Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଅଥୟ ତରଙ୍ଗ

ଅଥୟ ତରଙ୍ଗ

6 mins
464


ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ଅଥୟ ତରଙ୍ଗ

ବହୁ ବର୍ଷ ତଳେ ଜଣେ ରାଜା ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ଯେତେବେଳେ ରାଜକୁମାରଙ୍କର ବୟସ ପାଞ୍ଚବର୍ଷ, ରାଣୀଙ୍କର ଆଉ ଗୋଟିଏ ଝିଅ ହେଲା । କିନ୍ତୁ ତା’ପରେ ପରେ ସେ ମୃତ୍ୟୁବରଣ କଲେ । ରାଣୀଙ୍କର ମୃତ୍ୟୁ ପରେ ରାଜାଙ୍କର ଜୀବନ ଦୁର୍ବିସହ । ଅନ୍ଧକାରମୟ । ସେ ସବୁବେଳେ ରାଣୀଙ୍କ ଚିନ୍ତାରେ ଚିନ୍ତିତ । ଅନ୍ନ ଜଳ ସ୍ପର୍ଶ କଲେନାହିଁ । ରାଜକାର୍ଯ୍ୟ ପ୍ରତି ସେ ବିତସ୍ପୃହ । ସେ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲେ । ରାଣୀଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ରାଜାଙ୍କର ବିୟୋଗ ହୋଇଗଲା ।

ମୁଖ୍ୟମନ୍ତ୍ରୀ ରାଜାଙ୍କର ମୃତ୍ୟୁକୁ ଖୁବ୍ ଆଗ୍ରହ ସହକାରେ ଅପେକ୍ଷା କରିଥିଲେ । ତେଣୁ ସେ ନିଜକୁ ରାଜା ବୋଲି ଘୋଷଣା କରିଦେଲେ । କିନ୍ତୁ ତାଙ୍କର ସ୍ତ୍ରୀ ଖୁବ୍ ଉଦାର ।

ସ୍ନେହୀ । ରାଜାଙ୍କର ପିଲା ଦୁଇଟିକୁ ନିଜର ପିଲାଭଳି ଅତି ଯତ୍ନ ସହକାରେ ପାଳିବାକୁ ଲାଗିଲେ । କିନ୍ତୁ ତାଙ୍କର ସ୍ୱାମୀ ଭାବନ୍ତି - ସେମାନେ ହିଁ ତାଙ୍କର ବିପଦ । ରାଜ ସିଂହାସନ ତାଙ୍କର ପ୍ରାପ୍ୟ । ବଡ ହୋଇଗଲେ ସେମାନେ ତାହା ଦାବି କରିବେ । ଏଥିପାଇଁ ମନ୍ତ୍ରୀ ସେମାନଙ୍କୁ ଘୃଣା

କରୁଥିଲେ ।

ନୂତନ ରାଜା ତାଙ୍କ ଚତୁର ବୁଦ୍ଧି ସମ୍ପନ୍ନ ମନ୍ତ୍ରୀଙ୍କ ସହିତ ପରାମର୍ଶ କଲେ । ସେମାନେ ସ୍ଥିର କଲେ ଯେ, ରାଜାଙ୍କର ପିଲା ଦୁଇଟିକୁ ରାଜପ୍ରାସାଦରୁ ବାହାର କରିଦେବେ । ସେଥିପାଇଁ ସେ ନରଘାତକକୁ ଡାକି ଆଦେଶ ଦେଲେ, “ଏଇ ପିଲା ଦୁଇଟିକୁ ଦୂର ଜଙ୍ଗଲକୁ ନେଇଯାଅ ସେଠାରେ ତାଙ୍କୁ ହତ୍ୟା କରିବ ।”

