Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆତ୍ମାର ବିଳାପ

ଆତ୍ମାର ବିଳାପ

2 mins
7.3K



ରାମଚନ୍ଦ୍ର ସେଠୀ

ସବୁଦିନ ପରି ସେଦିନ ମଧ୍ୟ ବୁଢ଼ାକୁ ଝୁରିଝୁରି ବୁଢ଼ୀ ଶୋଇଥିଲା ରାତିରେ । ସ୍ଵର୍ଗରୁ ଗୋଟେ ଚିଠି ଆସିଚି ବୋଲି ସିଏ ଦେଖିଲା । ପାଞ୍ଚ ବର୍ଷ ତଳେ ମରିଯାଇଥିବା ବୁଢ଼ାର ସେ ଚିଠି । ଧଡ଼ପଡ଼ ହୋଇ ଚିଠିଟାକୁ ଖୋଲି ପଢ଼ିବାକୁ ଆରମ୍ଭ କଲା ବୁଢ଼ୀ । ଚିଠିରେ ଲେଖାଥିଲା - ହେ ମୋର ଜୀବନ ସାଥୀ !

ମୁଁ ମରିବାର ପାଞ୍ଚବର୍ଷ ପରେ ଆଜି ଲେଖୁଛି ଏ ଚିଠି । ମୋ ପିଣ୍ଡରେ ପ୍ରାଣ ଥିଲାବେଳେ ଆମେ ଥିଲେ ଗୋଟିଏ ଡାଳରେ ଦୁଇଟି ଶୁଆ ଶାରୀ । ଦୁଇଟି ଆତ୍ମା ଥିଲା ଆମର ଗୋଟିଏ । ମୁଁ ହସିଲେ ତୁ ହସୁଥିଲୁ , ମୁଁ କାନ୍ଦିଲେ ତୁ କାନ୍ଦୁଥିଲୁ । ଆମେ ଏବେ କେହି କାହାର ନୁହଁ । ତୁଟିଯାଇଛି ଆମର ସମସ୍ତ ବନ୍ଧନ । ଛିଣ୍ଡି ଯାଇଛି ଆମ ସମ୍ପର୍କର ଡୋରି । ଏଠି ମୁଁ ନିଃସଙ୍ଗ । ଏକାଏକା ଘୂରି ବୁଲିଲେ ସାରା ଆକାଶ ଏଠି ମୋର ଆପଣାର ବୋଲି କେହି ନାହିଁ । କିଏ ଶୁଣିବ ମୋ ଦୁଃଖ ! କାନ୍ଦିଲେ କିଏ ପୋଛିବ ମୋ ଆଖିର ଲୁହ । ହତାଶରେ ଭାଙ୍ଗିପଡ଼ିଲେ କିଏ ଦେବ ଆଶ୍ଵାସନା ।

