Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିଦ୍ୟା ଅଟଇ ମହାଧନ
ବିଦ୍ୟା ଅଟଇ ମହାଧନ
★★★★★

© ଓଡିଆ ଶିଶୁ ଗପ

Children

5 Minutes   7.0K    15


Content Ranking

ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ଏକ ନିୟମିତ ଧାରା ହୋଇଥିବାରୁ ଛାତ୍ରଛାତ୍ରୀମାନେ ହାତଯୋଡି, ଆଖି ବୁଜି ଗୋଟିଏ ଧାଡିରେ ଛିଡାହୋଇ ଏହାକୁ ଆବୃତି କରିବାକୁ ବାଧ୍ୟ । ସେମାନଙ୍କ ଅଜ୍ଞାତରେ ହେଲେ ମଧ୍ୟ କିଛି ସମୟ ପାଇଁ ମନପ୍ରାଣ ପବିତ୍ର ହୋଇଯାଏ । ବାସ୍ତବରେ ସତ୍ୟ ଏବଂ ଧର୍ମ ଦୁଇଟି ପଥ, ମାର୍ଗ ବା ବାଟ । ଏହି ମାର୍ଗ ଖୁବ୍ ସରଳ ଓ ଉଜ୍ଜ୍ୱଳମୟ ।

ଧର୍ମ ଏକ ବିଶେଷ୍ୟ ପଦ ହେଲେ ହେଁ ଏହାର ଅର୍ଥ ବହୁ ପ୍ରକାରର । ଧାରଣ କରିବା ପାଇଁ ଏହା ଉଦ୍ଦିଷ୍ଟ । ମାଠିଆ ପାଣିକୁ ଧରି ରଖେ । ଏହା ମାଠିଆର ଧର୍ମ କିନ୍ତୁ ମାଠିଆ ଭାଙ୍ଗିଗଲେ ପାଣି ଢାଳି ହୋଇଯାଏ । ମାଠିଆ ଆଉ ତା ଧର୍ମ ରକ୍ଷା କରିପାରେ ନାହିଁ । ସେହିପରି ଜଳ ନିମ୍ନକୁ ଗତି କରିବା ହେଉଛି ପାଣିର ଧର୍ମ । ସତ୍ୟ, ନ୍ୟାୟରେ ବାଟ ଚାଲିବା ପୁରୁଷର ଧର୍ମ । ସମାଜର ସମସ୍ତ ନିୟମ ପାଳନ କରିବା ହେଉଛି ନାରୀର ଧର୍ମ । ଈଶ୍ୱରଙ୍କଠାରେ ଆତ୍ମସମର୍ପଣ କରିବା ସାଧୁମାନଙ୍କର ଧର୍ମ । ଶିକ୍ଷକଙ୍କ କଥା ମାନିବା ଛାତ୍ରଛାତ୍ରୀମାନଙ୍କର ଧର୍ମ ଏବଂ ପିଲାମାନଙ୍କୁ ସତ୍ ପରାମର୍ଶ ଦେଇ ଆକଟ କରିବା ଶିକ୍ଷକମାନଙ୍କର ଧର୍ମ ମଧ୍ୟରେ ଅନ୍ତର୍ଭୁକ୍ତ । ଏହିପରି ଭାବରେ ଧର୍ମର ଗତିପଥ ନିର୍ଦ୍ଧାରିତ ହୋଇଅଛି । ଦର୍ଶନ ଯେତେ ଯାହା କହୁ ପଛେ, ବିଜ୍ଞାନ ଯେତେ ନୂଆ ନୂଆ ତଥ୍ୟ ପ୍ରଦାନ କରୁ ପଛେ କେହି ବି ଧର୍ମପଥରୁ ବିଚ୍ୟୁତ ନୁହଁନ୍ତି । ସମସ୍ତେ କେବଳ ଧର୍ମକୁ କେନ୍ଦ୍ରବିନ୍ଦୁ କରି ଆଗେଇ ଚାଲନ୍ତି । ଏହି ଧର୍ମ ପୁଣି ଧରିତ୍ରୀକୁ ମଧ୍ୟ ଧରି ରଖିଛି । ସୂର୍ଯ୍ୟ, ଚନ୍ଦ୍ର ଉଦୟ ହେଉଛନ୍ତି । ମେଘ ଜଳଦାନ କରୁଛି ।