ନୂତନ ରାଣୀ ନିଜ ସ୍ୱାମୀଙ୍କର ଏପ୍ରକାର ନିଷ୍ପତ୍ତି ଶୁଣି କ୍ଷୁବ୍ଧ । ସେ ନରଘାତକଙ୍କୁ ଲାଞ୍ଚ ଦେଲେ । ସେମାନଙ୍କୁ ନରଘାତକର ଛୁରୀରୁ ରକ୍ଷା କଲେ । ଚିରଦିନ ପାଇଁ ରାଜାଙ୍କ ଦୃଷ୍ଟି ଆଢୁଆଳରୁ ରଖିବାପାଇଁ ସେ ପିଲା ଦୁଇଟିକୁ ଦୂର ଗାଁକୁ ପଠେଇ ଦେଲେ । ଗୋଟିଏ ବିଶ୍ୱସ୍ତ ଦମ୍ପତ୍ତି ପାଖରେ ସେମାନଙ୍କ ଲାଳନପାଳନର ସେମାନଙ୍କର ଲାଳନପାଳନର ବ୍ୟବସ୍ଥା ବି କରିଦେଲେ ।

ଦମ୍ପତ୍ତି ଦ୍ୱୟ ଗରୀବ । କାଠ କାଟି ବଞ୍ଚନ୍ତି । ସେମାନଙ୍କର ଦାରିଦ୍ର୍ୟ ପିଲା ଦୁଇଟିକୁ ଶ୍ରଦ୍ଧା ସ୍ନେହରେ ପାଳିବାରେ ଅନ୍ତରାୟ ହେଲା ନାହିଁ । ସେମାନଙ୍କର ଖାଦ୍ୟ କହିଲେ ଜାଉ । ପିଲା ଦୁଇଟିକୁ ସେ ସେହି ଜାଉ ଦିଅନ୍ତି । ରାଜାଘରର ପିଲା ହେଲେ ମଧ୍ୟ, ତାକୁ ସେମାନେ ଆନନ୍ଦରେ ଖାଇ ଦିଅନ୍ତି । କାଠୁରିଆ ଆଉ ତାର ସ୍ତ୍ରୀ ଯେତେବେଳେ ଜଙ୍ଗଲକୁ କାଠ କାଟିବାକୁ ଯାଆନ୍ତି ଓ ସନ୍ଧ୍ୟାରେ ବଜାରରେ ବିକିବାକୁ ଯାଆନ୍ତି, ପୁଅଟି ତାଙ୍କ ସାଥୀରେ ଯାଏ । ଝିଅଟି ଘରେ ରହେ ।

ଏହା ଭିତରେ ପନ୍ଦର ବର୍ଷ ବିତି ଗଲାଣି । ଦମ୍ପତ୍ତି ଦ୍ୱୟ ବୃଦ୍ଧ । କାଠୁରିଆଟି ଏତେ ଦୁର୍ବଳ ଯେ, କୁରାଢୀ ଉଠାଇବାକୁ ସେ ଅକ୍ଷମ । କିନ୍ତୁ ଯୁବରାଜ ସବଳ । ଦେହରେ ତାଙ୍କର ଅସୀମ ଶକ୍ତି । କାଠୁରିଆର କାମକୁ ସେ ଆଦରି ନେଲେ । ସେଥିରେ ସେ ପରିବାର ପୋଷନ୍ତି । ଭଉଣୀଟିର ଜଙ୍ଗଲ ଭିତରକୁ ଯିବାକୁ ଭାରି ଇଚ୍ଛା । ସେଥିପାଇଁ ତା’ର ଭାଇକୁ ଅନୁରୋଧ କଲା । ତା କଥାରେ ଭାଇ ରାଜି ।

ଏଥର ସେମାନେ ସାଥି ହୋଇ ଜଙ୍ଗଲକୁ ଗଲେ । ଭାଇ ଗଛରେ ଚଢିଲା । ଡାହି ସବୁ ପକାଇଲା । ଭଉଣୀ ସେସବୁ ଗୋଟାଇ ଏକାଠି କଲା । କାମ କରିବାରେ ସେମାନେ ଉଭୟ ଆନନ୍ଦିତ । ଦ୍ୱିପହରକୁ ସେମାନେ ଏକାଠି ବସି ଘରୁ ଆଣିଥିବା ପଖାଳ ଭାତ ଖାଇଲେ । ସେ ଦେଖିଲେ ଯେ, ପାଣି ଆଣିଥିବା ମାଠିଆଟି ତାଙ୍କର ଖାଲି । ନଈଟି ସେଠାରୁ ଅଧମାଇଲି ଦୂର । ନଈର ଦୁଇ ଧାରରେ ବଡ ବଡ ଘାସ ଓ ନଳଗଛ । ପାଣି କିନ୍ତୁ ନିର୍ମଳ । ପରିଷ୍କାର ।

