Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Others

3.4  

Santosh Kumar Misra

Others

ଅନୁଭୁତି (୩)

ଅନୁଭୁତି (୩)

5 mins
20.9K


ଅନୁଭୁତି (୩ )  

ମୁଁ  ବିଡିଓ ଭାବରେ ଗୋଟିଏ ଉପାନ୍ତ ବ୍ଲକରେ କାର୍ଯ୍ୟରତ ଥାଏ  ା ସରକାର ବାହାଦୂର ବୋଧ ହୁଏ ଚିନ୍ତାକରିଥିଲେ କି ମୋ ଭଳି ଜଣେ ଦକ୍ଷ ଅଧିକାରୀ ଉପାନ୍ତ ଅଞ୍ଚଳଟିକୁ ନିଶ୍ଚୟ ରାତାରାତି ମହାନଗରରେ ପରିଣତ କରିଦେଇ ପାରିବ ସବୁ କିଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ  ା କାର୍ଯ୍ୟରେ ସିନା ମୁଁ ଯୋଗ ଦେଇଥାଏ କିନ୍ତୁ ପ୍ରକୃତରେ ମନ ମୋର  ଭଲ ନଥାଏ  ା ମୁଁ ମୋର ବ୍ୟକ୍ତିଗତ ବ୍ୟାପାରକୁ  ନେଇ ଖୁବ୍‌ ଚିନ୍ତିତ ରହୁଥାଏ  ା ଅନବରତ ଚିନ୍ତିତ ରହୁଥିବାରୁ ଦିନେ ମୁଁ ଅନୁଭବ କଲି ମୋର ଆମ୍ବିଳି ହାକୁଟି ଆସୁଛି , ବାନ୍ତି ଲାଗୁଛି , ନିଦ ମଧ୍ୟ ଭଲ ହେଉନି  ା ମୁଁ ତେଣୁ ପରଦିନ ସକାଳୁ ପ୍ରାୟ ନଅଟା ବେଳକୁ ପାଖ ଡାକ୍ତରଖାନାକୁ ଗଲି୤ ଦେଖିଲି ଜଣେ ନୂଆ ଡାକ୍ତର ଦାୟିତ୍ତ୍ୱ ନେଇଛନ୍ତି  ା ଶୁଣିଲି ପୁରୁଣା ଡାକ୍ତର ବାବୁଙ୍କର ପାଖ ସହରକୁ ବଦଳି ହେଇ ଯାଇଛି  ା କିଛି ତଥାକଥିତ ରାଜନେତାଙ୍କର ଚାପରେ ପୁରୁଣା ଡାକ୍ତରଙ୍କର ବଦଳି ହେଇଛି  ା ସାଧାରଣ ଭାବରେ ଉପାନ୍ତ ଅଞ୍ଚଳର ଏକ ଡାକ୍ତରଖାନାରୁ ଜଣେ ଡାକ୍ତର ବଦଳି ହେଲେ  ସେ ଯାଗାଟି ଅନେକ ଦିନ ଖାଲି ପଡିଥାଏ ଆଉ ଜଣେ କେହି ସେଠାକୁ ଆସିବାକୁ ନମଙ୍ଗିଲା ଯାଏଁ  ା ମୁଁ ମନେ ମନେ ସରକାରଙ୍କୁ ଧନ୍ୟବାଦ ଦେଉଥାଏ କାରଣ ଏହି କ୍ଷେତ୍ରରେ ସେପରି ଘଟିନାହିଁ  ା ସରକାର ବାହାଦୂର ଏହି ଉପାନ୍ତ ଡାକ୍ତରଖାନାକୁ ଜଣେ ଡାକ୍ତର ପଠେଇବାରେ କୌଣସି ଅବହେଳା କରିନାହାନ୍ତି  ା

 

