Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational Others Abstract

3  

Prasant Kumar Nath

Inspirational Others Abstract

ଅନୁତାପ

ଅନୁତାପ

2 mins
14.4K


ସେଦିନ ମୋର ପ୍ରମୋସନ ହୋଇଥାଏ । ସାଙ୍ଗ ମାନେ କହିଲେ ପାର୍ଟି କରିବା । ହଁ ଭରିଲି । କହିଲେ ଗୋଟେ ବଡ଼ ହୋଟେଲକୁ ଯିବା । ମନା କରି ପାରିଲି ନାହିଁ । ସବୁ ସାଙ୍ଗ ମାନେ ଚାଲିଲୁ ହୋଟେଲକୁ ପାର୍ଟି ପାଇଁ ।

  ଦେଖିଲି ହୋଟେଲ ବାହାରେ ଗୋଟେ ଛୋଟ ପିଲାଟିଏ ବୟସ ୮/୧୦ ବର୍ଷ ହେବ । ଆଉ ଏକ ଛୋଟ ପିଲାଟିକୁ ଧରି ବସିଛି ଛୋଟ ପିଲାଟିର ବୟସ ୬ବର୍ଷ ଭିତରେ ହେବ । ପିଲାଟି ବିକଳରେ କାନ୍ଦୁଛି । ବଡ଼ ପିଲାଟି ତାକୁ କହୁଛି ମୋ ସୁନା ଭଉଣୀଟା ପରା କାନ୍ଦେନି । ଦେଖିବୁ କେହିନା କେହିତ ଜଣେ ଆମ ଆଡକୁ ଚାହିଁବେ । କେତେଜଣଙ୍କ ଗୋଡ଼ହାତ ଧରି ନେହୁରା ହେଉଛି । କେହି ଶୁଣୁ ନାହାନ୍ତିତ । ହେଲେ ତୁ ଆଉ କାନ୍ଦେନି । ଚାଲ ସେହି ଚା ଦୋକାନରୁ ତୋତେ ପାଣି ଗ୍ଲାସ ଦେବି ସେତିକି ପିଇ ଦେଇଥିବୁ ।

   ସବୁ କଥା ଶୁଣି ସରିବା ପରେ ମଧ୍ୟ ମୁଁ ହୋଟେଲ ଭିତରକୁ ଚାଲିଗଲି । ବେଟର ମେନୁ କାର୍ଡ ଧରେଇଲା । ସାଙ୍ଗ ମନେ ନିଜ ନିଜର ପସନ୍ଦ ମୁତାବକ ଖାଦ୍ୟ ଅର୍ଡର କରିଦେଲେ । ମୋତେ ମଧ୍ୟ ବାଧ୍ୟ କଲେ ବିରିୟାନି ଆଉ ଚିକେନ୍ କବାଵ ମଗେଇଲି । କିଛି ସମୟ ଅପେକ୍ଷା କଲୁ । ଆମର ଖାଦ୍ୟ ଆସି ପହଁଚିଗଲା । ସମସ୍ତେ ଖାଇବାରେ ଲାଗିଲା । କେଜାଣି କହିଁକି ମୁଁ ଖାଇ ପାରିଲିନି । ସେ ବିକଳ ପିଲା ଦୁଇଟାଙ୍କ ଚେହେରା ମୋ ଆଖି ଆଗରେ ନାଚିଗଲା । ସାନ ପିଲାଟିର କାନ୍ଦ ଆଉ ବଡ଼ ପିଲାଟିର ବିକଳରେ କହୁଥିବ କଥା ଗୁଡିକ ମୋର କାନକୁ ବାରମ୍ବାର ପ୍ରତିଘାତ କଲା । 

  ବାହାରକୁ ଆସି ଦେଖିଲି ସେ ପିଲା ଦୁଇଟା ସେଠି ନଥିଲେ । ଏପଟ ସେପଟ ହୋଇ ବହୁତ ଖୋଜିଲି । ହେଲେ ପାଇଲିନି । ବହୁତ କଷ୍ଟ ଲାଗିଲା । ସେଇଠି ଘଡ଼ିଏ ବସିଗଲି । ଆଉ ଅନୁତାପ କଲି । ମୋତେ ଲାଗିଲା ଯେମିତି ମୁଁ ଗୋଟେ ମସ୍ତବଡ ପାପ କରିଦେଲି ।

ପ୍ରଶାନ୍ତ କୁମାର ନାଥ 

ସୁନ୍ଦରପୁର,ଉତ୍ତରକୂଳ ହାଟ ,ପ୍ରୀତିପୁର ,ଯାଜପୁର I 

ମୋ-08892301143


Rate this content
Log in

Similar oriya story from Inspirational