Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସଂଘର୍ଷର ଶେଷ ଦିନ
ସଂଘର୍ଷର ଶେଷ ଦିନ
★★★★★

© Ranjit Sahu

Tragedy

5 Minutes   267    37


Content Ranking

ମ୍ୟାଟିନୀ ଶୋ ରବିବାର, କେଶରୀ ଟାକିଜ I 


"ମୋର ସେମିତି କିଛି ଅସୁବିଧା ନାହିଁ, କିନ୍ତୁ ଏବେ ମଧ୍ୟ ମନରେ ଚାଲିଛି ସଂଘର୍ଷଟିଏ," ମନୋଜ ଉତ୍ତର ଦେଲା ଶ୍ରୀୟାକୁ," ଶରୀରର ସଂଘର୍ଷଠାରୁ ମାନସିକ ସଂଘର୍ଷଟି ଅଧିକ କଠିନ ଯେ କୌଣସି ଦିନ, ଶରୀରଟା ରାତିରେ ବିଶ୍ରାମ ପାଏ ଯାହା ହେଲେ ମଧ୍ୟ କିଛି ସମୟ ପାଇଁ କିନ୍ତୁ ମନଟା ତ ସବୁ ବେଳେ ସଂଘର୍ଷରତ, କେବେ ସତ୍ୟତାକୁ ନେଇ ଆଉ କେବେ ସ୍ୱପ୍ନକୁ ନେଇ!" 

"ହଁ କିନ୍ତୁ ଅସୁବିଧା ଅଛି ମାନେ ସମାଧାନ  ନିଶ୍ଚୟ ଦରକାର, ତୁମେ ଭୁଲ କଲ, କେଶରୀ ଟକିଜରେ ଏହି ସିନେମା  ଦେଖି ଦେଖି ପପକର୍ଣ୍ଣ ଖାଇ ଖାଇ କିଏ କଣ ଶୁଣିଦେବ କାଳେ, ସେହି ସନ୍ଦେହ ଆଉ ଭୟ ରଖି ମନରେ, ଏ ବିଷୟରେ ଆଲୋଚନା କରାଯାଏ ପାରେନା, ଏହି ଫୁସ ଫୁସ କଣ୍ଠରେ," ଶ୍ରୀୟା କହିଲା I 

" କିନ୍ତୁ ବାହାର ଆଲୋକରେ ତୁମ ସହ ଆଖି ମିଶେଇ ତୁମକୁ ଏ ସବୁ କଥା କହିବାକୁ ସାହସ କେମିତ କରିବି ଶ୍ରୀୟା, ମୋ ଜୀବନର କିଛି ଭୁଲ ଆଉ କିଛି ଠିକ ଘଟଣାକୁ, କିଛି ଭୁଲ ଆଉ ପଶ୍ଚାତାପର  ମୁହୂର୍ତ୍ତକୁ କି ପରି ଭାବରେ ବର୍ଣନା କରିବି ତୁମକୁ? ଏମିତିରେ କମ ଲୋକ ଏଠି " କହିଲା ମନୋଜI 

" ସମସ୍ତେ କେବେ ନା  କେବେ ଭୁଲଟିଏ କରିଥାଆନ୍ତି ମନୋଜ I ମଣିଷ ଭୁଲ କରିବା ସ୍ଵାଭାବିକ I ମୋର ଏତେ ଘନିଷ୍ଠ ବନ୍ଧୁ ହୋଇ ତୁମେ ଏମିତି ଡରିଲେ ହେବ? ଚାଲ ବରଂ ଆଇ . ଜି. ପାର୍କରେ ବସିବା I ତୁମେ ଅନେକ ଦିନ ପରେ ଫେରିଛ ଓଡ଼ିଶାକୁ I ଏଠାର ପାଣି ପାଗ ସବୁ ବଦଳି  ସାରିଛି, ତୁମକୁ ନୂଆ ଲାଗିବ: ଭଲ ଆଉ ଖରାପ ଲାଗିବ I କିନ୍ତୁ ନିଶ୍ଚୟ ଭିନ୍ନ ଲାଗିବ I ଏମିତିରେ ବି ଏ ସିନେମା ମୋତେ ବୋର ଲାଗୁଛି ଆଉ ପନ୍ଦର ମିନିଟରେ ସରିଯିବ I ନଚେତ ଚାଲ ଏକାମ୍ର କାନନ ଯିବା I ବାଙ୍ଗାଲୋରର ଲାଲବାଗ ଠାରୁ କମ ନୁହଁ I ଏବେ ତୁମର ପସନ୍ଦର ସବୁ ପ୍ରକାର ଫୁଲ ସବୁ ମଧ୍ୟ ଫୁଟିଛି I " ଶ୍ରୀୟା କହିଲା ଏବଂ ମନୋଜ ଆଉ କିଛି କହିବା ଆଗରୁ ଉଠି ସାରିଥିଲା ତାହାର ସିଟରୁ I 