ମୁଁ ସେତବେଳକୁ ପ୍ରାୟ ଘଣ୍ଟାଏ ଛିଡା ହେଲିଣି ଡାକ୍ତରଖାନାରେ    ା ଅନ୍ୟ କର୍ମଚାରୀ ମାନେ ଜଣଙ୍କ ପରେ ଜଣେ ନୂଆ ଡାକ୍ତର ବାବୁଙ୍କୁ ମୋ ଉପସ୍ଥିତି ଜଣାଉଥାଆନ୍ତି  ା କିନ୍ତୁ ଯିଏ ଜଣେଇଲା ନୂଆ ଡାକ୍ତରବାବୁ ତାକୁ ଗାଳି  କରିବାକୁ ଭୁଲୁନଥିଲେ  ା ସେ ବ୍ୟସ୍ତ ରହିଥିବା କଥାଟା ମୋତେ ଶୁଣେଇଲା ପରି କହୁଥିବାର ମୁଁ ଲକ୍ଷ୍ୟ କରୁଥାଏ  ା ମୋର ଯେହେତୁ ଔଷଧର ଆବଶ୍ୟକତା ଥିଲା ମୁଁ ଅପେକ୍ଷା କରିଥାଏ କେତେବେଳେ ନୂଆ ଡାକ୍ତରଙ୍କର ମୋ ଉପରେ ସଦୟ ଦୃଷ୍ଟି ପଡିବ  ା ଏହି ସମୟରେ ଜଣେ ସହକର୍ମୀ ଆସି ଖବର ଦେଲେ କି ଜିଲ୍ଲାପାଳ ତୁରନ୍ତ ମୋ ସହିତ କଥାହେବାକୁ ଚାହୁଁଛନ୍ତି  ା ମୁଁ ମୋ ନିଜ ଅଫିସ୍‌ କୁ ଫେରି ଆସିଲି  ା ହୁଏତ ମୋ ଦେହ ଆପେ ଆପେ ଠିକ୍‌ ହେଇଯାଇଥିଲା ା

 

କିଛି ଦିନ ଗଡିଗଲା  ା ଦିନେ ହଠାତ୍‌ ନୂଆ ଡାକ୍ତରବାବୁ ଡାକ୍ତରଖାନାର ବିଇଓଙ୍କୁ ସାଙ୍ଗରେ ଧରି ମୋ ଅଫିସ୍‌ରେ ହାଜର  ା ସେ ଦିନ ପାଖ ଗୋଟେ ଗାଁରେ ନିଆଁ ଲାଗି ଯାଇଥିବାରୁ ଦମକଳ ଆସିବାର ଆୟୋଜନରେ ମୁଁ ବ୍ୟସ୍ତ ରହିଥାଏ  ା ମୁଁ ସବିନୟରେ ପରେ ଫୁରୁସତରେ କଥାହେବି କହି ସେ ଗାଁ କୁ ଯିବାକୁ ବାହାରିଲି  ା ଅଫିସ୍‌ ରୁମ୍‌ ବାହାରେ ଦେଖିଲି ପ୍ରାୟ ଦୁଇ ଶହ ଲୋକ ସାଇକେଲ ଆଦି ଧରି ଅଫିସ୍‌ ଆଡକୁ ମାଡି ଆସୁଛନ୍ତି  ା ମୁଁ ଆଉ ଗାଡି ପାଖକୁ  ନଯାଇ ଅଫିସ୍‌ ସାମ୍ନାରେ  ଛିଡା ହୋଇ ରହିଲି  ା ସବୁ ଲୋକ  ବେଶ୍‌ ଉତ୍ତେଜିତ ଥିଲେ  ା ମୁଁ ସମସ୍ତଙ୍କୁ ଶାନ୍ତ ହେବାକୁ ଅନୁରୋଧ କଲି ଏବଂ କଣ ହେଇଛି ବୋଲି ପଚାରିଲି  ା ସେମାନେ ମୋତେ ଯାହା ଜଣେଇଲେ ତାହ ହେଲା :

