Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ରୂପାରୁ ସୁନା
ରୂପାରୁ ସୁନା
★★★★★

© ସତ୍ୟବତୀ ସ୍ୱାଇଁ

Inspirational

3 Minutes   13.4K    12


Content Ranking

ସମୟ ଦୌଡ଼ୁଛି,ତା ସହ ବୟସ ବି।ବର୍ତ୍ତମାନ ଜୀବନ ସର୍ବସ୍ବ ଦାର୍ଶନିକ ତତ୍ତ୍ୱ କିନ୍ତୁ ମନ ମାନେନି।ସେ ବାରମ୍ବାର ଦୌଡେ ପଛକୁ;ଶରୀର ,ପାଦ ବର୍ତ୍ତମାନରେ

ଆଗକୁ ଚାଲୁଥାନ୍ତି,ବେକଠାରୁ ଭାଙ୍ଗି ମୁହଁ,ଆଖି ,ହୃଦୟ ଚାଲନ୍ତି ପଛକୁ ବେଳେବେଳେ।।ସେଇ ପଛକୁ ଚାହିଁବାରେଥାଏ ଅଜସ୍ର ଆନନ୍ଦ,ଅମାପ ଖୁସି।।ମିଠା ମିଠା ଯନ୍ତ୍ରଣା।।ଅବଶ୍ୟ କେତଟା କ୍ଷତରୁ ରକ୍ତ ଝରେ ଉଖାରି ହୋଇଗଲେ।।ଲାଗେ କିନ୍ତୁ ହାଲକା।।

ମୁଁ ସେପରି ନାମୀ ଦାମୀ ବ୍ୟକ୍ତିତ୍ୱଟିଏ ନୁହେଁ।।ନାହିଁ ମୋର ଲବ୍ଧ ପ୍ରତିଷ୍ଠା, କ୍ଷମତା।।କିନ୍ତୁ ମୋ ଚାରିପାଖ ଲୋକ କୁହନ୍ତି ମୁଁ କୁଆଡେ ଭଲ ମଣିଷଟିଏ,ପାଠୋଇ ଟିଏ।କାରଣ ମୋ ଗାଁ ର ମୁଁ ପ୍ରଥମ ଏମ ବିଇଡି ପଢିଥିବା ଝିଅ,ପୁଣି ରେଭେନ୍ସା ପରି ବଡ଼ କଲେଜରେ। କ୍ୟାରିଅର ସବୁଥିରେ ପ୍ରଥମ ଶ୍ରେଣୀ।। ନିଜ ମନ ଖୁସି କରିବା ପାଇଁ ଗପ କବିତା ବି ଲେଖେ।ସାଇକେଲରୁ ସ୍କୁଟି ପର୍ଯ୍ୟନ୍ତ ଚଳାଇ ପାରେ।।ମୁଁ ଦୀର୍ଘ ପାଚିଶି ବର୍ଷ ତଳର କଥା କହୁଛି।ଯେଉଁ ସମୟରେ ମୋ ଗାଁ ଦାଣ୍ଡରେ ଚିକିଟା ଆଣ୍ଠୁଏ କାଦୁଅ ପାଣି ଥିଲା।ଯେଉଁ ସମୟରେ ସାଇକେଲ ଟିଏ ଝିଅ ଚଳାଇଲେ ଲୋକେ ଅଣ୍ଡିରା ଚଣ୍ଡୀ କହୁଥିଲେ।।ଗାଁ ସ୍କୁଲ

ପାଠ ପଢା ଯଥେଷ୍ଟ ଥିଲା।ଝିଅକୁ ବାହାରକୁ ଛାଡିଲେ ହଙ୍ଗାମା ହେଉଥିଲା ଗାଁ ସାରା।

ମୁ କିନ୍ତୁ ଏସବୁ ଲକ୍ଷ୍ମଣଗାର ପାରି ହୋଇ ରେଭେନ୍ଶାରେ ପହଁଚିବାରେ ଗୋଟିଏ ଘଟଣା ଓ ଗୋଟିଏ ହାତ ଥିଲା।।

ମୋର ସ୍ପଷ୍ଟ ମନେ ଅଛି ଥରେ ମୋ ବୋଉ ଉଷୁନା ଧାନ ତୋଳୁଥିଲା।।ମୋ ବୟସ ସେତେବେଳେ କେତେ ଜାଣିନି।।ଖେଳୁଥାଏ ବୋଉ ପାଖେ।ବାପା ଆସି ବୋଉକୁ କହିଲେ"ଏ ମୀନୁଟି ଆମ ସବୁଛୁଆଠାରୁ ନା ପସନ୍ଦ, ଅସୁନ୍ଦର,ରଙ୍ଗ ବି କମ୍। ତାକୁ ଟିକେ ପଢା ପଢି କରାଅ"ବାପା କେଉଁ ଗୋଟିଏ କମ୍ପାନୀରେ ଚାକିରୀ କରନ୍ତି।ବର୍ଷକୁ ଥରେ ଆସନ୍ତି ଘରକୁ।।

