Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Inspirational Others

3  

Soumya Shubhadarshinee

Inspirational Others

ଉଡାଣ

ଉଡାଣ

5 mins
290


ପୁଣିଥରେ ଉଠିବାକୁ ହୁଏ , ଅଧାରଖିଥିବା କାମ ସାରିବା ପାଇଁ । ଶୋଇ ଯାଇଥିବା ସ୍ୱପ୍ନକୁ ଜଗେଇ ରଙ୍ଗ ଭରିବା ପାଇଁ ସଫେଦ ଆକାଶରେ । କାରଣ ବଂଚିରହିବା ଲୋଡ଼େ ଉଡାଣ । ସ୍ଥିର ସ୍ଥବିର ଜୀବନ ଦିଶାହୀନ ହେଇଯାଏ !

.....

ବହୁତ ସୁନ୍ଦର ବ୍ୟବସ୍ଥା କରିଥିଲା ସେ , ଏୟାରପୋର୍ଟରୁ ସିଧା ପୁରୀ ଯିବା । ଜଗନ୍ନାଥ , ମହୋଦଧି , ହୋଟେଲ ଆଉ ସପିଂ । ଆଦିତ୍ୟ ଆସିଲେ ଏସବୁ କରିବାକୁ ଖୁବ୍ ଇଚ୍ଛା ହୁଏ ତା'ର । ଆସିବାର ଦିନବି ବେଶ ବଢିଆ ତାଙ୍କର ବିବାହ ବର୍ଷିକୀ ।

କେଜାଣି କାହିଁକି ଲାଗେ ସବୁତକ ଲୋକ ଏଇ ଡହଡହ ଖରା ଦିନେ ହାତକୁ ଦୁଇହାତ ହେଇଛନ୍ତି। ଏଇନେ ଏଇନେ ମୁଖ ପୁସ୍ତିକାର ସହରର ଖାଲି ସେଇ ବାର୍ତ୍ତାରେ ଭରପୁର । ଯୁଗଳବନ୍ଦୀ ଜୀବନର ସଫଳ ସଜଳ ବାର୍ତ୍ତା ସବୁଠି । ଭଲ ଲାଗେ ଅବଶ୍ୟ ନିଜ ସୁଖକୁ ଏମିତି ସାର୍ବଜନୀନ କରିବାକୁ । ମିଳିଯାଏ ଗୁଡ଼େ ଶ୍ରଦ୍ଧା ସୁମନ ଆଉ କିଛି ଆଶୀର୍ବାଦର ଶିତଳତା । ଆଜିର ଜୀବନରେ ନିଜ ଲୋକଙ୍କ ସହ ଏଇ ମୁଖପୁସ୍ତିକା ହିଁ ସବୁଠାରୁ ସଫଳ ସମ୍ବନ୍ଧ ବାନ୍ଧିଛି । ନୋଇଲେ କାହିଁ ଆଉ ସମୟ ଖୋଜା ଲୋଡ଼ା କରିବାକୁ ସଖୀ , ସହୋଦର !

ବିବାହ ବାର୍ଷିକୀକୁ ଟିକେ ଖାସ୍ କରିବା ପାଇଁ ଅସ୍ମିର ଏ ସମସ୍ତ ଉପକ୍ରମ । ଜୀବନର ଏତେ ମୂଲ୍ୟବାନ ଦିନଟି ସବୁବେଳେ ସ୍ମୃତି ଜଡିତ ହେଇ ସ୍ମରଣୀୟ କରିବାକୁ ତା'ର ମୋହ । 

ପାଖରେ ରହୁଥିଲେ ଭିନ୍ନ କଥା , କମିଯାଏ ଏଇ ଅଭୁଲା ଦିନଗୁଡିକର ସ୍ପାର୍କ । ଯାଇତାଇ ବିତେଇ ଦିଏ ମଣିଷ । 

ସେମିତି କିଛି ବିଗ୍ ବ୍ୟାଙ୍ଗ ଲୋଡ଼େନି । ଯେମିତି ଅସ୍ମିର ଅପା ଆଉ ଭାଇନା । ଛୋଟ ମୋଟ ଗ୍ୟାଦେରିଂରେ ହିଁ ସୀମିତ କରିନିଆନ୍ତି ଆନିଭର୍ସରୀ । ଗୋଟେ କେକ୍ ଆଉ ଡିନର୍ ବାସ । ଅଧିକ ହେଲେ ଫିଲ୍ମ , ମଲ୍ କି ଆଖ ପାଖରେ ବୁଲା । 

