Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Abstract Others

2  

Aravinda Das

Abstract Others

ଛୁଟି

ଛୁଟି

3 mins
7.3K


" ତୁମ ଛୁଟି କ୍ୟାନସଲ ଦୀପକ।ହେଡ଼ କ୍ବାର୍ଟରରୁ ମେସେଜ୍ ଆସିଛି। ଦିଲ୍ଲୀରୁ ବଡ଼ ଅଫିସର ଆସୁଛନ୍ତି । ଦୀୱାଲୀ ଦିନ ସକାଳେ ମିଟିଙ୍ଗ।"

ଆଶୁତୋଷ ସାରଙ୍କ କଥା ଶୁଣି ଦୀପକ କିଂକର୍ତ୍ତବ୍ୟବିମୁଢ ହୋଇଗଲା।କେତେ ଆଗରୁ ସେ ସବୁ ପ୍ଲାନ କରିଥିଲା !ପ୍ରାୟ ଛ ମାସ ପରେ ସେ ଘରକୁ ଯାଉଛି।ବାପା,ବୋଉ , ନେହା ଓ ପିଲାଙ୍କ ପାଇଁ ଲୁଗାପଟା ଠାରୁ ଆରମ୍ଭ କରି ଖେଳନା ଇତ୍ୟାଦି ସବୁ ସଜାଡି ରଖିଛି।

' ପ୍ଲିଜ ସାର୍, କାଲି ସକାଳେ ମୋର ଟ୍ରେନ।ପୁଣି କଲିକତାରୁ କନେକଟିଙ୍ଗ ଟ୍ରେନ।ଏଇଟା ଆମର ବଡ଼ ପର୍ବ।ଆପଣ ଜାଣନ୍ତି ମୁଁ କେବେ ଅଯଥାରେ ଛୁଟି ନିଏନା।ପିଲାମାନେ କେତେ ଖୁସିରେ ଅନାଇ ବସିଛନ୍ତି।ପ୍ଲିଜ ସାର୍।ମୋ ପରି ଛୋଟିଆ ଲୋକ କଣ କରିବ ମିଟିଙ୍ଗ ରେ ? ତାଛଡା ଛୁଟିରେ କି ମିଟିଙ୍ଗ ହେବ ?"

ନିଜ ଅସନ୍ତୋଷ ଜାହିର କରୁଥିଲା ଦୀପକ।

ଆଶୁତୋଷ ଜାଣିଥିଲେ ଏମିତି ପରିସ୍ଥିତି ଉପୁଯିବ। ଅସଲରେ କେବଳ ତାଙ୍କୁ ହିଁ ଏଇ ଦାୟିତ୍ୱ ସମ୍ଭାଳିବା ପାଇଁ କୁହାଯାଇଛି। ମିଟିଂ ଖାଲି ଏକ ବାହାନା। ଦିଵାଲୀ ଦିନ ବଡ଼ ବାବୁ ସସ୍ତ୍ରୀକ , ଏଇ ପାଖ ସହରରେ ଥିବା ଜ୍ୟୋତିର୍ଲିଙ୍ଗ ଓ ମହାକାଳୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିବେ।

" ମୁଁ ସବୁ ବୁଝୁଛି ଦୀପକ।ହେଲେ ଉପର ଅଫିସରଙ୍କୁ ଆମେ ମନା କରିପାରିବା ନାହିଁ।ଏଇଟା ପ୍ରୋଟୋକଲ।ଅଫିସ କାମ ଆଗେ, ପରେ ଆମ ପର୍ସନାଲ କାମ।ଦିଵାଲୀ ପରେ ଚାଲିଯିବ।ଦୁଇଦିନ କଥା ମାତ୍ର।"

ମୁହଁଟା କାନ୍ଦ କାନ୍ଦ ଦିଶୁଥିଲା ଦୀପକର।ପୁଣିଥରେ ସେ ଅନୁରୋଧ ଜଣାଇଲା।ହେଲେ ଆଶୁତୋଷଙ୍କର ସେଇ ଏକା ନିଷ୍ପତ୍ତି।

"ଆଦେଶ ନମାନିଲେ, ବିଶୃଙ୍ଖଳିତ ଆଚରଣ ପାଇଁ ମୋତେ ପଦକ୍ଷେପ ନେବାକୁ ପଡିବ।"

