Pankajini Upadhaya

Tragedy


3  

Pankajini Upadhaya

Tragedy


ଜୀବନ ପୃଷ୍ଠାର ଗୋଟିଏ ବିନ୍ଦୁ

ଜୀବନ ପୃଷ୍ଠାର ଗୋଟିଏ ବିନ୍ଦୁ

4 mins 502 4 mins 502

ପଙ୍କଜିନୀ ଉପାଧ୍ଯାୟ ( ସୁନା )( ମିତା)

*******

ଅରଙ୍ଗାବାଦ

******

ଚମତ୍କୃତ କରିଦେଲା, ଚକ୍ ଚକ୍ ମାରିଲା , ଢୋ ଢା ଶବ୍ଦ , ନୀରବ ,ନୀସ୍ପନ୍ଦ ,ଅନ୍ଧାରର ସେ ବିରଳ ସନ୍ଧ୍ୟା ! ଆଜି ବି ଲୋମ ଟାଙ୍କୁରି ଉଠେ ।କି ଭୟଙ୍କର ସେ ସନ୍ଧ୍ୟା ! ଶରୀରର ପ୍ରତି ଅବୟବକୁ ନିରିକ୍ଷଣ କରେ । ମୁଁ ଜୀବିତ !ଆଶ୍ଚର୍ଯ୍ୟ ଲାଗେ ଅତୀତର ଅନୁଭବର ସେ ଅନନ୍ୟ ସନ୍ଧ୍ୟା । ମନକୁ ପ୍ରଶ୍ନ ଆସେ ,ଜୀବନରେ ସତରେ ଏମିତି ଘଟେ ,ଯାହା ସେତେବେଳେ କଳଙ୍କ ଥିଲା । ଆଜି ସ୍ମୃତି ପାଲଟି ଯାଏ। ଭୟ ,ଦୁଃଖ ,ଆନନ୍ଦର ଏକ ଶିହରଣ ଖେଇଯାଏ ପ୍ରତିଟି ସ୍ଫନ୍ଦନରେ ।

ପଛରୁ ଶୁଭୁଥିଲା ଗୋଟିଏ ହଜିଲା ସ୍ବର ,ମିଶିଯାଉଥିଲା ଆକାଶର ଓଠରେ , କରୁଣତା ଛୁଉଁଥିଲା ଗଗନ ପବନ ,ଉତ୍ତର ଫେରୁଥିଲା ଘଡଘଡି ବିଜୁଳି ଶବ୍ଦରେ ମିଶି କରୁଣ ପ୍ରତ୍ଯୁତ୍ତର । ତୁମେ ଯାହାକୁ ଖୋଜୁଛି ସିଏ ତୁମକୁ ମିଳିବନି ।ଲୁହ ଆଉ କୋହର ଏକ ଅବ୍ୟକ୍ତ ବେଦନା ,ଲୁହ ନୁହଁ ତ ଲହୁର ଏକ ଅବିଶ୍ରାନ୍ତ ଧାରା ।ବିକଳ ସେ ସମୟ , ସବୁ ବିରଳତାକୁ ଅତିକ୍ରାନ୍ତ କରିଥିଲା ,ଆଉ ଧୈର୍ଯ୍ୟର ପାହାଡକୁ ଧୂଳିସାତ୍ କରୁଥିଲା। ଅଜଣା ଆଶଙ୍କାରେ ଦୁଃଖର ଦହନ ଭିତରେ ହୃଦୟ ଫାଟି ପଡୁଥିଲା ଅଜଣା ଭୟର ଆଶଙ୍କାରେ ।

ପିତୃବ୍ଯ ଧିକାରୁଥିଲା ,ପିତୃବ୍ଯ ଦାୟିତ୍ବର ଦ୍ବାହିରେ । ଚିର ଅବିବାହିତ ସନ୍ତାନ ବତ୍ସଳ ହୃଦୟଟା ନିଜକୁ ନିଜେ ଦୋଷିର ଆସନରେ ବସାଇ ଫାଶିର ଅପେକ୍ଷାରେ ଥିଲା ଅନାହତ ଅଦୃଷ୍ଟ ଇଚ୍ଛାରେ। ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ସେ ଆହ୍ବାନର ଅନ୍ତ ଚିତ୍କାର ସୁନା…..ସୁନା....ସୁନା,ଶବ୍ଦ ।