ସତ କହୁଛି , ତୁ ଥିଲୁ ମୋ ପ୍ରାଣ । ମୋ ଜୀବନର ଜୀବନ । ଆଖି ଖୋଲିଲେ ଦିଶୁଥିଲୁ ତୁ । ଆଖି ବନ୍ଦ କଲେ ବି ଦିଶୁଥିଲୁ ତୁ । ପଛରେ ମୋର ଛାଇପରି ଲାଗି ରହିଥିଲୁ ସାରା ଜୀବନଟାଯାକ । ଏବେ କିନ୍ତୁ ସ୍ଵପ୍ନ ହୋଇଗଲା ସବୁ​ ‌। ମୁଁ ଏଠି ଏକା , ତୁ ବି ସେଠି ଏକା । ଷାଠିଏ ବର୍ଷର ଦାମ୍ପତ୍ୟ ଜୀବନକୁ କେମିତି ଭୁଲିଯିବି ମୁଁ । କେମିତି ପା​ସୋରି ଯିବି ତତେ । ଆମ ଭିତରେ ଏବେ​ ଯୋଜନ ଯୋଜନ ମାଇଲର ଦୂରତା । ହେଲେ ବି ମୁଁ ଅନୁଭବ କରୁଛି ସତେ ଯେମିତି ତୁ ମୋ ଆତ୍ମ। ଭିତରେ , ପାଖରେ ପାଖରେ । ପଅୁବୋହୂ , ନାତିନାତୁଣୀଙ୍କ ଗୋଠରେ ତୋ ଦିନ ବିତି ଯାଉଥିଲେ ମଧ୍ୟ ତୁ ସୁଖରେ ନ ଥିବୁ । ନିଃଶବ୍ଦ ରାତିରେ ଯେତେବେଳେ ଏକାଏକା ଶୋଉଥିବୁ ମନ ପଡୁଥିବ ମୋ କଥା। କାନ୍ଦୁଥିବୁ , ଲୁହ ପୋଛୁଥିବୁ । କେବେକେବେ ସାରା ରାତିଟାଯାକ ଶୋଇପାରୁ ନ ଥିବୁ ମୋ କଥା ଭାବିଭାବି । ମୋ ମୁହଁ , ଶୁଭିଯାଉଥିବ ମୋ ସ୍ଵର । ଆମପରି ଏକାଏକା ମଣିଷମାନେ ବିଚ୍ଛେଦର ଦାରୁଣ ଯନ୍ତ୍ରଣାକୁ ଭୁଲିପାରୁ ନ ଥିଲାବେଳେ ମୁଁ କେମିତି ଭୁଲିପାରିବି ତତେ । ମୋର ଶରୀର ସିନା ଜଳିପୋଡ଼ି ମୁଠାଏ ପାଉଁଶ ହୋଇଗଲା । ହେଲେ ମୋ ଆତ୍ମା ମରିନି । ତୋ ବିନା ମୋ ଆତ୍ମା ଭିତ​ରେ ଏଠି ବିରାଟ ଶୂନ୍ୟତା । ବିଚ୍ଛେଦର ଦାରୁଣ୍ୟ ଯନ୍ତ୍ରଣାରେ ମୁଁ ବହୁତ ଛଟପଟ ହେଉଛି । ବଞ୍ଚିଥିଲାବେଳେ ମୋ ଦୁଃଖ ତୁ ସହିପାରୁ ନ ଥିବା ସ୍ଥଳେ ଏବେ କେମିତି ସହୁଚୁ ତୁ । ଦୁଇଟି ଆତ୍ମା ଆମର ଏକାକାର ନ ହେଲା ପର୍ଯ୍ୟନ୍ତ ଆମେ ଏମିତି କଲବଲ ହେଉଥିବା । ଆ..... ।

ବୁଢ଼ୀକୁ ଆଲିଙ୍ଗନ କରିବା ପାଇଁ ସତେ ଯେମିତି ବୁଢ଼ାର ହାତ ଦୁଇଟା ଖୋଲି ହେଇହେଇ ପାଖେଇ ଆସିଲା । ଧଡ଼ଧାଡ଼ ହୋଇ ବୁଢ଼ୀ ନିଦରୁ ଉଠି ବସିପଡ଼ଲିା । ତା’ ସ୍ଵପ୍ନ ଭାଙ୍ଗିଗଲା ସିନା , ହେଲେ ତାକୁ ସବୁ ସତସତ ପରି ଲାଗଲିା । ଅନ୍ଧାରଟାରେ ଅଣ୍ଡାଳି ପକେଇଲା ସବୁ ଆଡ଼େ । ଶୂନ୍ୟ , ମହାଶୂନ୍ୟ । ଶ୍ଵାସରୁଦ୍ଧ ହୋଇଆସିଲା ତା’ ଛାତି । ସହି ନ ପାରି ଶେଷକୁ ଛାତିକି ଜାବୁଡ଼ି ଧରି ଲୋଟିପଡ଼ଲା ବିଛଣାରେ ।

ସକାଳ ହେଲା । କାଉ ଡାକିଲା । ବୁଢ଼ୀର କବାଟ ଖୋଲିଲାନି । ପଅୁବୋହୂ , ନାତିନାତୁଣୀ ସମସ୍ତେ ଆସି କବାଟ ବାଡ଼େଇଲେ । ଶେଷକୁ କବାଟ ଭାଙ୍ଗିବାକୁ ପଡ଼ଲିା । ଦେଖିଲା ବେଳକୁ ବୁଢ଼ୀ ଶୋଇଚି । ନିଶ୍ଚଳ। ଶୀତଦିନର ସକାଳୁଆ ଓଦା ମାଟିପରି ବୁଢ଼ୀର ଦେହଟା ଶୀତଳ...।


Rate this content
Log in

Similar oriya story from Classics