ଭାଇଟି କହିଲା - ଟିକିଏ ଅପେକ୍ଷା କର । ମୁଁ ଯାଇ ସେଠାରୁ ପାଣି ନେଇଆସିବି । ଏତକ କହି ଭାଇ ମାଠିଆଟି ଧରି ନଈ ଆଡକୁ ଦୌଡିଲା । ନଈକୂଳରେ ପହଞ୍ଚି ସେ ମନ୍ତ୍ରମୁଗ୍ଧ ଭଳି ସ୍ତମ୍ଭୀଭୂତ ।

ସେ ଦେଖିଲା - ବୁଢାଟିଏ ନଈରେ ଆଣ୍ଠିଏ ପାଣିରେ ଠିଆ ହୋଇଛି । ତା’ କାମରେ ସେ ଖୁବ୍ ବ୍ୟସ୍ତ । ତା’ର କହରା ରଙ୍ଗର ଦାଢି ନାହିଯାଏ ଲମ୍ବିଛି । ମୁଣ୍ଡର ବାଳ ତା’ର ରୂପା ପରି

ଧଳା । ତାହା ତା’ର କାନ୍ଧକୁ ଘୋଡାଇ ପକାଇଛି । ତା’ର ନିଶଗୁଡିକ ସାହସୀ ଯୋଦ୍ଧାଙ୍କ ଭଳି ମୋଡା ହୋଇଛି । ଅଣ୍ଟାରେ ତା’ର ବ୍ୟାଘ୍ର ଚମଡା । ଦେହ ତା’ର ଫୁଙ୍ଗୁଳା । ଉନ୍ନୁକ୍ତ ।

ଯୁବକଟିର ଏ ଜଙ୍ଗଲ ଖୁବ୍ ପରିଚିତ ।ଏହାଙ୍କୁ ସେ କେବେ ଆଗରୁ ଦେଖିନାହିଁ । ବୁଢାଟି ଯାହା କରୁଥିଲେ, ତାହା ଦେଖି ସେ ବିଚଳିତ ।ବ୍ୟସ୍ତ ।

ଦୁଇ କୂଳ ମଝିରେ ଠିଆ ହୋଇ ବୁଢାଟି ଗୋଟିଏ ନଳଗଛ ବାମ ପଟୁ ଓ ଆଉ ଗୋଟିଏ ନଳ ଡାହାଣ ପଟୁ ଟାଣିଲା । ଆଶ୍ଚର୍ଯ୍ୟ ଦୁଇଟିକୁ ଗୋଟିଏ ଘାସରେ ବାନ୍ଧି ଦେଲେ । ତା’ପରେ ନଈର ପାଣି ତା’ ଉପରେ ଛିଞ୍ଚି ଆଶୀର୍ବାଦ କଲେ । ତାପରେ ପଛକୁ ଟିକିଏ ଘୁଞ୍ଚିଗଲେ । ଡାହାଣପଟୁ ଗୋଟିଏ ନଳ ଗଛ ଟାଣିଆଣି ବାମପଟୁ ଗୋଟିଏ ଉପଯୁକ୍ତ ନଳ ଖୋଜି ଉଭୟକୁ ଗୋଟିଏ ଘାସରେ ବାନ୍ଧିଦେଲେ ।

ବୃଦ୍ଧଟି ଏହି କାମରେ ଲିପ୍ତ । ତିରିଶି ହଳ ନଳକୁ ସେ ବାନ୍ଧିସାରିଥାଏ । ନଈ କୂଳରେ ଠିଆ ହୋଇ ଯୁବରାଜ ତା’ର ଏହି କାମ ଦେଖୁଥାନ୍ତି । ସେ ଯେଉଁଥିପାଇଁ ଏ ନଈକୁ ଆସିଥିଲେ, ସେ କଥା ଭୁଲିଗଲେ ।