ଏକାମ୍ର କାନନ ସନ୍ଧ୍ୟା 5:30


"ଏମିତି ସବୁ ବେଳେ ଏହି ଫୁଲ ଭଳି ତୁମେ ହସୁଥାଅ I ଦେଖିଲ କେତେ ବଢିଆ ଲାଗୁଛି ଏହି ବାତାବରଣ I ଆଉ ଘଣ୍ଟାଟିରେ ପାର୍କ ବନ୍ଦ ହୋଇଯିବ I ଏମିତି ଚାଲୁଥିବା ନା କଣ? ଚାଲ ବସିବା ଏଠାରେ," କହୁ କହୁ ଶ୍ରୀୟା ବସିଗଲା ଗୋଟାଏ ଜାଗାରେ I ବାଧ୍ୟ ହୋଇକି ବସିଗଲା ମନୋଜ I 

"କୁହ କଣ କହୁଥିଲ," ଶ୍ରୀୟା କହିଲା  I 

"ତୁମେ ତ ଜାଣିଛ, ଆମ ଘରର ଆର୍ଥିକ ପରିସ୍ଥିତି I କୌଣସି ପ୍ରକାର ଏମ. ଏ. ସାରିକି ମୁଁ ବାହାରି ଗଲି କାମ କରିବାକୁ ବାହାରକୁ I କିନ୍ତୁ କାମ ମିଳିବା  କଣ ଏତେ ସହଜ ହୋଇଛି? ସେ ଦିଲ୍ଲୀରେ ଥିବା ଜଣେ ସାଙ୍ଗର  ସାହାଯ୍ୟରେ 

କୌଣସି ମତେ ଗୋଟିଏ ହୋଟେଲରେ ରିସେପସନିଷ୍ଟ କାମଟେ ମିଳିଗଲା I ଲାଗିଲା ଜୀବନଟା  ସରଳ ହୋଇଗଲା ଶେଷରେ I କିନ୍ତୁ ଧୀରେ ଧୀରେ ଜାଣିବାକୁ ପାଇଲି, ହୋଟେଲରେ ଅନେକ ବେଆଇନ କାମ ଚାଲିଛି I ହୋଟେଲଟି ଏକ ଆଧୁନିକ ଭେଟଘାଟର ସ୍ଥଳୀ: ଗ୍ରାହକ ଆଉ ନିଜକୁ ବିକୁଥିବା ଯୁବକ ଯୁବତୀ ମାନଙ୍କର I ଦିନେ  ମ୍ୟାନେଜରକୁ ଦେଖିଦେଲି ରାତ୍ରି ସମୟରେ ଏକ ସମ୍ବେଦନଶୀଳ ପରିସ୍ଥିତିରେ I ମ୍ୟାନେଜେର ମୋତେ ଧମକ ଦେବା ସାଥେ କିଛି ଟଙ୍କା  ଦେଇ ଵାହରିଯିବାକୁ କହିଲା I ତେଣୁ ବାଧ୍ୟ ହୋଇକି ସେଠାରୁ ବାହାରିବାର ନିଷ୍ପତି ନେଲି ଏବଂ ବାଙ୍ଗାଲୋର ଚାଲିଗଲି I ମ୍ୟାନେଜେର ପ୍ରାୟ ବର୍ଷକର ଦରମା ଦେଇଛି I ଆଉ ତିନି ଚାରି ମାସ ଚଳିଯିବି ବିନା ଅସୁବିଧାରେ, କିନ୍ତୁ ବାଙ୍ଗାଲୋରରେ ମୁଁ ଏବେ ମଧ୍ୟ ବେକାର ହୋଇ ବସିଛି I  ଘରେ ଏସବୁ କିଛି କୁହେ ନାହିଁ ମୁଁ I ଘର ଲୋକ ଟଙ୍କା  ପାଇ ଖୁସି ଅଛନ୍ତି I ମୋର ରହଣି ସହଣୀ  ଦେଖି ଭାବନ୍ତି ମୁଁ ଭଲ ଚାକିରୀ କରିଛି ," ମନୋଜ କହିଲା I 

