Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Inspirational

2  

Neelima Nivedita Behera

Inspirational

ପାଗେଳୀ

ପାଗେଳୀ

1 min
7.5K


ତମେ ତ କହିନ ! ତଥାପି କେମିତି ଯେ ତମେ ପିନ୍ଧିଥିବା ସାର୍ଟର ରଙ୍ଗ ମୁଁ ପିନ୍ଧିଥିବା ଚୁଡିଦାର ରଙ୍ଗ ସହ ମିଶିଗଲା ? ଏକା ହେଇଗଲା ? ବୋଧେ ସେ ଫଟୋଟା ତୁମର ପୁରୁଣା ନିଶ୍ଚୟ ! ନହେଲେ ହେଇପାରେ ମୁଁ ସାମାନ୍ୟ କଥାକୁ ନେଇ ବେଶି ଭାବୁଛି । ଆଚ୍ଛା ହଉ । ଗୋଟେ କଥା କହିଲ ମୋତେ...?

ତମେ ଫୋନ୍ କଲେ, ଘଣ୍ଟାରେ ଟାଇମ୍ ନଦେଖି ମୁଁ ଫୋନ୍ ଉଠାଏ । କିଛି କଥା ନଥିଲେ ବି କାନରେ ଦେଇ ହୁଁ ହୁଁ କୁହେ ।

ତମେ ବାରମ୍ବାର ପଚାର,

-ଏମିତି କାହିଁକି ହେଉଛ ?

ମୁଁ କୁହେ,

-ଭଲପାଏ !!!

ତମେ ପୁଣି ପଚାର ?

- କାହିଁକି ? ମୋ ପାଖରେ ଏମିତି କ'ଣ ଅଛି କି ?

ମୁଁ କୁହେ,

- ନିଶା !!!

ତମେ କୁହ,

- ମୋତେ ପାଗଳ କରିଦେବ !

ମୁଁ କୁହେ,

- ମୋତେ ସମସ୍ତେ ପାଗିଳି ବୋଲି ହିଁ କୁହନ୍ତି ।

ତା'ପରେ...........???

ମୁଁ ଫୋନ୍ କଲେ, ନଟ୍ ରିଚେବୁଲ୍, ସୁଇଚ୍ ଅଫ୍ ନହେଲେ ବିଜି । ଅନେକ କଥା ଥାଏ ପଚାରିବାକୁ ତୁମକୁ,

ଯେମିତି

- ହସେଇବାକୁ ଚାହିଁ ବି ମୁଁ ନିଜକୁ କନ୍ଦାଏ କାହିଁକି ?

- ସବୁଥିରେ ରାଜି ପରେ ବି ଏ ଅସନ୍ତୋଷ କାହିଁକି ?

- ଦବାକୁ ଇଚ୍ଛା ଥାଇ ବି ଅପାରଗ ହୁଏ ମୁଁ କାହିଁକି ?

- .................

- ...................

- .........................

ଏମିତି ଅନେକ "କାହିଁକି" ସହିତ ବି ପଚାରିବାକୁ ଚାହେଁ

- ତମକୁ କ'ଣ ଲାଗେ ? ମୁଁ କ'ଣ ସତରେ ପାଗେଳି ???


Rate this content
Log in

Similar oriya story from Inspirational