କିନ୍ତୁ ଅସ୍ମି ସବୁବେଳେ ଗୋଟେ ଖାସ ଆଉଟିଙ୍ଗର ବନ୍ଦୋବସ୍ତ କରେ । ନିଜ ହିସାବରେ ସବୁ ପ୍ଲାନ ହୁଏ । ଖୁବ୍ ବ୍ୟବସ୍ଥିତ ଭାବେ : ଟିକେଟ , ହୋଟେଲ, ଟୁର୍ ଗାଇଡ଼ , ବୁଲାବୁଲି ପାଇଁ ଟ୍ରାଭେଲ ଏଜେନ୍ସି ଏମିତି ସବୁକିଛି ଗୋଟି ଗୋଟି କରି ବ୍ୟବସ୍ଥା କରେ ଅସ୍ମି । ଆଉ ଏଇ ଟ୍ରିପ୍ ହୁଏ ଗୋଟେ ସରପ୍ରାଇଜ ଗିଫ୍ଟ ଅଦିତ୍ୟଙ୍କ ପାଇଁ ।

ତାଙ୍କର ମଲ୍ଟିନ୍ୟାସନଲ ଜବ୍ ରେ ଯେମିତି କାମର ଚାପ । ସେଠି ଛୋଟ ମୋଟ ଆଉଟିଙ୍ଗ ଭାରି ଜରୁରୀ । 

ଅସ୍ମି ନିଜ ଜବ୍ ଛାଡି ଯାଇପାରିନି । ଓଡ଼ିଶାର ଜୀବନ ପ୍ରତି ମଧ୍ୟ ତା' ଭିତରେ ଥିବା ଆହେତୁକ ମୋହ ତାକୁ ଯିବାକୁ ଦେଇନି । ଏଠି ସେ ଉନିଭେର୍ସିଟିରେ ବ୍ୟସ୍ତ ଆଉ ଆଦିତ୍ୟ ନିଜ କାମ ପାଇଁ ଚେନ୍ନାଇରେ , ତେଣୁ ଦୂରତା ସେ ଦୁହିଙ୍କ ଭିତରେ ଚିରାଚରିତ । ଏଇ ଦୂରତା ଆକର୍ଷଣକୁ ଆହୁରି ତୀବ୍ର କରିଛି । ବିବାହର ପନ୍ଦର ବର୍ଷ ପରେ ମଧ୍ୟ ଆଦିତ୍ୟଙ୍କ ସହ ସମୟ ଅତିବାହିତ କରିବା ପାଇଁ ତା' ଭିତରେ ଇଚ୍ଛା ସେମିତି ସତେଜ ଅଛି । 

ତେଣୁ ବିବାହ ବାର୍ଷିକୀରେ କିଛି ଖାସ ଅନୁଭବ ସାଉଁଟିବାର ସୁଯୋଗ । ଝିଅ ରିନି ସହ ମିଶି ଏଇ ପୁରୀ ପ୍ଲାନ୍ ।

.......

ଆଦିତ୍ୟ ଆସିଲେ ଭୁବନେଶ୍ୱର ଏୟାରପୋର୍ଟରୁ ସେମାନେ ସିଧା ଯିବେ ପୁରୀ । ଅଦିତ୍ୟଙ୍କୁ କିଛି ଜଣେଇ ନାହିଁ ଅସ୍ମି । ଏଇଟା ଗୋଟାଏ ସିକ୍ରେଟ ରିନି ଆଉ ତା' ଭିତରେ  ।

ପୁରୀର ଅନନ୍ୟା ରିସର୍ଟ ବୁକ୍ କରିଛି 

ଅସ୍ମି । ଗତ ବର୍ଷ ବାନ୍ଧବୀ ଅରୁଣା ସପରିବାର ଯାଇଥିଲେ । ତା' ଠାରୁ ବେଶ ପ୍ରଶଂସା ଶୁଣିଛି ସେ ଏଇ ରିସର୍ଟ ର । ତେଣୁ ସେଇଠି ଗୋଟିଏ ସପ୍ତାହ ପାଇଁ ରହଣି ବନ୍ଦୋବସ୍ତ । ରିନିର ମନ ସେଠିକାର ସୁଦୃଶ୍ୟ ସୁଇମିଂ ପୁଲ ପାଖରେ । ବାଃ ଥଣ୍ଡା ପାଣି ଭିତରେ ବୁଡି ବୁଡି ମଜା ନେବ ସେ ପାପାଙ୍କ ସହ । ସୁଇମିଂରେ ବାପ ଝିଅ ମାହୀର । 

