Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
୬.୩୫ର, ଜେନା ବସ୍
୬.୩୫ର, ଜେନା ବସ୍
★★★★★

© Manoj Mohanty

Romance

7 Minutes   14.6K    5


Content Ranking

କିଛି ସତ୍ୟ ଓ କିଛି କଳ୍ପନାକୁ ନେଇ ଏକ ଅଧୁରା ପ୍ରେମ କାହାଣୀ

 ୬.୩୫ର, ଜେନା ବସ୍ 

୧୯୯୭ ରୁ ୨୦୧୫, ୧୮ ବର୍ଷରେ ବହୁତ ବଦଳି ଜାଇଛି ରାଉରକେଲା ସହର, ଆଜି ଆଉ ନାହିଁ ଜେନା ବସ୍ , ଏବେ ମାଳ ମାଳ ଅଟୋ ଚାଲୁଛି, ହଜି ଜାଇଛି ବସ୍ ରେ କଲେଜ୍ ଜିବାର ମଜା, କଲେଜ୍ ପିଲା କହି Concession   ପାଇଁ ଝଗଡା ହଉବା, ସିଟ୍ ପାଇଁ ଝିଅ ମାନେ ରଖିଥିବା ବ୍ୟଗ୍ କୁ ଉଠେଇକି ଉପରେ ରଖିଦେବା ଦୁଷ୍ଟାମି l ଏମିତି ନୁହଁକି ରାଉରକେଲାରୁ ଦୁରେଇ ଜାଇଛି ମୁଁ, ଏଇ ସହରରେ ରହି ମଧ୍ୟ ପରିର୍ବତ୍ତନ ସହ ଖାପ ଖୁଆଇ ଚାଲୁ ଚାଲୁ ସ୍ମୁତିର ଆଇନାରେ ଜମି ଜାଇଥିଲା କିଛି ଜ୍ଂଜାଳର ଧୁଳିକଣା l ଆଜି କିନ୍ତୁ ଧୁଳିକଣା ଗୁଡିକ ଉଭାନ ହୋଇ ଯାଇଥିଲା ଓ ସବୁ ମନେ ପଡିଗଲା ଯେବେ ଦେଖିଲି ଅଟୋ ରେ ତାକୁ,……. ସେଇ ଚେହେରା, ସେଇ ଆଖି, ସେଇ ଓଠ କିନ୍ତୁ ସେଇ ହସଟି ପାଇଲିନି ତା ଓଠରେ ମୁହଁରେ କିଛି ଦାଗ ସତେ ଜେମିତି ଲାଗିଲା ବୋଧେ ୟାକୁହିଁ କହନ୍ତି, “ଜହ୍ନରେ କଳ୍ଂକ” ମନ ପୁଣି ଫେରିଗଲା ସେଇ ଜେନା ବସ୍ କୁ l