                                ସମସ୍ତେ ସେହି ନିଆଁ ଲାଗିଥିବା ଗାଁର ଲୋକ  ା ନିଆଁରେ ପୋଡି ହେଇଯାଇଥିବା ଜଣେ ମହିଳାଙ୍କୁ ନେଇ ସେମାନେ ଡାକ୍ତରଖାନାକୁ ଆସିଥିଲେ ଏବଂ ଡାକ୍ତରବାବୁ ଏହି ଡାକ୍ତରଖାନାରେ ପୋଡା ଘା’ର ଚିକିତ୍ସା ହେଇପାରିବନି କହି ତାଙ୍କୁ ନିକଟସ୍ଥ ସହରକୁ ନେଇଯିବାକୁ ଉପଦେଶ ଦେଇ ଡାକ୍ତରଖାନାରୁ ପଳେଇ ଗଲେ ା 

 

ବର୍ତ୍ତମାନ ମୁଁ ଯଦି କୁହେ ଡାକ୍ତର ବାବୁ ମୋ ଅଫିସ୍‌ ରୁମ୍‌ରେ  ବସିଛନ୍ତି ତେବେ ମୋର ଭୟ ଥିଲା ହୁଏତ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଭିଡା ଓଟରା କରି ଠୁଣେ ଲେଡେ ଦେଇ ବି ପାରନ୍ତି  ା ମୁଁ ବଡବାବୁଙ୍କୁ କହିଲି ମୋ ରୁମ୍‌ର ଦୁଆର ବନ୍ଦ କରିଦେବାକୁ  ା  କେହି ଅବଶ୍ୟ ଅନୁମାନ କରି ପାରିଲେନି କି ଡାକ୍ତରବାବୁ ମୋ ରୁମ୍‌ରେ ହିଁ ବସିଛନ୍ତି  ା  ମୁଁ ଆମ ଅଫିସ୍‌  ଡ୍ରାଇଭରଙ୍କୁ କହିଲି  ରୋଗୀକୁ ତୁରନ୍ତ ଜିଲ୍ଲା ସଦର ମହକୁମା ଦାକ୍ତରଖାନାକୁ ନେଇଯିବାକୁ ଓ ସାଙ୍ଗରେ ଜଣେ ଷ୍ଟାଫ ନର୍ସଙ୍କୁ ଯିବାକୁ ଅନୁରୋଧ କଲି  ା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ତା’ର ତୁରନ୍ତ ଚିକିତ୍ସାର ସୁବନ୍ଦୋବସ୍ତ କରିବାକୁ ଅନୁରୋଧ କଲି  ା ଆସିଥିବା ଉତ୍ତ୍ୟକ୍ତ ଲୋକେ ଟିକିଏ ଶାନ୍ତ ହେଉଥିବାର ମୁଁ ଲକ୍ଷ୍ୟ କଲି  ା ଏହି ସମୟ ଭିତରେ ଗାଁରେ ଦମକଳ ବାହିନୀ ପହଞ୍ଚି ସାରିଥିଲେ  ା ତେଣୁ ଲୋକମାନେ ଗାଁକୁ ଫେରିବାକୁ ଲାଗିଲେ  ା ବଡବାବୁ ମୋ ରୁମ୍‌ ଖୋଲେଇଲେ ଓ ବିଇଓଙ୍କୁ କହିଲେ ଡାକ୍ତରବାବୁଙ୍କୁ ନେଇ ଡାକ୍ତରଖାନାକୁ ଫେରିଯିବାକୁ ା

 

