Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ଅଜଣା ଭୟ

ଅଜଣା ଭୟ

1 min
731


ହସି ହସି ବେଦମ ହୋଇଗଲି ସେଦିନର କଥା ଭାବି ।ମୁଁ ମୋ ସାଙ୍ଗ ଘରକୁ ବୁଲିଵାକୁ ଯାଇଥାଏ ।ରାତି ରହିବାର ଯୋଜନାଥାଏ ।ରାତିରେ ଆମେ ଖିଆପିଆ ସାରି ସମସ୍ତେ ଶୋଇବାକୁ ଗଲୁ ।ସେହିଦିନ ତାଙ୍କ ଘରେ ଲାଗିଥିବା ସିଲିଂ ଫେନ୍ ଟି ଖରାପ ହୋଇଯାଇଥାଏ ।ମେକାନିକ୍କୁ ଡାକି ଫେନ ସଜଡାହୋଇଥାଏ।କିନ୍ତୁ ମନରେ ଡର ଥାଏ କାଳେ ଫେନ ଟି ପଡିଯିବନି ତ? ଆମେ ଅନ୍ୟଏକ ରୁମରେ ଶୋଇଥାଉ କିନ୍ତୁ ଯେଉଁ ରୁମରେ ଏହି ଫେନ୍ ଲାଗିଥାଏ ସେହି ରୁମର ଖଟ ଉପରେ ମୋ ସାଙ୍ଗର ଅଜା ଶୋଇଥାନ୍ତି ତଳେ ମୋ ସାଙ୍ଗର ସାନଭାଇ (ମୁନୁ) ଏବଂ ତା ବାପା ମାଆ ଶୋଇଥାନ୍ତି।ହଟାତ୍ ସେହିରୁମ୍ ରୁ ଜୋରରେ ଏକ ଆଓ୍ବାଜ ସୁଭିଲା ।

ହଠାତ ମୁନୁ ନିଦରୁ ଉଠି ଫେନ୍ ପଡିଗଲା ପେଂନ୍ ପଡିଗଲା ଚିତ୍କାରକଲା । ରୁମଟା ଅଂଧାର ଥାଏ ,କିଛି ଦେଖାଯାଉନଥାଏ ।ଆମେ ମୁନୁର ପାଟି ଶୁଣି ରୁମକୁ ଆସି ଲାଇଟ୍ ଲଗାଇଦେଖିଲୁ ଅଜାବୁଢା ନିଦ ବାଉଳାରେ ଖଟରୁ ଖସି ମୁନୁ ଉପରେ ପଡିଯାଇଛନ୍ତି ।କିନ୍ତୁ କେହି ଜାଣିନଥିଲେ ଏ ଅଜା ବୁଢା ମୁନୁ ଉପରେ ପଡି ଯାଇଛନ୍ତି ବୋଲି।ମନରେ ଡର ରହିଥାଏ କାଳେ ଫେନଟା ପଡିଯିବ ବୋଲି । ଯେତେବେଳେ ଏ ଘଟଣା ସମସ୍ତେ ଜାଣିଲେ ସାରା ରାତି ହସି ହସି ସକାଳହୋଇଯାଇଥିଲା ।ଏବେ ବି ସେ କଥା ମନେ ପଡିଲେ ଭାରି ହସ ମାଡେ ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in