ବୃଦ୍ଧଟି ବାମ ପଟୁ ନଳଗଛ ସଂଗ୍ରହ କଲେ । ତା’ ସାଥୀରେ ଗୋଡ ପକେଇବା ପାଇଁ ଡାହାଣ ପଟୁ ନଳ ଖୋଜିଲେ । ସେ ଡାହାଣପଟୁ ଗୋଟିଏ ନଳଗଛ ପାଇଲେ ନାହିଁ । ତେଣୁ ସେ ପୁଣି ବାମପଟ ନଳ ଖୋଜିଲେ । ହଠାତ୍ ଗୋଟିଏ ଘାସ ଆଣି ତା’ ହାତରେ ଥିବା ନଳ ସହିତ ବାନ୍ଧି ପକାଇଲେ । ତାଙ୍କର ଏକ ଦୀର୍ଘନିଃଶ୍ୱାସ ବାହାରି ଆସିଲା । ଅନିଚ୍ଛା ସତ୍ୱେ ପାଣି ଟିକିଏ ପକାଇ ଆଶୀର୍ବାଦ କଲେ । ସେ ସେଠାରେ କିଛି ସମୟ ଠିଆ ହୋଇ ହଳ ହଳ ହୋଇ ବାନ୍ଧିଥିବା ନଳଗଛକୁ ଚାହିଁଲେ । ତାପରେ ଚାଲିଗଲେ ।

ବୃଦ୍ଧର ଏହି ଅଦ୍ଭୁତ ପ୍ରକାର କାର୍ଯ୍ୟ ଦେଖି ରାଜକୁମାର ସ୍ତମ୍ଭୀଭୁତ । ସେ ନିଜକୁ ସମ୍ଭାଳି ପାରିଲେନାହିଁ । ସେ ବୃଦ୍ଧ ପାଖକୁ ଗଲେ । ସେ କ’ଣ କରୁଛନ୍ତି, ସେ ବିଷୟରେ ତାଙ୍କୁ ପଚାରିଲେ । ବୃଦ୍ଧ ତା’ର କାମରେ ଏପରି ବ୍ୟସ୍ତ ଯେ, ସେ ରାଜକୁମାରଙ୍କୁ ଅନେଇଲେ ନାହିଁ କି ମୁଣ୍ଡ ଟିକିଏ ବୁଲାଇଲେ ନାହିଁ । ତାଙ୍କ ଉତ୍ତର ଥିଲା - ମୁଁ ମୋର କର୍ତ୍ତବ୍ୟ କରୁଛି ।

“ତୁମେ କିଏ ?” ଯୁବକ ପଚାରିଲେ ।

“ଠିକ୍ ଅଛି ! ପୃଥିବୀରେ ସମସ୍ତେ ମତେ ଜାଣନ୍ତି ।”

“କିନ୍ତୁ ମୁଁ ତ ତମକୁ ଜାଣେନାହିଁ ।”

“ଏହା ମୋର ଦୋଷ ନୁହେଁ ।”

“ମୁଁ ତମକୁ ଆଗରୁ କେବେ ଜଙ୍ଗଲରେ ଦେଖି ନାହିଁ ।”

“ଏହାର ଅର୍ଥ ନୁହେଁ ଯେ, ମୁଁ ଏଠାରେ ନୂତନ ଓ ଆଗନ୍ତୁକ ।”

“ତୁମେ ନଳଗଛ ଗୁଡିକୁ କାହିଁକି ଏକାଠି ବାନ୍ଧୁଛ ?”

