ବାପାଙ୍କ କଥା
ବାପାଙ୍କ କଥା
ବିପ୍ଲବ
- ‘‘ଏଇଟା କ’ଣ ଗୋଟେ ଘରକୁ ଫେରିବା ସମୟ ? ଦେଖିଲ ସମୟ କେତେ ହେଲାଣି ?ରାତି ସାଢେ ବାର ।’’
- ‘‘ଆଜି କ’ଣ ନୂଆ ଫେରୁଚି ? ସବୁଦିନ ତ ଏତିକି ବେଳେ ହିଁ ଫେରେ । ଆଗରୁ ତମେ କେବେ ପ୍ରଶ୍ନକରିନ; କିନ୍ତୁ ଆଜି...! ମିଲ୍ଖାଇନ କି ? ’’
ଶକ୍ତି ବିରକ୍ତ ହୋଇ ସୁଭଦ୍ରାକୁ ଉତ୍ତର ଦେଲା, ‘‘କଲେଜ ଲାଇଫ୍ରୁ ମୋତେ ଜାଣିଛ । ମୋର ପ୍ରତିଟି ମୁହୂର୍ତ୍ତ ସହିତ ତମେ ପରିଚିତ । ତା’ପରେ ଏମିତି ମାନସାଙ୍କ...’’
- ‘‘ହୁଁ... ଭାବିଥିଲି ତମେ ସୁଧୁରିଯିବ । ବାହାଘର ପରେ ତମକୁ ବଦେଳଇ ଦେବି... ହେଲେ ତମେ କୁକୁର ଲାଙ୍ଗୁଡ଼...’’
- ‘‘କ’ଣ ମୁଁ କୁକୁର ଲାଙ୍ଗୁଡ଼ ? ମମିଙ୍କର ଗେହ୍ଲା ଝିଅ ତ ଉତ୍ତରାଧିକାରୀ ସୂତ୍ରରେ ସବୁପାଇଛ । କିନ୍ତୁ ମେନରଖ ମୁଁ ନିମର୍ଳ ଷଡ଼ଙ୍ଗୀ ନୁହେଁ କି ତମେ ସତ୍ୟଭାମା ଷଡ଼ଙ୍ଗୀ ନୁହଁ । ମୁଁ ଶକ୍ତି, ଶକ୍ତି ପ୍ରସାଦ ମହାପାତ୍ର ।
ତିନିତିନିଟା ଟୋକାଙ୍କର ବୈବାହିକ ଜୀବନକୁ ବରବାଦ କରି ମୋ ଆଗରେ ଭାଷଣ ଦଉଚ ? ମାଇଁ ଫୁଟ୍... ଗୋଟେ ଅସତର୍କ ମୁହୂର୍ତ୍ତର ଭୁଲ୍ ପାଇଁ ସବୁଦିନ ସକାଳୁ ତମ ମୁହଁ ଚାହିଁବାକୁ ପଡୁଚି । ତମ ଭଳି ଝିଅକୁ ପ୍ରେମ ! ତମ ମମିତମ ବାପାଙ୍କୁ ପ୍ରେମ କରି ବାହା ହୋଇଥିଲେ । ଏବେ କ’ଣ ହୋଇଛି ତାଙ୍କ ଅବସ୍ଥା ? ମା’ ଟେଲର୍କୁ ବାପା ଘର ଘର ବୁଲି ଶ୍ରାଦ୍ଧ କରୁଛି। ସକାଳୁ ସଞ୍ଜ ଗଞ୍ଜା ଲେଢ଼ଇ...’’
ଘର କବାଟ ଠକ୍ଠକ୍ ଶୁଭିଲା ।
- ‘‘କିଏ?’’
- ‘‘ବୋହୂ...।’’
- ‘‘କ’ଣ ହେଲା ବାପା ?’’ ଶକ୍ତିକବାଟ ଖୋଲିଲା । ‘‘ତମେ ଏତେ ରାତିରେ, ଶୋଇନ ଯେ !’’
- ‘‘ମୁଁ କ’ଣ କହୁଥିଲି କି...?’’
- ‘‘ଏତେ ରାତିରେ କ’ଣ କହିବ ?’’
- ‘‘ତତେ ଅନେଇ ଅନେଇ ଏତେ ଡେରି ହେଲାଣି ।’’
- ‘‘ଓଃ... ଶ୍ୱଶୁର ବୋହୁ ମିଶିଯାଇଛ ବୋଧେ ?’’
- ‘‘ଏମିତି କ’ଣ କହୁଛୁ ଧନ ? ଆଜି କ’ଣ ହୋଇଛି ତୋର ? ବ୍ୟସ୍ତ ଜଣାପଡୁଚୁ । ବୋହୁ କ’ଣ କହିଲା କି ?’’
- ‘‘ଓଃ ଏଇକଥା ପଚାରିବାକୁ ଏତେ ରାତିଯାଏ ଚେଇଁଛ ?’’
- ‘‘ଆରେ ନା... ନା...। କାଶଟା କମୁନି ତ ସେଥିପାଇିଁ ନିଦ ଆସୁନି । ଆଉ ସପ୍ତାହଟଏି ରହିଲା ତୋ ବୋଉ ଶ୍ରାଦ୍ଧ । ସେ କହିଥିଲା ପ୍ରଥମ ଶ୍ରାଦ୍ଧ ବେଳକୁ ବାରିପଟ ତୋଟାରେ ତା’ର ଗୋଟଏି ସମାଧି କରିବାକୁ । ମିସ୍ତ୍ରି ସାଙ୍ଗରେ କଥା ହେଲୁ କି ନାଇଁ ସେଇକଥା ବଝିବାକୁ ଅପେକ୍ଷା କରଥିଲି ।’’
- ‘‘ତମେ କିଛି ବୁଝିପାରୁନ ବୋଧେ ବାପା ? ଏଇଟା ଗୋଟେ ଟାଇମ୍ ଦେଖି ଚାଲିଆସିଲ ।’’ ଚଢ଼ାଗଳାରେ ସୁଭଦ୍ରା କହିଲା- ‘‘ଆରେ ମା... - ‘‘କିଛି କରିବା ଦରକାର ନାଇଁ । ତମେ ମଲାପରେ ଏକାଠି ଦୁହିଁଙ୍କ ସମାଧି ସେଇ ତୋଟାରେ କରିଦେବୁ ଯେ ସାଙ୍ଗ ହେଇ ସାତଜନ୍ମ ଯାଏ ରହିଥିବ ।’’ ସଭଦ୍ରା ଏକଥା କହି ଧଡ୍କରି କବାଟ ବନ୍ଦ କରିଦେଲାx x x
ଶକ୍ତି ନିଦରୁ ଉଠିଲା। ବାପାଙ୍କ ରୁମ୍ ଭିତରପଟୁ ବନ୍ଦ ଥିଲା । ସେ ଟିକିଏ ଘାବେରଇ ଗଲା । ବାପା କେବେ କବାଟ ବନ୍ଦକରି ଶୋଉ ନ ଥିଲେ । ମନ ବ୍ୟସ୍ତ ହେଲା । ଭିତର ଗଞ୍ଜିଟା ହଠାତ୍ ଝାଳରେ ଓଦା ହେଇଯିବା ପରି ଲାଗିଲା ।
‘‘ବାପା ! ବାପା...’’ ସାତ ଆଠଥର ଚିଲେଇ ଡାକିଲା, ହେଲେ ଭିତରୁ କିଛି ସୋରଶବ୍ଦ ନାହିଁ।
ଶେଷରେ କବାଟ ଭାଙ୍ଗିବାକୁ ପଡ଼ିଲା। ବାପା ଝୁଲିରହିଥିଲେ ଫ୍ୟାନ୍ରେ । ପାଖ ଟେବୁଲ୍ ଉପରେ ଚଉତା ହୋଇ କାଗଜଟିଏ ଥୁଆ ହୋଇଥିଲା । ଶକ୍ତି ଟେବୁଲ୍ ପାଖକୁ ଗଲା । କାଗଜ ଖଣ୍ଡକ ଉଠେଇବାକୁ ତା’ ହାତ ଯେମିତି ନିସ୍ତେଜ ହୋଇଯାଉଥିଲା ! ତଥାପି ସାହସ ସଞ୍ଚୟ କରି କାଗଜଟି ଉଠେଇ ଖୋଲିଲା । ସେଥିରେ ଲେଖା ଥିଲା-
‘‘ପୁଅରେ, ବିବାହର ଚାରିଦିନ ପରେ ମୁଁ ତୋ ବୋଉର ମୁହଁ ଦେଖିଥିଲି । କିନ୍ତୁ ତୁ ଚାରିବର୍ଷ ପୂର୍ବରୁ ବୋହୁର ମୁହଁ ଦେଖିସାରିଥିଲୁ । ତୁ ଭଲପାଇ ବାହା ହୋଇଥିଲୁ । ମୋ ଅପେକ୍ଷା ପ୍ରେମର ମୂଲ୍ୟ ବୋଧେ ତୁ ବେଶି ବୁଝିପାରୁଥିବୁ ! ପ୍ରେମ ଅର୍ଥ ପରରସ୍ପରକୁ ସମ୍ମାନ ଦେବା । ମୁଁ ମରିଗଲେ ଯଦି ତୋ ବୋଉର ଶେଷ ଇଚ୍ଛା ପୂରଣ ହୋଇପାରିବ, ତେବେ ଏ ଅସୁସ୍ଥ ଅସହାୟ ଦେହକୁ ବୋହି ନିଜେ ଘୋଷାଡ଼ି ହୋଇ ତୁମକୁ କାହିଁକି ଘୋଷାଡ଼ିଥା’ନ୍ତି; ବରଂ ֹମୁଁ ମରିଗଲେ ଭଲ । ମୋତେ ଭୁଲ୍ ବୁଝିବୁନି । ନିଜକୁ ଦୋଷୀ ଭାବିବୁନି । ପ୍ରେମର ଅମର୍ଯ୍ୟାଦା କରିବୁନି । ଦୁହେଁ ସୁଖରେ ରହିବ । ମୋ ମୃତ୍ୟୁ ପାଇଁ ମୁଁ ଦାୟୀ ।’’
ଶକ୍ତି ଆଖିରୁ ଟୋପା ଟୋପା ଲୁହ ଖସିପଡୁଥିଲା । ବତୁରିଯାଉଥିଲା ବାପାଙ୍କ ପ୍ରେମ କାହାଣୀର ଶେଷ ସନ୍ତକ ଆଉ ଗୋଟାଏ ଅସହାୟ ହୃଦୟ... । ।
’’ ।