Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumari Sagarika None

Inspirational

3  

Kumari Sagarika None

Inspirational

କାର୍ଡ୍

କାର୍ଡ୍

1 min
7.2K



ଅନେକ ଦିନ ପରେ ପ୍ରଭା ସହିତ ଦେଖା ହେଲା l ସ୍କୁଲ୍ ପଢା ବେଳର ସାଙ୍ଗ l ଧନୀ ଘରର ଝିଅ ହେଲେ ବି ମନରେ ଟିକିଏ ବି ଗର୍ବ ନାହିଁ l ନୂଆ ବର୍ଷ ଆସିଲେ ସେ ଶହ ଶହ ଟଙ୍କା କାର୍ଡ୍ ଓ ଉପହାର ପାଇଁ ଖର୍ଚ୍ଚ କରେ l କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଆଜି ନୂଆ ବର୍ଷ ପାଇଁ କିଛି କିଣୁ ନାହିଁ l ମୁଁ ତା’କୁ କହିଲି, ଚାଲ୍ ନୂଆ ବର୍ଷ ପାଇଁ କାର୍ଡ୍ କିଣିବା l କିନ୍ତୁ ସେ ବାରଣ କରି ତା’ ଶପଥ ବିଷୟରେ ଜଣାଇଲା l

: ମହାବାତ୍ୟା ବିଷୟ ତୋ’ର ମନେ ଥିବ l ବାତ୍ୟା ପରେ କଲେଜ୍ ଖୋଲିଲା l କଲେଜ୍ ବସର ସାଇଡ୍ ସିଟରେ ମୁଁ ବସିଥାଏ l ହଠାତ୍ ଗୋଟିଏ ମାଟି ଘର ଉପରେ ଆଖି ପଡିଗଲା l ଘରଟି ପୁରା ପୁରି ଭାଙ୍ଗି ଯାଇଥାଏ ବାତ୍ୟାରେ l ଦୁଇଟି ଛୁଆ ଓଦା ସରସର ହୋଇ ମାଟି ବୋହୁଛନ୍ତି l ମାଆ ମଧ୍ୟ ଘର ଛପର କରିବାରେ ଲାଗିଛି, ଯଦିଓ ସେ ସନ୍ତାନ ସମ୍ଭବା l ମୋ ଆଖିକୁ ଲୁହ ଆସିଗଲା, ଏହି ଦୃଶ୍ୟ ଦେଖି l କଲେଜରେ ପହଞ୍ଚିବା ପରେ, ମାଡାମ୍ କହିଲେ, ବାତ୍ୟା ପ୍ରପୀଡିତଙ୍କ ପାଇଁ ନିଜ ଇଚ୍ଛାରେ ପାଞ୍ଚ ଟଙ୍କା କିମ୍ବା ଦଶ ଟଙ୍କା ଦେବା ପାଇଁ l ସାଙ୍ଗର ଜନ୍ମଦିନ ସକାସେ କାର୍ଡ୍ କିଣିବା ପାଇଁ ପଚାଶ ଟଙ୍କା ଥିଲା ମୋ ପାଖରେ l ତା’କୁ ପକେଇ ଦେଲି ସେ ହୁଣ୍ଡିରେ l ସେହିଦିନ ଠାରୁ ସେ କାର୍ଡ୍ କିଣିବା ଛାଡି ଦେଇଛି ଓ ତା’କୁ ଏମିତି କିଛି କାମରେ ବିନିଯୋଗ କରୁଛି l କହିଲା ପ୍ରଭା l

ପ୍ରଭା ପାଇଁ ଆଜି ମୁଁ ଗର୍ବ ଅନୁଭବ କରୁଛି l


Rate this content
Log in

Similar oriya story from Inspirational