Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alok Behera

Inspirational Romance

3  

Alok Behera

Inspirational Romance

ତୁମେ

ତୁମେ

6 mins
7.2K


ସକାଳର ସମୟ। ସମୟ ଛଅଟା ହୋଇଥିବ। ଝିପି ଝିପି ବର୍ଷା ଲାଗି ରହିଥଏ। ବେଳେବେଳେ ଦଲକାଏ ବର୍ଷା ଛିଟା ପବନ ଆସି ମୋ ଦେହକୁ ଶୀତେଇଦେଉଥାଏ । ସବୁଦିନ ପରି ସେ ଦିନ ମଧ୍ୟ ତାଳଚେର ବସଷ୍ଟାଣ୍ଡରେ ବସ ଲାଗିଲାଣି । କେତେକ ବସ ଚାଲି ଗଲାଣି । କିନ୍ତୁ ବର୍ଷା ହେତୁ ଲୋକ ପ୍ରାୟତଃ କମ୍ ଥିଲେ । କାରଣ ଏ ସକାଳର ବର୍ଷା ମିଶା ଥଣ୍ଡା ପବନ ଭଲ ମଣିଷକୁ ମଧ୍ୟ ଅଳସୁଆ କରିଦେବ। ଯାହା ଯେତିକି କେତେ ଜଣ ସ୍ତ୍ରୀ ଲୋକ ଝାଡୁ କରିବାରେ ଲାଗିଥିଲେ । ଆଉ କେତେ ଜଣ ଯେଉଁ ମାନେ ବଡ଼ି ସକାଳୁ କାମ କରି ଯାଆନ୍ତି ସେମାନେ ଚା ଦୋକାନରେ ବସି ଚା ଜଳଖିଆ ଖାଉଥିଲେ । ମୁଁ ସେହି ଦୋକାନକୁ ଚା ପାଇଁ ହିଁ ଆସିଥିଲି । କାରଣ ବୋଉଙ୍କ ଦେହ ଖରାପ । ତେଣୁ ବାପା କହିଲେ ଦୋକାନରୁ ଯାଇ ଚା ଆଣିବାକୁ । ତେଣୁ ମୁଁ ଦୋକାନକୁ ଆସିଛି । ଭାବିଲି ଚା ଧରି ଶିଘ୍ର ଘରକୁ ଫେରିଯିବି କାରଣ ମତେ କଲେଜ ମଧ୍ୟ ଯିବାର ଅଛି । ମୋ ଅଳସୁଆ ଗୁଣ ହେତୁ ସବୁବେଳେ କ୍ଲାସରେ ମୁଁ ଡେରିରେ ପହଞ୍ଚେ । ଅଳସୁଆ କହିଲେ ଚଳିବନି କାରଣ ମୁଁ ରାତିରେ ବହୁତ ଡେରିରେ ଖିଆ ପିଆ କରି  ଶୋଇଥଏ । ତେଣୁ ସକାଳୁ ଉଠିବାରେ ଟିକିଏ ଡେରି ହୋଇଯାଏ କାରଣ ଏ ସକାଳର ଥଣ୍ଡା ପବନ ଅଳସୁଆ କରିଦିଏ ମତେ । ସକାଳର ନିଦ ମତେ ବିଛଣାରେ ବନ୍ଦୀ କରି ନିଏ ମୁଁ ଯେତେ ଉଥିବାକୁ ଚେଷ୍ଟା କରେ ଉଠି ପାରେନା ସତେ ଯେପରି ସେ ବିଛଣା ମତେ ଯିବାକୁ ଦିଏନି କିନ୍ତୁ ବାଧ୍ୟ ହୋଇ ମୁଁ ଉଠିଯାଏ ହେଉ ଛାଡ଼ ସେ କଥା । ମୁଁ ଚା ଦୋକାନୀ ପାଖକୁ ଯାଇ କହିଲି-ଭାଇ ଏହି ଜାରରେ ଚା ଦି ଟା ଦିଅନ୍ତୁ । ଆଉ ମତେ ଗୋଟେ ଗ୍ଲାସ ଚା ପିଇବାକୁ ଦିଅନ୍ତୁ। ଚା ଚୁଲିରେ ବସିଥାଏ । ତେଣୁ ଦୋକାନୀ କହିଲେ- ଭାଇ ଟିକିଏ ଚା ଗରମ ହୋଇଯାଉ। ହେଉ ଠିକ ଅଛି ଏତିକି କହି ମୁଁ ସେ ଲମ୍ବା ଚେୟାରରେ ବସି ପଡିଲି।