Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦାନବୀର ସେଠ୍‌
ଦାନବୀର ସେଠ୍‌
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

2 Minutes   7.3K    8


Content Ranking

ନଗେନ୍ଦ୍ର ନାଥ ପଟ୍ଟନାୟକ

ବହୁ ଦିନ ତଳର କଥା । କୋଲକତା ସହରରେ ଜଣେ ସେଠ୍‌ ରହୁଥିଲେ । ସେ ଭାରି କଞ୍ଜୁସ୍‌ । ଦାନ ଧର୍ମ କରିବା ତ ଦୂର କଥା ନିଜ ଖିଆପିଆ ଓ ଲୁଗାପଟାରେ ବି ସେ ଖର୍ଚ୍ଚ କରିବାକୁ କୁନ୍ଥୁକୁନ୍ଥୁ ହେଉଥିଲେ । ହେଲେ ସତ୍‌ସଙ୍ଗ କଥା ଜାଣିବାରେ ତାଙ୍କର ଭାରି ସଉକ । ସହରରେ ଭାଗବତ କଥା ଚାଲୁଥିବାବେଳେ ସେ ନିଜର ପୁରୁଣା କୋତରା ଲୁଗା ପିନ୍ଧି ପ୍ରବଚନ ଶୁଣିବାକୁ ଯାନ୍ତି । ସବା ଶେଷ ଧାଡିରେ ଚକାମାରି ବସିପଡନ୍ତି , ଠିକ୍‌ ଜୋତା ରହିଥିବା ଜାଗା କଡରେ ।

ସେଦିନ ଥାଏ ପୂର୍ଣ୍ଣାହୂତି ଦିନ । ସେଠ୍‌ ପୁରୁଣା ମଇଲା ଲୁଗାରେ ରୂପାର ଗୋଟିଏ ମୁଦ୍ରା ଶକ୍ତ ଭାବେ ଗୁଡେଇ ବାନ୍ଧି ଦେଲେ । ଆଉ ସେଟାକୁ ସେଠିକି ନେଇକି ଗଲେ । ସେ ଦିନ ଯେଉଁ ସବୁ ଭକ୍ତ ସେଠାକୁ ଯାଉଥିଲେ କିଛିନା କିଛି ଦାନ ଦକ୍ଷିଣା ସେଠି ଦେଇ ଯେଝା ଯେଝା ଘରକୁ ବାହୁଡି ଆସୁଥିଲେ । ଶେଷରେ ପାଳି ପଡିଲା କଞ୍ଜୁସ୍‌ ସେଠ୍‌ଙ୍କ । ସେ ସେଇ ରୁପା ମୁଦ୍ରାକୁ ପୂଜା ଥାଳିରେ ପକେଇ ଦେଇ ସେଠୁ ପଦାକୁ ବାହାରିବାକୁ ବସିଛନ୍ତି ପୂଜକ ବଡ ପାଟିରେ ଡାକିଲେ- ‘ସେଠ୍‌ଜୀ ଶୀଘ୍ର ଆସି ଏଠି ବସି ପ୍ରସାଦ ସେବନ କରନ୍ତୁ । ସେଠୁ ସେଠ୍‌ କହିଲା- ‘ମୁଁ ତ ନିଇତି ପଛରେ ବସୁଥିଲି । ଏଠି ବସିବାକୁ ଆପଣ ତ ମତେ ଜମା କହିନଥିଲେ । ଆଜି ଟଙ୍କା ଦେଖି ମତେ ପଚାରୁଛନ୍ତି । ବ୍ରାହ୍ମଣ ପୂଜକ ଉତ୍ତର ଦେଲେ- ‘ସେଠ୍‌ଜୀ ଟଙ୍କା ତ ଆପଣଙ୍କ ପାଖରେ ଆଗରୁ ଥିଲା । ଇଏ ଟଙ୍କା ତ ନୁହେଁ , ତ୍ୟାଗ ପାଇଁ ସମ୍ମାନ । ଏଥର ସେଠ୍‌ଜୀ ପୂଜକଙ୍କ କଥାକୁ ବେଶ୍‌ ବୁଝିପାରିଲେ ।

କୂଅରେ ମାଟି ତଳ ଝରରୁ ପାଣି ବାହାରେ । କିନ୍ତୁ ପାଣି ଯଦି ନ ବାହାରେ , ତା’ହେଲେ ତାହା ପଚି ସଢିଯାଏ , ଦୁର୍ଗନ୍ଧ ହୋଇଯାଏ । ଏଥିପାଇଁ କୁହାଯାଏ , କୂଅରୁ ପାଣି ନ ବାହାରିଲେ ଜାଣିବାକୁ ହେବ ଯେ , ପାଣି ସବୁ ପଚି ସଢିଯାଇଛି । କୋଲକତାର ଏହି ସେଠ୍‌ ହେଉଛନ୍ତି ସୋହନଲାଲଜୀ ଦୁଗଡ । ଦାନବୀର ନାମରେ ତାଙ୍କୁ ସ୍ମରଣ କରାଯାଏ । ଯୋଉ ଧନ ସେ ଉପାର୍ଜନ କରୁଥିଲେ ତାକୁ ସେ ସତ୍‌କର୍ମରେ ଖର୍ଚ୍ଚ କରୁଥିଲେ । ନିଜ ପାଇଁ ଘର ଖଣ୍ଡିଏ ବି ତୋଳିନଥିଲେ । ଦାନ ଟଙ୍କାକୁ ସେ କାହାକୁ ଉଧାର ବି ଦେଉନଥିଲେ । ତେଣୁ ତାଙ୍କୁ ସମସ୍ତେ ଦାନବୀର ବୋଲି ସମ୍ମାନର ସହିତ ସମ୍ବୋଧନ କରୁଥିଲେ ।

କୋଲକତା ସେଠ୍‌ ସତ୍‌ସଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..