ସକାଳ ୭.୧୫ ରେ କ୍ଳାସ୍, ଧରିବାକୁ ପଡିବ ୬.୩୫ ରେ ଜେନା ବସ୍ ତେଣୁ ଉଠିବାକୁ ପଡିବ ୫.୩୦ ରୁ ଏତେ ସକାଳୁ କିଏବା ଉଠିବ? ତେଣୁ 1st  କ୍ଳାସ୍ ଟି ସବୁ ସାଂଗ ମିସ୍ କରୁ, ଆଉ ବସ୍ ଧରୁ ୭.୪୫ ରେ l ସାଂଗ ହୋଇ ବସ୍ ରେ ଜିବା ମଜା ଅଲଗା, ଏଇ ପରି କଟିଗଲା କିଛି ମାସ, କଲେଜ୍ ରେ ନାଟକ କରୁଥାଏ ଆଜି ନାଟକ ମଂଚସ୍ତ ହେବ, ଜଲଦି କଲେଜ ଯିବାକୁ ପଡିବ, ତେଣୁ  ୬.୩୫ ର ଜେନା ବସ୍ ରେ ଜିବା ପାଇଁ ଠିଆ ହୋଇଥାଏ, ବସ୍ ଆସିଲା ଆଉ ମୁଁ ଚଢିଗଲି, ଲାଗିଲା ଯେମିତି କୈଣସି ଏକ ଅଜଣା ରାଇଜକୁ ଆସିଗଲି, ଚିହ୍ନା ଚିହ୍ନା ସ୍ୱରରେ ଆଜି କିନ୍ତୁ ସୁଭିଲାନି “ଏଇଠିକି ଆ’ବେ ତୋ ପାଇଁ ଜାଗା ରଖିଛି” ଆଖିଟା ବୁଲାଇ ଆଣିଲି ଦେଖିଲି ସବୁ ଅଚିହ୍ନା ଚେହେରା ହଟାତ୍ ମୋ ଆଖି ଅଟକି ଗଲା ତା ଉପରେ, ଶ୍ୟାମଳି ଝିଅଟି, ଧଳା ର୍ଂଗର ଚୁଡିଦାର୍ ରେ ଫୁଟିକି ଦେଖା ଯାଉଥିଲା, ତା ଉପରେ ନିଳ ଓ ହଳଦିଆ ରଂଗର ଡାଳି ଓ ଫୁଲ ସତେ ଯେମିତି କଳା ଧଳା ବାଦଲ ଉପରେ ଫୁଟିଛି ଇନ୍ଦ୍ରଧନୁଟେ ନା ମୁହଁରେ ଥିଲା କିଛି makeup ନା ସୁନା ଅଳ୍ଂକାର ରେ ଲଦିହୋଏ ଥିଲା, ଖାଲିଟିକେ ପାଉଡର୍, ଆଉ ଛୋଟିଆ ଟିକିଲି ଟେ ତାର ପତଳା ପତଳା ଦୁଇଟି eyebrow ମଝିରେ. ସେ ନଥିଲା ସ୍ୱର୍ଗର ଅପସରା ପରି ଜିଏ ଏକ କଲେଜ ପଢା ପିଲାଂକ ସ୍ୱପ୍ନରେ ଆସେ ତା ଚେହେରାରେ ଥିଲା ଗୋଟେ ସରଳତା, ବୋଧେ ସେଇ ସରଳତା ହିଁ ମତେ ପାଗଳ କରିଦେଇଥିଲା. ତା ଗାଲରେ ଝୁଲୁଥିବା ପତଳା ଚୁଟିଟି ଲାଗୁଥିଲା ଯେମିତି ଅଳସୀ ଝରଣାଟି ଝରି ପଡୁଛି, ବେକରେ ଥିଲା ଗୋଟିଏ ଲକେଟ୍  ଲଗା ପତଳା  ଚେନ୍ ଟି . ଇଛା ହେଉଥିଲା ଲକେଟ୍ ଜାଗାରେ ମୁଁ ଥାନ୍ତିକି !! ଭାବୁ ଭାବୁ ହଜି ଯାଇଥିଲି ସପନ ରାଇଜରେ,ହଟାତ୍ ମୋ ସ୍ୱପ୍ନ ଭାଂଗିଲା କଣ୍ଡକ୍ଟର ଡାକରେ “ଓ ବାବୁ ଟିକଟ୍ ଟିକଟ୍ “ ବଢେଇ ଦେଲି ଦଶଟ୍ଂକିଆ ନୋଟଟି ସେ ପାଂଚ ଫେରେଇ ଚାଲିଗଲା ଆଗକୁ , ଜାଣିପାରିଲି ସେ ୩ ଜାଗାରେ ୫ ନେଇଗଲା କିନ୍ତୁ ଆଜି  ଝଗଡା କରିବାର ଟିକେବି ଇଛା ନଥିଲା ବସ୍ ଅଟକୁ ଥାଏ ଲୋକୋ ଓହ୍ଲାଉଥାନ୍ତି ମୁଁ କିନ୍ତୁ ସିଟ୍ ରେ ବସୁ ନଥାଏ, ବସିଗଲେ ତାକୁ ଦେଖି ହେବନିଯେ!  l

