Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଆର୍ ପନତକାନି
ମାଆର୍ ପନତକାନି
★★★★★

© Disambar Meher

Inspirational

4 Minutes   4.8K    18


Content Ranking

ଛୁଆଟେ ଜନମ୍ ହେଲା ଉତାରୁ ମାଁ ବଲି ଡାକ୍ଲି ।ମାଁର୍ ଲାଡ୍,ମମତା ତାଖେ ବାନ୍ଦି କରି ରଖ୍ସି ।ମାଁ ଆର୍ ପୋ ଦୁହି ଜନ୍ ଜେନ୍ ଜାହାକେ ଛନେକ୍ ନାଇଁ ଦେଖ୍ଲେ ରହି ନାଇଁ ପାରନ୍ ।ମାଁର୍ ପତନ୍ କାନିର୍ ତାକତ୍ କେତେ ଅଛେ ସଥେଁ ଛୁଆର୍ ସବୁ ବିପଦ୍ ଆପଦ୍ କେ ଛେକି ଦେସି। ଦୁନିଆଁନେ ମାଆର୍ ଠାନ୍ କେହି ନେଇ ନାଇଁ ପାରନ୍ ।

ସମବାରୁ ନୁଆଁ ନୁଆଁ ବିହା ହେଇ ଥାଏ ।ତାର୍ କନିଆଁ ଗୁରବାରି ଭି ସୁତର୍ ଟୁକେଲ୍ ଆଏଁ ।ଛନ୍ଦ କପଟ୍ ହିଁସ୍, ଅହଁକାର୍ କିଛୁ ନାଇଁ ଜାନେ ସମକର୍ ସନେ ମିଳିଜୁଳି କରି ଚଲ୍ସି ।ଦୁହିଁ ମାଏଝି ମୁନୁଷ୍ ଭି ଖୁବ୍ ବନେ କରି ଛଲୁଥିଲେନ୍ ,ସମବାରୁ ଭି ଖୁବ୍ ଭଲ୍ ପଉଥିଲା ।ବଛର୍ ମୁଡେ ତାକର୍ ଘରେ ପୋ' ଟେ ହେଲା ।କୁଟୁମ୍ ବାଟୁମ୍ ଖୁସ୍ ହେଲେ ଘରେ ଭଜନ୍ କିର୍ତ୍ତନ୍ ,ଭୁଜିଭାତ୍ କରି ପରାଜାକିର୍ ଲୋକକେ ଦେଲେ ଆର୍ ସତ୍ ନାରେନ୍ ପୁଜା କରି ପୋର୍ ନାଁ ମଙ୍ଗଲୁ ଦେଲେ ।

ସମବାର୍ ପୁଜାପାଠ,ଉଛବ୍,ଯାତ୍ରାକେ ଗୁରବାରି କେ ବୁଲେଇ ନେସି ହେନ୍ତା ଥରେକ୍ ତିନ୍ ମେଇପିଲା ସାଇକଲ୍ ନେ ବସିକରି ଧନୁଯାତ୍ରା ପାସର୍ ଗାଁକେ ଦେଖିଗଲେ ।ମଙ୍ଗଲୁ ସାଇକଲର୍ ଆଗ୍ ଡଣାଁନେ ବସିଥାଏ ଆର୍ ଗୁରବାରୀ ଫଛ୍ କିରିଆଏଲନେ ।ସମବାରୁ ମୁବାଇଲ୍ ନେ ସମଲପୁରୀ ଗୀତ୍ ବଜେଇକରି କଲେକଲେ ସାଇକେଲର୍ ପାଏଗିଲ୍ ମାଡିମାଡି ଧନୁଯାତ୍ରା ଠାନ୍ କେ ଖେଟ୍ଲା ।ଧନୁଯାତ୍ରାନେ ନାଚ୍ ଗୀତ୍ ଦେଖ୍ଲେ,ଗୁରବାରୀ ତାର୍ ଲାଗି ଚୁରି,ଚେପନା,ନକ୍ ପାଲିସ୍ ଘେନ୍ଲା ।ଗୁଟେ ଠାନେ ମସିନ୍ ନେ ହାତେ ନାଁ ଲେଖେଇ ହେଉଥିଲେନ୍ । ସମବାରୁ ଭି ମଙ୍ଗଲୁର୍ ଡେବ୍ରି ହାତର୍ ବାହାଁନେ ନାଁ ଲେଖି ମଙ୍ଗାଲା ।