ସେଠାରେ ବସି ଥିବା କେତେ ଜଣ ଲୋକ ମଧ୍ୟରୁ ମତେ ଜଣେ ଲୋକ ମୋ ପଛକୁ ଆବାଜ ଦେଇ କହିଲା-କଲେଜ ଯାଇନୁ କିରେ । ମୁଁ ତାଙ୍କ ଆଡେ ଚାହିଁଲି । ତାଙ୍କୁ ମୁଁ ଜାଣିଚି । ତାଙ୍କ ସହ ସବୁ ବେଳେ ଅପରାହ୍ନରେ ଦେଖା ହୁଏ । ସେ ସବୁ ବେଳେ ଆମ ସାରଙ୍କ ଲାଗି ଟିକେଟ ରଖନ୍ତି । ଚାରି ନମ୍ବର ପାଞ୍ଚ ନମ୍ବର ସିଟ୍ । ସବୁ ବେଳେ ସାରଙ୍କ ସହ କଥା ହୁଅନ୍ତି ସେ । ଆମେ ସବୁଦିନେ ସାରଙ୍କ ସହ ବସଷ୍ଟାଣ୍ଡ୍ ଆସୁ । ଏହି ପରି ଭାବେ ତାଙ୍କ ସହ ଆମ ପରିଚୟ ହୋଇ ଯାଇଥିଲା । ସେ ସବୁବେଳେ କହନ୍ତି ଆମ ସାରଙ୍କୁ ଏହା ଯେ କଲେଜର ପ୍ରିନ୍ସପାଲ ଭଳି ସେ ମଧ୍ୟ ହେଉଛନ୍ତି ଏ ବସଷ୍ଟାଣ୍ଡ୍ ପ୍ରିନ୍ସପାଲ । ଏ କଥା ଶୁଣି ସାରଙ୍କ ଚେହେରାରେ ରହିଥାଏ ଟିକିଏ ହୃଦୟସ୍ପର୍ଶୀ ହସ । ଅାମେମାନେ ମଧ୍ୟ ଟିକିଏ ହସିଥାଉ । ସେ ଲୋକର ନାମ କଣ ମୁଁ ଜାଣିନି । କିନ୍ତୁ ତାଙ୍କ ସହ ସବୁଦିନ ଦେଖା ହେଲା ପରେ ମୁଁ ତାଙ୍କୁ ଜାଣି ସାରିଥିଲି । ମୁଁ ତାଙ୍କ କଥାର ଉତ୍ତର ଦେଇ କହିଲି-ହଁ ଯିବି ଯେ କିନ୍ତୁ ଚା ନେଇଯିବା ପରେ। ମୋ କଥା ଶୁଣି ସେ ଟିକିଏ ହସି ଦେଲେ ପୁଣି ସେହିପରି ଚା ପିଇବାରେ ଲାଗିଲେ। ମୁଁ ସେଠାରେ ଚୁପ ଚାପ ବସି ରହିଲି ସେ ବର୍ଷା କୁ ଚାହିଁ । ଏହିପରି କିଛି ସମୟ ବିତି ଯାଇଛି । ବର୍ଷାର ଗତି ଟିକିଏ ବୃଦ୍ଧି ପାଇଛି । କିଛି ସମୟ ପରେ ସେ ଲୋକ ମୋ ପାଖକୁ ଆସି ମତେ ଚା ପିଇବାକୁ ଦେଲା । ଠିକ୍ ସେହି ସମୟରେ ଗୋଟେ ବସ ଆସି ପହଂଚି ଯାଇଛି ବସଷ୍ଟାଣ୍ଡରେ । ମୁଁ ଚା ପିଉ ପିଉ ହଠାତ ମୋ ନଜର ପଡିଲା ବସ ଓହ୍ଲାଉଥିବା ଜଣେ ତରୁଣୀ ଠାରେ । ସେ ବର୍ଷାରୁ ବଂଚିବା ଲାଗି ଶୀଘ୍ର ଦଉଡି ଆସି ଠିଆ ହୋଇଗଲା ଟିକେଟ ରୁମ୍ ପାଖରେ । ସେଠି