ଅସ୍ମି କିନ୍ତୁ ମହୋଦଧି ପାଖରେ । ନୀଳ ବାରିଧି ଭିତରେ ହଜିବାର ଅନୁଭବ ଅନନ୍ୟ । ସମୁଦ୍ର ତାକୁ ସବୁବେଳେ ପ୍ରଲୋଭିତ କରିଛି । ସେଠି ତାକୁ ମିଳେ ଗୋଟେ ଅଜବ ସମ୍ମୋହନ । ଆଦିତ୍ୟଙ୍କ ହାତରେ ହାତ ଛନ୍ଦି ସେଇ ବେଳାଭୂମିରେ ଚାଲିବାରେ ଖୁବ୍ ଶ୍ରଦ୍ଧା ତା'ର । ଯୁଗ୍ମ ଜୀବନର ପ୍ରଥମ ଦର୍ଶନୀୟ ସ୍ଥାନ ପୁରୀ ଥିଲା । ସେଥିପାଇଁ ବୋଧେ ଏତେ ଭାବବିହ୍ୱଳ ସେ ଏଠି । 

ଯେବେ ପୁରୀ ପ୍ଲାନ ହୁଏ ଆଉ ଗୋଟେ ପ୍ଲାନ ଥାଏ ତା' ସହ । ସେଇଟା ଅଦିତ୍ୟଙ୍କ ପସନ୍ଦ । ପୁରୀ ମେରାଇନ୍ ଡ୍ରାଇଭ ରେ ଲଙ୍ଗ ଡ୍ରାଇଭିଂ । ଏକଦମ ବଦମାସ ପିଲା ଭଳିଆ ଡ୍ରାଇଭ କରନ୍ତି ଆଦିତ୍ୟ ଘଣ୍ଟା ଘଣ୍ଟା । ରିନି ଜମା ରାଜି ହୁଏନି ଯିବାକୁ । ବାପରେ ପାପା ଏତେ ସମୟ ଧରି ବୁଲିବେ ଯେ ମୁଣ୍ଡ ବିନ୍ଧିବ । ବେଳେବେଳେ ସାରା ରାତି ବୁଲା ହେବ । ସେଇ କାର୍ ଭିତରେ ନିଜର ସମଗ୍ର ପୃଥିବୀ ତିଆରି ନେବେ ଆଦିତ୍ୟ । ସେଇଠି ଖାଇବା , ପିଇବା ଆଉ ଶୋଇବା । ଏକଦମ ୱାଇଲ୍ଡ । 

ଅସ୍ମି କିନ୍ତୁ ସେଇ ପାଗଳାମି ଭଲ ପାଏ । ଗୋଟେ ମୁକ୍ତ ସ୍ଵଛନ୍ଦ ଜୀବନର ଅନୁଭବ ମିଳେ । ଯେମିତି ସେମାନେ ଯାଯାବର , କିଛି ଧରାବନ୍ଧା ନିୟମ ନାହିଁ । ଯେମିତି ଇଚ୍ଛା ସେମିତି ଜୀବନ ଜୀଇଁବାର ସ୍ୱାଧୀନତା ଅଛି ।

ସବୁବେଳେ ଭାରି ମାୟା ଲଗାଏ ସମୁଦ୍ର , ଝାଉଁବଣ , ଜଗନ୍ନାଥ ଆଉ ତାଙ୍କ ବିଶ୍ଵବ୍ୟାପୀ ପ୍ରସିଦ୍ଧି ।  ପ୍ରଭୁଙ୍କୁ ବିବାହ ବର୍ଷିକୀ ଦିନ ଘଡ଼ିଏ ଆଖି ଭରି ଦେଖିବାର ମୋହ ମଧ୍ୟ ଭାରି ମନୋହର । ତାଙ୍କ ନିକଟରେ ନିଜ ଦୁଃଖ ଜଣେଇ ଦୟା ଦୃଷ୍ଟି ଟିକେ ଲାଭ କରିବା ପରମ ସୌଭାଗ୍ୟ । 

ସମ୍ବଲପୁର ସହରର ଡହଡହ ଗରମ ଛାଡି ଏଇ ପୁରୀ ସହରର ଶିତଳତା ସତରେ ଚମତ୍କାର ଅନୁଭବ । 

.......