ଯାତ୍ରା ଦେଖିକରି ଫେର୍ ହେନ୍ତା ସାଇକେଲ୍ ନେ ବସିକରି ତିନ୍ ମେଇପିଲା ଘର୍ କେ ଆସୁଥାଅନ୍ ।ସମବାରୁ କଲେକଲେ ସାଇକଲ୍ ପାଏଡିଲ୍ ମାରୁଥାଏ ।ଆସବାର୍ ବାଟେ ଯୋର୍ ଟେ ଅଛେ ସାଁକୁର୍ ବାଟ୍ ଆଏ ,ଆଗ୍ ଆଡୁ ଖୁବ୍ ଜୋର୍ ସେ ଟରକ୍ ଗୁଟେ ଆସଲା ଆର୍ ସମବାରୁର୍ ସାଇକଲନେ ଆଦ୍ରି ହେଲା ।ତିନ୍ ମେଇପିଲା ଖବାଡି ହେଇକରି ପର୍ଲେ ।ସମବାରୁର୍ ହେ ଠାନେ ଜୀବନ୍ ପଲାଲା ଆର୍ ଗୁରବାରୀ ଚେତା ବୁଡି ଗଲା ।ମଙ୍ଗଲୁ ଦୁଇ ବଛରର୍ ଛୁଆ ଅମ୍ରି ବୁଟାନେ ପରିଥିଲା ଆର୍ କାନ୍ଦୁଥାଏ ।

ହେ ବାଟେନେ ଗୁଟେ ମାରବାଡି ମାଏଝିମୁନୁସ୍ ଯାତ୍ରା ଦେଖିକରି ଘର୍ କେ ଆସୁଥିଲେନ୍ ।ଯୋର୍ ପାସେ ଛୁଆର୍ କନ୍ଦନାକେ ସୁନିକରି ଛନେକ୍ ଥେବିଦେଲେ ଆର୍ ସେ ଠାନ୍ କେ ଜାଇକରି ଦେଖ୍ଲେ ।ମାଏଝୀ ମୁନୁସ୍ ମରିଯାଇଛନ୍ ଭାବ୍ଲେ ଆର୍ ଛୁଆକେ ବେଟି ଆନ୍ଲେ ।ମାରବାରୀ ଘରେ ବି ପିଲାଛୁଆ ନାଇଁ ଥାଇ ହେତିର୍ ଲାଗି ନିଜର୍ ପୋ ବାଗିର୍ ରଖ୍ଲେ ।

ସକାଲ ପାଏଲା ପରାର୍ ଲୋକ୍ ସମବାରୁ ଘରେ କାହିଁ ଗଲେ ବୋଲି ନୁରାଖୁଜା କଲାକେ ଯୋର୍ ତରାନେ ସମବାରୁ ଆର୍ ଗୁରବାରୀ ପର୍ଲାଟା ଦେଖ୍ଲେ । ସମବାରୁର ଜୀବନ୍ ନାଇଁ ଥାଇଁନା ଆର୍ ଗୁରବାରୀର୍ ନିନାଶ ପରୁଥେ ମାତର୍ ଛେତା ବୁଡି ଯାଇଥିଲା । ଗାଁର୍ ଲୋକ୍ ଗୁରବାରୀକେ ହସପତାଲକେ ନେନେ ହେନ୍ ଗୁରବାରୀ ଆଏଖଁ ଖୁଲାକେ ତାର୍ ପୋ ,ମୁନୁସ୍ କେ ନୁର୍ଲା ।ମୁନୁସ୍ ମରିଯାଇଛେ ସୁନ୍ଲାକେ ଛନେକ୍ ଛନେକ୍ ନେ ତାର୍ ଛେତା ଆସୁଥେ ଯାଉଥେ ।ଛେତା ପାଏଲେ ସେ ମଙ୍ଗଲୁ ମଙ୍ଗୁଲୁ ଡାକେ ।ଗୁରବାରୀ ତାର୍ ପୋ ମୁନୁଷ୍ କେ ନାଇଁ ପାଇକରି ବାଏରୀ ,ଜଖେଇ ହେଇଗଲା ।ଘରର୍ ଲୋକ୍ ଜେତେ ଓଷୋ କସା କଲେ ଭି ଲାଭ୍ ନି ହେଉଥାଏ।ଲୋକର୍ ଛୁଆ ପିଲାକେ ଦେଖ୍ଲେ ମୋର୍ ପୋ ମଙ୍ଗଲୁ ବଲି ନରଦି ଜାଉଥିଲା ।ସଭେଁ ତାଖେ ବାଏରୀ ବାଏରୀ କହେଲେ ଗୁଡେ ହାତେ କଡା ବାନ୍ଦି ଦେଲେ ।ସେ ତାର୍ ପୋ ଲାଗି ବାଏରୀ,ଜଖେଇ ହେଇ ଜାଉଥିଲା ଆର୍ ପୁଏଲର୍ ପୁତ୍ଲି ଟେ ବନେଇକରି ମୋର୍ ପୋ ମଙ୍ଗଲୁ ବଲି ପୁତ୍ଲିକେ ଚୁମା ଲାଡ୍ କରୁଥିଲା । ଖାନା ପିନାର୍ ଠିକ୍ ଠିକ୍ନା ନାଇଁ ଜେନ୍ ତେନ୍ ଜାଗା ନେ ସେ ଦିନ୍ ରାଏତ୍ ବୁଲିବୁଲି ବୁଲୁଥେ ।