ବାୟୁ ପ୍ରବହମାନ, ସୀମାହୀନ ଆକାଶ ଘୋଡାଇ ରଖିଛି ଏଇ ପୃଥିବୀକୁ । ଏସବୁ ସତ୍ତ୍ୱେ ମଧ୍ୟ ଧର୍ମ କେବେବି କାହାକୁ ଅଟକିଯିବା ପାଇଁ ବାଧ୍ୟ କରିନି । ବରଂ ଧର୍ମ ସଦାସର୍ବଦା ସମସ୍ତଙ୍କୁ ଆଗେଇ ଚାଲିବା ପାଇଁ ହିଁ ପରାମର୍ଶ ଦେଇଛି । କୋମଳମତି ଛାତ୍ରଛାତ୍ରୀମାନେ ଧର୍ମରେ ବିଶ୍ୱାସ କଲେ ଶାନ୍ତିଲାଭ କରିପାରିବେ । ଖାସ୍ ସେଥିପାଇଁ ଜଣେ କବି ଲେଖିଛନ୍ତି:

“ଧର୍ମରେ ବିଶ୍ୱାସ ନ କଲେ ମନୁଷ୍ୟ

ଶାନ୍ତି ଲଭି ନ ପାରଇ ।

ଚରିତ୍ର ଗଠନ ଇନ୍ଦ୍ରିୟ ସଂଯମ

ଶିକ୍ଷାର ଲକ୍ଷ୍ୟ ଅଟଇ ।”

ଶିକ୍ଷାର୍ଥୀମାନଙ୍କ ଜୀବନରେ ଧର୍ମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରତ୍ୟେକ ସତ୍କର୍ମକୁ ହିଁ ଧର୍ମ କୁହାଯାଏ । ମହାପୁରୁଷମାନେ କୁହନ୍ତି, ପ୍ରଗାଢ ଈଶ୍ୱର ବିଶ୍ୱାସ ହିଁ ଧର୍ମ । ତେଣୁ ଧର୍ମକୁ ବିଭିନ୍ନ ପର୍ଯ୍ୟାୟରେ ଧରି ରଖିବା ପାଇଁ ଧର୍ମାନୁଷ୍ଠାନମାନଙ୍କର ସୃଷ୍ଟି ହୋଇଛି । ମଠ, ମନ୍ଦିର ଗୀର୍ଜା, ଗୁରୁଦ୍ୱାର, ମସ୍ଜିଦ୍ ପ୍ରଭୃତି ଶହ ଶହ ସଂଖ୍ୟାରେ ଗଢାଯାଇଛି । ମନରେ ଭକ୍ତିଭାବର ଉଦ୍ରେକ କରାଇବା ହିଁ ହେଉଛି ଏହି ଧର୍ମାନୁଷ୍ଠାନମାନଙ୍କର ମୂଳ ଲକ୍ଷ୍ୟ । କେହି କେହି ବି ପୁଣି କୁହନ୍ତି, ଧର୍ମ ଗୋଟିଏ ବୋଇତ, ଯାହା ଆଧୁନିକ ଅର୍ଥରେ ଜାହାଜ । ବିଧାତା ଏହି ସଂସାର ରୂପୀ ସମୁଦ୍ରକୁ ପାର ହେବା ପାଇଁ ଏହା ସୃଷ୍ଟି କରିଛନ୍ତି । ଧର୍ମ ହିଁ ଦୁନିଆରେ ସତକଥା ଏବଂ ମହତପଣିଆର ପ୍ରତୀକ । ଆଉସବୁ କିଛି ଅଳୀକ ଓ କ୍ଷଣ ଭଙ୍ଗୁର । ତେଣୁ ଧର୍ମର ପଥ ଯେତିକି ସହଜ ଓ ସୁଗମ, ସେତିକି କଠିନ ମଧ୍ୟ ।