“ମୁଁ ସେମାନଙ୍କର ବିବାହ କରୁଛି ।”

ଯୁବକଙ୍କ ମୁଁହରେ ହସ । ସେ କହିଲେ - “ତମେ କ’ଣ ପାଗଳ ? ବିବାହ ! ନଳଗଛମାନଙ୍କର ପୁଣି ବିବାହ ।”

ବୃଦ୍ଧ ମୁହୂର୍ତ୍ତକ ପାଇଁ ପୁଣି କାମ ବନ୍ଦ କରିଦେଲେ । ସେ କହିଲେ - ଲୋକେ ସେଥିପାଇଁ ମତେ ସେଇ ହିସାବରେ ଡାକନ୍ତି ।

ଏହା କହି ବୃଦ୍ଧ ତାଙ୍କ କାମରେ ନିମଗ୍ନ ରହିଲେ ।

“ତମ କଥା ପ୍ରହେଳିକାମୟ । ଗୋଲକ ଧନ୍ଦା ସୃଷ୍ଟି କରେ ।”

“ହଁ । ତାହା ହିଁ ମୁଁ କରେ ।”

“ମୁଁ ଏଠାକୁ ଆସିବା ବେଳ ଠାରୁ ତମର କାର୍ଯ୍ୟ ଦେଖୁଛି । ତମେ ବାମପଟୁ ଗୋଟିଏ ନଳ ଗଛ ଆଣି ଡାହାଣପଟ ଗୋଟିଏ ନଳ ସାଥୀରେ ବାନ୍ଧୁଛ । ତୁମେ କାହିଁକି ପାଖାପାଖି ବଢିଥିବା ଦୁଇ ନଳ ଗଛକୁ ଏକାଠି ବାଡିଦେଉଛ ।”

“ତାହା ହିଁ ଭାଗ୍ୟ । ମଣିଷଟିର ଭାଗ୍ୟରେ ତାର ନିଜ ଭଉଣୀକୁ ବାହା ହେବାର ଅଛି ।“

“ଓହୋ । ତାହାହିଁ ହେଉଛି । ଆଛା ମୁଁ ଏଠି କାହିଁକି ଅଛି । ମତେ ତ ପଚାରିଲ ନାହିଁ ।”

“ମୁଁ ତମକୁ ଜାଣେ । ତମେ ଜଣେ ରାଜପୁତ୍ର । ଗରୀବ କାଠୁରିଆ ସାଥୀରେ ରହିବାକୁ ତମ ଭାଗ୍ୟରେ ଅଛି । ତ ତମେ ତମର ଭଉଣୀକୁ ବିବାହ କରିବ । ଏହା ତମର ଭାଗ୍ୟ ।”

ଯୁବକ ଜଣକ ସ୍ତମ୍ଭୀଭୂତ । ସେ ଅନୁଭବ କଲେ ଯେ ସେ ଭଗବାନଙ୍କ ସାଥୀରେ କଥାବାର୍ତ୍ତା ହେଉଛନ୍ତି । ସେ ସାଷ୍ଟାଙ୍ଗ ପ୍ରଣୀପାତ କରି କହିଲେ –“ଭଗବାନ, ମତେ ଦୟାକର । ମୁଁ ନିରୀହ । କ’ଣ ମୁଁ ପାପ କରିଛି ଯେ, ମତେ ଏମିତି ଦଣ୍ଡ ଦିଆ ଯାଉଛି ? ମତେ କହିବା ହୁଅନ୍ତୁ ।”

ବିଧାତା କହିଲେ – “ପୁଅ, ତୋ କପାଳରେ ଯାହା ଲେଖା ହୋଇଛି ତାହା ପରିବର୍ତ୍ତନ କରି ହେବନାହିଁ । କପାଳରେ କଣ ଲେଖିବାକୁ ହେବ ମୁଁ ଜାଣେ । କିନ୍ତୁ ତାକୁ ଲିଭାଇବାର କ୍ଷମତା ମୋର ନାହିଁ । କିନ୍ତୁ ତୋର ନିଜ ଭଉଣୀକୁ ତୁ ବିବାହ କରିବୁ । ତୋର ଅନ୍ୟ ବାଟ ନାହିଁ ।”

