Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karisma Dash

Tragedy

2.1  

Karisma Dash

Tragedy

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

5 mins
1.8K


"ସ୍କୁଲ ବାରଣ୍ଡାରେ ଠିଆ ହେଇ ମୁରୁକି ହସୁଥାଏ ସୀମା ଆଉ ତାକୁ କଣେଇ ଚାହୁଁଥାଏ ସମୀର । ଦୁଇ ଜଣ କିଶୋର ଭାବନାରେ ମୋହିଯାନ୍ତି ଆଉ ଭାବନ୍ତି କେତେ କଣ ଭବିଷ୍ୟତକୁ ନେଇ । ବର୍ଷ ଆଉ ଖରାର ଲୁଚା ଛପା ଖେଳ ସହ ଚାଲିଥାଏ 2ଟି ମନର ଲୁଚା ଛପା ଭାବନା । କେତେ କଣ ଉଙ୍କିମାରୁଥାଏ । ପାଟି ତା ସିନା କିଛି କହିପାରୁନଥାଏ ହେଲେ ମନରେ କେତେ କଣ ହେଇଯାଉ ଥାଏ । ତା ମଝିରେ ସ୍କୁଲର ସେ ଖେଳାଛୁଟି ଘଣ୍ଟା ତା ତାଙ୍କ ମନକୁ ଅନ୍ୟମନସ୍କ କରିଦେଲା । ସୀମା ଆସିଥାଏ ସୁଦୂର ଦିଲ୍ଲୀରୁ ଗାଁକୁ। ବାପାଙ୍କ ବଦଳି ହେଇଯାଇଛି । ପରିବାର ଗାଁକୁ ଚାଲିଆସିଯାନ୍ତି ଆଉ ତାର ଆଡ଼ମିଶମ ବି ହେଇସାରିଛି ସ୍କୁଲରେ । ଦେଖିବାକୁ ଡୌଲ ଡାଉଲ ଚେହରା , ବାଳ କଂରିଆ ମୋଡି ହେଇ ପିଚା ଯାଏଁ ଲମ୍ବିଛି । ସମୀର ସହ ଓରଥମ ଦେଖା ତାର ସ୍କୁଲରେ । ସମୀର ସାଧାରଣ ପିଲାଟିଏ ଦେଖିବାକୁ ବି ସାଧାରଣ ସାମାନ୍ୟ ଚେହେରା ବିଶିଷ୍ଟ ଆଉ ଭାରି ଶାନ୍ତ ପିଲାଟିଏ ଯାହାକୁ ସ୍କୁଲର ସଭିଏଁ ଭାରି ଭଲ ପାଆନ୍ତି । କିଏ ଜାଣିଥିଲା ବାର ବର୍ଷର କିଶୋର ଅବୁଝା ମନରେ ଏକ ଏମିତି ଅନୁଭବ ଆସିବ ଯାହାର ଅର୍ଥ ବି ସେମାନେ ଜାଣିନଥିବେ ।