ଦେଖୁ ଦେଖୁ କଲେଜ ଆସିଗଲା  ଆଉ ମୁଁ ଓହ୍ଲେଇ ଗଲି ଇଛା ନଥିଲା କିନ୍ତୁ କ’ଣ କରିବି? ଦିନଟା କଟିଗଲା ସ୍ଟେଜ୍ ସଜେଇବାରେ, ମେକପ୍ କରିବାରେ, ନାଟକ କରିବାରେ, କିନ୍ତୁ ସବୁଠି ସେଇ ଚେହେରା ନାଟକ ସରିଲା ପୁରସ୍କାରବି ମିଳିଲା, ହେଲେ ସବୁ ଫିକା ଫିକା ଲାଗୁଥାଏ ବାହାରିଲି କଲେଜରୁ, ବସ ଧରିଲି ପହଁଚିଗଲି ଘରେ,  ମାଁ ପଚାରିଲା “ଆରେ କଣ ହେଲ ତୋ ନାଟକ? ମୁଁ କହିଲି ଭଲହେଲା, 1st prize ପାଇଲି, ସେ କହିଲା prize କାହିଁ ? ହଟାତ୍ ମନେପଡିଲା prize ଟା ତ କାହାକୁ ଦେଇ ଦେଇଛି, ମୁଁ କହିଲି ମିଳିନି ମିଳିବ. କହି ଚାଲିଗଲି ନିଜ ରୁମ୍ କୁ ସୋଇବା ପାଇଁ କାରଣ, ସକାଳେ ପୁଣି ସେଇ ଜେନା ବସ୍ ଧରିବାର ଅଛି l

ରାତିସାରା ନିଦ ନାହିଁ ସକାଳୁ ଦେଖିଲି ମୁହଁରୁ ଛଡିନି ନାଟକର  makeup ଭାବିଲି ଥାଉ ଭଲଲାଗୁଛି ଆଉ ଜାଇ ଠିଆ ହୋଇଗଲି  bus stop ରେ ବସ୍ ଆସିଲା ମୁଁ ଚଢିଗଲି ଚଢୁ ଚଢୁ ଆଖି ବୁଲେଇ ଆଣିଲି ଦେଖିଲି ସେ ଠିଆ ହୋଇଛି ଠିକ୍ ସେଇ ଜାଗାରେ ସତେ ଯେମିତି ଲାଗିଲା, କିଏ ତ ମୋର ବୋଲି ଅଛି ଅଜଣା ଭିଡରେ, ତାକୁ ଦେଖିବାରେ ମୁଁ ଏତେ ହଜି ଯାଇଥିଲିଜେ ବାଟ ଜଣା ପଡିଲାନି ଆଉ କଲେଜ୍ ଆସିଗଲା ଆଉ ମୁଁ ଓହ୍ଲେଇ ପଡିଲି, ଏହିପରି କଟିଗଲା ଦଶ ଦିନ, ମୁଁ ଖାଲି ତାକୁ ଦେଖୁଥାଏ ତାଠୁ ଅଧିକ କିଛି କରିବାର ସକ୍ତି ମୋ ପାଖରେ ନଥିଲା. ସାଂଗ ମାନେବି କହିଲେ “ ସଳାଟା ନାଟୁଆରୁ ପାଠୁଆ ହେଇଗଲା, କଲେଜ୍ ଜଲଦି ଜାଉଛି” ମୁଁ କିନ୍ତୁ ନିଜ ମନ କଥା କାହାକୁ କହିପାରୁନଥିଲି ହଟାତ୍ ଦିନେ ବସ୍ ରେ ଚଢିଲାପରେ ଦେଖିଲି ସେ ନାହିଁ ଭାରି କଷ୍ଟ ହେଲା ଲାଗିଲା ଯେମିତି ମୋର ସବୁକିଛି ଚାଲିଗଲା ମୁଁ ପୁରା ଏକୁଟିଆ ହୋଇଗଲି କିନ୍ତୁ ମୁଁ ଏକଲା ହୋଇ ନଥିଲି ଦୁଇଟି stoppage ପରେ ସେ ଚଢିଲା ମନରେ ଜୋଉ ଖୁସି କ’ଣ ବା ଆଉ କହିବି ଜୀବନରେ ଜଦି  କେବେ ଭଲ ପାଇଥିବେ ନିଶ୍ଚୟ ବୁଝିପାରୁଥିବେ ଆସି ଠିଆ ହେଲା ମୋ ପାଖରେ ମୋ ଖୁସିର ସିମା ରହିଲା ନାହିଁ ଭାବିଲି ଆଜି କହିଦେବି ସବୁ ମନର କଥା କିନ୍ତୁ ମିଛ କହିବିନି ପାରିଲିନି ତାକୁଦେଖୁ ଦେଖୁ ଆସିଗଲା କଲେଜ୍ ଦେଖିଲିସେ ବସ୍ ରେ ଥିବା ଗୋଟେ ଖୁଣ୍ଟକୁଧରି ଠିଆ ହୋଇଛି ମନରେ ଟିକେ ଦୁଷ୍ଟାମି ଆସିଲା ଓହ୍ଲେଇଲା ବେଳକୁ ତା ହାତ ଉପରେ ହାତ ରଖି ମୁଁ ଆଗକୁ ବଢିଜାଇଥିଲି ଠିକ୍ ଓହ୍ଲେଇଲାବେଳେ ବୁଲିକି ଦେଖିଲି ତାକୁ, ସେ ମତେ ହିଁ ଦେଖୁଥିଲା ମୁଁ ସ୍ତବ୍ଧ ହୋଇଗଲି  ତା ଚାହାଣି ଦେଖି ରାଗ ଓ ହସ ମିସା ଚାହାଣିଟି ମୁଁ ଆଜିବି ଭୁଲି ପାରୁନି ଭାରି ଡର ଡର ରେ ଦିନଟା କଟିଲା ଭାବୁଥାଏ କାଲି ବସ୍ ରେ କଣ ହେବ ? ତା ‘ ପରଦିନ ବସ୍ ଆସିଲା ଆଜି କିନ୍ତୁ ବସ୍ ରେ ଚଢିବାକୁ ଭାରି କଷ୍ଟ ଲାଗୁଥାଏ, ଲାଗୁଥାଏ ଯେମିତି ମୁଁ Everest ଚଢୁଛି. ହେଲେବି ଚଢିଲି ବୁଲିକି ଦେଖିବାର ସକ୍ତି ମୋର ନଥିଲା ତେଣୁ ଆଗକୁ ଚାହିଁ ଠିଆ ହୋଇଗଲି ପ୍ରତେକ ମୁହୁର୍ତ୍ତରେ ଲାଗୁଥିଲା ସେ ମୋ କାନ୍ଧରେ ହାତ ରଖିବ ଆଉ କହିବ............. ବହୁତ କଥା ଭାବି ଯାଇଥିଲି  ଥରେ ମନକୁ ଆସିଲା ସେ ଆସିବ ଆଉ ମୋ ଗାଲରେ ଗୋଟେ ଢୋ କରିକି ଚାପୁଡା ବସେଇ ଦେବ କିନ୍ତୁ ସେମିତି କିଛି ହେଲାନି ଆଉ କଲେଜ୍ ଆସିଗଲା ଓହ୍ଲେଇଲା ବେଳକୁ ଦମ୍ଭ ବାନ୍ଧି ବୁଲି ଦେଖିଲି  ସେ............ କିନ୍ତୁ ଆଜି ବସ୍ ରେ ନାହିଁ  ମୁଁ ଓହ୍ଲାଇ ପଡିଲି କ’ଣ କରିବି ଭାବୁ ଭାବୁ ବସ୍ ଆଗକୁ ବଢିଗଲା ମୁଁ କିଛି ନଭାବି ଦଉଡିଯାଇ ବସ୍ ରେ ଚଢିଗଲି ମୋ ଆଖି ତାକୁ ବିକଳ ମନରେ ଖୋଜୁଥାଏ କିନ୍ତୁ ସେ ବସ୍ ରେ ନଥିଲା ବସ୍ ଜାଇ ଜାଇ ବସ୍ ଷ୍ଟପ ରେ ପହଁଚି ଗଲା ସବୁ ଲୋକୋ ଓହ୍ଳେଅଇଗଲେ ମୁଁ କିନ୍ତୁ ବସ୍ ରେ ହିଁ ଥାଏ କିଛି ସମୟ ପରେ ବସ୍ ପୁଣି ବାହାରିଲା ମୁଁ ସେମିତି ତାକୁ ଖୋଜୁଥାଏ ସତେ ଜେମିତି ସେ ବସ୍ ରେ ଚଢିବ ମୋର ବିଶ୍ୱାସ ଥିଲା କିନ୍ତୁ ସେ ଆସିଲାନି . ପ୍ରତେକ stoppage ରେ ମୁଁ ତାକୁ ଖୋଜୁଥାଏ ସତେ ଜେମିତି ଲାଗୁଥିଲା ହେଇ ଚଢିବ, ହେଇ ଚଢିବ ଆସିଗଲା ମୋ କଲେଜ୍ କିନ୍ତୁ ସେ ଚଢିଲା ନାହିଁ ମୁଁ ଓହ୍ଳେଇ ଗଲି . ତା ପର ଦିନ ପୁଣିଁ ୬.୩୫ ର ଜେନା ବସ୍ କିନ୍ତୁସେ ଆଜିବି ନଥିଲା ସେ , ତା ପର ଦିନ , ତା ପର ଦିନ , ତା ପର ଦିନ  କିନ୍ତୁ ନା,  ଆଉ ସେ ଆସିଲା ନାହିଁ, ମୁଁ ‘ବି ସମୟ ସହିତ ଆଗକୁ ବଢି ଚାଲିଲି............ l

