Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Tragedy

4  

Dibyajyoti Mohanty

Tragedy

ଦୁର୍ଗା

ଦୁର୍ଗା

2 mins
13.8K


ସହରଟାକୁ ଖରାବେଳର ଟାଇଁ ଟାଇଁ ଖରାଟା କବଳିତ କରିଥାଏ । କେଉଁ ଆଡେ ବି ଗୋଟିଏ ଲୋକ ଦେଖିବା ଅସମ୍ଭବ । ବରଗଛ ମୂଳରେ ଛିଡା ହେଉଥିବା ସେ ଦହିବରା ବିକାଳି ହେଉ କି ବସ୍ ଷ୍ଟପରେ ନିତି ବସୁଥିବା ସେ ପାଗେଳିଟା ବି ଖରାର ଏ ଦାଉରୁ ରକ୍ଷା ପାଇବା କେଉଁଆଡେ ଯେପରି ଆତ୍ମଗୋପନ କରିଥାନ୍ତି । ଏହାର ସୁଯୋଗ ନେଇ ବସ୍ ଷ୍ଟପରେ ତିନି ଚାରି ଜଣ ମଦୁଆ ବସି ଖରାର ଏ ଭୀଷଣ ଗରମ ଭିତରେ ମଦର ନିଶାରେ ମତୁଆଲା ହୋଇ ଆହୁରି ଅଧିକ ଗରମ କରୁଥାନ୍ତି ନିଜକୁ । ଏହି ସମୟରେ ଅନିମା କୌଣସି ଏକ ଜରୁରୀ କାମରେ କେଉଁଆଡେ ବାହାରିଥାଏ । ସେ ଚାରିଜଣ ମଦୁଆଙ୍କ ନଜର ପଡିଲା ଅନିମା ଉପରେ । ବାଘ ହରିଣୀର କାହାଣୀ ଭଳି ସେମାନେ ଝାମ୍ପି ପଡିଲେ ଅନିମା ଉପରକୁ । ହେଲେ ସେମାନେ ଅନିମାର କିଛି କ୍ଷତି କରିବା ପୂର୍ବରୁ ଅନିମା ସେମାନଙ୍କୁ ବାଡେଇ ଲହୁଲୁହାଣ କରିଦେଲା । ଏହାପରେ ବାଟରେ ଯାଉଥିବା ଲୋକମାନେ ଅଟକିଲେ ଆଉ ଗହଳି ଚହଳି ବି ବଢିଲା ତା ପରେ ପରେ ପୋଲିସ ଆସି ମଧ୍ୟ ପହଂଚିଲା ଓ ସେ ଚାରି ମଦୁଆଙ୍କୁ ଗାଡିରେ ବସାଇ ନେଇଗଲା । ଠିକ୍ ତା ପରଦିନ ଖବର କାଗଜରେ ଶିରୋମଣ୍ଡନ କଲା ଅନିମା ନୁହେଁ ସେ କାଳେ ଦୁର୍ଗା, ନାରୀ ନୁହେଁ ସେ ନାରାୟଣୀ ଏଇଭଳି କେତେ କଣ ଲେଖା ଗଲା । ଏହି ଘଟଣାକୁ ଚାରିବର୍ଷ ବିତିଲାଣି ଆଜି ବି ସହରରେ ଯେଉଁଠି ଝିଅଙ୍କ ଉପରେ ଅତ୍ୟାଚାର ହୁଏ ସେଠି ଅନିମାର ସାହାସିକତା ବିଷୟରେ ଉଦାହରଣ ହିଁ ଦିଆଯାଏ । ସେଦିନର ସେ ଦୁର୍ଗା କିନ୍ତୁ ବାହାଘର ପରଠୁ ପ୍ରତ୍ୟେକ ରାତିରେ ହେଉଛି ଧର୍ଷିତା । ତା’ ସ୍ୱାମୀଙ୍କର ଅଜବ ସଉକ୍ ତାକୁ ପ୍ରତ୍ୟେକ ରାତିରେ ବାଡେଇ କ୍ଷତାକ୍ତ ନ କଲେ କାଳେ ତାଙ୍କ ଭିତରର ପୁରୁଷ ପଣିଆଟା ଜାଗି ଉଠେନି । ମାତ୍ର ସେଦିନ ଭଳି ଏହାର ପ୍ରତିବାଦ ମଧ୍ୟ କରିପାରେ ନାହିଁ କାରଣ ଗୋଟିଏ ପଟେ ଶ୍ୱଶୁର ଘରର ମାନ ସମ୍ମାନ, ଆଭିଜାତ୍ୟ ତ ଆଉ ଗୋଟେ ପଟେ

ବାପାମା’ଙ୍କ ଇଜ୍ଜତ ଓ ଲୋକ ଲଜ୍ଜ୍ୟା ଭୟ ତା ଗୋଡରେ ବାରମ୍ବାର ଶିକୁଳି ପକାଇଦିଏ । ଯେଉଁଥିପାଇଁ ପ୍ରତ୍ୟେକ ରାତିରେ ଦୁର୍ଗା ପରିବର୍ତ୍ତେ ସେ ବାଧ୍ୟ ହୁଏ ପାଲଟିବାକୁ ଗୋଟିଏ ଦୁର୍ବଳା ଅବଳା ନାରୀ ।

 

ଦିବ୍ୟଜ୍ୟୋତି ମହାନ୍ତି

ph.no-7377510254

 Email-mikunmohanty63@gmail.com


Rate this content
Log in

Similar oriya story from Tragedy