Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

2  

Rasmi Rekha Tripathy

Others

ଘର

ଘର

1 min
7.1K



       ନୂଆ ବୋହୁ ଆସିବ l ସହରରେ ବଢିଛି l ପାଠ ପଢା ଝିଅ l ତେଣୁ ତା ପାଇଁ ସ୍ୱତନ୍ତ୍ର ଭାବେ ଘର ଆବଶ୍ୟକ ପଡିପାରେ l ଏହା ଭାବି ପଚାଶ ବର୍ଷ ତଳେ ଛାତ ଉପରେ ନୂଆ ଘର ତିଆରି କରେଇଥିଲେ ନନା ମୋର l

       ମୁଁ ଚାକିରି କଲି l ଗାଁ ବାହାରକୁ ପାଦ ଦେଲି l ଗାଁ ଠାରୁ ତିରିଶି କିଲୋମିଟର ଦୂର ସହରରେ କର୍ମ କ୍ଷେତ୍ର ମୋର l ଯିବା ଆସିବା କରିବା ଅସୁବିଧା ହେବାରୁ ଘର ଭଡା ନେଲି l କିନ୍ତୁ ଘରବାଲାଙ୍କ ଦୌରାତ୍ମ୍ୟ l ଏତେ ପାଣି କାହିଁକି ଖର୍ଚ୍ଚ ହେଉଛି? ଏତେ ବନ୍ଧୁ ବାନ୍ଧବ କାହିଁକି ଆସୁଛନ୍ତି? ଇତ୍ୟାଦି……. ଇତ୍ୟାଦି……. ଦିନେ ବୋଉ ଦେଖିଲା, ଉପର ଘରର ନଳା ପାଣି ତଳେ ପଡୁଛି l ଆମେ ରହୁଥିଲୁ ତଳ ଘରେ l ଅଗତ୍ୟା ଅଗଣା ଆମକୁ ସଫା କରିବାକୁ ପଡେ l କିନ୍ତୁ ବୋଉ ଆସିବା ପରେ ଅସୁବିଧା ହେଲା l ବ୍ରାହ୍ମଣ ପିଲା ଅନ୍ୟ ଜାତିର ନଳା ପାଣି ସଫା କରିବାଟା ରକ୍ଷଣଶୀଳ ବୋଉ ସହି ପାରି ନ ଥିଲା l ଜିଦ୍ ଧରିଲା l ସହରରେ ଘର ନ କରିବା ପର୍ଯ୍ୟନ୍ତ ସେ ମୋ ପାଖକୁ ଆସିବ ନାହିଁ l ଅଗତ୍ୟା ତିଆରି ହେଲା ନୂଆ ଘର l

       ଏବେ କିନ୍ତୁ ଦୃଶ୍ୟରେ ପରିବର୍ତ୍ତନ l ମୋ ପୁଅର କମ୍ପାନୀ ଚାକିରି l ଦରମା ଭଲ l କିନ୍ତୁ ଅନିଶ୍ଚିତ ଭବିଷ୍ୟତ l ସେଥିରେ ପେନସନ୍ ନାହିଁ l ଏଣୁ ଭବିଷ୍ୟତକୁ ଆଖିରେ ରଖି ବର୍ତ୍ତମାନ ମହାନଗରୀରେ ଆମର ତିନିଟା ଘର l ଘର ନୁହେଁ ତ ମୋ ପୁଅର ଅନିଶ୍ଚିତ ଭବିଷ୍ୟତର ନିଶ୍ଚିତ ସାହାରା l


Rate this content
Log in