ପାଦ କଚାଡି କଚାଡି ଚାଲିଗଲା ଦୀପକ।ଶାନ୍ତିର ନିଶ୍ବାସ ନେଲେ ଅଶୁତୋଷ।ଯଦିଓ ଦୀପକ ପାଇଁ ଦୁଃଖ ଲାଗୁଥିଲା, ତଥାପି ମନେ ମନେ ଖୁସି ଥିଲେ ଯେ ,ଦିୱାଲୀ ଛୁଟିଟା ସେ ପରିବାର ସହ ଆନନ୍ଦରେ କଟାଇପାରିବେ।ଦିଲ୍ଲୀରୁ ଆସୁଥିବା ଅଫିସର ଏଠି ତିନିଦିନ ଗେଷ୍ଟ ହାଉସରେ ରହିବେ।ଦୀପକ ସବୁ ସମ୍ଭାଳିନେବ। ନିଜ ସ୍ବାର୍ଥ ତ ଦେଖିବାକୁ ପଡିବ।

କ୍ବାର୍ଟରକୁ ଫେରିବା ପୂର୍ବରୁ ,ସ୍ତ୍ରୀ କହିଥିବା ତାଲିକା ଅନୁସାରେ ମାର୍କେଟରୁ ସବୁ ଜିନିଷ କିଣିଲେ ଆଶୁତୋଷ।ମନଟା ତାଙ୍କର ଖୁସିରେ ଉଡୁଥିଲା।

ସନ୍ଧ୍ୟାବେଳେ ଘର ଓ ବାହାରେ ଲାଇଟ ସଜାଇବା ସହ ଦୀପ ସବୁ ଲଗାଉଥିଲେ ଆଶୁତୋଷ।ସାମ୍ନା କ୍ୱାଟରରେ ରହେ ଦୀପକ।କଲୋନୀରେ କେବଳ ତାରି ଘରେ ଲାଇଟ ଜଳୁନି।ମନ ଦୁଃଖରେ ବିଚରା ଘର ଭିତରେ ବସିଥିବ ନିଶ୍ଚୟ।

ପୁଅ ସୀତେଶର ଫୋନ୍।

ଖୁସିରେ ଆଶୁତୋଷ ପଚାରିଲେ," ଫ୍ଲାଇଟ ରାଇଟ ଟାଇମରେ ଅଛି ତ ?ଫୋନ୍ ତୋର ସୁଇଚ ଅଫ ଆସୁଥିଲା।ତୋ ମମି ବାରମ୍ବାର ଫୋନ୍ କରି ବ୍ୟସ୍ତ ହୋଇଗଲାଣି।"

ସେପଟୁ ସୀତେଶର ସ୍ୱର।" ଓଃ, ଡ୍ୟାଡ଼।ବ୍ୟାଡ ନିଉଜ।ମୁଁ ଯାଇପାରିବିନି।ମୋ ଛୁଟି କ୍ୟାନସଲ ହୋଇଗଲା।"

"କିନ୍ତୁ କାହିଁକି ?ତୁ ନିଶ୍ଚେ ଜୋକ କରୁଛୁ।"

" ନୋ ଡ୍ୟାଡ଼, ଇଟ୍ ଇଜ ନଟ ଏ ଜୋକ।ମୋର ସେ ବଦମାସ କମାଣ୍ଡିଙ୍ଗ ଅଫିସର ଆରୋରାର ଏସବୁ ନାଟକ।ଜାଣିଶୁଣି ମୋ ଛୁଟି ବରବାଦ କରିଦେଲା।"

"ବାପା, ତୁ ରାଗନା।ଟିକେ ଥଣ୍ଡା ମିଜାଜରେ ତୋ ବସ୍ କୁ ରିକୁଏଷ୍ଟ କର।"

"ସବୁ କରିଛି ଡ୍ୟାଡ୍।ଦ୍ୟାଟ୍ ଆରୋରା ଇଜ ଏ ସ୍କାଉଣ୍ଡରାଲ,ବାଷ୍ଟାର୍ଡ।ସରି ଫର ଦି ଲାଙ୍ଗୁଏଜ୍ ଡ୍ୟାଡ୍।ନିଜକୁ ମୁଁ କଣ୍ଟ୍ରୋଲ କରିପାରୁନି।ମମି କେତେ ଖୁସିରେ ମୋ ମନପସନ୍ଦ ଜିନିଷ ବନେଇଥିବେ। ଇଡ଼ିଅଟ ଅରୋରା, ଡିସିପ୍ଳିନ ଦେଖାଉଛି।ମୁଁ ପ୍ରେ କରୁଛି ତାକୁ କେବେ ପ୍ରମୋସନ ନମିଳୁ। କେଉଁଠି ତାର ଆକ୍ସିଡେଣ୍ଟ ହୋଇ ହାତ ଗୋଡ଼ ଭାଙ୍ଗୁ।ଛୁଟି ତାକୁ ,ବି ନମିଳୁ।ପରିବାର ସହ ସେ ବି ଏଞ୍ଜୟ ନକରିପାରୁ।ମୋ ନିଶ୍ବାସ ତା ଉପରେ ପଡିବ।ଘାଣ୍ଟି ହେବ ସେ ଅରୋରା।"