"ଏଥିରେ ଏତେ ଲଜ୍ୟା କରିବାର କଣ ଅଛି? ଆଜି କାଲି କାହାର ଚାକିରୀ ସ୍ଥାୟୀ ନୁହଁ I ଆଜି ନ ହେଲେ କାଲି ଚାକିରୀ ମିଳିବ, ବ୍ୟସ୍ତ ହୁଅ ନାହିଁ, " ଶ୍ରୀୟା କହିଲା I 

"କିନ୍ତୁ  ଅସୁବିଧା ହେଲା  ଘରେ ମୋର ବାହାଘର ପାଇଁ ନିଷ୍ପତି ନେଇଁଛନ୍ତି ଓ ଝିଅ ଦେଖା ଆରମ୍ଭ ହୋଇଛି, ମୋତେ ସେଥି  ପାଇଁ ଏବେ ଡକା ଯାଇଛି," ମନୋଜ କହିଲା  I 

"କହି ଦିଅ ତୁମେ ଆଉ କିଛି ଦିନ କାମ କରିବା, ଥରେ   ସେଟଲଡ  ହେଇଗଲେ ବାହା  ହେବ,ଶ୍ରୀୟା କହିଲା I 

"ସେଇଟା ହିଁ ଅସୁବିଧା, ବାପା କହୁଛନ୍ତି ଏଠିକି ଫେରି ଆସେ, କୌଣସି କାମ କରିନେ, କିନ୍ତୁ ଘର  ପାଖରେ ରହ," ମନୋଜ କହିଲା I 

"ଠିକ ତ  କହୁଛନ୍ତି," ଶ୍ରୀୟା କହିଲା  I 

"ମୋର ଅସୁବିଧା ଅଛି ଶ୍ରୀୟା, ସେ ହୋଟେଲ ମାଲିକ ମୋ ବିଷୟରେ  ସବୁ ସୂଚନା  ରଖିଛି I ତାହାର ସନ୍ଦେହ ହୋଇଛି , ମୁଁ ତାହା ବିଷୟରେ ସବୁ ପର୍ଦ୍ଦା ଫାଶ କରିଦେବି," ମନୋଜ କହିଲା I ,

 " ତୁମେ ବେକାରରେ ଡ଼ରୁଛ I ସେମିତି କିଛି ହବନି I ହଉ ଚାଲ ମୋର ଡେରି ହେଲାଣି I କିଛି ଖାଇଦେବା ବରମୁଣ୍ଡାରେ ତା' ପରେ ମୁଁ ତୁମକୁ ବସରେ ଛାଡିକି  ଫେରିଯିବି ଘରକୁ, ଯଦି ହବ ଆଗାମୀ ରବିବାରରେ କଥା ହେବା I ତୁମେ ତ ଅଛ ଯେମିତି ହେଲେ ମଧ୍ୟ ଆଉ ପନ୍ଦର ଦିନ" ଶ୍ରୀୟା କହିଲା  I 

