Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Abstract Others

3  

Pallabi Das

Abstract Others

ସମୟ କ୍ରମରେ ବନ୍ଧା ଡ଼ୋରି

ସମୟ କ୍ରମରେ ବନ୍ଧା ଡ଼ୋରି

5 mins
548


ସୂର୍ଯ୍ୟ ନଇଁ ଆସିଲେନି , ବୋଧହୁଏ ସୂର୍ଯ୍ୟ ଅସ୍ତ ସମୟ ପାଖେଇ ଆସୁଛି । ମେଟ୍ରୋ ସହରର ରାସ୍ତା ଗୁଡ଼ିକ ଧୀରେ ଧୀରେ ଭିଡ଼ ହବାରେ ଲାଗିଲାଣି । ସେଇ ଭିଡ଼ ଭିତରେ ମଝିରେ ମଝିରେ ହାଲକା ଓଦା ପବନ ବୋହି ଆସୁଛି , ବୋଧହୁଏ ବର୍ଷା ମାଡ଼ି ଆସୁଛି । ଆକାଶରେ ଧୀରେ ଧୀରେ ମେଘ ଘୋଟିବା ଆରମ୍ଭ ହୋଇସାରିଛି । ଗୋଟେ ବସ୍ ରୁ ଓହ୍ଲେଇ ଆଉ ଗୋଟେ ବସ୍ ରେ ବସିବା ପରେ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଗଲା । ନିଜ ନିଜ ଗନ୍ତବ୍ୟ ସ୍ତଳରେ ଜଲଦି ପହଁଞ୍ଚିବା ପାଇଁ ଲୋକମାନେ ପୋକ ମାଛି ପରି ବସ୍ ଆଉ ମେଟ୍ରୋରେ ଚଢ଼ି ଯାଉଥିଲେ । ଠିକ୍ ଏମିତି ଘଡି ସନ୍ଧି ସମୟରେ ମୋର ଭେଟ ହୋଇଥିଲା ଶ୍ରୁତି ସାଥିରେ , ପ୍ରାୟ ଦୁଇ ବର୍ଷ ପରେ ପୁଣି ଥରେ । ସେ ମତେ ଦେଖି ପାରିନଥିଲା, ମୋ ମୁହଁରେ ଥିବା ଧୂଳି ନିୟନ୍ତ୍ରଣ mask ଯୋଗୁଁ , ନହେଲେ ତାକୁ ସାମନା କରିବା କଷ୍ଟ ହୋଇ ପଡିଥାନ୍ତା । ବର୍ଷାରେ ଅଧା ଭିଜି ବସ୍ ଭିତରର ଭିଡକୁ ଚିରି ସେ ଆସି ଠିଆ ହୋଇଥିଲା ମୋ ସିଟ୍ କୁ ଲାଗି, ଆଉ ଅନେଇ ରହିଥିଲା ମୋ ପାଖରେ ଥିବା କାଚ ଝରକା ଦେଇ ବାହାରକୁ । କେଜାଣି କାହିଁକି ଭଲ ଲାଗେ ତାକୁ ବର୍ଷା ପାଣି ଦେଖିବାକୁ । ଇଛା ହଉଥିଲା ସିଟ୍ ରୁ ଠିଆ ହୋଇପଡ଼ି କହିବାକୁ -" ଶ୍ରୁତି, ପ୍ଲିଜ ମୋ ସିଟ୍ ରେ ବସିପଡ଼" । କିନ୍ତୁ କିଛି କହି ପାରିଲିନି, ଯଦି ଅବା କହିଥାନ୍ତି ତେବେ ତା ପୂର୍ବରୁ ଠିଆ ହୋଇଥିବା ମହିଳାମାନେ ମତେ ତାଡ଼ ଆଖିରେ ଦେଖିଥାନ୍ତେ ଆଉ ଶ୍ରୁତି ବି ମୋ ସ୍ଵର ସହ ପରିଚିତ, ହୁଏତ ସେ ମତେ ଚିହ୍ନି ଦେଇଥାନ୍ତା । ଶ୍ରୁତି ର ମୁହଁ ଅଧା ଓଢଣୀରେ ଭିଡ଼ା ହୋଇଥିଲା , ଯୋଉଟା କି ବାରମ୍ବାର ଗଳି ପଡ଼ୁଥିଲା ଆଉ ସେ ଗୋଟେ ହାତରେ ମୋ ପାଖରେ ଥିବା ରଡ୍ କୁ ଧରି ଠିଆ ହୋଇଥିଲା ଆଉ ଗୋଟେ ହାତରେ ତା ମୁହଁରୁ ଗଳି ପଡ଼ୁଥିବା ଓଢଣୀରେ ବାରମ୍ବାର ତା ବର୍ଷାରେ ଭିଜା ମୁହଁକୁ ଲୁଚେଇବାକୁ ଚେଷ୍ଟା କରୁଥିଲା । ବସ୍ ଡ୍ରାଇଭର୍ ହଠାତ୍ ବସ୍ କୁ ବ୍ରେକ୍ ମାରିବା ଯୋଗୁଁ ତା ଆଖ ପାଖରେ ଥିବା ମହିଳାମାନେ ବାରମ୍ବାର ଗଳି ପଡ଼ିବା ପରି ହଉଥିବା ବେଳେ ଶ୍ରୁତି କିନ୍ତୁ ବେଶ୍ ଆରାମ୍ ରେ ଖୁଣ୍ଟ ଟେ ପରି ରଡ୍ କୁ ଧରି ଠିଆ ହୋଇଥାଏ । ସେ ଯେତେ ମୁହଁ ଲୁଚେଇଲେ ମଧ୍ୟ ତା ଗୋଲ ଚଷମା ଭିତରେ ଥିବା କଜଳ ପାତିଆ ଆଖି ଦିଟାକୁ ଦେଖିଲେ ଚିହ୍ନିଥିବା ଲୋକ ତାକୁ ଆରାମ୍ ରେ ଚିହ୍ନଟ କରି ପାରିବେ । ବସ୍ ପ୍ରାୟ କୋଡିଏ ମିନିଟ୍ ର ରାସ୍ତାକୁ ଗୋଟେ ଘଣ୍ଟାରୁ ଅଧିକା ସମୟ ନେଇ ଯାଇଥିଲା ପହଞ୍ଚିବାକୁ । ମୋ ଆଖାପାଖରେ ଲୋକ ମାନଙ୍କ ବିରକ୍ତିର ସ୍ଵର ସଫା ସଫା ଶୁଣା ଯାଉଥିଲା । ଆଜି ଯାଏ ବୁଝା ପଡ଼ିଲାନି ଲୋକମାନେ ବିରକ୍ତ ହେଲେ ପାଟି ଟାକୁ ବଙ୍କେଇ କରି ଚୁ ଚୁ କାହିଁକି ହୁଅନ୍ତି । ବୋଧହୁଏ ବିରକ୍ତ ସମୟରେ ପାଟିଟାକୁ ସେମିତି କଲେ ତାଙ୍କୁ ଟିକେ ଉପସମ ମିଳେ , ସେଥିପାଇଁ ଏମିତି କରନ୍ତି । ମତେ ମଧ୍ୟ ବିରକ୍ତ ଲାଗୁଥାଏ ଚୁପ୍ ଚାପ୍ ବସିବା ଛଡା ମୁଁ ନିରୁପାୟ । ମନ ଧୀରେ ଧୀରେ ବ୍ୟସ୍ତ ଆଉ ବିବ୍ରତ ହଉଥାଏ , ମୋ ସଦ୍ୟ ବିବାହିତା ସ୍ତ୍ରୀ କୁନୁଲି ପାଇଁ ଆଉ ପାଖରେ ଠିଆ ହୋଇଥିବା ମୋ ପୁରୁଣା ପ୍ରେମିକା ଆଗରେ ଧରା ପଡ଼ିଯିବା ଡରରେ । ମୋ ମାଆର ବାଧ୍ୟ ବାଧକତାରେ କୁନୁଲିକୁ ଏଇ କିଛି ଦିନ ପୂର୍ବରୁ ମୋ ସାଥିରେ ମୁମ୍ବାଇ ଧରି ଚାଲି ଆସିଛି ମୋ ଏକେଲା ବେଳାର ସାଥୀ ହବା ପାଇଁ ଆଉ ମତେ ନିତି ଭଲ ଭଲ ଖାଦ୍ୟ ବନେଇ ଖୁଆଇବା ପାଇଁ । ମାଆ ମୋର ବାଛି ଦେଇଛି ତା ପସନ୍ଦରେ ଠିକ୍ ତା ପରି ଆଉ ଗୋଟିଏ ସୁନୟିନି ପ୍ରତିଭାଶାଳୀ ଝିଅଟିଏ କହିଲେ ଚଳେ । ସନ୍ଧ୍ଯା ବେଳ ଠାରୁ ପ୍ରାୟ ଏଇ ପର୍ଯ୍ୟନ୍ତ କୁନୁଲିର ବୋହୁତ୍ ସାରା ଫୋନ ଆସିସାରିଲାଣି । ହଠାତ୍ ବସ୍ ଟି ଅଟକିଲା ଦୁଇ ବର୍ଷ ତଳେ ମୁଁ ରହୁଥିବା ମୋ ପୁରୁଣା ଇଲାକାରେ , ଯୋଉଠି ମୁଁ ମୋର ପ୍ରଥମ ପ୍ରେମ, ଶ୍ରୁତି ସାଥିରେ ଭେଟିଥିଲି । ଭିଡ ଭିତରେ ମୋ ପାଖରେ ରଡ୍ କୁ ଧରି ଠିଆ ହୋଇଥିବା ଶ୍ରୁତି ହଠାତ୍ ବସ୍ ର ଫାଟକ ଆଡ଼କୁ ଅଗ୍ରସର ହୋଇ କହିବାକୁ ଲାଗିଲା -"Excuse me, let me get down " । ତଥାବି ଲୋକମାନେ ରାସ୍ତା ନ ଛାଡ଼ିବାରୁ ବଡ ପାଟିରେ ଚିତ୍କାର କରି କହିଲା , "मुझे यहा उतरने दो please " । ଏଥର ତା ପାଟିରେ ଛୋଟିଆ ଭିଡ଼ଟି ତାକୁ ଯିବାକୁ ବାଟ ଛାଡ଼ି ଦେଇଥିଲେ । ଆଗରେ ରାସ୍ତା ଜାମ୍ ଥିବାରୁ ବସ୍ ପ୍ରାୟ ସେଠି ପାଞ୍ଚ ମିନିଟ୍ ରୁ ଅଧିକ ସମୟ ରହିଲା । 