ଭଗବାନ ଅଦୃଶ୍ୟ ହୋଇ ଗଲେ । କିନ୍ତୁ ନଳଗୁଡିକ ବନ୍ଧା ହେବାକୁ ଲାଗିଥାଏ ।

ଯୁବକର ମୁଣ୍ଡ ବୁଲାଇଲା । ତାକୁ ସତେକି ଭୂତ ଲାଗିଛି ସେମିତି ଜଣା ପଡିଲା । ହରିଣ ଦେଖିଲେ ଭୋକିଲା ସିଂହ ଯେମିତି ହୁଏ, ସେ ସେମିତି ହେଲେ । ତାଙ୍କ ଭଉଣୀକୁ ସେ ଯେଉଁଠି ଛାଡି ଆସିଥିଲେ, ସେଠାକୁ ଖୁବ୍ ଜୋରରେ ଧାଇଁଲେ । ସେ ଚିତ୍କାର କରୁଥାନ୍ତି – “ଭଉଣୀ ମୁଁ ତୋର ସ୍ୱାମୀ । ଭଉଣୀ,ତୁ ମୋର ସ୍ତ୍ରୀ ।”

ଭଉଣୀ ଟିକିଏ ବିଶ୍ରାମ ନେଉଥିଲା । ଭାଇର ଏପରି ଚିତ୍କାର ଶୁଣି ସେ ଉଠିବସିଲା । ସେ ଦେଖିଲା ଭାଇର ହାତ ଦୁଇଟା ମେଲା । ତାକୁ ଆଲିଙ୍ଗନ ପାଇଁ ସେ ଧାଇଁ ଆସୁଛନ୍ତି । ସେ ଠିଆ ହେଲା । ତା’ପରେ ଖୁବ୍ ଜୋରରେ ଦୌଡିବାକୁ ଲାଗିଲା । ଭାଇଟି ତାର ପଛେ ପଛେ ଧାଉଁଥାଏ ।

ସେ ତା’ର ଆତ୍ମରକ୍ଷା କରିବା ପାଇଁ ଧାଉଁଥାଏ । ସେ ହାଲିଆ ହେଉନଥାଏ । ଏ ଦୌଡର ତ ଶେଷ ହେବ ।

ଆଗରେ ସମୁଦ୍ର । ସେ ଅଟକିଲା ନାହିଁ । ସମୁଦ୍ର ଟି ଅବିଚଳିତ ଭାବରେ ତାକୁ ଆଶ୍ରୟ ଦେଲା । ସେଥିରେ ସେ ଅଦୃଶ୍ୟ ହୋଇଗଲା ।

ଭାଇ ବି ଅଟକିଲା ନାହିଁ । ଭଉଣୀକୁ ଖୋଜିବାପାଇଁ ସେ ସମୁଦ୍ର ଭିତରକୁ ଲମ୍ଫ ଦେଲା ।

ରାଜାଙ୍କର ପୁତ୍ର କନ୍ୟାଙ୍କ ପ୍ରବେଶରେ ସମୁଦ୍ର ବିଚଳିତ । ଭଗବାନ ଏହି ଅଦ୍ଭୁତ ଦମ୍ପତିଙ୍କୁ ଲହରୀରେ ପରିଣତ କରିଦେଲେ । ଭାଇଟି ପୁରୁଷପରି ଉତ୍ତାଳ ତରଙ୍ଗ ହୋଇ ଆଗକୁ ଆସି ଭାଙ୍ଗେ । ଭଉଣୀଟି ଛୋଟ ତରଙ୍ଗ ହୋଇ ଟାଣିହୋଇ ପଛକୁ ଯାଏ ।

ଏବେ ଯଦି ସମୁଦ୍ର କୂଳକୁଯିବ ଦେଖିବ, ଭାଇଟି ଭଉଣୀକୁ ଆଲିଙ୍ଗନ କରିବାକୁ ଚେଷ୍ଟା କରୁଛି । ଲହରୀ ଆଗକୁ ଆସି ଭାଙ୍ଗୁଛି । ସ୍ତ୍ରୀ ଲହରୀଟି ପଛକୁ ଫେରିଯାଉଛି । ସତେକି ସେ ଏହି ଆଲିଙ୍ଗନକୁ ପ୍ରତ୍ୟାକ୍ଷାନ କରୁଛି । ଏହି ସଂଗ୍ରାମ ଚିରନ୍ତନ ହୋଇଯାଇଛି ।


Rate this content
Log in

Similar oriya story from Classics