Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କୁହୁଡି

କୁହୁଡି

3 mins
7.3K


ନିରାକାର ପାଥୋଲ୍ୟାବ୍ ଭିତରୁ ବାହାରକୁ ବାହାର ଆସି ରିପୋର୍ଟଟାକୁ ବାରମ୍ବାର ଦଖେିଲା ଆଉ ଲଥ୍ କରି ବସପିଡ଼ିଲା ଲ୍ୟାବ୍ ବାହାରେ ପଡ଼ିଥିବା ବଞେ୍ଚ୍ ଉପରେ। ତା’ ଛୋଟ ଝିଅର ସ୍କୁଲ ଆଡ଼୍ମିସନ୍ ପାଇଁ ଗତକାଲି ବ୍ଲଡ଼୍ ସାମ୍ପଲ୍ ଦେଇଥିଲା ଗୃପିଙ୍ଗ୍‌ ପାଇଁ। ଆଉ ଏବେ ବ୍ଲଡ଼୍ ଗ୍ରୁପ ଦଖେି ଚିନ୍ତାରେ ପଡ଼ିଯାଇଛି | କାରଣ ନିରାକାରର ବ୍ଲଡ଼୍ ଗ୍ରୁପ ଥିଲା ‘ଓ’ ପଜଟିଭ୍ ଆଉ ତା’ ସ୍ତ୍ରୀର ‘ବି’ ପଜିଟିଭ ହେଇଥିଲାବେଳେ ଝିଅ ବ୍ଲଡ଼୍ ଗ୍ରୁପ ‘ଏବି’ ପଜିଟିଭ୍ ଆସିଲା କେମିତି ?

ଇଣ୍ଟରମିଡ଼ିୟମ୍ ରେ ବିଜ୍ଞାନ ପଢିଥିବା ନିରାକାର ଶ୍ରେଣୀ ଗୃହରେ ପଢିଥିବା ପାଠକୁ ମନପେକେଇଲା। ନାଁ ଏମତି ହବା ଅସମ୍ଭବ।

ନିରାକାର ଉଠି ଛିଡ଼ା ହେଲା । ପୁଣି ଲ୍ୟାବ ଭିତରକୁ ପଶି ପାଥୋଲୋଜିଷ୍ଟକୁ ପଚାରିଲା, ଭାଇ! ପିଲାର ରକ୍ତ ବାପା- ମାଆଙ୍କ ଗ୍ରୁପର ହେଇଥାଏ ନା ଆଉ କିଛି। ପାଥୋଲୋଜିଷ୍ଟ କହିଲା, ଅନ୍ୟ ରକ୍ତ ଗ୍ରୁପ ନୁହେଁ। ଦୁହିଁଙ୍କ ରକ୍ତରୁ କାହାର ଜଣଙ୍କ ଗ୍ରୁପର ହେଇଥାଏ ପିଲାର। କାହିଁକ କ’ଣ ଅସୁବିଧା ହେଇଛ କି ? ନିରାକାର ଚାରି ଚଉତା କରି ରିପୋର୍ଟଟାକୁ ସାର୍ଟ ପକେଟରେ ରଖି ଘରେ ପହଞ୍ଚିକି ନିତୁକୁ ଦେଖାଇଲା। ନାଇଁ ତ’ ତାହାରି ଚେହେରା ସହତ ନିତୁର ସାମଞ୍ଜସ୍ୟ ଅଛି, ଅତଏବ ଇଏ ତା’ର ଝିଅ | ରିପୋର୍ଟ ଆଉ ଭୁଲ୍ ଆସିନି ତ! ମନକୁସେଇଆ ବୁଝେଇ ଦେଇ ନିରାକାର ତହିଁ ପରଦିନ ଅଲଗା ପାଥୋଲ୍ୟାବ୍ରେ ନିତୁର ବ୍ଲଡ଼ ଟେଷ୍ଟ କରେଇଲା, ଆଉ ସମାନ ରିପୋର୍ଟ ଦଖେି ତା’ ମୁଣ୍ଡ ଚକ୍କର ଖାଇଲା। ଆଜି ଝିଅ ନିତୁକୁ ନୁହେଁ ସନ୍ଦେହ ଦୃଷ୍ଟି ଅନେଇଲା ସ୍ତ୍ରୀ ନୟନାକୁ। ନୟନା ପାଖରୁ ଜନ୍ମ ହେଇଥିବା ଏଇ ଝିଅ ନିଶ୍ଚେ ଆଉ କା’ର। ନୟନାର ଚରିତ୍ର ଠିକ୍ ନାହିଁ, ମନେମନେ ଗଣୁଗୁଣେୁଇଲା ନିରାକାର | କାଳେ ସିଏ ଅଫିସ୍ ଗଲା ପରେ ଘରକୁ ଆଉ କିଏ ଆସିଥିବ, ସେଇଆ ଭାବି ମନରେ ଘୃଣା ଆସିଲା ତା’ର। କିନ୍ତୁ ନୟନାକୁ ଦେଖିଲା ପରେ ସେ ନୟନାର ଚରିତ୍ରହୀନତାର କୌଣସି ଲକ୍ଷଣ ଦଖେିପାରୁ ନଥିଲା । ଖାଲି କୁହୁଡ଼ି ଭିତର ପହଁରୁଥିଲା ନିରାକାର। ଯେତେ ପ୍ରକାର ମାନସାଙ୍କ ସେ କଷିଥିଲା ମନ ଭିତରୁ। କ୍ରମଶଃ ସ୍ତ୍ରୀ ଆଉ ଝିଅକୁନେଇ ଗୋଳମାଳଆ ପରିସ୍ଥିତିଟେ ଭ୍ରମ ସୃଷ୍ଟି କରୁଥିଲା ତା’ ମୁଣ୍ଡ ଭିତରେ । ସମାଧାନର ଖିଅପାଇବା ପାଇଁ ସେ ଅନୁମାନରେ କୁହୁଡ଼ି ପହଁରୁଥିଲା ଅଥଚ କିଛି ବି ପ୍ରମାଣ ତା’ ହାତରେ ବାଜୁ ନ ଥିଲା। ଦିନ ଗଡ଼ିବା ସହିତ ତାକୁ ଲାଗୁଥିଲା ନୟନା ତା’ ସ୍ତ୍ରୀ ନୁହଁ କି ନିତୁ ତା’ ଝିଅ ନୁହେଁ। କେତେଦିନ ହେଲାନି ଅଫିସ୍ କାମରେ ତା’ର ମନ ଲାଗୁନାହିଁ, ଆଖିରୁ ନିଦ ନାହିଁ। ଘରଟା ବି ଘର ପରି ଲାଗି ନାହିଁ। ଏମିତି ଦ୍ବନ୍ଦ୍ବରେ ରହିବା ଅପେକ୍ଷା ଘର ଛାଡ଼ିଦେବା ଭଲ। ନିରାକାର ନିରୁଦ୍ଦିଷ୍ଟ ହେବା ପାଇଁ ଘରୁ ବାହାରିଲା। ଭାବୁଥିଲା ଷ୍ଟସେନରେ ପହଞ୍ଚିଯେଉଁ ଗାଡ଼ି ପାଇବ ସଥେିରେ ଚଢିବ। କୁଆଡ଼େ ଯିବ, ସେଠି ପହଞ୍ଚି କ’ଣ କରିବ? ଘରୁ ସେ ନିରୁଦ୍ଦିଷ୍ଟ ହଲୋ ପରେ ନୟନା ଓ ନିତୁ କ’ଣ କରିବେ ସେଇଆଭାବି ଭାରି ଅନ୍ୟମନସ୍କ ଭାବରେ ବାଟ ଚାଲିଲା ନିରାକାର। ହଠାତ୍ ବାଡ଼େଇ ହେଇଗଲା ଗାଡ଼ିଟା। ରାସ୍ତା ମଝିରେ ପଡ଼ି ଛଟପଟ ହେଲା ନିରାକାର। ମୁଣ୍ଡ ଫାଟି ରକ୍ତ କ୍ରମଶଃ ଚେତା ବୁଡ଼ିଗଲା ନିରାକାରର। ଚେତା ଆସଲା ବେଳେକୁ ସେ ହସ୍ପିଟାଲ ବେଡରେ । ମୁଣ୍ଡରେ ପଟି ବନ୍ଧା ଯାଇଛ। ପାଖରେ ସ୍ତ୍ରୀ ନୟନା, ଝିଅ ନିତୁ ଆଉ ଜଣେ ଅଚିହ୍ନା ଲୋକ। ସେ ଲୋକଟିକୁ ନିରାକାର ଆଗରୁ କେବେ ଦଖେିନି। ନୟନା ପରିଚୟ କରାଇ ଦେଲା, ‘‘ଏଇ ବାବୁଙ୍କ ପାଇଁ ତୁମ ପ୍ରାଣ ବଞ୍ଚିଛି ଏ ତମକୁ ରାସ୍ତା କଡ଼ରୁ ହସ୍ପିଟାଲ ଆଣିବା ସହିତ ତୁମକୁ ରକ୍ତ ଦେଇଛନ୍ତି।’’ ନିରାକାର ହଠାତ୍ ପଚାରି ବସିଲା , କୋଉ ଗ୍ରୁପର ରକ୍ତ । ‘‘ଆପଣଙ୍କ ରକ୍ତ ଆଉ ମୋ ରକ୍ତ ସମାନ। ‘ଏବି’ ପଜିଟିଭ ଲୋକଟା ଉତ୍ତର ଦେଲା । ନିରାକାର ଚମକି ପଡ଼ିଲା । ଆଜିଯାଏଁ ସେ ଭାବୁଥିଲା ତା’ର ରକ୍ତ ଗ୍ରୁପ ‘ଓ’ ପଜିଟିଭ୍। ଯେଉଁଟା ସେ ପିଲାଦିନେ ତା’ ଗାଁରେ ହେଇଥିବା ବ୍ଲଡ଼୍ ଗୃପିଙ୍ଗ କ୍ୟାମ୍ପ୍‌ରେ ବ୍ଲଡ଼୍ ଟେଷ୍ଟ କରି ଜାଣଥିଲା। ତା’ ହେଲେ ସେଇ ରିପୋର୍ଟ ଭୁଲ୍ ଥିଲା। ନିଜର ଭୁଲ୍ ପାଇଁ ସେ ନୟନାର ଚରିତ୍ରକୁ ସନ୍ଦେହ କରୁଥିଲା, ଆଉ ନିତୁର ବ୍ଲଡ଼୍‌ ଗ୍ରୁପ ସହ ତା’ ନିଜର ବ୍ଲଡ଼୍ ମେଳ ଖାଉଛି | ଧୀରେ ଓଠରେ ହସି ନିରାକାର ଭାବଲା, ଏଇ ଦୁର୍ଘଟଣା ହେଇ ନଥିଲେ ତା’ ଜୀବନରୁ କୁହୁଡ଼ି ହଟି ନଥାନ୍ତା ।


Rate this content
Log in

Similar oriya story from Classics