ମୋ ପ୍ରିୟା
ମୋ ପ୍ରିୟା
ଗାଁ ରେ ହନୁମାନ ଜୟନ୍ତୀ ପୂଜା ଚାଲିଥାଏ। ସେହି ଗାଁର ପିଲା ରାଜୁ ଓ ତାଙ୍କ ସାଙ୍ଗ ମାନେ ସେ ପୂଜାର କାମରେ ସହଯୋଗ କରୁଥାନ୍ତି। ସେହି ପାଖ ଗାଁର କିଛି ଝିଅ ପୂଜା ପାଇଁ ଭୋଗ ଆଣିଥାନ୍ତି ।
ସାଙ୍ଗ - ରାଜୁ ତୁ ସେ ଝିଅକୁ ପଟେଇପାରିବୁ ।
ରାଜୁ- ଆଃ ଏଇ ଗୋଟେ କଥା।ଏବେ ସାଂଗେ ସାଂଗେ ପଟୋଉଛି କେମିତି ଦେଖ।
ସାଙ୍ଗ- ଭାଇରେ ଦେଖିକି ।ସେ ଝିଅ ବହୁତ ଚଣ୍ଡୀ।ତା ନାଁ ସବିତା ! ରାଜୁ ହଟାତ ସେ ଝିଅ ପାଖକୁ ଗଲା ।
ରାଜୁ- ତମେ ଚୁମୁଁକିର ସାଙ୍ଗ ନା?ସେ ମୋ ପିଉସୀ ଝିଅ। ସେ କେମିତି ପଢୁଛି।
ସବିତା- ହଁ ଭଲ ପଢୁଛି।
ରାଜୁ- ମାନେ ବେଶୀ ଭଲ ପଢୁଛି ନା କମ
ସବିତା- ମୁଁ ଜାଣିନି କି କହିପାରିବିନି ।
ରାଜୁ- ତାହେଲେ ଭଲ ପଢୁଛି।
ସବିତା- ହଁ ।
ରାଜୁ- ଆଉ ତମେ କେମିତି ପଢୁଛ ?
ସବିତା-ମୁଁ କହିପାରିବିନି।
ରାଜୁ- ଆଉ ତମେ କାହାକୁ ଲଭ କରୁଛ କି?
ସବିତା- ତୁମ ମୁଁଣ୍ଡ କରୁଛି । କହି ଆଗକୁ ଗଲା।
ରାଜୁ- ବାପରେ ଏ ଝିଅ ନା କଣ। କିଛି ସମୟ ପରେ....
ରାଜୁ - ପୂଜା ସରିଲାଣି ? ଟିକେ ଭୋଗ ଦେଉନା।
ସବିତା- ଭୋଗ ନାହିଁ ଯା....
ରାଜୁ- ହେଇ ପରା ଧରିଛ । ସତରେ ତମେ ଦେବନି। ହୋଉ ମୁଁ ଯାଉଛି ।
ସବିତା - ହୋଇ ଶୁଣ ।ନିଅ ଭୋଗ।
ରାଜୁ- ପ୍ରଥମେ କଣ ପାଇଁ ମନା କଲ।
ସବିତା(ସ୍ମିତ ହସରେ)-ମୁଁ ପ୍ରଥମେ ମନା କରେ।
ରାଜୁ ସେଦିନ ଘରକୁ ଆସି ତା ବିଷୟରେ ବହୁତ ଭାବିଲା ।ହେଲେ ତାର ଚଣ୍ଡୀ ରୂପ ପାଇଁ ସେ ନିଜକୁ ଆୟତ ରେରଖିଲା ।
ଦୁଇ ଦିନ ପରେ …ସବିତା ଚୁମୁଁକି ଠାରୁ ରାଜୁର ଫୋନ ନଂ ନେଇ କଲ କଲା।
ରାଜୁ- ହାଲୋ.. କିଏ?