ରାତିରୁ ସବୁଆଡେ ରେଡ଼ ଆଲର୍ଟ , ବାତ୍ୟା ପାଇଁ ବନ୍ଦୋବସ୍ତ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ , ଶିକ୍ଷା ଅନୁଷ୍ଠାନ ଛୁଟି ଘୋଷଣା, ଟ୍ରେନ୍, ଫ୍ଲାଇଟ ବାତିଲ , ପରୀକ୍ଷା ସ୍ଥଗିତ , ସାମୁଦ୍ରିକ ନୋଳିଆ ମାନଙ୍କୁ ଚେତାବନୀ । ଏଇ ସମ୍ବାଦ ଗୁଡିକ ସବୁ ସ୍ଥାନରେ । ଟିଭି ପରଦାରେ ଘନ ଘନ ବାତ୍ୟା ପ୍ରକୋପର ଦୃଶ୍ୟ । ଭୟଭୀତ ସଭିଏଁ ଭିତରେ ଭିତରେ । ପ୍ରକୃତିର ଆକ୍ରୋଶ ସାମ୍ନାରେ ଅସହାୟ , କିଂକର୍ତ୍ତବ୍ୟବିମୁଢ । 

ମଣିଷ ସତରେ ତୁଚ୍ଛା ଆତ୍ମ ଗର୍ବରେ ଅନ୍ଧ , କ'ଣ ନା ଶ୍ରେଷ୍ଠ ସୃଷ୍ଟି , ଈଶ୍ୱରଙ୍କର । ସଭିଏଁ ତା' ଅକ୍ତିଆର ଭିତରେ । ସେ କିଛି ମଧ୍ୟ କରିବାକୁ ସକ୍ଷମ । ସେ ସ୍ୱୟଂଭୁ , ସର୍ବଶକ୍ତିମାନ , ଅପ୍ରତିହତ । ଖୁବ୍ ଅଯୌକ୍ତିକ ଏଇ ଆତ୍ମଗର୍ବ । ପ୍ରକୃତି ଆଗରେ ମଣିଷ ତୁଚ୍ଛା ପ୍ରାଣୀ । 

ପ୍ରକୃତିର କରାଳ ସ୍ରୋତ ଆଗରେ ମଣିଷ ଅସ୍ତିତ୍ୱବିହୀନ । କିଛି କରିବାର ଜୁ ନାହିଁ । ହାତ ଗୋଡ଼ ବନ୍ଧା । କାହିଁ ଆମେ ତ ରୋକି ପାରିନାହୁଁ ଝଡ଼ , ସୁନାମି , ଭୂକମ୍ପ ?

ବଢ଼ନ୍ତା ରାତି ସହ ଅସ୍ମିର ମନ ବ୍ୟତିବ୍ୟସ୍ତ ହେଉଛି ଆହୁରି । ଆସିବେ ନାହିଁ ଆଦିତ୍ୟ । ଫ୍ଲାଇଟ କ୍ୟାନସେଲ । ମନ ମରି ଯାଉଛି ଏତେ ଲମ୍ବା ଯୁଗ୍ମ ଜୀବନର ଏଇ ପ୍ରଥମ ବିବାହ ବାର୍ଷିକୀ ଆଦିତ୍ୟଙ୍କ ଅନୁପସ୍ଥିତିରେ ଏକାକୀ ଓଃ ! 

ପୁରୀ , ସମୁଦ୍ର , ଜଗନ୍ନାଥ , ମେରାଇନ୍ ଡ୍ରାଇଭ : ସବୁ କେବଳ ସ୍ୱପ୍ନ । ପାଣିପାଗ ବିଭାଗର କଡା ତାଗିଦ । ବାତ୍ୟା ଫନିର ଧରାବତରଣ ସ୍ଥାନ '' ପୁରୀ '' । ସେଠି ପବନର ବେଗ ୧୫୦ ରୁ ନେଇ ୨୦୦ କିଲୋମିଟର ପ୍ରତି ଘଣ୍ଟା । ଆହା, ଧ୍ୱସ୍ତ ବିଧ୍ୱସ୍ତ ହେଇଯିବ ସବୁଜିବା, ସହରର ସୌନ୍ଦର୍ଯ୍ୟ, ସମୁଦ୍ର ଉପକୂଳର ଜନ ଜୀବନ ।

ଅସ୍ମି କାନ୍ଦୁଛନ୍ତି , କୋହ ଉଠେଇ । କିଛି ଗୋଟେ ହଜେଇ ଦେବା ଭଳି ତୀବ୍ର ଅନୁଭବ ତାଙ୍କ ଭିତରେ । 

.......