ବର୍ଷା ପାଣି ପଡୁ ନ ଥାଏ। ନିଜକୁ ସଜାଇବାର ସବୁ ପ୍ରକାର ଚେଷ୍ଟା କରି ସେ ନିଜର ଚେହେରା କୁ ବାରମ୍ବାର ଦେଖୁଥଏ ନିଜ ଫୋନର displayରେ । ଯେତେ ଚେଷ୍ଟା କଲେ ମଧ୍ୟ ଚା ର ପ୍ରତ୍ୟକ ଢ଼ୋକ ପରେ ମୋ ଆଖି ପୁଣି ଫେରି ଯାଉଥାଏ ସେ ଝିଅ ପାଖକୁ। ସତେ ଯେପରି ସେ କୌଣସି ଯାଦୁ କରିଦେଇଥିଲା ମୋ ମନ କୁ । କିଛି ସମୟ ପାଇଁ ହଜି ଯାଇଥିଲି ମୁଁ ତାଙ୍କୁ ଦେଖି । ସେ କିଏ ମୁଁ ଜାଣି ନଥିଲି । କିନ୍ତୁ ତାଙ୍କୁ ଦେଖିବା ପରେ ମୋ ମନର ସବୁ ପ୍ରଶ୍ନର ଉତ୍ତର ମତେ ମିଳିଯାଇଥିଲା । ମୋ ହୃଦୟର ଧଳା କାଗଜରେ ମୁଁ ଆଙ୍କିଦେଇଥିଲି ସେ ଅଚିହ୍ନା ଝିଅର ଛବିଟିକୁ । ଦୀର୍ଘ ପତଳା ଶରୀର, ଗହମି ରଙ୍ଗ, ସୁଗୋଲ ସୁଗଠିତ ମୁଖରେ ସରୁ ନାକଟା ବହୁତ ସୁନ୍ଦର ଦିଶୁଥିଲା । କିନ୍ତୁ ନିଜକୁ ସମ୍ଭାଳି ନେଇ ପୁଣି ମୋ ନଜରକୁ ଫେରାଇଆଣିଲି ସେ ଚା କପ ଉପରକୁ । କିନ୍ତୁ ତାଙ୍କୁ ନ ଦେଖି ମନଟା ଟିକିଏ ଅବିଚଳିତ ମନେ ହେଲା । ସେ ଅପରିଚିତ ଝିଅ ପାଇଁ ମୋ ମନରେ ଏତେ ଅସ୍ଥିରତା ଅନ୍ୟମନସ୍କତାକୁ ମୁଁ ବୁଝି ପାରୁନଥିଲି । ସେ ଚା କପ ସାମନାରେ ମଧ୍ୟ ସେ ଝିଅର ଚେହେରା ମୋ ଆଖି ଆଗରେ ନାଚି ଉଠୁଥିଲା । ମୋ ମନର ଏତେ ଅନ୍ୟମନସ୍କତା ଏତେ ଅସ୍ଥିରତା ଭିତରେ ସେ ମୋ ହୃଦୟ ଭିତରେ ଗଢି ଦେଇ ଥିଲା ତା ପ୍ରେମ ଚିତ୍ର । ମୁଁ ତାଙ୍କୁ ମୋ ଜୀବନ କାହାଣୀର ନାୟିକା କରି ସାରିଥିଲି । ମୋ ପ୍ରତିଟି କବିତାର ପ୍ରେମିକା କରି ସାରିଥିଲି। କିନ୍ତୁ ମୁଁ ଆଉ କିଛି ଭାବିବା ପୂର୍ବରୁ ଦୃଶ୍ୟ ବଦଳିଯାଇଥିଲା । ସେ ଝିଅ ମୋ ଆଡ଼କୁ ଆସୁଥିବାର ମୁଁ ଦେଖିଲି । କିଛି ବାଟ ଚାଲି ଆସି ସେ ସେହି ଚା ଦୋକାନ ପାଖରେ ଆସି ଠିଆ ହୋଇଗଲା ଓ କହିଲା-ଭାଇ ସେ ବିସ୍କୁଟଟା ଦେବେ। ବିସ୍କୁଟ ନେବା ପରେ ସେ ଝିଅ ନିରବରେ କିଛି ସମୟ ମତେ ଚାହିଁ ରହିଲା ।  ମୁଁ ଜାଣି ବୁଝି ମୋ ଚା ପିଇବାରେ ଲାଗିଲି।