ନୂଆ ଡାକ୍ତରଙ୍କର ଘରେ ନପଶୁଣୁ ଚାଳ ବାଜିବା ଆରମ୍ଭ ହେଇସାରିଥିଲା  ା ଜନ ଅସନ୍ତୋଷ ବଢିବାରେ ଲାଗିଥିଲା  ା ତା ସାଙ୍ଗକୁ ଏ ଭଳି ଏକ ଦାୟୀତ୍ତ୍ୱହୀନ କାର୍ଯ୍ୟ ନିଆଁରେ ଘିଅ ଢାଳିଲା ଭଳି ହେଲା  ା ଶୁଣିଲି ତାଙ୍କର ଘର ପାଖ ଗାଁରେ  ସେ ଏହି ଡାକ୍ତରଖାନାକୁ ଆସିବାକୁ ଭଲ ହାତଗୁଞ୍ଜା ଦେଇ ସ୍ଥାନୀୟ ରାଜନେତାଙ୍କୁ ସବୁ ହାତେଇ ପାରିଥିଲେ  ା ପୁରୁଣା ଡାକ୍ତରବାବୁ କିନ୍ତୁ ରୋଗୀଙ୍କୁ  ଚିକିତ୍ସା କରିବାରେ ଖୁବ୍‌ ଯତ୍ନବାନ ରହୁଥିଲେ  ା ତାଙ୍କର ଭଲ ନାଁ ଥିଲା ସେ ଅଞ୍ଚଳରେ  ା ତାଙ୍କର ଏକମାତ୍ର ଅସୁବିଧା ଥିଲା କି ସେ କୌଣସି  ନେତାଙ୍କୁ ପାଖ ପୁରେଇ ଦେଉନଥିଲେ  ା  ହଁ  ନେତା ଯଦି ରୋଗୀ ଭାବରେ ଆସୁଥିଲେ ତେବେ ଅବଶ୍ୟ ଯତ୍ନର ସହିତ ତାଙ୍କୁ ନିଶ୍ଚୟ ଚିକିତ୍ସା କରୁଥିଲେ  ା ପୂର୍ବ ଘଟଣା ଭଳି କିଛି କାରଣରୁ ନୂଆ ଡାକ୍ତରଙ୍କ ବିରୁଦ୍ଧରେ ଏକ ଜନମେଳି ମୁଣ୍ଡ ଟେକୁଥାଏ ା

 

ମୁଁ ଭାବୁଥିଲି ନୂଆ ଡାକ୍ତରବାବୁ ଆମର ସେଦିନ ଅଫିସ୍‌କୁ ହୁଏତ ମୋତେ କହିବାକୁ ଆସିଥିଲେ କି ସେ ଦିନ ବ୍ୟସ୍ତତା ଭିତରେ ସେ ହୁଏତ ମୋତେ ଔଷଧ ଦେଇ ପାରିନଥିଲେ  ା କିନ୍ତୁ ମୋର ଭାବନା ଭୁଲ ଥିଲା  ା ପରେ ମୁଁ ବିଇଓଙ୍କ ଠାରୁ ଜାଣିଲି ଯେ ସେ ଆସିଥିଲେ କହିବାକୁ କି ଡାକ୍ତରଖାନରେ ଯେଉଁ ପ୍ରସୂତି ଭବନ ତିଆରି ଚାଲିଛି ସେହି ଗୃହରେ ଏକ ଏସି ( ଶୀତତାପ ନିୟତ୍ରଣ ଯନ୍ତ୍ର) ଲାଗିବା ନିହାତି ଜରୁରୀ ା

ଆମେ ଚେଷ୍ଟା କରୁଥିଲୁ ସେ ଗୃହ କୁ ତୁରନ୍ତ ସାରିବା ପାଇଁ  ା ଅଟ୍ଟକଳରେ ଏସି ଲାଗିବାର କୌଣସି  ବ୍ୟବସ୍ଥା ନଥିଲା  ା ଯାହାହେଉ ନୂଆ ଡାକ୍ତରବାବୁ ତାଙ୍କର ବ୍ୟକ୍ତିଗତ ଚାପ ପକାଇ କିଛି ଅର୍ଥ ସ୍ୱତନ୍ତ୍ର ଭାବରେ ମଞ୍ଜୁର କରାଇ ଆଣିଲେ ଏବଂ ସେହି ନବ ନିର୍ମିତ ପ୍ରସୂତି ଗୃହରେ ଏସି ଲାଗିଗଲା  ା ସ୍ଥାନୀୟ ବିଧାୟକ ଆସି ଉକ୍ତ ଗୃହକୁ ଲୋକାର୍ପଣ କଲେ  ା ଲୋକମାନେ ବିଧାୟକଙ୍କର ଜିନ୍ଦାବାଦରେ ଗଗନ ପବନ ମୁଖରିତ କଲେ ା