ମୁଁ ମୋ ଝରକା ଦେଇ ଦେଖୁଥାଏ, ଶ୍ରୁତି ରାସ୍ତା ପାର କରି ରାସ୍ତାର ଅପର ପାର୍ଶ୍ୱରେ ଥିବା ଗୋଟେ ଦୋକାନ ପିଣ୍ଡାରେ ଠିଆ ହୋଇ, ତା ମୁହଁରେ ଭିଡା ହୋଇଥିବା ଓଦା ଓଢଣୀଟି ବାହାର କରି ଗୋଟେ ହାତରେ ଧରି ଆର ହାତରେ ବ୍ୟାଗ୍ ଭିତରୁ ଛତା ବାହାର କରି, ପଙ୍କ ପାଣିରେ ପାଦ ଚିପି ଚିପି ଚାଲିବା ଆରମ୍ଭ କଲା । ଅନ୍ଧାର ଭିତରେ ହାଲକା ବିଜୁଳିର ଚମକରେ ତାକୁ ମୁଁ ଦେଖୁଥିଲି । ସେ ଯେ ମୋର ସେଇ ଶ୍ରୁତି ମୁଁ ମୋ ଆଖିକୁ ବିଶ୍ଵାସ କରି ପାରୁନଥିଲି । ବିଜୁଳିକୁ ଡରୁଥିବା , ଅନ୍ଧାରକୁ ଡରୁଥିବା ମୋ ଶ୍ରୁତି ଆଜି ବଡ ବଡ ପାହୁଣ୍ଡ ପକେଇ ମୋ ଆଖି ଆଗରେ ଚାଲି ଯାଉଥିଲା ଅଥଚ ତାକୁ ପଛରୁ ଟାଣି ରଖିବାର କ୍ଷମତା ମୋ ପାଖରେ ନଥିଲା । ଶ୍ରୁତିକୁ ଆଉ ମୋ ଶ୍ରୁତି କହିବାର ଅଧିକାର ମୁଁ ନିଜେ ହରେଇ ଦେଇଚି , କୁନୁଲିକୁ ବିବାହ କରି । ଏଇ ଭିତରେ ମୋ ବାହାଘରକୁ ପ୍ରାୟ ଗୋଟେ ବର୍ଷ ପୁରି ଆଉ ଗୋଟେ ବର୍ଷ ଚାଲିଲାଣି , କିନ୍ତୁ ଶ୍ରୁତି କାହିଁକି ଯ ଏଯାଏ ବିବାହ କରିନି ମୁଁ ବୁଝି ପାରିଲିନି । ବସ୍ ର ସେଇ ଛୋଟିଆ କାଚ ଦେଇ ଆଖି ନ ପାଉଥିବା ଯାଏ ମୁଁ ଶ୍ରୁତିକୁ ଦେଖିବାକୁ ଚେଷ୍ଟା କରିଥିଲି । କିଛି ବି ପରିବର୍ତ୍ତନ ହେଇନି ତାର , ଏବେ ବି ଗୋଡଟାକୁ କାଦୁଅ ପଙ୍କ ପାଣିରେ ବୁଡ଼େଇ ବୁଡ଼େଇ ଚାଲୁଥିଲା ଠିକ୍ ଯେମିତି ଦୁଇ ବର୍ଷ ପୂର୍ବରୁ ଚାଲୁଥିଲା , ତାଗିଦ୍ କଲେ କହିବ -" ବ୍ୟସ୍ତ ହୁଅନି , ସାବୁନ୍ ରେ ଧୋଇ ଦେବି ଘରେ ପହଁଚିକି" । ସେଇ ହସ ହସ ମୁହଁ ଆଉ ଢ଼ଳ ଢ଼ଳ ଆଖି ଏବେ ବି ସେ ସାଇତି ରଖିଛି , ଯାହାକୁ ଥରେ ଅନେଇବା ଯଥେଷ୍ଟ ନୁହେଁ । ରାସ୍ତା ଘାଟରେ ବର୍ଷା ଯୋଗୁଁ ପାଣି ଜମି ଯାଇଥିଲା ଆଉ ତା ଭିତରେ ବସ୍ ଟି ଧିରେ ଧିରେ ଚାଲିବାକୁ ଲାଗିଥିଲା ଆଉ ତା ସାଥିରେ ମନ ମୋର ବିଗତ ଦିନର ସ୍ମୃତି ଚାରଣ କରୁଥିଲା । ମନେ ପଡୁଥିଲା ଦୁଇ ବର୍ଷ ତଳର ଘଟଣା କ୍ରମ । ପ୍ରାୟ ଦୁଇ ବର୍ଷ ତଳେ , ଶ୍ରୁତିକୁ ଏକା ଛାଡ଼ି ଦେଇ ଘର ଲୋକଙ୍କ ନିର୍ଦ୍ଦେଶରେ କୁନୁଲିକୁ ବିବାହ କରିଥିଲି । ଶ୍ରୁତି କାଳେ ଭାଙ୍ଗି ପଡ଼ିବ ସେଥିପାଇଁ ତାକୁ କିଛି ଜଣେଇ ନଥିଲି ମୋ ବାହାଘର କଥା । 


