Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abinash Das

Others

2  

Abinash Das

Others

ଫେକ୍ ଆଇଡି

ଫେକ୍ ଆଇଡି

2 mins
7.7K


ବୋଧହୁଏ ଆଦ୍ୟାଶା ଜାଣି ସାରିଥିଲା ଯେ ସେ ଖୋଲିଥିବା ଫେକ୍ ଆଇଡିକୁ ଅମରଜିତ୍ ଭଲ ଭାବେ ଜାଣି ସାରିଛି । ତଥାପି ସବୁ ନଜାଣିବା ପରି ଚାଟିଂ ପୁଣି ମଝିରେ ମଝିରେ ଜାଣି ସାରିବାର ଆଭାଷ ଦେଉଥାଏ ଅମରଜିତ୍ ।

ସକାଳ ୯ ଟା । କିଛି ଗୁଣୁ ଗୁଣୁ ହୋଇ ଅମରଜିତ୍ ମୋବାଇଲ୍ ଧରି ବେଡ୍ ଉପରକୁ ଗଲା । ମେସେଞ୍ଜର ଖୋଲୁ ଖୋଲୁ ଦେଖିଲା ଗୋଟେ ମେସେଜ୍ ରିକ୍ୟୁଏଷ୍ଟ...

ଆଜିକାଲି ଏମିତି ବେକାର୍ ମେସେଜ୍ କରି ଲୋକଙ୍କୁ ହଇରାଣ ହରକତ କରିବା ଏକ ଅଭ୍ୟାସରେ ପଡିଗଲେଣି କିଛି ଲୋକ... ସକାଳ ହେଲେ ଗୁଡ୍ ମର୍ଣ୍ଣିଂ ଆଉ ଗୁଡ୍ ନାଇଟ୍ ... ହଉ ଦେଖିବା ମେସେଜ୍ କ'ଣ ଆସିଛି...

- ହେଲୋ! ତୋତେ ବି ସେ ଛାଡି ଚାଲିଗଲା ନା ! କେମିତି ଲାଗୁଛି ଏବେ ?

ମେସେଜ୍ ରିକ୍ୟୁଏଷ୍ଟକୁ ଆସେପ୍ଟ୍ କଲା ଅମରଜିତ୍ । କିଛି ସମୟ ରହିଗଲା ... ଏଇ ୧୨ କି ୧୫ ଦିନ ହେବ ତାଙ୍କର ବ୍ରେକ୍ ଅଫ୍ ... ଭୟ ପୁଣି ପ୍ୟାଚ୍ ଅଫ୍ ହେବ କି ?

-କିଏ ତମେ?

- ରଞ୍ଜନ

- ଓ... ତମେ କେମିତି ଜାଣିଲ ତାକୁ?

- ସେ ମୋ ସହ ବି କଥା ହେଉଥିଲା; ଏଇ ତିନି ଚାରି ମାସ ଆଗରୁ ... ମୋ ପରେ ତୁମକୁ ସେ ଭଲ ପାଇବାର ଛଳନା କରି ଚାଟିଂ କଲା...

ଓ... ଏଇଟା ତେବେ ଫେକ୍... ସେ ତ ମୋ ସହ ବର୍ଷଟିଏ ହେଲାଣି ସମ୍ପର୍କରେ ଅଛି, ଅମରଜିତ୍ ଭାବିଲା...

- ତମେ ତାର କଉ ଆଇଡିରେ କଥା ହେଉଥିଲ?

- ପ୍ରିୟା ଅଭୀପ୍‌ସା

- ଓ! ସେଇଟା ତ ମୁଁ ଚଲାଏ….

ଧରା ପଡିଗଲା ! କାରଣ ଆଦ୍ୟାଶା ଆଉ ଅମରଜିତ୍ ର ଭଲପାଇବା ଏତେ ଗଭୀର ଥିଲା ଯେ ଦୁହେଁ ଦୁହିଁଙ୍କ ଆଇଡି ଚଲାନ୍ତି । ସେ ତ ଏଇ ଦୁଇ ମାସ ଆଗରୁ ସେମିତି କାହା ସହ ବି କଥା ହେଇନି ।

ହେଲେ ସେ ରଞ୍ଜନ ଆଇଡିରୁ ଆଦ୍ୟଶା ନିଜେ ନିଜର ଚରିତ୍ରକୁ ଖରାପ ବୋଲି ଅମରଜିତ୍ କୁ କହୁଛି । ନିଜକୁ ନିଜେ ଚରିତ୍ରହୀନା ବୋଲି ସଜେଇଦେଉଛି । ଭୁଲ୍ ବସତ ସେ ଭାବୁଛି ଏପରି କଲେ ଅମରଜିତ୍ ତାକୁ ଭଲ ପାଇବନି । ସେ ତାକୁ ଘୃଣା କରିବ । ହେଲେ ଅମରଜିତ୍ ଭଲ ଭାବେ ଜାଣି ସାରିଛି ... ତାର ଚାଟିଂ କରିବା ଷ୍ଟାଇଲ୍ ଆଦ୍ୟାଶା ପରି ଲାଗୁଛି । ଆଦ୍ୟାଶା ଅନଲାଇନ୍ ଆସୁଥିବା ସମୟ ମାନେ ସକାଳ ୯, ଦିନ ୧୨ ପୁଣି ସନ୍ଧ୍ୟା ୫ ଆଉ ରାତି ୯ ... ସେଇ ଏକା ସମୟରେ ହିଁ ସେ ଅନଲାଇନ୍....

ବ୍ରେକ୍ ଅଫ୍ ପରେ ସବୁ ଏମିତି ଗୋଟେ ଗୋଟେ ଫେକ୍ ଆଇଡି ଖୋଲି ନିଜ ସମ୍ପର୍କର ଖିଆଲ୍ ରଖିବାରେ ସବୁ ପ୍ରେମୀଯୁଗୋଳ ଓସ୍ତାତ୍ ...

ସେ ଯାହାବି ହେଉ ହେଲେ ଅମରଜିତ୍ ପଢୁଥିବା ଗୋଟେ ବହିରେ ଲେଖାଥିଲା - Human relationship are a funny thing. if you look at any relationship that human beings hold with each other, it means a lot to people- most people could not live without it- but at the same time, most relationships bring more pain than joy, more entanglement than freedom, more acrimony than love. it is for a few moments of rapport and oneness which people share, that they are willing to sacrifice their whole life. those few moments are so precious to them.


Rate this content
Log in