          ସେଇ ଜେନା ବସ୍ ରୁ ଆଜି ଏଇ ଅଟୋରେ,  ୧୮ ବର୍ଷ ପରେ ସେ ଚଢିଛି, କିନ୍ତୁ ମୋ ମନରେ ଆଜିବି ସେଇ ଡର ଥିଲା ମତେ ଲାଗୁଥିଲା ଜେମିତି ମୁଁ ସେଇ ୧୮ ବର୍ଷ ତଳର କଲେଜ୍ ପଢା ପିଲାଟି . ଠିକ୍ ସେଇ ସମୟରେ ସେ ଡ୍ରାଇଭର କୁ କହିଲା “ଭାଇ, କୋର୍ଟ ପାଖରେ ରଖିବ “ ମୁଁ ପ୍ରଥମ ଥର ତା କଥା ଶୁଣିଲି ତା କଥାରେ ଥିଲା କିଛି କଷ୍ଟ ଓ କୋହର ମିଶ୍ରଣ ମୁଁ କିଛି ବୁଝିବା ଆଗରୁ ଅଟୋ ରହିଲା ଆଉ ସେ ଓହ୍ଳେଇ ଗଲା ଆଜି କିନ୍ତୁ ମୁଁ ତାକୁ ପୁଣି ଥରେ ହଜେଅଇବାକୁ ଚାହୁଁ ନଥିଲି ତେଣୁ ମୁଁ ‘ବି ଓହ୍ଳେଇ ଗଲି

ଆଉ ପଛରୁ ଡାକିଲି – ମାଡମ୍, ଟିକେ ସୁଣିବେ ?

ସେ ବୁଲିକି ମତେ ଦେଖିଲା , ଆଜି କିନ୍ତୁ ତା ଚାହାଣୀ ସେଇ ଦିନର ଜେନା ବସ୍ ପରି ନଥିଲା ଲାଗୁଥିଲା ଯେମିତି ଅସୁମାରି ଜନ୍ତ୍ରଣା ତା ମନରେ, ସେ ପଚାରିଲା – ମୁଁ ??

ମୁଁ କହିଲି - ହଁ ଆପଣ

ସେ କହିଲା – sorry ମୁଁ ଆପଣ୍ଂକୁ ଚିହ୍ନିପାରିଲିନି !

