Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational

ମେଳିଆ ସର୍ଦ୍ଦାର

ମେଳିଆ ସର୍ଦ୍ଦାର

3 mins
7.3K


ଗଙ୍ଗାଧର ବଳ

ବହୁବର୍ଷ ପୂର୍ବେ ଏକ ରାଜ୍ୟରେ ଜଣେ ରାଜା ଥିଲେ l ସେ ଭାରି ଅତ୍ୟାଚାରୀ l ରାଜ୍ୟରେ କୋଠର ଶାସନ ଚଳାଇଥିଲେ l ପ୍ରଜାମାନଙ୍କ ଉପରେ ବହୁ ଅତ୍ୟାଚାର କରନ୍ତି l ମଜୁରି ନ ଦେଇ ବେଠି ଲାଗାନ୍ତି l ଖଜଣା ଛଡା ଆଉ ନାନା ପ୍ରକାର କରଦେଇ ଦେଇ ମାଡ ଖାଇ ଖାଇ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିପଡିଲା l ରାଜାଙ୍କ ଅଧୀନରେ ଯେଉଁ କର୍ମଚାରୀ ଥିଲେ ସେମାନେ ମଧ୍ୟ ପ୍ରଜାଙ୍କୁ ବହୁ କଷ୍ଟ ଦେଲେ l ରାଜ୍ୟର ଲୋକମାନେ କଷ୍ଟ ସାହି ନ ପାରି ରାଜା ଓ କର୍ମଚାରିଙ୍କ ବିରୁଦ୍ଧରେ ମେଳି କଲେ l ମେଳିଆଙ୍କ ଭିତରେ ଜଣେ ମୁହଁବାଲା ଟାଣୁଆ ସର୍ଦ୍ଦାର ଥାଏ l ତା’ ସାହସ ଓ ବଳରେ ଲୋକମାନେ ମାତିଗଲେ l ରାଜା ମେଳି ଭାଙ୍ଗିବା ପାଇଁ ବହୁ ଲୋକଙ୍କ ହାତକଡି ଦେଇ କଏଦିଖାନାକୁ ଆଣିଲେ, ଭୀଷଣ ମାଡ ଦେଲେ, ତଥାପି ଲୋକମାନେ ଭାଙ୍ଗି ପଡିଲେ ନାହିଁ l ଦେନେ ସର୍ଦ୍ଦାର ଓ କେତେଜଣ ପ୍ରଜା ରାଜଙ୍କର ଗନ୍ତାଘର ଲୁଟି କରିବାପାଇଁ କଏଦୀଖାନା ଝରକା ଭାଙ୍ଗି ରାତିରେ ପଶିବାକୁ ବାହାରିଲେ l ଗନ୍ତାଘର ଭିତରେ ପଶି ଟଙ୍କା ସୁନା ଆଣିବା ସମୟରେ ଧରାପଡିଗଲେ l ଜଗୁଆଳିମାନେ ସେମାନଙ୍କୁ ବାନ୍ଧି ପକାଇ ଭୀଷଣ ମାଡ ଚଡେଇଲେ l ସେମାନଙ୍କ ହାତ ଗୋଡ ଓ ଆଙ୍ଗୁଠି ସନ୍ଧିରେ ଛୁଞ୍ଚୀ କେଞ୍ଚୀଲେ, ଯନ୍ତ୍ରଣାରେ ସେମାନେ ଛଟପଟ ହେଉଥାନ୍ତି l

ଶେଷରେ ମେଳିଆ ସର୍ଦାର ଓ ଅନ୍ୟ ଲୋକମାନଙ୍କର ବିଚାର ହେଲା l ରାଜା,ମନ୍ତ୍ରୀ ଓ କର୍ମଚାରୀମାନେ ବସିଥାନ୍ତି l ହାତକଡି ଦିଆଯାଇ ଅଣ୍ଟାରେ ମୋଟା ଦଉଡି ବନ୍ଧାଯାଇ ସର୍ଦାର ଓ ଅନ୍ୟ ଲୋକମାନଙ୍କୁ ରାଜା ନିକଟରେ ହଜାର କରାଗଲା l ରାଜା ସର୍ଦାରକୁ ଦେଖି ରାଗରେ ଜଲିଗଲେ ଏବଂ କହିଲେ, “ତୁମେ ଚୋରଙ୍କ ସର୍ଦାର ନା l ଲୋକଙ୍କୁ ଶିଖେଇ ତୁମେ ମେଳି ଆରମ୍ଭ କରିଛ l ତୁମେ କଣ ମୋତେ ଚିହ୍ନିନl ?”