ସମୀର ଯେବେବି ଦେଖେ ସୀମାକୁ ବହୁତ ଖୁସୀ ହୁଏ କଥା ହେବାର ବାହାନା ଖୋଜିଥାଏ ,ଖେଳାଛୁଟିରେ ଅପେକ୍ଷା କରିଥାଏ ତା ସହ କଥା ହେବାପାଇଁ । ଏମିତି ଗୋଟେ ଦିନ ଥିଲା ସରସ୍ବତୀ ପୂଜା ପୂର୍ବ ଦିନ ସଫା ଚାଲିଥେ ସ୍କୁଲରେ । ଏବଂ ସମୀର ଖୋଜୁଥାଏ ସୀମାକୁ ତା ମନର କଥା କହିବାର ଗୋଟେ ସୁଯୋଗ । ବହୁତ ଚେଷ୍ଟା କଲା କହିପାରିଲାଣି । ସୀମାର ବେଷ୍ଟ ଫ୍ରେଣ୍ଡର ମାଧ୍ୟମରେ ଚିଠିଟିଏ ଲେଖିଲା ଆଉ ସବୁ ମନର କଥା କହିଦେଲା । ସୀମା ବି ମନେ ମନେ କିଛି ଅନୁଭବ କରୁଥିଲା ହେଲେ ବୁଝିପାରୁନଥିଲା କଣ, ମନେ ମନେ ସମୀରକୁ ସବୁ ଆଡେ ଖୋଜୁଥିଲା ହେଲେ ପ୍ରେମ କି ପାପ ଭାବି ମନାକରିଦେଲା । 2ଟା ମନ ଭାଙ୍ଗିଗଲା ,କଥା ବାର୍ତା ବି ଏକ ପ୍ରକାର ବନ୍ଦ ହେଇଗଲା । ଦଶମ ବୋର୍ଡ଼ ପରୀକ୍ଷାକୁ କିଛି ଦିନ ଥାଏ ସୀମା ଧୀରେ ଧୀରେ କଥା ହେଲା । ହେଲେ ଦଶମ ସାରିବାକୁ ବସିଥାଏ। ଦୁଇ ଜଣଙ୍କ ଲକ୍ଷ୍ୟ ଅଲଗା ଥାଏ , ମନ ବି ବହୁତ ଦୁଃଖ ଥାଏ ଦୁରେଇବାର ବ୍ୟଥା ଥାଏ । ଦଶମ ସରିଲା ସମୀର ଚାଲିଗଲା ଭୁବନେଶ୍ୱର ଆଉ ସୀମା କଲିକତା ଅଗଣାକୁ ପଢିବାକୁ। ସେ ଯୁଗରେ ନ ଥିଲା ମୋବାଇଲ ନ କୌଣସି ସାଧନ । ବାସ ଥିଲା ଦୁଇ ଜଣଙ୍କ ମନରେ ଅସୁମାରୀ ସ୍ବପ୍ନ ଆଉ ଭଲ ପାଇବା ଏହା ଜାଣିବା ସତ୍ୱେ ମିଶିବା ଅସମ୍ଭବ । ତ ଏଇ କଣ ଏଇ ପ୍ରେମର ଶେଷ ? ନା ଦେଖନ୍ତୁ ଆଗକୁ..... ।