ଧର୍ମ ମଣିଷ ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ ମାନବେତର ପ୍ରାଣୀମାନେ ଧର୍ମାଚରଣ କରିପାରନ୍ତି ନାହିଁ । ଆହାର, ନିଦ୍ରା, ଭୟ, ମୈଥୁନ – ପଶୁ, ମଣିଷ ନିର୍ବିଶେଷରେ ସମସ୍ତଙ୍କଠାରେ ସମାନ ଭାବରେ ଲକ୍ଷ୍ୟ କରାଯାଏ କିନ୍ତୁ ଇତର ପ୍ରାଣୀମାନେ ଧର୍ମଭାବ ରହିତ । ମଣିଷ ଧର୍ମବିଶ୍ୱାସ କରୁଥିବାରୁ ଏବଂ ଧର୍ମାନୁରାଗୀ ହୋଇଥିବାରୁ ସେ ପଶୁମାନଙ୍କଠାରୁ ବହୁତ ଉଚ୍ଚରେ ଏବଂ ଦେବତାଙ୍କର ନିକଟବର୍ତ୍ତୀ । କେବଳ ଧର୍ମ ହିଁ ମଣିଷକୁ ଗତିମୁକ୍ତି ଦିଏ । ଶାନ୍ତିର ବାର୍ତ୍ତା ବି ପ୍ରଚାର କରେ । ଉଦାର, ସହିଷ୍ଣୁ ହେବା ପାଇଁ ଧର୍ମ ଆମକୁ ପରାମର୍ଶ ଦେଇଥାଏ ।

ଧନ ଅର୍ଜ୍ଜନ କରି ଧର୍ମ କରିବା ପାଇଁ ଆମର ନୀତିଶାସ୍ତ୍ର ପରାମର୍ଶ ଦେଇଛି । ସେଥିପାଇଁ ବୋଧେ ପୂର୍ବକାଳରେ ରାଜାମାନେ ଅନେକ ଦେଉଳ ତୋଳାଇଥିଲେ, ପୋଖରୀ ଖୋଳାଉଥିଲେ, ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରୁଥିଲେ ଏବଂ ପ୍ରଜାମାନଙ୍କୁ ପୁତ୍ରପରି ମଧ୍ୟ ପାଳନ କରୁଥିଲେ । କାହିଁକିନା ତାହା ଥିଲା ରାଜଧର୍ମ । ସେହିପରି ପ୍ରଜାମାନେ ବି ରାଜାଙ୍କୁ ପୃଥିବୀର ଜୀବନ୍ତ ଦେବତା ଜ୍ଞାନ କରି ରାଜାଙ୍କର ପ୍ରତ୍ୟେକ ନିର୍ଦେଶକୁ ଶିରୋଧାର୍ଯ୍ୟ ବୋଲି ମନେକରୁଥିଲେ । ତେଣୁ ପ୍ରତ୍ୟେକ ମହତ କାର୍ଯ୍ୟରେ ଧର୍ମ ଓ ଦେବତାଙ୍କୁ ଲାଭକରାଯାଇଥାଏ ।

ନିରନ୍ନକୁ ଅନ୍ନଦାନ କଲେ ଏବଂ ଅସହାୟକୁ ସହାୟତା ଦେଲେ ଈଶ୍ୱର ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି । ସେହିଠାରେ ହିଁ ଜୀବନୀର ସାର୍ଥକତା ଆସେ । ଧର୍ମ ରକ୍ଷା ହୁଏ । ତେଣୁ ପ୍ରତ୍ୟେକ ମଣିଷ ଧର୍ମ ପ୍ରତି ସଚେତନ ହେବା ନିହାତି ଦରକାର । ଧର୍ମକୁ ଚିହ୍ନିପାରିଲେ ହିଁ ଧର୍ମ ତୁମକୁ ବି ସୁରକ୍ଷା ଦେଇପାରିବ । ଆମ ଧର୍ମ ଆମକୁ ଶିକ୍ଷା ଦେଇଛି – “ମାତୃ ଦେବୋ ଭବ, ପିତୃ ଦେବୋ ଭବ, ଆଚାର୍ଯ୍ୟ ଦେବୋ ଭବ ।” ଅର୍ଥାତ୍ ମାତା, ପିତା ଓ ଗୁରୁ ହେଉଛନ୍ତି ସାକ୍ଷାତ୍ ଈଶ୍ୱରଙ୍କ ଅବତାର । ଏଣୁ ସେମାନଙ୍କୁ ଭକ୍ତି କରିବା ହିଁ ହେଉଛି ଆମର ପରମ ଧର୍ମ । ସେହିପରି ଗୁରୁଜନମାନଙ୍କୁ ସମ୍ମାନ ଦେବା, କାହାକୁ ଗାଳିଗୁଲଜ ନ କରିବା, ଉପଦେଶ ମାନି ଚଳିବା ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ, ଯାହାକି ଧର୍ମ ମଧ୍ୟରେ ଅନ୍ତର୍ଭୁକ୍ତ । ତେଣୁ ଧର୍ମ, କର୍ତ୍ତବ୍ୟ ଓ ଈଶ୍ୱର – ଏକ ଓ ଅଭିନ୍ନ ।