ସର୍ଦାରର ଜୀବନକୁ ଭୟ ନଥାଏ l ସେ ଜାଣିଥଏ ଯେ ସେ ତ ଫାଶୀ ପାଇବ,ଏତେ ବେଳେ ଡରିବ କାହିଁକି ? ସେ ଦମ୍ଭ ହୋଇ କହିଲା, “ଆଜ୍ଞା ଚିହ୍ନେ l “ରାଜା ସର୍ଦାରର ଉତ୍ତରରେ ଆହୁରି ରାଗିଯାଇ କହିଲେ, “ମୋତେ ଯଦି ତୁମେ ଚିହ୍ନ,ତା ହେଲେ କେଉଁ ସାହାସରେ ମୋ ଗନ୍ତାଘରେ ପଶି ଚୋରି କରୁଥିଲ ?”

ସର୍ଦାର କହିଲା, “ଆଜ୍ଞା, ଏ ତ ଆମ ସାହସ ନୁହେଁ, ଆପଣଙ୍କର ସାହସ l ଆପଣ ଆମରି ମା ବାପା ହୋଇ ଆମରି ପେଟକୁ ମାରିଲେ, ବେଠି କରେଇଲେ, ପୁଣି ଆମର ଧନକୁ ନେଇ ଗନ୍ତାଘରେ ରଖିଲେ l ଆପଣ ବାପା ମା’ହୋଇ ସେ ଆଦର୍ଶ ନ ଶିଖିବୁ କିପରି ?”ରାଜା ଓ କର୍ମଚାରୀମାନେ ଆଚାର୍ଯ୍ୟ ହୋଇ ସର୍ଦାରର କଥା ଶୁଣୁଥାନ୍ତି l ସର୍ଦାର ପୁଣି କହିଲେ, “ଆମରି ଧାନ ଆମେ ନେଲୁ ବୋଲି ଯଦି ଚୋର ହେବୁ,ତା’ ହେଲେ ଆପଣ ତ ମସ୍ତବଡ ଡକାୟତ l ଆପଣ ରାଜା, ମୁଁ ପ୍ରଜା, ଯଦି ଆମ ଦୁହିଙ୍କର ପଦ ଓଲଟି ଯାଆନ୍ତା, ଆପଣ ପ୍ରଜା ହୋଇ ଯନ୍ତେ, ମୁଁ ରାଜା ହୋଇଯାନ୍ତି, ତ ହେଲେ ସେତେବେଳେ ଆପଣ କ’ଣ ଏସବୁ ସହନ୍ତେ l ମୋର ଭଳି ଆପଣ ମଧ୍ୟ ମେଳି କରନ୍ତେ, ଗନ୍ତାଘର ଭlଙ୍ଗନ୍ତେ l “

ସର୍ଦାରର ଉତ୍ତରରେ ରାଜାଙ୍କର ରାଗ ଥଣ୍ଡା ପଡିଗଲା l ତାଙ୍କର ମୁଣ୍ଡରେ ଚେତ ପଶିଲା l ସେ ଭାରି ଅନୁତାପ କଲେ l ଠପ୍ ଠପ୍ ହୋଇ ତାଙ୍କର ଆଖିରୁ ଦି’ଟୋପା ଲୁହ ଗଡିପଡିଲା l ସିହଂସନରୁ ଉଠିଆସି ସେ ସର୍ଦାରକୁ କୁଣ୍ଢେଇ ପକେଇଲେ ଏବଂ କହିଲେ, “ତୁମେ ଯାହା କହିଛ,ଠିକ, ମୋର ଦୋଷ ତୁମେ ସମସ୍ତେ କ୍ଷମା କର l “

ରାଜାଙ୍କର ଏ ପରିବର୍ତନ ଦେଖି କର୍ମଚାରୀମାନେ ଆଚାର୍ଯ୍ୟ ହୋଇପଡିଲେ l ସର୍ଦାର ଓ ଅନ୍ୟ ଲୋକମାନଙ୍କର ଆନନ୍ଦର ସୀମା ରହିଲା ନlହିଁ l ସେମାନଙ୍କ ହାତରୁ ହାତକଡି ଖୋଲି ଦିଆଗଲା l ଅଣ୍ଟାରୁ ଦଉଡି ଫିଟାଇ ଦିଆଗଲା ଯେଉଁମାନେ କେଇଦିଖାନାରେ ଥିଲେ ସେମାନଙ୍କୁ ଖଲାସ କରି ଦେବା ପାଇଁ ରାଜା ସଙ୍ଗେ ସଙ୍ଗେ ପ୍ରହରୀମାନଙ୍କୁ ହୁକୁମ ଦେଲେ l

ସେହିଦିନଠାରୁ ମେଳିଆ ସର୍ଦାର ରାଜାଙ୍କର ଜଣେ ବିଶ୍ଵାସୀ ବନ୍ଧୁ ହୋଇ ପଡିଲେ l ସର୍ଦାରର ପରାମର୍ଶରେ ରାଜା ପ୍ରଜାମାନଙ୍କର ହିତ ପାଇଁ ଲାଗିପଡିଲେ l


Rate this content
Log in

Similar oriya story from Classics