"କିନ୍ତୁ ମୁଁ ତୁମକୁ କିଛି ଦେଖେଇବାକୁ ଚାହୁଁଥିଲି ," ମନୋଜ କହିଲା I 

"ଚାଲ ମୋତେ ଭୋକ ଲାଗିଲାଣି I ଖାଉ ଖାଉ ସବୁ ଦେଖେଇବ ଯାହା ଦେଖେଇବା କଥା I ତୁମେ ଆର ସପ୍ତାହରେ ନଚେତ ଆସ ଆଉ ଥରେ I ବ୍ରହ୍ମପୁର ତ ତିନି ଘଣ୍ଟାର ବାଟ I ମୁଁ ବସ ଭଡା ଦେଇଦେବି ," ଶ୍ରୀୟା ହସିକି କହିଲା I 

 

ବରମୁଣ୍ଡା ବସଷ୍ଟାଣ୍ଡ ସନ୍ଧ୍ୟା  7:30


"ତୁମର ମନ ଅଛି ମୁଁ ଦିଲ୍ଲୀରେ ଥିଲା ବେଳେ ଦିନେ ହଠାତ ତୁମେ ମୋତେ ମୋ ହୋଟେଲରେ ଦେଖି ଚମକି ପଡ଼ିଥିଲ?" ମନୋଜ କହିଲା I 

"ନା  ମୁଁ ଚମକି  ପଡି ନଥିଲି, ସରପ୍ରାଇଜ଼ଡ଼ ହୋଇ ଯାଇଥିଲି ଖୁସିରେ," ଶ୍ରୀୟା କହିଲା, " କାରଣ ତୁମକୁ ଦୀର୍ଘ ଦୁଇ ବର୍ଷ ପରେ ଦେଖୁଥିଲି  I ତୁମେ କେବେ ନିଜର ଜବ ବିଷୟରେ କହି ନଥିଲା ଯଦିଓ ପ୍ରାୟ ସବୁ ଦିନେ ମୋ ସହିତ  ଚାଟ  କର, ସେଥି ପାଇଁ," ଶ୍ରୀୟା ଉତ୍ତର ଦେଲା  I 

"ସେ ଯାହା  ହେଉ, ସେ ହୋଟେଲର ମ୍ୟାନେଜର,ସବୁ ପ୍ରକାର ଅବୈଧ କାରବାରରେ ଲିପ୍ତ I ତୁମେ ସେଠିକି ଗଲା ବେଳେ ବୋଧହୁଏ ତାହାର ସିଫ୍ଟ ସରି ଯାଇଥିଲା I  ତୁମେ ସେଠିକି କେବେ ଯିବ ନାହିଁ ଭବିଷ୍ୟତରେ," ମନୋଜ କହିଲା ଆଉ ତାହାର ସେଲଫୋନରେ ଦେଖେଇବାକୁ ଲାଗିଲା ଅନେକ କିଛି I 

" ଆଉ କାହାକୁ ଦେଖେଇ ନାହଁ ତ?" ଶ୍ରୀୟା ପଚାରିଲା I 

" ନା ତୁମେ ମୋର ପିଲା ଦିନର ସାଙ୍ଗ ସେଥି ପାଇଁ ତୁମକୁ ଦେଖେଇଲି ଏ ସବୁ I  ଦିନେ ମ୍ୟାନେଜେର ହାତରେ ଦୈବାତ ପଡି ଯାଇଥିଲା ଏ ସେଲଫୋନ I ବୋଧେ କିଛି କିଛି ଦେଖିଛି ଏଥିରେ ଥିବ ଜିନିଷ ସବୁ, କିନ୍ତୁ ଏ ସବୁ ମୁଁ ସିକ୍ରେଟ  ଫୋଲଡ଼ରରେ ରଖିଥିଲି I କଣ ଦେଖିଲା କେଜାଣି, " ମନୋଜ କହିଲା I 

" ହଉ ଚାଲ, ମୋର ସମୟ ହୋଇ ଗଲାଣି," ଶ୍ରୀୟା କହିଲା, "ଏ ସବୁ ରଖିକି ମୁଣ୍ଡ ଖରାପ କରନି," ଶ୍ରୀୟା କହିଲା ଆଉ ଡିଲିଟ  କରିଦେଲା ସେଲଫୋନର ସିକ୍ରେଟ ଫୋଲଡ଼ର I 

