ପରିଚୟ ତାର ‘ନାରୀ’
ପରିଚୟ ତାର ‘ନାରୀ’
ଶାନ୍ତି ଲତା ମିଶ୍ର , ରଚେଷ୍ଟର, ମିନେସୋଟା
ନାରୀ ସତ ସେ ଯେ, ତାର ରଂଗ ରୁପ ନାହିଁ ବୋଲି ଭାବ କେମିତି !
ଯୋଉ ରