Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Tragedy

2  

Disambar Meher

Tragedy

ନିଃଶବ୍ଦ

ନିଃଶବ୍ଦ

2 mins
548



ରିମା ଛଅ ବର୍ଷର ଝିଅ ସାହୁ ବାବୁଙ୍କ ଅଳିଅଳି । ବାପା ମାଆ ଛଡା ଆଉ ଗୋଟିଏ ସାଥି ତାର ଟିକି କଣ୍ଢେଇ । ରିମା ଟିକି କଣ୍ଢେଇକୁ ଗେଲ କରେ ଯେମିତି ତାକୁ ବୋଉ ଗେଲ କରନ୍ତି । ବୋଉ ରିମାକୁ ଖୁଇବା ସମୟରେ ସେ ବି କଣ୍ଢେଇକୁ ଖୁଆଇ ଦିଏ ,ଗୋଧେଇ ଦିଏ । ସେଇ ଟିକି କଣ୍ଢେଇର ନାଁ ପୁଚି ରଖିଥିଲା । ଶୋଇବା ସମୟରେ ବି ସେ ପୁଚି ସହ ସାଙ୍ଗରେ ଶୋଇ ପଡୁଥିଲା ।


ରିମା ଏ ବର୍ଷ ପ୍ରଥମ ଶ୍ରେଣୀରେ ନାଁ ଲେଖେଇଛି । ସ୍କୁଲ ଯିବା କେଇଟା ଦିନପରେ ଖରାଛୁଟି ହେଇଗଲା । ଖରାଛୁଟିରେ ରିମା ମାଆ ବାପା ସହ ମିଶି ନୂଆପଡା ଆସିଲା ମାମୁଁ ବାହାଘର ପାଇଁ । ବାହା ଘର ପରେ ରିମା ମାଆ ବାପା ଘରରୁ ଯିବାପାଇଁ କହିଲେ ସେତେବେଲେ ରିମା ଜିଦ୍ କଲା ସେ ଖରାଛୁଟିରେ ମାମୁଁ ଘରେ ରହିବ ,ଛୁଟିପରେ ଯାଇଁ ସେ ଘରକୁ ଯିବ । ଝିଅର ଜିଦ୍ ରେ ଅଟଳ , ରିମାକୁ ମାଆ ବାପା କିଛି କହିଲେ ନାହିଁ ଓ ଦୁଇ ଜଣ ସଂନ୍ଦ୍ଯା ଟ୍ରେନରେ ପୁରୀ ବାହାରିଲେ ।



କିଛି ଦିନ ପରେ ଏକ ପ୍ରଳୟକାରୀ ବାତ୍ଯା ଆସିଲା । ପୁରୀର ଅଧିକ ଅଞ୍ଚଳ ଏଥିରେ ପ୍ରଭାବିତ ହେଲା । ରିମାର ମାଆ ବାପା ଯେତେବେଳେ ରାତିରେ ଶୋଇଥିଲେ ଘରର ଛାତ ଭୁସୁଡି ପଡିଲା । ସେହି ପ୍ରଳୟକାରୀ ବାତ୍ୟାର କୋପ ଦୃଷ୍ଟି ପରିବାର ଉପରେ ପଡିଲା । ସକାଳ ପାଇଲା ସାହି ପଡିଶା ଲୋକ ଆସି ସାହୁ ବାବୁ ଘର ଆଗରେ ଛିଡା ହେଲେ । ଘର ଭାଙ୍ଗି ଛିନ୍ ଭିନ୍ ହୋଇ ଯାଇଛି ।ସାହି ଲୋକ ମିଶି ଦୁଇଟି ଶବ ସତ୍କାର କଲେ ଓ ରିମା ମାମୁଁ ଘରକୁ ଖବର ଦେଲେ ।


ସକାଳ ପାଇଲାକୁ ଟ୍ରେନରୁ ଆସି ପହଞ୍ଚିଲେ ରିମା ଓ ତା ମାମୁଁ । ରିମା ତାଙ୍କ ଘର ସମ୍ନାରେ ଛିଡା ହୋଇ କାନ୍ଦି କାନ୍ଦି କହିଲା -ଏଇଟା ଆମ ଘର ନୁହେଁ !ଭୋ ଭୋ ହୋଇ କାନ୍ଦି ଡାକିଲା ବୋଉ.. ବୋଉ ଲୋ । କିଛି ଶବ୍ଦ ଆସିଲା ନି, ପୁଣି ବାବା ବାବା ବୋଲି ଡାକିଲା । ସମସ୍ତେ ଚୁପ୍ ନିଶବ୍ଦ ରହିଲେ ।ଏହି ସମୟରେ ରିମା ମାମୁଁ ରିମାକୁ କୋଲେଇ ନେଇ କହିଲେ ବାବା ବୋଉକୁ କଳାଠାକୁର ତାଙ୍କ ପାଖକୁ ନେଇଗଲେ । ରିମା ଜୋର୍ ରେ କାନ୍ଦି ପକାଇଲା ଆଖିରୁ ଝରଣା ବୋହି ଯାଉଥାଏ । ଏହି ସମୟରେ ତାର୍ ନଜର ପଡିଲା ଟିକି କଣ୍ଢେଇ ପିଚି ଉପରେ ।ପଥରତଲେ କଣ୍ଢେଇ ଚାପି ହୋଇଛି ।ତରବର ହୋଇ ରିମା କଣ୍ଢେଇକୁ ପଥରତଳୁ କାଢିଲା ଓ ତା ଦେହରେ ଲାଗିଥିବା ଧୂଳିମଳିକୁ ସଫାକଲା ।କାନ୍ଦିକାନ୍ଦି ପୁଣି କଣ୍ଢେଇକୁ ପ୍ରଶ୍ନକଲା ତୁ ତ ମୋର ଭଲ ସାଙ୍ଗ ,ତୁ ତ ମୋ ବାବା ବୋଉ ପାଖରେ ଥିଲୁ , କହ ମୋ ବାବା ବୋଉକୁ କଳାଠାକୁର କାହିଁକି ନେଲା । ତୁ କଣ କରୁଥିଲୁ ତାକୁ ମନା କଲୁନି ।ଏମିତି ଅନେକ ପ୍ରଶ୍ନ ରିମା କାନ୍ଦିକାନ୍ଦି କଣ୍ଢେଇକୁ ପଚାରୁଥିଲା । ହେଲେ ସେ କିଛି ଉତ୍ତର ପାଇଲା ନାହିଁ ରାଗି କଣ୍ଢେଇକୁ ଫିଙ୍ଗି ଦେଲା ଓ କାନ୍ଦିକାନ୍ଦି ମାମୁ ମାଇଁ କୋଳକୁ ଚାଲିଗଲା ।



ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା


Rate this content
Log in

Similar oriya story from Tragedy