ଚିର ପରିଚିତ, ଚିର ସହଚର ଦୁଇ ଚକିଆ ସାଇକେଲର ଗତିରେ ଗତିଶୀଳ ମନ , ହୃଦୟ , ବିବେକ , ଶରୀର ଆଉ ସ୍ବର ସମସ୍ତେ ଆଗକୁ ମାଡି ଚାଲି ଚାଲିଥିଲେ ବିଶ୍ବାସର ଦୀପାଳୀ ଜାଳି ,ଅନ୍ଧକାରର ବିକୁ ଚିରି । ସମସ୍ତେ ପ୍ରହାରି ଚାଲୁଛନ୍ତି ସେହି ବୋଝ ବୋହୁଥିବା ପିଠିଟିକୁ ,ପ୍ରକୃତିର ଅନାହତ ଅଦୃଷ୍ଟ ସେହି ପ୍ରଳୟଙ୍କରୀ ଦୁର୍ଦ୍ଦଶ ଝଡମାନେ ସଫଳତାର ଶିଡିଚଢି।

ହଠାତ୍ ଦୂରରୁ ଜୁଳୁଜୁଳିଆ ପୋକର ଆଲୁଅ ପରି ଆଲୁଅ ଟିକେ ଦୃଷ୍ଟିକୁ ଆସୁଛି ।ସେଇ ଦିଗରେ ଅନ୍ଧାରର ବୁକୁ ଚିରି ଆଗାଉ ଥିଲା ଜୀବ ନଥିବା ଜୀବଟି । ସବୁ ଶବ୍ଦ ମାନେ ତାଣ୍ଡବ କରୁଥିଲେ ଓଠର ସ୍ବରରୁ ପ୍ରକୃତିର ଦୋଳନରେ ।

ସେତେବେଳକୁ ତୃତୀୟ ଜନକଙ୍କ ଆଶ୍ରାରେ ଉଷୁମ ଟାଣୁଥିଲି ,ସ୍ବପ୍ନ ବୁଣୁଥିଲି ପିତାମାତାର ଆଲିଙ୍ଗନ ବଦ୍ଧରେ।

ହଠାତ୍ ସ୍ବର ନିକଟତର ହେଲା, ପ୍ରଳୟ ଶାନ୍ତ ପଡି ଆସିଲାଣି । ଦଉଡି ଆସିଲି ସେଇ ଆତ୍ମୀୟଭରା ଡାକରେ ଯେଉଁଠି ଆତ୍ମା ବନ୍ଧା ପଡିଛି । ଦୁଃଖ ସୁଖ ମିଶ୍ରିତ ସେ ଅପୂର୍ବ ଆନନ୍ଦ ! ଲୁହ ଆଜିବି ବୋଲ ମାନେନା । ସ୍ମୃତିର ଝରକାରେ ଯେବେ ଶବ୍ଦାୟିତ ହୁଏ ସେ ଶବ୍ଦର ତରଙ୍ଗ । ସେହି ଭରସାର ଦୀପାଳୀ ଜାଳି ଆଜିବି ଜୀବିତ ଅଭିନୟ କରି ଚାଲିଛି, ଅନ୍ତରର ଅଭାବ ବୋଧର କରୁଣ ସ୍ପର୍ଶରେ ।

ଭଲପାଇବାର ଆକର୍ଷଣ ସେତେବେଳେ ପ୍ରତିଭାତ ହେଲା ମିଳନର ଅପୂର୍ବ ରାଗରେ । ଦୁଃଖର ରସ ସବୁ ଆନନ୍ଦର ଉତ୍ସ ସବୁ ଏକାକାର ହୋଇ ଅଦ୍ଭୁତ କମ୍ପନ ସୃଷ୍ଟି କରୁଥିଲେ ଦୋଳାୟମାନ ହୋଇ । ପ୍ରକୃତର ତାଣ୍ଡବ ଶାନ୍ତ ପଡିସାରିଥିଲା । ନୂତନ ସୂର୍ଯ୍ଯୋଦୟ ହେଉଥିଲା ସମ୍ପର୍କର ଆକାଶରେ ।ଅତି ଜାଗତିକ ସେ ଦୃଶ୍ୟ । ମୃତ୍ୟୁର ଅନ୍ଧକାରରୁ ନୂତନ ଜନ୍ମ ଲାଭ । ପ୍ରକୃତରେ ସଙ୍ଘର୍ଷରୁ ଜୀବନ ଜୀଇବାର ସଙ୍ଘର୍ଷ । ଅନୁଭବର ଆଇନାରୁ ବାସ୍ତବତାର ଅନ୍ବେଷଣ।