ବାପାଙ୍କ ସେଇ କେଇପଦ ପଦ କଥା ମୋ ପାଇଁ ବେଦ ବାକ୍ୟ ହେଇଗଲା।।କାରଣ ପାଞ୍ଚ ଭାଇ ଭଉଣୀରେ ମୁଁ ସବା ସାନ।ସମସ୍ତେ ତକ ତକ ଗୋରା ରାଜା ଛୁଆ ପରି।ମୁଁ ଶ୍ୟାମଳ ରଙ୍ଗ ପୁଣି ନହକା ବେତ ପରି।ରୋଗୀଣା ବି। ସେଦିନ କାଇକି କେଜାଣି ପାଠ ଗୋଟିଏ ଏମିତି ଜିନିଷ ତାକୁ ପଢିଲେ ମୁଁ ଗୋରା ନହେଲେବି ଗୋରା ଦିଶିବି!! ସୁନ୍ଦର ଦିଶିବି!!ମୋ ଭାଇ ଭଉଣୀ ସଂଗେ ମିଶି ପାରିବି!!ଏକଥା ମୋ ପିଲା ମନକୁ ଆନ୍ଦୋଳିତ କଲା ।।

ବାସ!!ଆଉ ପଛକୁ ଚାହିଁନି ମୁଁ।ପାଠକୁ ଖୋଜିଲି ଦିନ ରାତି।ଜୋବୋଡି ଧରିଲି କଷି କରି।।ଆପେ ଆପେ

ବିନା ଦିଗ୍ଦର୍ଶନରେ ମୋତେ ପାଞ୍ଚ ବର୍ଷ ହେଲା ବେଳକୁ ତୃତୀୟ ପାଠ ସରିଥିଲା ମୋର।ଅବଶ୍ୟ ଆମ ପଡିଶା ଘର ସ୍ୱର୍ଗୀୟ ଛବି ଅପା ମୋତେ ଏ ଦିଗରେ ସାହାଯ୍ୟ କରିଥିଲେ।।ବାପା ପୁଣି ଥରେ ବର୍ଷକ ପରେ ଘରକୁ ଆସି ଦେଖିଲେ ମୁଁ ଅନେକ ପଢି ସାରିଛି।ମୋତେ ଟେଷ୍ଟ୍ କଲେ ସେ ବୋଉ ଠାରୁ ମୋ ପଢା କଥା ଶୁଣି।ବାପା ଯାହା ପଚାରିଲେ ମୁଁ ଠିକ ଠିକ ଉତ୍ତର ଦେଲି।ବାପା କାବା ହୋଇ ପଚାରିଲେ ତୁ ଏସବୁ କେମିତି ଶିଖିଲୁ ସ୍କୁଲ ନଯାଇ,କାହାଠାରୁ??

ମୁଁ କହିଲି ଆପଣଙ୍କ ଠାରୁ,ଆପଣଙ୍କ ପାଇଁ।ବୋଉକୁ କହୁ ନଥିଲେ" ମୁଁ ରଙ୍ଗ କମ, ସବୁ ପିଲାଙ୍କ ଠାରୁ ଆପଣଙ୍କର ଅସୁନ୍ଦର ଝିଅ, ପାଠ ପଢିଲେ ସୁନ୍ଦର ହେଇଯିବି ମୋ ଭାଇ ଭଉଣୀଙ୍କ ପରି ଦେଖା ଯିବି"।ସେଇଥି ପାଇଁ ମୁଁ ପାଠ ପଢୁଛି।।ଆପଣ ଯେଉଁ ଯାଏ କହିବେ ସେ ଯାଏ ପଢିବି।।

ବାପା ମୋ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।କୋଲେଇ ନେଇ କାନ୍ଦି ପକାଇଲେ।ସେଇଦିନ ସେ ସ୍କୁଲକୁ ନେଇ ମୋ ନାମ ଲେଖାଇଦେଲେ,ଦ୍ୱିତୀୟ ଶ୍ରେଣୀରେ,ବୟସ ବଢ଼ାଇ।।କାରଣ ପ୍ରଥମ ଶ୍ରେଣୀରେ ପଢିଲେ ମୋ ମନ ଲାଗିବ ନାହିଁ;ଯେହେତୁ ତୃତୀୟ ପାଠ ହେଇଯାଇଥିଲା ମୋର।।।

ତା ପରଠାରୁ ପାଠ ହି ମୋ ଜୀବନର ଶେଷ୍ଠ ବନ୍ଧୁ ହୋଇଗଲା।।ବାପା ବି ମୋତେ ଉତ୍ସାହିତ କଲେ।।ରାମାୟଣ,ମହାଭାରତ ସମସ୍ତ ଶିକ୍ଷଣୀୟ କାହାଣୀ ମୋତେ ଶିଖାଇଲେ।।ପଞ୍ଚମଠାରୁ ଏମ ଯାଏ ସବୁଥିରେ ବୃତ୍ତି ପାଇଲି।।ବାପା ବେଶୀ ଖୁସି ହେଲେ ଯେଉଁଦିନ ମୁଁ