ଯେଉଁମାନେ ଧର୍ମରେ ରୁହନ୍ତି, ଧର୍ମାଚରଣ କରନ୍ତି, ସେମାନଙ୍କୁ ହିଁ ଧାର୍ମିକ କୁହନ୍ତି । ଧାର୍ମିକ ବ୍ୟକ୍ତି ହିଁ ସମାଜର ଗୋଟିଏ ଗୋଟିଏ ପ୍ରଜ୍ଜ୍ୱଳିତ ଦୀପଶିଖା । ବିଭ୍ରାନ୍ତିକର ମନକୁ ବୁଝାଇଦେବା ପାଇଁ ସେମାନେ ହିଁ ସମର୍ଥ । ତେଣୁ ସମସ୍ତେ ଧର୍ମ ପ୍ରତି ଅନୁରକ୍ତ ହେବା ସହ ଧାର୍ମିକ ଲୋକମାନଙ୍କର ନୀତି ଉପଦେଶ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି ସତ୍ କର୍ମ ଧର୍ମ ହୁଏ ତେବେ ବହୁତ ଧର୍ମ ଏମିତି ଅଛି ଯଉଥିରେକି ଅସତ୍ କର୍ମକୁ ସତ୍ କର୍ମର ମାନ୍ୟତା ଦିଆଯାଇଛି ଯେପରି ଇସ୍ଲାମ୍ ଧର୍ମରେ ଲେଖାଯାଇଛି ଯେଉଁ ମାନେ ମୁସଲିମ୍ ନୁହନ୍ତି ସେମାନଙ୍କୁ ମୁସଲିମ୍ କର କିମ୍ବା ମୁସଲିମ୍ ନହେଲେ ହତ୍ୟା କର । ବ୍ରାହ୍ମଣ ଧର୍ମରେ ଜାତି ପ୍ରଥା ମନୁଷ୍ୟକୁ ଚାରୋଟି ଜାତିରେ ବିଭାଗକରି ମଣିଷ ମଣିଷ ଭିତରେ ପ୍ରଭେଦ ସୃଷ୍ଟିକରୀ ଅନେକ ଅସାମାଜିକ ଅସତ୍ କର୍ମକୁ ଜନ୍ମଦେଇ ମଣିଷ ମଣିଷ ଭିତରେ ଭେଦ ଭାବ ଏବଂ ଅସାମଞ୍ଜସ୍ୟ ମନବୃତି ସୃଷ୍ଟି କରି ବିଭିନ୍ନ ଅସମାଜିକ ଅପରାଧ ସୃଷ୍ଟି କରିଥାଏ, ଅସାମାଜିକ ଅପରାଧ ସୃଷ୍ଟିକରୁଥିବା ଧର୍ମ କେବେ ମଧ୍ୟ ସତ୍ କର୍ମ ହୋଇପାରେନା; ତେଣୁ ମନୁଷ୍ୟର ତର୍କସଙ୍ଗତ ନୈତିକ ମୂଲ୍ୟବୋଧ ଆଧାରକୁ ହିଁ ଧର୍ମ ମାନିବ ଉଚିତ୍ । ଯେଉଁ ନୈତିକ ମୂଲ୍ୟବୋଧ ତର୍କସଙ୍ଗତ ନୁହେଁ ସେ ଯେଉଁ ଧର୍ମ ହଉନା କାହିଁକି ତାକୁ ନୈତିକତା କୁତର୍କ ସଙ୍ଗତ ମାନିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

ପ୍ରାର୍ଥନା ଧର୍ମ ସତ୍ କର୍ମ

Rate the content


Originality
Flow
Language
Cover design

Comments

Post

Some text some message..