Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Others

3  

Rasmi Rekha Tripathy

Others

ଅବଲୋକରା

ଅବଲୋକରା

1 min
434


ମାଙ୍କଡଗୁଡାକୁ ଦେଖିଲେ ମୋତେ ବହୁତ ଭୟ ଲାଗେ । କିନ୍ତୁ କିଛି ଉପାୟ ନାହିଁ । କ’ଣ କରାଯିବ ? ସେମାନେ ବି ଯିବେ କୁଆଡେ ? ବଣ ଜଙ୍ଗଲ ତ ସବୁ ପଦା ହୋଇଗଲାଣି । ଏବେ ଯେଉଁଆଡେ ଦେଖିବ, ଖାଲି କଙ୍କ୍ରିଟ୍ ଜଙ୍ଗଲ । ସେମାନେ ଖାଇବେ କ’ଣ ? ରହିବେ କେଉଁଠି ? ତେଣୁ କାହାର ନା କାହାର ଘର ଛାତ ଉପରେ ସେମାନେ ରହନ୍ତି । ମୌକା ଦେଖି ଘର ଭିତରେ ପଶି ଖାଇବା ଜିନିଷ ଉଠେଇ ନିଅନ୍ତି । ବେଳେବେଳେ ସେମାନେ ଏତେ ଭୟଙ୍କର ହୋଇଯାଆନ୍ତି ଯେ, ମଣିଷକୁ ଆକ୍ରମଣ ବି କରନ୍ତି । ସେତେବେଳେ ଘରୁ ବାହାରିବା ବି ମୁସ୍କିଲ୍ ହୋଇଯାଏ ।

ସକାଳ ସାତଟାରେ ଗାଆଁକୁ ଯିବା ବସ୍ ଛାଡିବ । ବୋଉ, ମୁଁ ଘରୁ ବାହାରିଛୁ, ରାସ୍ତା ଉପରେ ମାଙ୍କଡମାନଙ୍କ ପଟୁଆର । କରିବୁ କ’ଣ ? ଅସହାୟ ହୋଇ ଠିଆ ହୋଇ ରହିଲୁ ଦାଣ୍ଡ ପଟେ । ସାମ୍ନା ଘର ଅପାଙ୍କ ପୁଅ (ଅବୋଲକରା ବୋଲି ଆମ ସାହିରେ ପ୍ରସିଦ୍ଧ) ବାହାରେ ସାଇକେଲ୍ ଟାୟାର୍ ଧରି ଖେଳୁଥିଲା । ବୁଝିପାରିଲା ବୋଧେ ଆମର ଅସହାୟତାକୁ । ଆଗେଇ ଆସି ମୋ ହାତରୁ ବ୍ୟାଗ୍ ନେଇ ଗୋଟିଏ ହାତରେ ଧରିଲା । ଆଉ ଗୋଟିଏ ହାତରେ ଟାୟାର୍ ଗଡେଇବା ପାଇଁ ଉଦ୍ଦିଷ୍ଟ ବାଡିଟିକୁ ଧରି ଆଗେଇ ଚାଲିଲା । ମାଙ୍କଡମାନେ ତା’କୁ ଦେଖି ଛତ୍ରଭଙ୍ଗ ଦେଲେ । ଆମକୁ ନିରାପଦରେ ସାହି ମୁଣ୍ଡରେ ଛାଡି ଦେଇ ବିନା ବାକ୍ୟ ବ୍ୟୟରେ ଫେରିଗଲା ସାହି ଭିତରକୁ ।

ବାପ ଛେଉଣ୍ଡ ପିଲା । ଦାୟିତ୍ୱବୋଧ ନାହିଁ ବୋଲି କେତେ ଚିନ୍ତା କରନ୍ତି ଅପା ତା’ ପାଇଁ । ଆମେ ବି ତ ତା’କୁ ଚାରି ଦଉଡି କଟା କହୁଥିଲୁ । କିନ୍ତୁ ସେ ଦିନ ପରେ ମୋ ଧାରଣା ବଦଳି ଯାଇଥିଲା ଓ ମୁଁ ନିଶ୍ଚିନ୍ତ ଥିଲି ଯେ, ଏ ଛୁଆଟି ଅବୋଲକରା ହୋଇପାରେ, କିନ୍ତୁ ଅମଣିଷ ହେବନି ।


Rate this content
Log in