ସବିତା- ମୁଁ ଯିଏ ହେଲି।ଫୋନ କରିଛି କଥା ହେବ।
ରାଜୁ- ଆରେ କିଏ କହୁଛ ନଜାଣି କେମିତି କଥା ହେବି।
ସବିତା- ମୁଁ ସିଏ କହୁଛି।
ରାଜୁ- କିଏ?
ଦେଖ ତମେ ଯିଏ ବି ହୁଅ ।ମୁଁରଖୁଛି ।
ସବିତା- ଶୁଣ ଶୁଣ….କଲ କଟିଗଲା…ପୁଣି ଥରେ ସବିତା କଲ କଲା
ରାଜୁ- ତମେ କିଏ ଶୀଘ୍ର କୁହ ।
ସବିତା- କାଇଁ ଜମି ରେ ହଳ କରିବାକୁ ଯିବକି।
ରାଜୁ- ମତେ ଚିଡ଼ାଅନି କହିଦେଉଛି।
ସବିତା- ଚୁମୁଁକି ତମର ଭଉଣୀ ହେବ ନା।
ରାଜୁ- ଓଃ ।ତମେ।
ସବିତା- ମୁଁ କିଏ କହିଲା।
ରାଜୁ- ଚଣ୍ଡୀ।
ସବିତା- ମତେ ତମେ ଚଣ୍ଡୀ କହିଲ।
ରାଜୁ- ମତେ ତମେ ହଳୁଆ କହିଲ ଯୋଉ।
ସବିତା- ହି ହି ହି । ଏମିତି ତାଙ୍କ ଭିତରେ କଥା ହେଉ ହେଉ ଦୁହେଁ ଦୁହିଁ ଙ୍କୁ ଭଲପାଇ ବସିଲେ ।
ସବିତାର ଦଶମ ପରୀକ୍ଷା ପାଖେଇ ଆସୁଥାଏ । ରାଜୁ ITI କରୁଥାଏ । ରାତି 10 ରେ ସେ ସବୁଦିନ ଘରକୁ ଫେରୁଥାଏ ।ସେହି ସମୟରେ ସବିତା ଦାଣ୍ଡ କୁ ଯାଏ ପାଣି ଆଣିବା ପାଇଁ । ତାଙ୍କର ସେହି ସମୟରେ ହିଁ ମନ ଖୋଲି କଥା ହୁଅନ୍ତି।
ରାଜୁ- ଚଣ୍ଡୀ ପଢୁଛୁ ତ।
ସବିତା- ମୁଁ କଣ ସତରେ ଚଣ୍ଡୀ।
ରାଜୁ- ନା ଲୋ ।ତୋର ପିଲାଳିଆମୀ କୁ ମୁଁ ଶ୍ରଦ୍ଧା ରେ ପ୍ରେମରେ ଗେଲ ରେ ଚଣ୍ଡୀ ବୋଲି ଡାକୁଛି। ତୋ ଦଶମ ପରୀକ୍ଷା କେବେ
ସବିତା- ହେ ମୁଁ ଜମା ପଢୁନି।ତମେ ପା ଅଛ।
ରାଜୁ- ହଁ ମୁଁ ତ ଯାଇ ତୋ ପରୀକ୍ଷା ରେ ଲେଖିଦେଇ ଆସିବି।
ସବିତା- ହଁ ଲେଖିଦେବ ।
ରାଜୁ - ଆଲୋ ଚଣ୍ଡୀ ସାଇକେଲର ବେଲ କଣ ପାଇଁ ମାରୁଛୁ। କିଏ ପୁଣି ପଳିଆସିବ ।
ସବିତା - ମୁଁ ସାଇକେଲବେଲ ମାରିବି ।
ରାଜୁ- ହେ ଭଗବାନ ଏ ପାଗିଳି ଟିକେ ବୁଦ୍ଧି ଶୁଦ୍ଧି ଦିଅ। ତୁ ଚଣ୍ଡୀ ତୋ ହାତ ସବୁବେଳେ ଚାଲୁଛି ।କିଛି ନା କିଛି ସବୁବେଳେ କରୁଥିବୁ ।
ସବିତା- ମୁଁ କାନ୍ଦିବି ମତେ ଗାଳି କରୁଛ।
ରାଜୁ- ଶୁଣ ଶୁଣ କାଲି ଆମେ ଗୋଟେ ଜାଗା ବୁଲିବାକୁ ଯିବା ।
ସବିତା- କେମିତି ।
ରାଜୁ- ବସ ରେ। ସକାଳ ହେଲା…। ଦୁଇ ଜଣ ବୁଲିବାକୁ ବାହାରିଲେ
ରାଜୁ - ତୋ ହାତ ସବୁବେଳେ ଚାଲୁଛି ନା ।ସେ ବସର ସିଟ ରେ କଣ ପାଇଁ ଲାଗୁଛୁ।ସେମାନେ ଦେଖିଲେ ପାଟି କରିବେ ପା।
ସବିତା- ତମେ ପା ଅଛ।
ରାଜୁ- ମୋ ପାଗିଳି ଟା ।ତତେ ପାରିହେବନି । ଦୁହେଁ ବହୁତ ବୁଲିଲେ ମଜ଼ା କଲେ
ରାଜୁ- ଚାଲ ଘରକୁ ଯିବା ।
ସବିତା- ମୁଁ ଯିବିନି ।ମୁଁ ତୁମ ସହରହିବି। ମୋର କେତେ ସ୍ବପ୍ନ ଅଛି।
ରାଜୁ- ଆଛା କି ସ୍ବପ୍ନ
ସବିତା- ତମେ ମତେ ବାଇକ ରେ ବସେଇ ବୁଲେଇବା ।ମତେ ତମ ହାତରେ ଖୋଇଦେବ।ଏମିତି ବହୁତ କିଛି।
ରାଜୁ- କାଇଁ ତୋ ହାତ ନାହିଁ କି।
ସବିତା(ମନ ଦୁଃଖରେ)- ହୋଉ।
ରାଜୁ- (ସବିତା କୁ ଛାତି ରେ ଲଗେଇ) ନା ଲୋ ମୋ ଚଣ୍ଡୀ ଟା ରାଗେନି। ଆଜି ତ ହେବନି । ଆଉ ଥରେ ଆସିଲେ ତୋର ସବୁ ସ୍ବପ୍ନ ପୁରଣ କରିବି।
ସବିତା(ବହୁତ ଖୁସି ହୋଇ)- ସତରେ?
ରାଜୁ- ହଁ ଲୋ ଚଣ୍ଡୀ। କିଛି ଦିନ ପରେ…ସବିତା ତାଙ୍କ ବାପାଙ୍କ ସହ ବାଇକ ରେ କୁଆଡେ ଯାଉଥିଲା, କିଛି ବାଟ ଗଲା ପରେ ବାପା ଭାସାମ୍ୟ ହରେଇଥିଲେ ଓ ବାଇକଟି ତଳେ ପଡିଯିବାରୁ ସବିତା ମୁଁଣ୍ଡର ପଛ ଭାଗରେ ଗଭୀର ଆଘାତ ଲାଗିଲା ।ସଂଗେ ସଂଗେ ତାକୁ ଡାକ୍ତରଖାନା ନେଇଗଲେ। ଏ ଦୁର୍ଘଟଣା ଶୁଣି ରାଜୁ ଯିବାକୁ ଚେଷ୍ଟା କଲା ହେଲେ ସେତେବେଳକୁ ଡାକ୍ତର ସବିତାକୁ ସହରର ବଡ ଡାକ୍ତରଖାନାକୁ ପଠେଇଦେଲେ । ଗୋଟେ ଦିନ ପରେ ରାଜୁ ଆଉ ରହିପାରିଲାନି, ସେ ସହରକୁ ଯିବାକୁ ବାହାରିଲା । ଅଧା ରାସ୍ତାରେ ଫୋନ ଆସିଲା ସବିତା ଘରକୁ ଆସିସାରିଛି। ସନ୍ଧ୍ୟା ବି ହେଇଆସୁଥାଏ । ରାଜୁ ସବିତାକୁ ଦେଖିବା ବୋଲି ତାର ମନକୁ ସମ୍ଭାଳି ପାରୁନଥାଏ । ସେହି ରାତିରେ ସବିତାଙ୍କ ଘର ପାଖରେ ଛିଡା ହୋଇରହିଲା । ସବିତା ଜାଣିପାରି ରାଜୁ ପାଖକୁ ଆସିଲା ।
ରାଜୁ- ଏବେ ଦେହ କେମିତି ଲାଗୁଛି।
ସବିତା- ଧନ ମୁଁଣ୍ଡ ପଛ ବହୁତ ଯନ୍ତ୍ରଣା ହେଉଛି ।
ରାଜୁ- ତୁ ବେସ୍ତ ହୋନୀ ।ଶୀଘ୍ର ଭଲ ହେଇଯିବୁ।
ସବିତା(ଆଖିରେ ଆଖିଏ ଲୁହ)- ଧନ ମୁଁ ଆଉ ବଞ୍ଚିବିନି ।
ରାଜୁ- ଚୁପ ଏମିତି କଣ କହୁଛୁ ।ତୁ ସବୁବେଳେ କହୁ ନା ତୁମେ ଅଛ ମୋ ସାଥିରେ ।ପୁଣି କଣ ପାଇଁ ଏମିତି ହେଉଛୁ ।ମୁଁ ଅଛି ନା ।ତୋର କିଛି ହେବନି।
ସବିତା- ବହୁତ କଷ୍ଟ ହେଉଛି ଧନ।।
।
ସବିତାର ବୋଉ ଘର ଭିତରୁ ଥାଇ - ତୁ କାହା ସହ କଥା ହେଉଛୁ ।ଡାକ୍ତର ମନା କରିଛନ୍ତି ବେଶୀ କଥା ନହେବାକୁ ।
ରାଜୁ - ତମ ବୋଉ ଡାକିଲେଣି ତୁ ଘର ଭିତର କୁ ଯା । ମୋ ଚଣ୍ଡୀର କିଛି ହେବନି । ଯା ମୋ ଧନ ଟା ପରା।
ସବିତା - ତମେ ସତରେ ପଳେଇବ?
ରାଜୁ- ମୁଁ କାଲି ସକାଳେ ଆସିବି।
ସବିତା- ( କାନ୍ଦିକି)ପ୍ଲିଜ଼ ପ୍ଲିଜ଼ ଆଉ ଟିକେ ସମୟ ରୁହ ।
ରାଜୁ- ଏଇ ପାଗିଳି ।ଛୋଟ ପିଲାଙ୍କ ପରି କଣ କାନ୍ଦୁଛୁ ।ମୁଁ ଅଛି ନା ।ତୁ ଶୀଘ୍ର ଭଲ ହେଇଯିବୁ । ଏତିକି କହି ରାଜୁ ପଳେଇଲା
ତା ପରେ….
ସବିତାର ମୁଁଣ୍ଡରେ ଅଧିକ ଯନ୍ତ୍ରଣା ହେଲା । ସଂଗେ ସଂଗେ ଡାକ୍ତରଖାନାକୁ ନେବା ରାସ୍ତାରେ ସବିତା ପ୍ରାଣ ହାରିଦେଇଥିଲା। ରାଜୁ ପାଖକୁ ଖବର ଆସିଲା ହେଲେ ସେ ବିଶ୍ୱାସ କରିପାରିଲାନି। ତା ପରେ ରାଜୁ ବିଶ୍ୱାସ କଲାପରେ ସେ ପାଗଳଙ୍କ ପରି ବାୟା ବିଚଳିତ ହେଇଗଲା । ବହୁତ ଭିତରୁ ଭାଙ୍ଗି ପଡ଼ିଲା।
କିଛି ଦିନ ପରେ ରାଜୁର ସ୍ବପ୍ନରେ ସବିତା ଆସିଲା । ସ୍ବପ୍ନରେ କହିଲା;ତମେ ମନ ଦୁଃଖ କରନି ଧନ ,ତମେ ଯାହାବି କରିବ ଠିକ କରିବ।
.