ମେଟ୍ରିକରେ ବୟାନବେ ଶତକତା ନମ୍ବର ରଖି ପାସ କଲି।।

ଥରେ ବାପା କାଳିଦାସ ଗପ କହିଥିଲେ ମୋତେ।ମହା ମୁର୍ଖରୁ ସେ କେତେ ବହି ଲେଖିଲେ!!"ମୁଁ କଣ କିଛି ଲେଖି ପାରିବି ବାପା"କୋମଳ ଜିଜ୍ଞାସାରେ ପଚାରିଥିଲି ମୁଁ।।

ବାପା କହିଲେ ହଁ କାଇଁକି ପାରିବୁ ନାହିଁ।ମୋ ସୁନା ଝିଅ ସବୁ ପାରିବ...

ସୁନା!!ବାଃ ମୁଁ ଏହା ଭିତରେ ବାପାଙ୍କ ରୂପାରୁ ସୁନା ଝିଅ ହୋଇ ଯାଇଥିଲି।ବାପାଙ୍କ ସବୁଠାରୁ ଗେଲ୍ହା।।ଘଡ଼ିଏ ନଦେଖିଲେ ବାପା ବଣା ହୋଇଯାଉଥିଲେ ମୋ ପାଇଁ।

ମୁଁ ବଣା ହୋଇ ଯାଉଥିଲି ପାଠ ପାଇଁ।ବିନା ଟିଉସନରେ ଶ୍ରେଣୀରେ ପ୍ରଥମ।ଘରୁ ବାହାର ଯାଏ ସବୁଠି ମୋର ଆଦର।। ଘର ଠାରୁ ହାଇସ୍କୁଲ ବହୁ ଦୂର।ବାପା ହିଁ ମୋତେ ସାଇକଲ ଶିଖାଇ ସ୍କୁଲ ପଠାଇଲେ।ଏଥିପାଇଁ ବହୁତ ଅପମାନିତ ହୋଇଛନ୍ତି। ସେ ଝିଅ ପିଲାଟାକୁ ଅଣ୍ଡିରାଙ୍କ ପରି ସାଇକଲ ଶିଖାଉଛନ୍ତି ବୋଲି ବହୁତ କଥା ବି ଶୁଣି ଛନ୍ତି। ମୋତେ କିନ୍ତୁ କୁହନ୍ତି "ତୁ କାହା କଥା ଶୁଣୁ ନା ମୁଁ ପା ଅଛି"

ସେତେ ବେଳେ ଶିକ୍ଷକଙ୍କୁ ଭାରି ସମ୍ମାନ।।ବାପାଙ୍କ ଇଚ୍ଛା ମୁଁ ପାଠ ପଢି ଜଣେ ଭଲ ଶିକ୍ଷକ ହେବି।ଯଦିଓ ଅଲଗା ଚାକିରୀ କରିବାର ମୋ ପାଖେ ଯୋଗ୍ୟତା ଥିଲା କେବଳ ବାପାଙ୍କ ମନ ଖୁସି ପାଇଁ ଆଜି ମୁଁ ଜଣେ ଶିକ୍ଷକ।। ପ୍ରଥମ ଶିକ୍ଷକ ସମ୍ମାନ ପାଇଛି ବି।ସବୁଦିନ କିଛି କିଛି ଲେଖା ଲେଖି କରୁଛି ମଧ୍ୟ।।

ମୁଁ ଆଜି ଏଇଠି ବାପାଙ୍କ ସେଇ କେଇ ପଦ କଥା ଯୋଗୁଁ।। ମୋତେ ଏଇଠି ଯିଏ ପହଁଞ୍ଚାଛନ୍ତି ସେଇବାପା କି ବୋଉ ମୋ ସୁଖ ଦେଖିବା ପାଇଁ ବଂଛି ନାହାନ୍ତି ସଶରୀରରେ;କିନ୍ତୁ ବଞ୍ଚିଛନ୍ତି ମୋ ଆତ୍ମାରେ,ହୃଦୟରେ।। ସେମାନେ ସେମିତି ବଞ୍ଚିବେ ମୋ ଯୁଇ ଜଳିବା ପର୍ଯ୍ୟନ୍ତ।।

ସତ୍ୟବତୀ ସ୍ୱାଇଁ,ମୀନୁ ବାଲିକୁଦା,ଜଗତସିଂହପୁର।

ସୁନା ସମୟ ବ୍ୟକ୍ତିତ୍ୱ

Rate the content


Originality
Flow
Language
Cover design

Comments

Post

Some text some message..