ମଧୁର ମିଳନ ପିତୃତ୍ବ ଆଉ କନ୍ୟାର ଅପୂର୍ବ ମିଳନ ।ଦୁଃଖର ସାଗରରୁ ସୁଖର ମହାଶୂନ୍ଯ । ଗୋଟିଏ ବୁଡିବାବେଳେ ଅନ୍ୟଟି ଉଡାଇବାର ଆହ୍ବାନରେ । ପେଟର ଭୋକ ମୋର ତୃତୀୟ ଜନ୍ମ ଦାତା ଦାତ୍ରୀ ଲାଘବ କରି ,ଦେହରେ ନୂତନ ବସ୍ତ୍ର ପରିଧାନ କରାଇ ସାରିଥିଲେ ,ଆଉ ଚୂଲିରେ ସେକୁଥିଲେ ବର୍ଷାର ଭିଜିଥିବା ମୋର ସମଗ୍ର ଅବୟବକୁ । ନୂତନ ଜନ୍ମ ଦେଇଥିଲେ ବିନା ମାନବିକତାର ଗଭୀର ସ୍ପର୍ଶରେ ,ବିନା ପ୍ରାପ୍ତିରେ, ବିନା ଭୟରେ ମଣିଷ ପଣିଆର ଅପୂର୍ବ ନିଦର୍ଶନ, ଆଜିବି ଅନ୍ତର ଖୋଜେ , ହୃଦୟରେ ସ୍ଥାନ ପାଇଥିବା ମୋର ଦ୍ବିତୀୟ ଈଶ୍ବର ଈଶ୍ବରୀଙ୍କୁ। ତାଙ୍କରି ଉଦ୍ଦେଶ୍ୟରେ ଲୁହ ଆଉ ଭଲପାଇବାର ଡାକ ଦିଏ, କାଳିଆ ପାଖରେ ସେ ମହାନତାକୁ କେବେ ବି ଦୁଃଖ ନଦେଇ ଶାନ୍ତିରେ ବଞ୍ଚିବାକୁ ଦେବାକୁ । ସେତେବେଳେର ଚପଳ ଆଜି ଠିକଣା ଖୋଜୁଛି ସେହି ମହାନ୍ ପିତୁବ୍ଯଙ୍କର ।

ଅନେକ କଥା। ଜୀବନର ପୃଷ୍ଠା ଲେଉଟାଇଲେ ଅନେକ ଜୀବନ ଦର୍ଶନ । ଅନେକ ସ୍ମୃତିର କଥାକୁହା କାହାଣୀ । ଆଜିବି ଝଙ୍କୃତ ହୁଏ, ହୃଦୟର ପ୍ରତିଟି କୋଣରେ, ଶିରା ,ପ୍ରଶିରା,ଧମନୀ ଆଉ ପ୍ରତିଟି ଅଙ୍ଗର ପ୍ରତିଟି ବିନ୍ଦୁରେ।

ମାମୁଁ ଘର ରାମକୃଷ୍ଣଙ୍କର ଉତ୍ସବ । ନିମନ୍ତ୍ରିତ ବାପା ,ମୋ ନନ୍ଦ ବାପା , ଆଦରର ଅଳିଅଳି ମୁଁ । ଚାଲିଲି ସାଇକେଲରେ ଉପର ଓଳି । ପିଚୁ ରାସ୍ତାରେ ସାଇକେଲ ଗଡି ଚାଲିଲା ବାପାଙ୍କ ପେଡେଲ ମାରିବା ଗତିରେ ।ହସ ଖୁସିରେ ଫାଟି ପଡୁଥିଲା ଗନ୍ତବ୍ଯ ପଥ। ସୁଖରେ ବାଧା ଆସିଲା । ଆକାଶରେ ବର୍ଷା, ଝଡ,ବିଜୁଳି, ଘଡଘଡି ସମସ୍ତଙ୍କର ଦୁର୍ଦ୍ଦଶ ତାଣ୍ଡବ । ସନ୍ଧ୍ୟା ଆଗତପ୍ରାୟ ରାସ୍ତା ଆହୁରି ବାକି ପହଞ୍ଚିବାକୁ ପ୍ରାୟ ତିରିଶ ମିନିଟ ସମୟ । ଜୋର ଜୋର ପେଡେଲ ମାରିଲେ ବାପା ।ପବନ ଗତିରେ ଆଗକୁ ଚାଲୁନି ଗାଡି ପଛରୁ ପ୍ରକୃତିର ପାହାର ଆଗରୁ ପ୍ରକୃତିର ପାହାର ।ଇଚ୍ଛାଶକ୍ତିକୁ ଅବଦମିତ କରୁଛି ଈଶ୍ବରଙ୍କ ଉଦ୍ଦେଶ୍ୟ।