ସେଇ ଦିନ ଲାଗିଲା ମୋ ସାଂଗ ମାନେ ସତ କହୁଛନ୍ତି ମୁଁ ବଦଳି ଯାଇଛି , ମୁଁ ଆପଣ୍ଂକୁ ଜାଣେ କହି କିଛି କଥା ହେବାପାଇଁ ପାଖେ ଥିବା coffee shop କୁ ଜିବା ପାଇଁ ଅନୁରୋଧ କରିଥିଲି କିଛି ଭାବିଲା ପରେ ସେ ମୋ ସହିତ ଜାଇ ଥିଲା  ମୁଁ କିଛି order ଦେବା ପୁର୍ବରୁ ସେ ମନା କରିଦେଇଥିଲା କିଛି ଆଣିବା ପାଇଁ ହେଲେବି ମୁଁ order ଦେଇ ଥିଲି coffee ର ଆଉ କଥା ଆରମ୍ଭ କରିବାପାଇଁ ପଚାରି ଦେଲି – courtରେ କିଛି କାମ ଅଛିକି ?  ସେ କହିଲା ମୁଁ ଗୋଟେ କେସ୍ ପାଇଁ ଆସିଥିଲି ଆପଣ ଓକିଲକି ? ସେ ମତେ ଏବେବି ଚିହ୍ନି ପାରିନଥିଲା ମୁଁ କହିଲି ନା କିନ୍ତୁ ମୋର କିଛି ବନ୍ଧୁ ଅଛନ୍ତି ଆପଣ ଜଦି କହିବେ ମୁଁ introduce କରେଇ ଦେବି,  ଏତିକି ସୁଣି ସେ ଟିକେ ହସି କହିଲା okମୋର ଗୋଟେ ଓକିଲ ଦରକାର ଥିଲା ମୁଁ ସାଂଗେ ସାଂଗେ ଫୋନ କରି ଡାକିଥିଲି ମୋର ଜଣେ ଘନିଷ୍ଟ ବନ୍ଧୁଂକୁ , ତକୁ କହିଲି ଅଧଘଣ୍ଟା ପରେ ସେ ଆସିବେ ପୁଣି ପଚାରିଲି କଣ କେସ୍ ? ସେ କହିଲା ମୋ Divorce  କେସ୍ ଏହା ସୁଣି ମୋ ପାଦ ତଳର ମାଟି ଖସି ଗଲା, ଏବେ ମୁଁ ବୁଝିଯାଇଥିଲି ତା ମୁହଁ ରେ ଥିବ ଦାଗ ଗୁଡିକ “ଜହ୍ନରେ କଳ୍ଂକ” ନୁହେଁ  ସେ ଥିଲା “ସମାଜର କଳ୍ଂକ” ସେ ଗୋଟି ଗୋଟି କରି କହିଜାଇଥିଲା ତାର ସବୁ କାହାଣି, ତା ବାହାଘର କଥା,ତାପରେ ଜଉତୁକ ପାଇଁ  ନିର୍ଯ୍ୟାତନା , ଓ ମାଡ ମାରି ଶାଶୁ ଘରୁ ବାହାର କରିଦେଇଥିବା କଥା . ମତେ ଲାଗିଲା ଜେମିତି ଆଜି ତା’ର ସହିବାର ବନ୍ଧ ଭାଂଗି ଜାଇଛି  ମୁଁ ଜେମିତି ତାର ଆତି ନିଜର ଏକ ଦରଦୀ ବନ୍ଧୁ ପରି ସେ ସବୁ ମୋ ଆଗରେ କହି ଜାଇଥିଲା  l

ସେଇ ସମୟରେ ପହଁଛିଲା ମୋ ବନ୍ଧୁ, ମୁଁ ଦୁଇ ଜଣ୍ଂକୁ ସଖ୍ୟାତ କରେଇଲି – ଇୟେ ହଉଛନ୍ତି ମୋ ବନ୍ଧୁ ଅମରେନ୍ଦ୍ର ଆଉ ଜଣେ ଭଲ ଓକିଲ ଆଉ ଇୟେ........... କହି ମୁଁ ଭାବିଲି ଆରେ ମୁଁ ତ  ତା ନାଁ ଜାଣିନି.......ମୋ ଅଟକି ଜିବା ଦେଖି ସେ କହିଲା - ମୁଁ ଉଷା, ଏତିକି କହି ସେ ମୋ ଆଡକୁ ଚାହିଲା ଓ କହିଲା – ହେଲେ ଆପଣ କିଏ ? ମୁଁ ଏ ଯାଏଁ ଆପଣଂକୁ ଚିହ୍ନିପାରିଲିନି !! ମୁଁ ତା ଆଡକୁ ହାତ ମିଳେଇବା ପାଇଁ ହାତ ବଢେଇଲି ତା ହାତଟି ଜେବେ ମୋଁ ହାତକୁ ସ୍ପର୍ଶ କଲା ମୋ ଦେହରେ ଏକ ଅଜବ ସିହରଣ ଖେଳି ଉଠିଲା

ଆଉ କହିଲି,  ମୁଁ......................... l

 

 

“ପ୍ରେମ କୌଣଷି ଲକ୍ଷ୍ୟ ନୁହେଁ , ସେ ଜୀବନର ଚଲାପଥ”

ମନୋଜ ମହାନ୍ତି

ରାଉରକେଲା, ଓଡିଶା

(୯୪୩୭୯୭୮୧୮୨)


 

“ପ୍ରେମ କୌଣଷି ଲକ୍ଷ୍ୟ ନୁହେଁ ସେ ଜୀବନର ଚଲାପଥ”

Rate the content


Originality
Flow
Language
Cover design

Comments

Post

Some text some message..