Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Behera

Inspirational

4.3  

Rabindra Kumar Behera

Inspirational

ଦି' ଟୋପା

ଦି' ଟୋପା

2 mins
7.0K


"ବାବୁ ପଇସା ଦିଅ |" କିଏ ଗୋଟେ ଡାକିଲା | ବୁଲି ଦେଖିଲି ବୁଢ଼ୀଟିଏ ଭିକ ମାଗୁଛି | ମୁଁ ଅଫିସରୁ କାମ ସାରି ଫେରୁଥାଏ | ବହେ କାମ ଥିଲା, ମନରୁ ସବୁ କିଛି ପାସୋରି ନଥାଏ | ମୁଁ ଶୁଣି ଅଶୁଣା ହେଲା ପରି ଆଗକୁ ଚାଲିଗଲି | କିଛି ବାଟ ଯିବାପରେ ଭାବିଲି, ଫେରିକି ବୁଢ଼ୀକୁ କିଛି ଟଙ୍କା ଦେବି ବୋଲି, ହେଲେ ମନରେ ହଟାତ୍ ଖେଳିଗଲା ଅନେକ ଦୃଶ୍ୟ ଓ ଚିନ୍ତା | ଆରେ ସେ କଣ ସତରେ ଭିକାରୁଣୀ ନା' ସେଦିନ ଯେଉଁ ଟିଭିରେ ଦେଖାଉଥିଲା ଏମାନେ ଭିକ ମାଗିବା ନାଁରେ ବିଜନେସ କରୁଛନ୍ତି ? ଯଦି ସେ ବି କାହା ପିଲାକୁ ନେଇ ଯାଇଥିବ !!

ଆଖିଗୁଡ଼ା ତ ଡହଡହ ଦିଶୁଥିଲା | ଏମିତି ଭାବୁ ଭାବୁ କେତେବେଳେ ଘରେ ପହଞ୍ଚିଲି ଜଣା ନାହିଁ |

ଘରେ ପହଞ୍ଚି ଲୁଗାପଟା ବଦଳେଇ ଖାଇବା ପାଇଁ ବସିଛି, ମନରେ ଗୁମରୀ ଉଠିଲା ସେଇ ବୁଢ଼ୀ କଥା | ଯଦି ସେ ସତରେ ଭିକାରୁଣୀଟିଏ ହୋଇଥିବ ? ମୋ ସାମ୍ନାରେ ଥାଏ ଭଳିକି ଭଳିକି ଖାଇବା | ହେଲେ ସେ ଯଦି ଖାଇନଥିବ ? କାଇଁ କେଜାଣି ଖାଇବାରେ ମନ ଲାଗିଲାନି | ପୁଣି ଭାବିଲି, କେତେ ଲୋକ ଯିବା ଆସିବା କରୁଥିବେ, କେହି ନା କେହି ତ ତାକୁ ସାହାଯ୍ୟ କରିଥିବ | ହେଲେ ଯଦି କେହି ନ କରିଥାଏ ? ସମସ୍ତେ ଯଦି ମୋ ଭଳି ଅଶୁଣା କରି ପଳେଇ ଥିବେ ?

ହଟାତ୍ କଣ ଭାବିଲି କେଜାଣି, ଘରଣୀକୁଁ କହିଲି କିଛି ଖାଇବା ଗୋଟେ ପେକେଟରେ ବାନ୍ଧି ଦେବା ପାଇଁ | ଚାଲିଲି ଫେରି ସେ ବୁଢ଼ୀକୁ ଖୋଜିବା ପାଇଁ | ସେଇ ଜାଗାରେ ଯାଇ ପହଞ୍ଚିଲି | ସତେ କିବା ବୁଢ଼ୀ ମୋ ଆସିବା ବାଟକୁ ଚାହିଁ ବସିଥିଲା ! ଖାଇବା ପେକେଟଟି ଓ କିଛି ଟଙ୍କା ତାକୁ ବଢ଼େଇଦେଲି | ବୁଢ଼ୀ କହିଲା "ବାବୁ ଭଲରେ ଥାଅ | ଭଗବାନ ତୁମର ମଙ୍ଗଳ କରନ୍ତୁ |" ମୁଁ ଏକ ଅଜଣା ସ୍ନେହର ଅନୁଭୂତି ନେଇ ଫେରିବା ପାଇଁ ବାହାରିଲି | କାଇଁ କେଜାଣି ମୋ ଆଖିରୁ ବୋହି ପଡ଼ିଲା ଦି' ଟୋପା ଆନନ୍ଦାଶ୍ରୁ ||


Rate this content
Log in

Similar oriya story from Inspirational