ସେ ପ୍ରାୟ ମୋ ବାହାଘରର ତିନି ମାସ ପରେ ଜାଣିଥିଲା ମୋ ବିବାହ ଖବର , ସେ ବି ହଠାତ୍ ଗୋଟେ ସାଙ୍ଗ ଜରିଆରେ । କିଛି କହି ନଥିଲା ମତେ , କିନ୍ତୁ ମୋର ବୋହୁତ୍ ଚିନ୍ତା ଥିଲା ତା ମନ ଭାଙ୍ଗି ଥିବାରୁ । ଶେଷ ଥର କଥା ହେଲା ବେଳେ ବାସ୍ କହିଥିଲା -"ଆଉ କାହାକୁ ବାହା ହବାର ଥିଲା ଯଦି ଏତେ ନାଟକ କାହିଁକି କରୁଥିଲ ମୋ ଆଗରେ , ସଫା ସଫା କହି ଦେଇଥାନ୍ତ କେବେ ପ୍ରତିବନ୍ଧକ ସାଜି ନଥାନ୍ତି " । ମୋ ପାଟିରୁ କିଛି ବାହାରି ନଥିଲା ସେତେ ବେଳେ , ଏବେ ବି କିଛି ଶବ୍ଦ ନାହିଁ ମୋ ପାଖରେ ତାକୁ କ'ଣ କହି ଆଶ୍ୱସନା ଦେଇଥାନ୍ତି । ବିଚାରି ସେତେ ବେଳେ ନିଜ ଚାକିରି ପାଇଁ ବୋହୁତ୍ ପରିଶ୍ରମ କରୁଥିଲା ଆଉ ମୋ ପାଇଁ ଅପେକ୍ଷାରତ ଥିଲା । ତାର ଆଉ ତା ପରିବାରର ମୋ ଉପରେ ଥିବା ପ୍ରଗାଢ ବିଶ୍ଵାସକୁ ମୁଁ ଭାଙ୍ଗି ଦେଇଥିଲି ଆଉ ତାକୁ ଆଭାସ ଟିକେ ବି ହବାକୁ ଦେଇ ନଥିଲି । ତା ନିମନ୍ତେ ଆସୁଥିବା ସବୁ ପ୍ରସ୍ତାବକୁ ସେ ଆଡ଼େଇ ଦେଇ ଚାଲିଥିଲା କେବଳ ମୋରି ପାଇଁ ଆଉ ନିତି ଘରୁ ଗାଳି ଶୁଣୁଥିଲା, ତଥାବି ସେ ହସୁଥିଲା ଆଉ ମତେ ନେଇ ସୁନେଲି ସ୍ଵପ୍ନ ବୁଣୁ ଥିଲା । ଗୋଟେ sorry କହି ତା ଜୀବନରୁ ମୁଁ ସବୁ ଦିନ ପାଇଁ ବିଦାୟ ନେଇ ଆଗକୁ ମାଡି ଯାଇଥିଲି ଆଉ କେବେ ପଛକୁ ଫେରି ଚାହିଁନି କି ବୁଝିବାକୁ ଚେଷ୍ଟା ବି କରିନି ତା ଭଲ ମନ୍ଦ । ଏବେ ବି ମୋ ପାଖରେ ସାହସ ନାହିଁ ତାର ସେ ପ୍ରଶ୍ନ ଭରା ଆଖି ଦିଟାକୁ ସାମନା କରିବାକୁ , ଯୋଉଠୁ ଅହରହ ମୋ ଉଦ୍ଦେଷ୍ୟରେ ଗୋଟେ ପ୍ରଶ୍ନ ଆସେ ,"କୁହ ତ, ମୋର ଭୁଲ କେଉଁଠି