଗ୍ରହରେ ଜଣେ ଆଇ ପି ଏସ୍ ଅଫିସର ହୋଇଗଲା । ସମସ୍ତେ ତାକୁ ସମ୍ମାନ ଦେଲେ । ବାପା ମାଆଙ୍କର ସମ୍ମାନ ବଢ଼ିଲା । ଅନେକ ଜାଗାରେ ସେମାନେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଲେ । ଲକ୍ଷ୍ମୀ ମଧ୍ୟ ସମସ୍ତଙ୍କ ଆଶା ଓ ଆକାଂକ୍ଷାକୁ ପୂର୍ଣ୍ଣ କରି ପରିଥିବାରୁ ନିଜକୁ ଧନ୍ୟ ମଣୁଥାଏ ।

  ଲକ୍ଷ୍ମୀର ବାହାଘର ପ୍ରସ୍ତାବ ଆସିଲା । ପ୍ରଥମ ପ୍ରସ୍ତାବରୁ ହିଁ ବାହାଘର ସ୍ଥିର ହୋଇଥିଲା । ପୁଅଟି ଠିଲା ଜଣେ ସଫ୍ଟୱାରେ ଇଞ୍ଜିନିଆର । ପିଲାଟି ବେଳରୁ ବାପା ମା ଛେଉଣ୍ଡ । ବାପା ମାଙ୍କ ସ୍ନେହ କଣ ସିଏ ଜାଣିନି । ଏମିତି ଏକ ପ୍ରସ୍ତାବ ପାଇ ମଧ୍ୟ ସେ ନିଜକୁ ଗର୍ବିତ ମନେ କରୁଥାଏ । ବାପମାଙ୍କ ସ୍ନେହ ପାଇବାକୁ ବ୍ୟାକୁଳ ହେଉଥିବା ସେହି ପୁଅଟି ପ୍ରସ୍ତାବ ରଖିଥିଲା ଯେ ସେ କେବେ ନିଜର ପିତାମାତାଙ୍କ ପଦ ସ୍ପର୍ଶ କରି ପାରିନି । ତେଣୁ ଯଦି ସବୁଦିନ ତାଙ୍କ ପାଦ ସେବା କରିବାର ସୁଯୋଗ ଦିଅନ୍ତେ । ସେ ନିଜକୁ ଧନ୍ୟ ମନେ କରନ୍ତା ।

  ପିଲାଟି ପାଖରୁ ଏକଥା ଶୁଣି ସାରି ଜେଜେମା ପ୍ରଥମ ଥର ପାଇଁ ଫିଲ କରିଥିଲେ ଯେ ପ୍ରକୃତରେ ସେ ଏକ ଲକ୍ଷ୍ମୀ ପରି ନାତୁଣୀ ପାଇଛନ୍ତି । ଜନ୍ମ ହେବା ପର ଠାରୁ ହିଁ ତାଙ୍କର ସବୁକିଛି ଉନ୍ନତି ହେବାରେ ଲାଗିଛି । 

  କିଛିଦିନ ପରେ ବାହାଘର ହୋଇଗଲା । ନାତୁଣୀର ସାଦ ଖିଆରେ ଜେଜେମା ନିଜେ କହିଲେ । ମୁଁ ଠାକୁରଙ୍କୁ ଡାକୁଛି ତୋରି ପରି ଆଉ ଗୋଟିଏ ଗୁଳୁଗୁଲିଆ ଲକ୍ଷ୍ମୀ ଆସୁ ।

  ଜ୍ୱାଇଁଙ୍କର ସେବା ସୁସୁସ୍ରାରେ ପରିବାରଟି ଅତ୍ୟନ୍ତ ଆନନ୍ଦ ହୋଇଯାଇଥିଲେ । ତାଙ୍କୁ ଲାଗୁଥିଲେ ସତରେ ଏମିତି ପରିବାରଟେ ଭାଗ୍ୟରେ ଥିଲେ ମିଳେ । ଲକ୍ଷ୍ମୀ ନଥିଲେ କଣ ଏମିତି ଏକ ସୁଖୀ ପରିବାର ପାଇ ପରିଥାନ୍ତେ ।

********

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୮୩୧୦୩୨୮୩୪୫

 


Rate this content
Log in

Similar oriya story from Inspirational