Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

କବିତା

କବିତା

2 mins
2.7K


ରାତି 12 ଟା ବାଜି ସାରିଥିଲା ,କବି ଫେସବୁକ ରେ କବିତା ପୋଷ୍ଟିଂ କରୁଥିଲେ | ହଠାତ ମେସେଞ୍ଜର ରେ ଆସିଲା ,ସାର ନମସ୍କାର ଆପଣକଂ କବିତା ଗୁଡିକ ମୋତେ ବହୁତ ଭଲ ଲାଗେ ମୁଁ ପ୍ରାୟ ପ୍ରତିଦିନ ପଢେ | କବି ପଚାରିଲେ ତମେ କିଏ , ସେପଟୁ ଉତ୍ତର ଆସିଲା , ସାର ମୁଁ କବିତା କହୁଛି |

କବିତା- ସାର ଆପଣଂକୁ କିଛି ପଚାରିବାର ଥିଲା ପଚାରି ପାରିବିକି ?

କବି- ହଁ ପଚାର

କବିତା - ସାର ଆପଣ ଏତେ ଦୁଃଖ ର କବିତା କାହିଁକି ଲେଖନ୍ତି ?

କବି- ମୁଁ ଟିକେ ଦୁଃଖ ରେ ଅଛି ,ତା ପରେ ଦୁଃଖର କବିତା ଲୋକମାନକଂ ହୃଦୟକୁ ବେଶୀ ଛୁଇଁ ଥାଏ |

କବିତା - ଦୁଃଖ ର କାରଣ କଣ ଜାଣି ପାରିବିକି ?

କବି- ମୁଁ ଏବେ ହସ୍ପିଟାଲରେ , ବୋଉ ଆଇସିୟୁ ରୁ ଆଜି ବାହାରକୁ ଆସିଲା , କୋମାରେ ଅଛି ଜାଣେନା କେବେ ଠିକ ହେବ | ଘରେ ବି ଟିକେ ପ୍ରୋବ୍ଲେମ ଅଛି |

କବିତା - ସାର ଆପଣ ହସ୍ପିଟାଲରେ ବସି କବିତା ଲେଖୁଛନ୍ତି ?

କବି- ହଁ , ଏ ଦୁଃଖ ର ସମୟ ଅତିବାହିତ କରିବାକୁ କବିତା ଲେଖେ ଓ ବୋଉ କୁ ଶୁଣାଏ | କେବେ ସିଏ ଶୁଣେ କେବେ ଶୁଣେନି | ସେ କଣ ବୁଝେ ମୁଁ ଜାଣେନି |

କବିତା - ସାର ଏତେ ଦୁଃଖରେ ବି ଆପଣ କବିତା ଲେଖି ପାରୁଛନ୍ତି ସେଇଟା ବଡ଼ କଥା | ମୁଁ ଆପଣ କୁଂ ଡିଷ୍ଟର୍ବ କରୁନିତ ?

କବି -ନା ,ହେଲେ ଏତେ ରାତି ଯାଏଁ ଚାହିଁ ରହିଛ କାହିଁ କି ?

କବିତା - ସେ ଆସି ନାହାନ୍ତି ସାର , ସେଥି ପାଇଁ ଆପଣ କଂ କବିତା ପଢ଼ୁଥିଲି ଓ ପୋଷ୍ଟ କରୁଥିଲି |ସାର ମୁଁ ଆପଙ୍କ କବିତାକୁ ବୋଲାଛି ,ଶୁଣିବେକି ?

କବି- ସତରେ ହଁ ପଠାଇ ଦିୟ |

କବିତା - ଏଇ ପଠାଇଦେଲି ସାର ଶୁଣିଲେ ?

ଟିକେ ପରେ

କବି-ଆରେ ତୁମେତ ବହୁତ ବଢିଆ ଗାଉଛ | ମୋ କବିତା ତୁମଠୁ ଶୁଣି ଲାଗିଲା ସେ ପଦ ଗୁଡିକ ଜୀବନ୍ୟାଶ ପାଇଯାଇଛନ୍ତି |ସତରେ ବହୁତ ଭଲ ଲାଗିଲା | ଆଉକିଛି କବିତା ଭଲ ଲାଗିଲେ ଗାଇବ ଓ ମୋ ପାଖକୁ ପଠାଇବ | ମୋ କଥା ରଖିବ କବିତା |

କବିତା - ସାର ଆପଣ କୁଂ ଭଲ ଲାଗିଲା ଶୁଣି ମୁଁ ବହୁତ ଖୁସି | ଏତେ ଦୁଃଖରେ ଆପଣକଂ ମନରେ ଟିକେ ଖୁସି ଆସିଛି ଶୁଣି ଭଲ ଲାଗିଲା ସାର | ମେର ଟେଲିଫୋନ ନମ୍ବର ତା ଦେଉଛି କେବେବି ଚାହିଁଲେ କଥା ହୋଇପାରିବେ |

କବି - ଧନ୍ୟବାଦ କବିତା ମୁଁ ତୁମ ପାଖରେ ରୁଣି ରହିଲି | କବିତା ଓ କଥା ବି କାହାର ଆଖିରୁ ଲୁହ ପୋଛିଦେଇପାରେ ମୁଁ ଆଜି ଜାଣିଲି |

କବିତା- ସେଇଟା ବି ସାର ମୁଁ ଆପଣ କଂ କବିତା ପଢି ଶିଖିଛି | କେମିତି ଭଲ କବିତା ଲେଖିପାରିବି ମତେ ଟିକେ ଶିଖାଇବେ ସାର |

କବି- କବିତା ରେ ଟିକେ ଇମୋସନ ଦେଇ ଲେଖିବ , ପଦ ଛିଡ଼ିଲେ ବହୁତ ଭଲ | ନିଜେ ଦି ତିନିଥର ପଢି ଠିକ କରିବ ,ନହେଲେ ମୋ ଟେ ଦେବ ମୁଁ ଠିକ କରିଦେବି |

କବିତା -ସବୁ ଆପଣକଂ ଆଶିର୍ବାଦ ସାର ଇଏ ବୋଧେ ଆସିଲେଣି ମୁଁ ଫେସବୁକ ବନ୍ଦ କରୁଛି ନମସ୍କାର ସାର |


Rate this content
Log in