କେହି କାହା ସହ ଯୋଗାଯୋଗରେ ନଥିଲେ । ହେଲେ ସବୁବେଳେ ସୀମା ଭଗବାନଙ୍କୁ ଡାକୁଥାଏ ସମୀର ସହ ଦେଖା କରିବାକୁ । ଚାହୁଁ ଚାହୁଁ 2 ବର୍ଷ ସରିଗଲା । ସୀମାର ଫୋନ ଆସିଯାଇଥାଏ । ହଟାତ ରିଂ ରିଂ । ସୀମା କହିଲେ ହେଲୋ ସେପାରୁ ଗୋଟେ ସ୍ୱର ଆସିଲା ସୀମା ମୁଁ ସମୀର । ସୀମାର ଖୁସି କହିଲେ ନ ସରେ । ବହୁତ ଖୁସି ଥିଲା ସେ । ମାସ ମାସ ଧରି ସେଇ ନମ୍ବରରେ ସମୀର ଭାବି କଥା ହେଲା ନିଜ ଅନୁଭୂତି କହିଲା । ହେଲେ ଦିନେ ହଟାତ ସେ ନମ୍ବରରୁ ସମୀର କହୁଥିବା ପିଲାଟି କହିଲା ମୁଁ ସମୀର ନୁହେଁ ମୁଁ ମିଚ୍ଛ କହୁଥିଲି । ସୀମାର ମନଟା ଭାଙ୍ଗିଗଲା ଯାହାକୁ ସମୀର ଭାବି ସେ ଏତେ ଭଲ ପାଇଯାଇଥଲ ସେ ସମୀର ନ ଥିଲା । ସେ ବଡ କଷ୍ଟରେ ସମୀରର ଠିକଣା ଆଣି ତାକୁ ଯୋଗା ଯୋଗ କଲା ଏବଂ ଏବେ ତ ପାଖରେ ଥିଲା ଅସଲ ସମୀର । ଦୁହେଁ ବହତ କଥା ହେଲେ ଭବିଷ୍ୟତ ଲକ୍ଷ୍ୟ ଦୁହିଁଙ୍କର ଅଲଗା ଅଲଗା ଥିଲା । ହେଲେ ଭାଗ୍ୟ ଆଣି ତାଙ୍କୁ ଏକାଠି ବିଏସ ସି ରେଭେନ୍ସା ମହାବିଦ୍ୟାଳୟରେ ଆଣିଦେଲା । ଦୁହେଁ ଦୁହିଁଙ୍କୁ ଦୁଇ ବର୍ଷ ପରେ ଏକାଠି ପାଇଁ ବହୁତ ଖୁସି ହେଲେ ସେଇ ବନ୍ଧୁତା ପ୍ରେମରେ ରୂପ ନେଲା । 3 ବର୍ଷ ଖୁସିରେ କଟିଗଲା ଝଗଡା ଅଭିମାନ ଭିତରେ । ହେଲେ ସମୀର ହଟାତ ରାଗି କେଆର ଲେସ ଇତ୍ୟାଦି ପରିବର୍ତ୍ତନ ହେଇଗଲା । ଭଲ ପାଉଥିଲା ହେଲେ କେବେ ସିରିଅସ ହେଇପାରିଲ।ନି । ଇତି ମଧ୍ୟରେ ସୀମା ଆସିଗଲା ବମ୍ବେକୁ ପିଜି କରିବାକୁ ଆଉ ସମୀର ଚାଲିଗଲା ହାଇଦିରାବାଦ କୋଚିଂଗ ନେବାକୁ । ପ୍ରେମ ପୂର୍ବ ପରି ଥାଏ । ହେଲେ ସୀମା ତା ଆଡୁ ଯେତେ ଚେଷ୍ଟା କରିଥିଲେ ଭଲ ପାଇବା ଟିକେ ପାଇବାକୁ ସମୀର ସେତେ କେଆର ଲେସ ହେଇଯାଉଥିଲା । ଇତି ମଧ୍ୟରେ ସୀମାର ବନ୍ଧୁତା ହେଇଥିଲା ଅନିଲ ସହ । ଓଡ଼ିଆ ପିଲା ଦେଖିବାକୁ ଖାସ ନୁହେଁ ହେଲେ ଝିଅର ମନ ଜିତିବା ଜାଣିଛି ମିଠା ମିଠା କଥା କହିବା ଜାଣିଥିଲା । ସିଏ ସୀମାର ପ୍ରତି ଦୁଃଖରେ ତାକୁ ହସାଉଥିଲା , ତାର ବହୁତ କେଆର ନେଉଥିଲା । ସୀମାର ମନରେ ଅନିଲ ପାଇଁ କେବେ ଗୋଟେ ନରମ କୋଣ ସୃଷ୍ଟି ହେଇଯାଇଥିଲା ସେ ବି ଜାଣିପାରିଲାଣି । ଯୋଉ ଝିଅ ସମୀରକୁ ଝୁରି କି କାନ୍ଦୁଥିଲା ସେଇ ଝିଅ ଏବେ ଖୁସି । ତାକୁ ଅନିଲ ସହ ମିଶିବା ସମୟ ବିତେଇବା ବହୁତ ଖୁସି ଲାଗୁଥିଲା । ହେଲେ ଏ କଣ ଜଣକୁ ଭଲ ପାଇ ଆଉଜଣକ ସହ ଏ ସବୁ କଣ । ସୀମା ପାଗଳ ପ୍ରାୟ ହେଇଯାଉଥିଲା ଏକା ଏକା କାନ୍ଦୁଥିଲା ତାକୁ ଦୋଷୀ ମନେ ହଉଥିଲା ସମୀରକୁ ଠକାଉଛି ଭଳି ଲାଗିଲା । ନା ମୁଁ ପାପ କରୁଛି ଧୋକା ଦଉଛି । କେତେ କଣ ଭାବି କି ସମୀରକୁ ଡାକି ସବୁ କହିଗଲା । ସମୀର ବ ନିଜ ଭୁଲ କ୍ଷମା କରି ତାକୁ ସେ ରାସ୍ତାରୁ ଆଣିବାକୁ ଚେଷ୍ଟା କଲା । ସୀମା ଅନିଲର ପ୍ରସ୍ତାବକୁ ପ୍ରତ୍ୟାଖାନ କରି ସମୀରକୁ ଆପଣେଇଲା । ହେଲେ ଏ କଣ ସବୁ ତା ଚରିତ୍ରକୁ ଲାଂଛନା କଲେ କେତେ କଣ କହିଲେ ବେଶ୍ୟା ସଜେଇଦେଲେ । ଖୋଦ ଅନିଲ ବି । ହେଲେ ବି ତା ପାଖରେ ଥାଏ ସମୀରର ହାତ । ଦୁହେଁ ଏକ ଅଲଗା ଜୀବନ ସୃଷ୍ଟି କରିବାକୁ ଚାହିଁଲେ । ହେଲେ ସେ ପୁରୁଣା ଅନିଲ କଥା ସମୀରକୁ ବାରମ୍ବାର ସୀମା ଉପରେ ବିଶ୍ୱାସ କରିବାକୁ ମନା କଲା । ସୀମାକୁ ବାରମ୍ବାର ନିର୍ଯାତନା ଦେଇ ତା ହାତ ଛାଡ଼ିଦେଇଗଲା ସମୀର ଆଜି ସୀମା ଏକା ପାଗଳ । ଓଭର ବ୍ରିଜରେ ବସିଛି ପାଗଳ ହେଇ । ସମୀର ଏକ ଖୁସି ବିବାହିତ ଜୀବନ ଯାପନ କରୁଛନ୍ତି । ଅଫିସ ଗଲା ବାଟରେ ସୀମାକୁ ଦେଖନ୍ତି ହେଲେ ପାଗିଳି କହି ଅନେଇଦେଇ ଯାଆନ୍ତି। ଆଜି ସେ ଡୌଲ ଡାଉଲ ଚେହେରାରେ ପୋକ ମାଛି । କଣ ସୀମାର ବଞ୍ଚିବାର କୌଣସି ଅଧିକାର ନାହିଁ । ଖୁସୀ ହେବାର ଅଧିକାର ନାହିଁ । କିଛି ବ୍ୟକ୍ତିଙ୍କର ଉପେକ୍ଷାରେ

ତା ଚରିତ୍ର ଲେଖା ହେଇଗଲା। କିଏ ଦାୟୀ ସମୀର ଯିଏ ଭଲ ପାଇବାର ଭେଲୁ କଲାଣି ନ ଅନିଲ ଯିଏ ତା ପ୍ରତ୍ୟାଖାନର ଜବାବ ସୀମାର ଚରିତ୍ରରେ ଆଙ୍ଗୁଳି ଉଠେଇ ଦେଲା ନା ସୀମା ଯିଏ ଭଲ ପାଇବା ଆଶାରେ ପାଗଳ ହେଇଗଲା। ଆଜି ଅନିଲ 4 ତା ଗାର୍ଲ ଫ୍ରେଣ୍ଡ ଚଡି ଆରଞ୍ଜ ମେରେଜ କରିଛି।


Rate this content
Log in

Similar oriya story from Tragedy