ହେନ ମଙ୍ଗଲୁ ମାରବାଡୀ ଘରେ ଛୁଆନୁ ଜୁଆନ୍ ହେଲା ।ମଙ୍ଗଲୁ କେ ମାରବାଡୀ ଆର୍ ମାରବାଡେନ୍ ନିଜର୍ ପୋ ଲେଖେ ଲାଡ୍ କରୁଥିଲେନ୍ ତାର୍ ସବୁ ଜିନିସ୍ ପୁରା କରୁଥିଲେନ୍, କେନ୍ସି ଜିନିଷ୍ ନେ ତାର୍ କମି ନାଇଁ ରଖୁଥାଇ ।ମାତର୍ ପରାପାଟିର୍ ଲୋକ୍ ଆରୁ ସାଙ୍ଗମାନେ କହେସନ୍ ତୁଇ ଇ ମାରବାଡୀ ଘରର୍ ପିଲା ନାଇଁ ସେ ତୁଇ କେନ୍ ନେ ପରି ଥିଲୁଜେ ତକେ ବେଟି ଆନିଛନ୍ ।ଇ କଥା ସୁନ୍ଲେ ମଙ୍ଗଲୁର୍ ମନ୍ ଭାଙ୍ଗି ଜାଏସି,ମନେମନେ ତାର୍ ମାଁ କେନ୍ ନେ ଅଛେ ବୋଲି ଖୁସ୍ସି ଆର୍ କାନ୍ଦସି ।ତାର୍ ମାରବାଡୀ ବୁଆ ମଙ୍ଗଲୁକେ ବେପାର୍ ର ଦେଖାସୁନା କରବାକେ ସଁପି ଦେସି ।

ଦିନେକ୍ ସରାବନ୍ ମାସର୍ ଉଆଁସ୍ ରାଏତେ ମଙ୍ଗଲୁ ମଟର ସାଇକେଲନେ ତାର୍ ଘର୍ କେ ଆସୁଥାଏ ।ଖୁବ୍ ପାଏନ୍ ମାର୍ଲା ଦିହି ସାରା ଭିଜିଗଲା ,ବାଦଲ୍ ନେ ବିଜ୍ଲି ଜାଗୁଥାଏ ,ଧୁକା ଭି ସେଁ ସେଁ ମାରୁଥେ ।ଜଙ୍ଗଲ୍ଲି ରଡେ ଗୁଡେ ବିଶ୍ରାମଗାର୍ ଥାଏ ହେନକେ ତାର୍ ମଟରସାଇକଲ୍ ସମାଲା ଛନେକ୍ ରହେବାକେ ।ହେନ ଦେଖ୍ଲାଜେ ବାଏରୀ ବୁଢୀଟେ ଗୁଟୁଲ୍ ମୁଟୁଲ୍ ହେଇକରି ସୁଇଥେ ।ଜେତେବେଲେ ଖୋବ୍ ଜୋର୍ ସେ ବିଜ୍ଲି ମାର୍ଲାକେ ମଙ୍ଗଲୁ ଡରିକରି "ଏ ମାଁ ଗୋ ବଏଲା"