ଥିଲା ?" ସତ ରେ ତାର କିଛି ଭୁଲ ନଥିଲା , ସେ ତା'ର ସବୁ କର୍ତ୍ତବ୍ୟ ପୁରା ନିଷ୍ଠାରେ ଖୁସି ଖୁସି କରି ଚାଲୁଥିଲା ତଥାବି ମୋ ଘରେ ତାକୁ ପସନ୍ଦ କରି ମଧ୍ୟ ପୁଣି ନାପସନ୍ଦ କରିଥିଲେ କେବଳ ସେମାନଙ୍କ ରୁଢ଼ିବାଦି ପରମ୍ପରା ପାଇଁ ଆଉ ମତେ ବାନ୍ଧି ଦେଇଥିଲେ ଆଉ ଗୋଟେ ନିରୀହ ମନ ସାଥିରେ । ଏତିକି ବେଳେ ବସ୍ ର ହର୍ଣ୍ଣଟା ଜୋରେ ଶୁଣିବାକୁ ମିଳି ଥିଲା ଆଉ ମୁଁ ନିଜକୁ ପ୍ରକୃସ୍ଥିତ କରିବାକୁ ଚେଷ୍ଟା କରୁଥିଲି । ଭଗବାନ୍ ଙ୍କ ନିକଟରେ ଶ୍ରୁତିର ଆଗାମୀ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଥିଲି ଆଉ ତାକୁ ଦୁଃଖର ସାଗରରେ ଏକା ଭସେଇ ଥିବାରୁ ଅନୁତାପ ବି କରୁଥିଲି । ସେ ଯୋଉଠି ବି ରହୁ ଭଲରେ ରହୁ ତା ଅଶ୍ରୁର ଛିଟା ମୋ ନୂଆ ସଂସାର ଉପରେ ନପଡ଼ୁ । ଶ୍ରୁତିର ସ୍ମୃତିକୁ ପାସୋରି ଏବେ ମୁଁ କୁନୁଲି ସାଥିରେ ନୂଆ କରି ସ୍ମୃତି ଗଢିବାକୁ ଚେଷ୍ଟା କରୁଛି । ଚେଷ୍ଟା କରୁଛି ଅନ୍ତତଃ ଏପାଳି ମୋ ଦେଇ ଭୁଲ ନହୁଏ ,"ସିତୀଙ୍କ ଲୁହରେ ରାବଣର ଲଙ୍କା ଛାରଖାର ହେବା ପରି କୋଉ ଝିଅର ଲୁହରେ ମୋ ସଂସାର ଛାରଖାର ନହଉ ", ମୋ ଯୋଗୁଁ କୋଉ ଝିଅର ମନ ରେ ଦୁଃଖ ନହୁଏ । ଏତେ ସବୁ ଭାବନାର ପୂର୍ଣ୍ଣଚ୍ଛେଦ ପକେଇ ବସ୍ ଟି ଅଟକିଥିଲା ମୁଁ ରହୁଥିବା ଗଳି ଆଗରେ, ବସ୍ ର ହର୍ଣ୍ଣରେ ଓହ୍ଲେଇ ପଡ଼ି ନିଜକୁ ପ୍ରକୃସ୍ଥିତ କରେଇ ଆଗେଇ ଚାଲିଲି ମୋ ଘର ଅଭିମୁଖେ, ଆଉ ପଛରେ ଛାଡ଼ି ଦେଲି ଶ୍ରୁତିର ସ୍ମୃତି ସବୁକୁ । 



Rate this content
Log in

Similar oriya story from Abstract