ବାପା କହିଲେ ଆଗରେ ମିଞ୍ଜି ମିଞ୍ଜି ଆଲୁଅ ଦିଶୁଛି ଦୌଡିକି ପଳା। ଓହ୍ଲାଇ ପଡିଲି ଦୌଡିଲି । ଦ୍ବାରରେ ପହଞ୍ଚି ଜୋର ଜୋର କବାଟ ବାଡେଇଲି । ପବନର ଧକ୍କାରେ ହାଲକା ହାଲକ କଅଁଳ ସ୍ବରର ଶବ୍ଦରେ ବଡ କଷ୍ଟରେ କବାଟ ଖୋଲିଲା । ଜିବନ୍ତ ଦେବତା ଦୁଇଜଣ ଟେକି ନେଇଗଲେ ବାତ୍ସଲ୍ୟର ବୋକ ଦେଇ। କହିଛି ଆଗରୁ ପ୍ରତିକୂଳତାର ବାଧକତାରେ , ଯତ୍ନରେ ସଜାଉ ଥିଲେ ମୋର କୋମଳ ସବୁ । ଫ୍ରକ ନ ଥିବାରୁ ତଉଲିଆରେ ଘୋଡାଇ ଥିଲେ ମୋର ଶୈଶବ ଶରୀରକୁ।

ଜୀବନର ଝଡରେ ବାଡରେ ଏ ଜୀବନ ଗଢା। କେତେବେଳେ ମାନବର ଦୌରାତ୍ମ ତ ,କେତେବେଳେ ପ୍ରକୃତିର ଜ୍ବଳନ। ଅନ୍ତରକୁ ଛଳନାରେ ଭିଜାଇନି କେବେ। ମିଥ୍ଯାର ମିଥ୍ୟା ପ୍ରତିଶ୍ରୁତିରେ ବଞ୍ଚି ଶିଖିନି ଏ ମନ। ମିଥ୍ୟା ଆଶ୍ରାର ଆଶ୍ରୟରେ ବଞ୍ଚିବାକୁ ଉଚିତ ମନେ କରିନି । ଦୈବ ଶକ୍ତିକୁ ସ୍ବାଗତ କରିଛି ପ୍ରତିଟି ସ୍ଫନ୍ଦନରେ । ଇତିହାସ ସୃଷ୍ଟିର ଭରସାରେ କର୍ମଦୀପ୍ତ ନୁହେଁ ଏ ଜୀବନ ।

ଏ ଜୀବନୀ ଅଳ୍ପରେ ସମାପ୍ତ କରୁଛି , ଏହାର ଗୋଟିଏ କାରଣ , ଅଦୃଶ୍ୟ ଭଗବାନଙ୍କୁ ଚିହ୍ନାଇବା ପାଇଁ।

ଆଉ ଜୀବନ୍ତ ଭଗବାନଙ୍କ ଠିକଣା ଦେବାକୁ । ମୋର ନନ୍ଦ ବାପା ,ଆଉ ଝଡରୁ ସାଉଁଣ୍ଟି ବିନା ଭୟରେ ବାତ୍ସଲ୍ୟ ମମତାରେ ପରିପୂର୍ଣ୍ଣ କରିଥିବା ମୋର ଭଗବାନ ଦୁଇ ଜଣ। ନାମହୀନ ଦୁଇଟି ସମ୍ପର୍କର ନୀଳ ପାରିଜାତ । ଯିଏ ମୋ ଜୀବନରେ ନୀଳ ଲେପନ କରିଥିଲେ। ସମାପ୍ତି ପାଇଁ ସମାପ୍ତ କରୁଛି, ଅସମାପ୍ତ ଏ ପୃଷ୍ଠା। ଅସମାପ୍ତ ଏ ଲେଖନୀର ଝଡ । ଯିଏ ବାନ୍ଧେନା ବଡ ବନ୍ଧ ।

ଜୟ ଜଗନ୍ନାଥ , ଜୟ କାଳିଆ ସାଆନ୍ତ ,ଜୟ ମାତେ।


Rate this content
Originality
Flow
Language
Cover Design