" ଏଇଟା ହେଲା ତୁମର ସଂଘର୍ଷର ସମାଧାନ," ଶ୍ରୀୟା କହିଲା  I ମୋର ଯଦି ଏ ଯାଏଁ ବ୍ରହ୍ମପୁରରେ ଚାକିରୀ ଥାଆନ୍ତା , ତୁମକୁ ଏତେ ଦୂର ଆସିବାକୁ ପଡି ନଥାନ୍ତା କି ଏତେ ଦିନ ଜଗିବାକୁ ପଡି ନଥାନ୍ତା," ଶ୍ରୀୟା କହିଲା  I 

"କିନ୍ତୁ ଡିଲିଟ କଲ କାହିଁକି?" ମନୋଜ ପଚାରିଲା I 

"ତୁମର ଭଲ ପାଇଁ, ପିଲା ଦିନରୁ ଜାଣିଛି ତୁମକୁ," ଶ୍ରୀୟା କହିଲା ," ଆଉ ଏ ବିଷୟରେ ଆମେ କଥା ହେବାନି I ଅନ୍ୟ ବିଷୟରେ କଥା ହେବା I"   

 ମନୋଜ ବସ୍ ଚଢି ଯିବାର କିଛି ସମୟ ପରେ ଶ୍ରୀୟା ବାହାରିଗଲା ତାହାର ଘର ଅଭିମୁଖେ I 

ରାସ୍ତାରେ ଅଟକେଇଲା ନିଜର ସ୍କୁଟି I ସେଲ ଫୋନରେ କଲ କଲା I 

"ହଁ ସାର ଆପଣଙ୍କ ସନ୍ଦେହ ଠିକ ଥିଲା I କିନ୍ତୁ ଆପଣଙ୍କର ଆଉ ମୋର ଫୋଟୋ କିଛି ନଥିଲା ସେଥିରେ ଯେମିତି ଆପଣ କହିଥିଲେ ମୋତେ I ମୁଁ ସବୁ ଫାଇଲ ଡିଲିଟ କରି ଦେଇଛି I କାଲି ସନ୍ଧ୍ୟା ସୁଦ୍ଧା ସିଏ ବି ଡିଲିଟ ହେଇଯିବ, ଆପଣ କହିବା ଅନୁସାରେ ଦୁଇଟି ବଟିକା ମିଶେଇଦେଇଛି ତାହାର କଫିରେ I ଆର ଥରକୁ ଦିଲ୍ଲୀ ଆସିଲେ ସବୁ କହିବି I"  


ବ୍ରହ୍ମପୁର ରାତି 11:45 PM 


ଖୋର୍ଦ୍ଧା ରୋଡରୁ ମୁଣ୍ଡଟା ବୁଲେଇଲା ଭଳିଆ ମନେଉଥି ମନୋଜର I ପାଖ ଯାତ୍ରୀଙ୍କୁ କହି ଝରକା ସାଇଡ଼ରେ ବସିଗଲା I ବ୍ରହ୍ମପୁର ଯାଏଁ ବାନ୍ତି ହୋଇ ଚାଲିଥିଲା ଏଥର କେମିତି  କେଜାଣି I ଘରେ ପହଁଚିଲା ବେଳକୁ ବହୁତ  ଦୁର୍ବଳ  ଲାଗୁଥିଲା I ବୋଉ ଆଣି ପାଣି ଦେଲା ପିଇଦେଇ ବସିଗଲା ମନୋଜ I 

ମନୋଜର ଆଖି ଆଗରେ ଅନ୍ଧାର ଘନୀଭୂତ ହେବାକୁ ଲାଗିଥିଲା I 

ବଟିକା ସମାଧାନ ଘନୀଭୂତ

Rate the content


Originality
Flow
Language
Cover design

Comments

Post

Some text some message..