 

କିଛି ଦିନ ପରେ ଦେଖାଗଲା ସେହି ଘରଟି ପ୍ରସୂତି ମାନଙ୍କ ପାଇଁ ବ୍ୟବହାର କରାନଯାଇ ତାହା ଡାକ୍ତରବାବୁଙ୍କ ବିଶ୍ରାମ କକ୍ଷ ଭାବରେ ବ୍ୟବହୃତ ହେଉଛି  ା କିଛି ରାଜନେତାଙ୍କ ସହିତ ବସି ସେହି ଘରେ ଡାକ୍ତରବାବୁଙ୍କର ସାରା ଅଞ୍ଚଳର ରାଜନୈତିକ ବିଶ୍ଳେଷଣ ଚାଲେ  ା ଏ ବିଷୟରେ ଅନେକ ଥର ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ଲୋକମାନେ  ା  କିନ୍ତୁ ଥାନାବାବୁ ମଧ୍ୟ ବିଭିନ୍ନ ଚାପ ଯୋଗୁଁ ନାଚାର ରହୁଥିଲେ  ା  ଲୋକଙ୍କ ମନରେ ଆସୁଥିଲା କି ସବୁ କର୍ମଚାରୀ ବର୍ତ୍ତମାନ ଏକାଠି ହେଇଛନ୍ତି ଏବଂ ଡାକ୍ତରବାବୁ ସମସ୍ତଙ୍କୁ କଳେବଳେ କୌଶଳେ ପକେଟରେ ପୁରେଇ ସାରିଲେଣି  ା ଏହି ଆଲୋଚନାରୁ ମୁଁ ମଧ୍ୟ ବର୍ତ୍ତି ନଥିଲି ା

 