ମାଁ ସବଦ୍ କେ ସୁନ୍ଲାକେ ବୁଢୀ ଭୁସ୍ ଭାସ୍ ହେଇକରି ଉଠ୍ଲା ଆର୍ ମୋର୍ ପୋ ମଙ୍ଗଲୁ ,ମୋର୍ ପୋ ମଙ୍ଗଲୁ ବୋଲି ନୁରି ଖୁଜି ହେଲା । ବୁଢୀକେ ଦେଖିକରି ମଙ୍ଗଲୁ ଚିହ୍ନି ନାଇଁ ପାର୍ଲା କିଏ ଆଏ ଇ ବାଏରୀ ଜଖେଇ ବୁଢୀ ? ମୋର୍ ନାଁ ଡାକୁଛେ ଭାବ୍ଲା ।ମଙ୍ଗଲୁର୍ ଦିହି ପୁରା ପାଏନ୍ ନେ ଭିଜି ଜାଇଥେ ହେତିର୍ ଲାଗି ତାର୍ ପୁରା ସାଟ୍ କେ ଖୁଲି ଦେଲା ଆର୍ କରିଆନେ ପୁଛିପୁଛା ହେଉଥାଏ ।ବୁଢୀ ମଙ୍ଗଲୁକେ ଆଏଁଖ୍ ଟେରେଇ ଟେରେଇ ଦେଖୁଥାଏଁ ଜେତେ ବେଲେ ତାର ଡେବ୍ରି ହାତର୍ ବାହାଁନେ ଲେଖାହେଇ ଥିବାର୍ ନାଁକେ ଦେଖିପକାଲା କିର୍ଲେଇ କରି କାନ୍ଦିକାନ୍ଦି କହେଲା ଇଟା ମୋର୍ ପୋ ମଙ୍ଗଲୁ ଆଏ ବଏଲା ଆର୍ ତାଖେ ପୁଟ୍ଲେଇ କରି ତାର୍ ଦେହେର୍ ପାଏନ୍ କେ ଫଟା ପନତ୍ କାନିନେ ପୁଛି ଦେଲା ଇ ସମିଆନେ ମଙ୍ଗଲୁ ମନ୍ ମାଁର୍ ମମତାର୍ ବାସ୍ନା ବାରି ପାର୍ଲା ।ସତ୍ର ବଛର୍ ର ସେ ହଜ୍ଲା ଜିନିଷ୍ ପାଏଲା ବାଗିର୍ ଲାଗ୍ଲା ।ସେ ପନତ୍ କାନି ଚିହ୍ନାଚିହ୍ନା ଲାଗ୍ଲା ।ଛନେକ୍ ଉତାରୁ ପାଏନ୍ ବର୍ଷା କମିଗଲା ମଙ୍ଗଲୁ ସେ ବୁଢୀକେ ଧରିକରି ମାରବାଡୀ ବୁଆ ଘରକେ ଆଏଲା ଆର୍ ଇ ସବୁ କଥା ଗୁଟେଗୁଟେ କରି କହେଲା ।ମାରବାଡୀ ଆର୍ ମାରବାଡେନ୍ ଭି ସବୁ ସତ୍ କଥା ମଙ୍ଗଲୁକେ କହେଲେ ମଙ୍ଗଲୁର ଖୁସିନେ ଆଏଖ୍ ନୁ ପାଏନ୍ ବାହାରୁ ଥାଏ ତାର୍ ଜନମ୍ କଲା ମାକେ ସତ୍ର ବଛର୍ ଉତାରୁ ପାଏନି ବଲି । ଗୁରବାରୀକେ ବନେ ବଡ୍ ହସପତାଲ୍ କେ ନେଲା ଓଷୋକସା ସେବା ଜତନ୍ କଲା ।ମଙ୍ଗଲୁକେ ପାସେ ଦେଖିଦେଖି ଗୁରବାରୀର ଦିହି ଭି ବନେ ହେଇଗଲା । ଗୁରବାରୀ ତାର୍ ପୋ ମଙ୍ଗଲୁ ସନେ ମାରବାରୀ ଘରେ ହସିଖୁସି ନେ ବାକି ଦିନ୍ କାଟ୍ଲେ ।

ଡିସମ୍ୱର ମେହେର

ଗଣ୍ତାବାହାଲି,ନୂଆପଡା

ମାଆ ପନତକାନି ସମବାରୁ

Rate the content


Originality
Flow
Language
Cover design

Comments

Post

Some text some message..