Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyoti prakash mallick

Tragedy

4.3  

jyoti prakash mallick

Tragedy

ଭଙ୍ଗା ଆଇନା

ଭଙ୍ଗା ଆଇନା

3 mins
344


ହେମନ୍ତ ବାବୁ ଜଣେ ସରକାରୀ କର୍ମଚାରୀ । ସରକାରୀ ଚାକିରିଆ କଥା ତ ଜାଣିଥିବେ । ରବିବାର କୁ ଛାଡି ଦେଲେ ବାକି ସମୟ ଅଫିସ ଆଉ ଚା ଖଟିରେ କଟେ । ସ୍ତ୍ରୀ ଆଉ ପିଲାଙ୍କ ପାଇଁ ତାଙ୍କ ପାଖରେ ସମୟ ନାହିଁ। ବଡ଼ ପୁଅ ବାହା ହେଇ ସହରରେ ରହୁଛି ତା ପିଲା ମାନଙ୍କ ସହିତ । ସାନ ପୁଅ କଟକରେ କୋଉ ଗୋଟେ ଇଂଜିନିଅର କଲେଜରେ ପାଠ ପଢୁଛି। ଯୋଉଥି ପାଇଁ ହେମନ୍ତ ବାବୁଙ୍କ ସ୍ତ୍ରୀ ଦୀପା ମାଉସୀଙ୍କର ଏକ ମାତ୍ର ସାଥି ଟିଭି । ସକାଳ ୭ ରୁ ରାତି ଦଶଟା ମଧ୍ୟରେ କେବଳ ଦିନ ୧୧ ଟା ରୁ ୫ ଟା ପଯ୍ୟନ୍ତ ଟିଭି ରେଷ୍ଟ ନିଏ । ସେଦିନ ବୁଧବାର ହୋଇଥାଏ । ହେମନ୍ତ ବାବୁ ସୋଇ ଥାନ୍ତି । ଦୀପା ମାଉସୀ ସକାଳୁ ଟିଭି ଟା ଖୋଲି ଦେଇ ଧାର୍ମିକ ଚନେଲ ଟିଏ ଖୋଲି ଦେଲେ । ଯୋଉଟା ମୋର ବିରକ୍ତିର ପ୍ରମୁଖ କାରଣ । କାହିଁକି ନା ତାକୁ ଦେଖିଲେ ମୁଣ୍ଡ ଖରାପ ହୁଏ । ଏଇଟା କଲେ ଏଇଟା ହବ ନାହିଁ । ଏସା କଲେ ତେସା ହବ । ଯାବତୀୟ ପ୍ରକାର କଥା ।

ଏ ସବୁ କିନ୍ତୁ ଦୀପା ମାଉସୀଙ୍କର ଭାରି ପସନ୍ଦ । ଟିଭି ଜୋତିଶ ଯାହା କହିବେ ସେ ସେମିତି କରି ଘର ସଜେଇବେ । ଆଜି ଯଦି ଟେବୁଲ ଏଠି ପଡିଛି । କାଲି ସେ କଣକୁ ପଡିଥିବ। ଆଜି ଦୁଆର ମୁହଁରେ କଳସ ବସିଲେ କାଲି ଘର ଖଟ ଗୋଡ ତଳେ । ଯାହାକୁ ନେଇ ସବୁ ବେଳେ ହେମନ୍ତ ବାବୁ ଆଉ ତାଙ୍କ ସ୍ତ୍ରୀ ଙ୍କର କଳି । ଆଜି ନିଳ ସାର୍ଟ ପିନ୍ଧ କାଲି ହଳଦିଆ ସାର୍ଟ ପିନ୍ଧ । ଯେତେ ସବୁ ଡ୍ରାମା ।

ଆଜି ହେମନ୍ତ ବାବୁ ଟିକେ ଝଅଟି ଅଫିସ ରୁ ଘରକୁ ଫେରିଛନ୍ତି । ମୁହଁ ହାତ ଧୋଇ ଘରକୁ ଆସି ଆଇନା ପାଖକୁ ଗଲା ବେଳକୁ ଆଇନା ନାହିଁ। ଯୋଉ ଆଇନା ଟା ହେଉଛି ହେମନ୍ତ ବାବୁଙ୍କର ଦୁର୍ବଳତା । ବାପା ଅମଳର ପୁରୁଣା ଆଇନା ଟା । ତା ପୁଣି ଭଙ୍ଗା । ଅଠା ମରାଯାଇ ଯୋଡ଼ା ହୋଇଥିଲା । ଘର ଯାକ ଖୋଜି ପକେଇଲେ ହେମନ୍ତ ବାବୁ । ଆଇନା ଟା ଗଲା କୁଆଡେ