କିନ୍ତୁ କିଛି ସମୟ ଚାହିଁବା ପରେ ସେ ଝିଅର ମୁଂହରୁ ମୋ ପାଇଁ ଏ କଥା ବାହାରିଲା- ତୁମେ....... କଣ୍ଠ ସ୍ୱର ତାର ଖୁବ୍ ଆକର୍ଷଣୀୟ । ତାଙ୍କର ଏହି ତୁମେ କଥା ପଦକ ମୋ ହୃଦୟକୁ ଛୁଇଁଯାଇଥିଲା । ମଧୁର ଉନ୍ମାଦରେ ବିଭୋର ହୋଇ ପଡ଼ିଥିଲି ମୁଁ । ପ୍ରଥମ ଦେଖାରେ ତମେ କରିଦେଇ ଥାଏ ସେ ମତେ । କିନ୍ତୁ କେଜାଣି କାହିଁକି ଅନ୍ୟମାନଙ୍କ ତମେ ଡାକିବା ଅପେକ୍ଷା ତାର ତମେ ଡାକରେ ମନରେ ଅାତ୍ମୀୟତା ଭାରି ଦେଉଥିଲା । ତାଙ୍କର ଏହି ପଦେ କଥା ମୋ ମନରେ ବହୁତ ପ୍ରଶ୍ନ ଆଣିନେଇଥିଲା । ମୁଁ ତାଙ୍କ ଆଡେ ଚାହିଁଲି।ସେ ଝିଅ ପୁଣି କହିଲା- ତୁମେ......ଆଲୋକ ନା ?? ସେ ଅଚିହ୍ନା ମୁଂହରୁ ମୋ ନାମ ଶୁଣିବା ପରେ ମୋ ମନରେ ତାଙ୍କର ଏହି ପଦେ କଥା ମୋ ମନରେ ବହୁତ ପ୍ରଶ୍ନ ଆଣିଦେଇଥିଲା।ମୁଁ ବିଶ୍ୱାସ କରି ପାରୁନଥିଲି ଯେ ସେ ଝିଅ ମୋ କଥା ଜାଣିଚି । ସେ ମୋ ନାମ ଜାଣିଥିବାର ଦେଖି ମୋ ମନରେ ଯେତିକି ଖୁସି ଲାଗିଲା ତା ଠାରୁ ଅଧିକ ପ୍ରଶ୍ନ ମୋ ମନରେ ଲେଖିଦେଇଥିଲା । ମୁଁ ତାଙ୍କ ସାମ୍ନାରେ ଆସି ଠିଆହୋଇଗଲି।ସେ କଣ କହିବେ ଏ କଥା ପ୍ରତି ମୁହୂର୍ତ୍ତରେ ମନରେ ଘାରୁ ଥାଏ ।  ମୁଁ ଗୋଟିଏ ପ୍ରଶ୍ନବାଚୀ ମୂର୍ତ୍ତି ହୋଇ ସେ ଝିଅ ସାମନରେ ଠିଆ ହୋଇ ଥାଏ। ସେ ଝିଅ କହିଲା-ତୁମେ ଆଲୋକ ନା ମୁଁ ତୁମ ଗପ ଆମ କଲେଜ magazineରେ ପଢ଼ିଥିଲି । ବହୁତ ଭଲ ଗପ ଲେଖିଛ ତୁମେ । ମତେ ତୁମ ଦୁଇଟି ଯାକ ଗପ ବହୁତ ଭଲ ଲାଗିଲା ତାଙ୍କ ମୁଂହରୁ ଏ କଥା ଶୁଣି ମତେ ବହୁତ ଖୁସି ଲାଗିଲା ।ମୋ ମନର ସବୁ ଦ୍ୱନ୍ଦ୍ୱ ଦୁର ହୋଇଗଲା।ମୁଁ ଟିକିଏ ହସି ଦେଇ କହିଲି -thank you କିନ୍ତୁ ମୋ thank you ସରିବା ପୂର୍ବରୁ ତା ମୁଁ ହଠାତ୍ ଏ କଥାଟା ଆସିଲା-କିନ୍ତୁ?? ତାଙ୍କ ର ଏହି "କିନ୍ତୁ" ବାକ୍ୟ ପୁଣି ଥରେ ମୋ ମନରେ ଦ୍ୱନ୍ଦ୍ୱର ପ୍ରଶ୍ନ ଆଙ୍କିଦେଲା । ମୁଁ କିଛି କହିବା ପୂର୍ବରୁ ସେ କହିଲେ-ଆପଣ କାହିଁକି ସବୁବେଳେ ଭୂତ ପ୍ରେତ , ଦୁଃଖ ଓ ଯନ୍ତ୍ରଣା କାହାଣୀ ଲିଖନ୍ତି । ସବୁ ବେଳେ ଗପର ସେ ଶେଷରେ ନିଜର ନାୟକ ନାୟିକାକୁ ଅଲଗା କରି ଦିଅନ୍ତି । ତୁମେ କଣ ସୁଖର ସୃଷ୍ଟି କରିପାରିବେନି । ତୁମେ କଣ ଗପର ଶେଷରେ ତୁମ ନାୟିକ ନାୟିକା ଏକାଠି ମିଳାଇ ପାରିବନି। ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲି- ମୁଁ ଭୂତ ପ୍ରେତ ,ଦୁଃଖ ଯନ୍ତ୍ରଣାର କାହାଣୀ ଲେଖିବାକୁ ବହୁତ ଭଲ ପାଏ । ସେଥି ପାଇଁ ଏ ସବୁ ଲେଖି ଥାଏ । କାରଣ ଜୀବନରେ ମୁଁ କେବଳ ଏହି ଦୁଃଖକୁ ହିଁ ଦେଖିଚି । ସୁଖ କେତେ ବେଳେ ଆସି କୁଣିଆ ପରି ଦେଖା ଦେଇ ଚାଲିଯାଏ ତା ଜାଣି ହୁଏନା । ସୁଖର ପ୍ରେରଣା ମତେ କିଏ ଦେବ। ସେ ଝିଅ ମୋ କଥା ଶୁଣି ଟିକିଏ ମୁରୁକି ହସି ଦେଇ କହିଲା -ହେଉ ଠିକ ଅଛି ମୁଁ ତୁମ ଜୀବନରେ ଖୁସି ଆଣିଦେବି ଆଜି ଠାରୁ ଆମେ ଦୁଇ ଜଣ ଫ୍ରେଣ୍ଡ। ମୁଁ ତୁମ ଗପ ଲେଖିବାରେ ସହାୟ କରିବି ଆଉ ତୁମେ କେବେ ବି ତୁମ ନାୟକ ନାୟିକାକୁ ଶେଷରେ ଅଲଗା କରିବନି ପ୍ଲିଜ଼ । ଏହା ତୁମ କଲେଜର ଶେଷ ବର୍ଷ ତେଣୁ କଲେଜରୁ ଯିବା ପୂର୍ବରୁ ତୁମେ ଦୁଇ ଜଣ ପ୍ରେମିକକୁ ମିଳାଇ ଦେଇ ଯାଅ ଭଲ ହେବ । ଏତିକି କହିଛି ସେ ହାତରେ ପିନ୍ଧିଥିବା ଘଡିକୁ ଦେଖି କହିଲେ -ଆଲୋକ ମୋ ଡେରି ହୋଉଗଲାଣି ମୁଁ କଲେଜ ଯାଉଛି ତୁମେ କଲେଜ ଆସିଲେ ନିଶ୍ଚୟ ଦେଖାହେବ। ଏତିକି କହିବା ପରେ ସେ ଚାଲିଗଲା । ସେ ବସ ଷ୍ଟାଣ୍ଡର ଲୋକ ମାନଙ୍କ ଭିତରେ କେଉଁଠି ହଜି ଗଲା ତାହା ମୁଁ ଜାଣି ପାରିନଥିଲି। କିନ୍ତୁ ତାଙ୍କର ଏହି ପ୍ରଥମ ଦେଖାକୁ ମୁଁ ଆଜି ଯାଏ ମନେ ରଖିଛି ଆଉ ଆଗକୁ ମଧ୍ୟ ମନେ ରଖି ଥିବି। ଏତିକି ଭାବିଛି ସେ ଚା ଦୋକାନୀ ଚା ଦେଲା ମୁଁ ତାଙ୍କୁ ପଇସା ଦେଇ ନିଜ ଘରକୁ ଫେରିଗଲି।


Rate this content
Log in

More oriya story from Alok Behera

Similar oriya story from Inspirational