କୁହାଯାଏ ଚୋରଘର ସବୁଦିନ ଅନ୍ଧାର ନଥାଏ  ା ଦିନେ ପ୍ରାୟ ରାତି ଦଶଟା ବେଳକୁ ଗୋଟେ ଟାଟା ଏସି ଗାଡି ଭାରସାମ୍ୟ ହରାଇ ରାସ୍ତା  କଡକୁ ଓଲଟି ପଡିଲା  ା ଗାଡିରେ ପ୍ରାୟ ତିରିଶଜଣ ଖୁନ୍ଦା ଖୁନ୍ଦି ହୋଇ ଠିଆ ହୋଇଥିଲେ  ା  ଗାଡିଟି ଓଲଟି ଯିବାରୁ ଅନେକ ଲୋକ ଖଣ୍ଡିଆ ଖାବରା ହେଲେ  ା  କେହି କେହି ଗଭୀର ଭାବରେ ଆହତ ଥିଲେ  ା ଥାନାବାବୁ ଘଟଣା ସ୍ଥଳରୁ ମୋତେ ଫୋନ୍‌ କଲେ ଏବଂ ତୁରନ୍ତ ଡାକ୍ତରଖାନା ଯିବାକୁ ଅନୁରୋଧ କଲେ  ା  ମୁଁ ସାଙ୍ଗେସାଙ୍ଗେ ମୋ ପଡିଶାରେ ରହୁଥିବା କିଛି କର୍ମଚାରୀ ବନ୍ଧୁଙ୍କୁ ସାଙ୍ଗରେ ଧରି ଡାକ୍ତରଖାନାରେ ପହଞ୍ଚିଲି  ା ଆମେ ପହଞ୍ଚିଲେ କଣ ହେବ ଡାକ୍ତର ତ ନାହାନ୍ତି  ା  ଖୋଜା ଚାଲିଲା ଡାକ୍ତରବାବୁଙ୍କୁ  ା ଆମେ ପାଖ ଆଖର ଆମ୍ବୁଲାନ୍ସ , ବୋଲେରୋ ଆଦି ଯାହା ଗାଡି ମିଳି ପାରିଲା ସବୁ  ପ୍ରସ୍ତୁତ କରୁଥାଉ ଆହତ ମାନଙ୍କୁ ଶିଘ୍ର ସଦର ମହକୁମା ଡାକ୍ତରଖାନାକୁ ପଠାଇ ଦେବାପାଇଁ  ା ଡାକ୍ତରବାବୁଙ୍କର ଟେର୍‌ ମିଳିଲାନି  ା ପାଖରେ ଅନ୍ୟ ଜଣେ  ଡାକ୍ତର ବନ୍ଧୁ ତାଙ୍କର ଘରୋଇ ଚିକିତ୍ସା କରୁଥାଆନ୍ତି  ା ତାଙ୍କୁ ଯାଇ ଅନୁରୋଧ କଲି ଆହତ ମାନଙ୍କର ଆଶୁ ଚିକିତ୍ସା ପାଇଁ  ା ସେ ପ୍ରଥମେ ସରକାରୀ ଡାକ୍ତରଖାନରେ ଚିକିତ୍ସା କରିବାକୁ ଅମଙ୍ଗ ହେଉଥିଲେ କିନ୍ତୁ ଅଞ୍ଚଳବାସୀଙ୍କ ଅନୁରୋଧକୁ ଏଡେଇ ନପାରି ସେ ଆମକୁ ସାହାଯ୍ୟ କରିବାକୁ ରାଜି ହେଲେ  ା  ପ୍ରାୟ ଅଧାଅଧି ଆହତଙ୍କୁ ଆମେ ପଠେଇ ସାରିଲା ବେଳକୁ ଜଣେ ସ୍ୱେଚ୍ଛାସେବୀ ଦଉଡି ଦଉଡି ଆସି କହିଲେ ଡାକ୍ତରବାବୁ ପ୍ରସୂତୀ ଭବନରେ ଜଣେ ରାଜନେତାଙ୍କ ସହିତ ବସି ଟିଭି ଦେଖୁଛନ୍ତି  ା ପ୍ରସୂତୀ ଭବନର ଆଗପଟ ଦୁଆରରେ  ତାଲା ଦେଇ ପଛ ଦୁଆରକୁ  ଭିତରୁ ବନ୍ଦ କରିଛନ୍ତି  ା

 

ପୁଞ୍ଜିଭୂତ ଜନ ଅସନ୍ତୋଷ କିପରି ବିସ୍ଫୋରକ ହେଇପାରେ ତାହା ମୁଁ ଆଉ ଥାନାବାବୁ ସେଦିନ ରାତିରେ ଅନୁଭବ କରିଥିଲୁ  ା ସେହି ମୁହୂର୍ତ୍ତରେ ଆମପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଅପେକ୍ଷା ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ସମସ୍ତ ଆହତ ମାନଙ୍କୁ ସଦର ଡାକ୍ତରଖାନାକୁ ପଠାଇବା  ା ସେହି ମୁହୂର୍ତ୍ତରେ  ଡାକ୍ତରଖାନା ପରିସରରେ ଉପସ୍ଥିତ ସାଧାରଣ ଲୋକମାନେ ତାହା ଭଲ ଭାବରେ ବୁଝି ସାରିଥିଲେ ଓ ସେହି ମଉକାର ପୂର୍ଣ୍ଣ ସଦ୍ ବ୍ୟବହାର କରିବାକୁ ସେମାନେ ପଛେଇ ନଥିଲେ  ା ଆମ କାମ ସରିଲା ବେଳକୁ ସେହି କଥିତ ରାଜନେତା ଓ ଡାକ୍ତରବାବୁଙ୍କ ପାଇଁ ଅନ୍ୟ ଏକ ଆମ୍ବୁଲାନ୍ସ ମଧ୍ୟ ଆସି ପହଞ୍ଚି ଯାଇଥିଲା ା


Rate this content
Log in