- ଦୀପା .. ଦୀପା ବଡ଼ ତାନରେ ଡାକିଲେ ହେମନ୍ତ ବାବୁ । ଏ କୁଆଡେ ଗଲା ।

- ବୁଝିଲ ସେ କଥା କଣ କି । ଆଜି ସକାଳେ ଟିଭିରେ ଜୋତିଶ କହୁଥିଲେ । ଘରେ ଭଙ୍ଗା ଆଇନା ରହିଲେ । କାଳେ ଘରେ କଲି ହୁଏ । ହଁ ପରା ଦେଖୁନ ସେଇ ଭଙ୍ଗା ଆଇନା ଆମ ଘରେ ଥିଲା ବୋଲି ଆମ ପୁଅ ବୋହୂ ଆମ ସହ ଭଲ ପଡୁ ନାହାଁନ୍ତି । ସବୁ ବେଳେ ଦେଖୁନ ବୋହୁ ଆମ ଉପରେ କେମିତି ଫଁ ଫଁ ହେଉଛି । ପରି ବାରର ଶାନ୍ତି ପାଇଁ ମୁଁ ତାକୁ ଖତ ଗଡାରେ ଫୋପାଡ଼ି ଦେଇଛି

ଏତକ ଶୁଣି ଦେଇ ହେମନ୍ତ ବାବୁଙ୍କ ପିତ୍ତ ମୁଣ୍ଡକୁ ଉଠିଗଲା । କାହାକୁ କିଛି ନ କହି ଏକ ମୁହାଁ ହୋଇ ଦୌଡ଼ିଲେ ବାରି ପଛରେ ଥିବା ଖତ ଗାଡକୁ । ଆଉ ସେଠି ପଡିଥିବା ଆଇନା ଟାକୁ ଉଠେଇ ଆଣି ପୋଛି ପକେଇଲେ ନିଜ ପିଂନ୍ଧା ପୋଷାକରେ ।

ସେତେବେଳକୁ ତାଙ୍କ ପଛ ପଟରେ ଠିଆ ହୋଇ ଥାନ୍ତି ଦୀପା ମାଉସୀ । ଜାଣିଛ ଦୀପା ଏ ଭଙ୍ଗା ଆଇନା ପଛରେ ଥିବା କାହାଣୀ କଥା ଜାଣିଛ । ପିଲା ଦିନେ ଏଇ ଆଇନା ଖଣ୍ଡକ ଭାଙ୍ଗି ଦେଇ ଥିଲି ବୋଲି ମୋ ବୋଉ ମୋତେ କେତେ ମାରିଥିଲା । ମୋ ବାପା କଲିକତାରେ ଥିଲା ବେଳେ ଏଇ ଆଇନା ମୋ ବୋଉ ପାଇଁ ଆଣିଥିଲେ । ମୋ ବାପା ବର୍ଷକୁ ଥରେ କି ଦୁଇଥର ଘରକୁ ଆସନ୍ତି ସେ ପୁଣି ଦିନେ ଦୁଇ ଦିନ ପାଇଁ । ସେତେବେଳେ ମୋବାଇଲ ନଥିଲା କି ମୋ ବୋଉ ପାଠ ପଢି ନଥିଲା । ତଥାପି ମୋ ବୋଉ ମୋ ବାପାଙ୍କ ସହ କଥା ହୁଏ । ମୁଁ ପ୍ରତିଦିନ ସୋଇ ପଡିବା ପରେ ମୋ ବୋଉ ଏଇ ଆଇନା ସହ କଥା ହୁଏ । ମୋ କଥା ମୋ ବାପାଙ୍କୁ କୁହେ । ଏଇ ଆଇନାକୁ ସେ ସବୁବେଳେ ପଚାରେ ମୋ ବାପା କେବେ ଆସିବେ ବୋଲି । ଆଉ ତା ପାଇଁ କଣ ଆଣିବେ ।

ଏଇ ଆଇନା କୁ ମୋ ବୋଉ ମୋ ବାପାଙ୍କ ଠାରୁ ଅଧିକ ଭଲ ପାଏ । ଯୋଉଥି ପାଇଁ ମୁଁ ଭାଙ୍ଗିଥିବା ସେ ଆଇନା କୁ ସେ ଅଠା ମାରି ଯୋଡିଥିଲା । ଆଜି ମୋ ବାପା ମୋ ବୋଉ ଦୁଇ ଜଣ କେହି ନାହାଁନ୍ତି । ହେଲେ ମୋ ପାଇଁ ମୋ ବାପା ମା ଆଜି ବି ଅଛନ୍ତି । ମୁଁ ଏଇ ଭଙ୍ଗା ଆଇନାରେ ସେମାନଙ୍କୁ ଦେଖେ । କଥା ହୁଏ ତାଙ୍କ ସହ ଠିକ ସେଦିନର ମୋ ବୋଉ ପରି ।

ସେତେବେଳେ କୁ ଦୀପା ମାଉସୀ ଆଖିରେ ଥିବା ଲୁହ ସବୁ ଆଉ ବୋଲ ମାନୁ ନଥାନ୍ତି । ଝରିବାକୁ ହେଇ ପଡୁଥାନ୍ତି ଉଛନ ।


Rate this content
Log in

Similar oriya story from Tragedy