ଟିଭି ପରଦାରେ ପୁରୀ ସହରରେ ବାତ୍ୟାର ତାଣ୍ଡବ । ଶ୍ରୀ ମନ୍ଦିରରୁ ପତିତପାବନ ବନା ଉଡିବାର ଅଶୁଭ ସଂକେତ , ଖିନ ଭିନ ହେଇଯାଉଥିବା ସବୁଜିମାର ଶୋକ , ଉତ୍ତାଳ ସମୁଦ୍ରର ଭୀମ ଭୈରବ ରୂପ । କିନ୍ତୁ ତଥାପି ସଭିଙ୍କ ମନରେ ଆଶା ଜଗନ୍ନାଥ ବଞ୍ଚେଇ ଦେବେ । ଜୀବନ ପୁଣି ନିଜ ସ୍ୱରୂପକୁ ଫେରିବ । 

ବାତ୍ୟା ପ୍ରକୋପ କିନ୍ତୁ ସମ୍ବଲପୁରରେ ବିଲକୁଲ ନାହିଁ । ଏଠି ପରିବେଶ ଶାନ୍ତ ସୁଧାର , ଭାରି ଗେଲ୍ହା । ସକାଳୁ ଉଠି ଅସ୍ମି ମନରେ ବେଜାଏ ଯନ୍ତ୍ରଣା । ଆହା କାଶ ଆଦିତ୍ୟ ଆସିଯାଇଥାନ୍ତେ । ପୁରୀ ନହେଲା ନାହିଁ ଏଇଠି ମା' ସମଲେଶ୍ବରୀଙ୍କ ପୀଠରେ ଦୀପଟିଏ ଜାଳିଥାନ୍ତେ ।

ହଠାତ୍ କଲିଂ ବେଲ୍ ରେ ତନ୍ଦ୍ରା ଭାଙ୍ଗିଗଲା ଅସ୍ମିର । ଦରଜା ଖୋଲି ଦେଖିଲେ ସେପଟେ ଆଦିତ୍ୟ ହାତରେ ସଦ୍ୟ ଗୋଲାପ ସ୍ତବକ ଧରି । ମୁହଁରେ ଚମତ୍କାର ହସ ଫୁଟେଇ କହୁଛନ୍ତି ,

-- '' ହାପ୍ପି ଆନିଭର୍ସରୀ ' ଡିଅର୍ ।

ବିଶ୍ୱାସ ଅସୁନଥିଲା ନିଜ ଆଖି ଉପରେ ! ଆଦିତ୍ୟ କେମିତି ?

ସେ ହାଲ୍କା ହସି କହିଲେ ଏଇଟା ମୋର ସରପ୍ରାଇଜ୍ । ସବୁ ଆନିଭର୍ସରି ରେ କ'ଣ କେବଳ ତୁମେ ଚମକେଇ ପାର ମୁଁ ନୁହେଁ ?

ବୁଝିଲ ଦୁଇଦିନ ପୂର୍ବରୁ ଆସିଯାଇଛି ମୁଁ ଗୋଟେ ଅଫିସ କାମରେ। ଜଣେଇନଥିଲି କେବଳ ତୁମକୁ ଚମକେଇବାପାଇଁ ।

ଅସ୍ମି କ'ଣ କହିବେ ଭାବିପାରିଲେ ନାହିଁ । ମନ ପୁଣି ସତେଜ ହେଇଗଲା । ଉଡାଣ ଭରିଲା ନୂଆ ସମ୍ଭାବନା। ଚଳଚଞ୍ଚଳ ହେଇ ସେ ରିନିକୁ କହିଲେ ,

-- '' ରିନି , ଶୀଘ୍ର ବାହାର , ଆଉଟିଙ୍ଗ ପାଇଁ ଡେରି ହେଇଯାଉଛି ଯେ ।"


Rate this content
Log in

Similar oriya story from Inspirational