ପୁଅକୁ ବୁଝାଇ ଆଶୁତୋଷ ଫୋନ୍ ରଖିଲା ପରେ ସ୍ତ୍ରୀଙ୍କ କାନ୍ଦ ଆରମ୍ଭ ହୋଇଗଲା। କେତେ ଖୁସିରେ ପିଠା,ମିଠା ସବୁ ନିଜ ହାତରେ ବନାଇଥିଲେ ବିଚାରୀ।ବାଲକୋନିରେ ଠିଆ ହୋଇ ସିଗାରେଟ ଲଗାଇଲେ ଆଶୁତୋଷ।ସାମ୍ନାରେ ଦୀପକର ଅନ୍ଧାରୁଆ ଘର ପୁଣି ଥରେ ଆଖିରେ ପଡ଼ିଲା।ଦୀପକ କଣ ତାଙ୍କୁ ଏମିତି ଗାଳିଦେଉଥିବ ?ଅଭିଶାପ ଦେଉଥିବ ? ତା ଛୁଟି ବି ଅଯଥାରେ ସେ ବାତିଲ କରିଛନ୍ତି।ତାରି ନିଶ୍ବାସ ପଡ଼ିଲାକି ! ଚମକି ପଡିଲେ ଆଶୁତୋଷ।ତାଙ୍କୁ ଲାଗିଲା ,କଠିନ ଆବରଣ ତଳେ ,କେଉଁଠି ଗୋଟେ କୋମଳ ମନ ବୋଧେ ଲୁଚକାଳି ଖେଳୁଛି ବିବେକ ସହିତ।

କିଛି ମନେମନେ ଚିନ୍ତାକଲେ ସେ।ରୋଷେଇ ଘରକୁ ଯାଇ ଗୋଟେ ବଡ଼ ପ୍ୟାକେଟରେ ମିଠା ଓ ପିଠା ଭର୍ତ୍ତି କଲେ।

ଏତେ ରାତିରେ ତାଙ୍କୁ ନିଜ ଘର ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଦୀପକ।

ମିଠା ପ୍ୟାକେଟଟି ତା ହାତକୁ ବଢ଼ାଇଦେଇ ଆଶୁତୋଷ କହିଲେ, "ତମେ କାଲି ସକାଳେ ଘରକୁ ଚାଲିଯିବ।ଏଠିକା କାମ ମୁଁ ସମ୍ଭାଳି ନେବି।ଟିକେଟ କ୍ୟାନସଲ କରିନ ତ ?ହାପି ଦିୱାଲୀ" ।

"ଆରେ ସାର୍, ଜେନେରାଲରେ ବସି ଚାଲିଯିବି ମୁଁ।ଥ୍ୟାଙ୍କ୍ୟୁ ଭେରି ମଚ ସାର୍ ମୋ ଛୁଟି ପାଇଁ।ହାପି ଦୀଵାଲି ଆପଣଙ୍କୁ ମଧ୍ୟ।

ଖୁସିରେ ଚମକି ଉଠିଲା ଦୀପକ ର ମୁହଁ।ସେଇ ଚମକରେ ଅନ୍ଧାରୁଆ ଘରଟା ବି ଯେମିତି ଉଜ୍ବଳ ହୋଇଉଠିଲା।

ହାଠାତ୍ ଦୀପକ କହିଲା, କିନ୍ତୁ ସାର୍ ସେଇ ଅଫିସରଙ୍କ ଫାଲତୁ ଚର୍ଚ୍ଚାରେ ଆପଣଙ୍କ ଛୁଟିଟା ବର୍ବାତ ହୋଇଯିବ।ସେମାନେ କଣ ଜାଣନ୍ତିନି ଆମର ବି ଫ୍ୟାମିଲି ଲାଇଫ ଅଛି ବୋଲି? ଛୁଟି ଆମର ବି ଦରକାର !"

ଆଶୁତୋଷଙ୍କର ଖାଲି ମନେପଡୁଥିଲା ପୁଅ ସୀତେଶ କଥା।

😢(ଅରବିନ୍ଦ ଦାସ)


Rate this content
Log in

Similar oriya story from Abstract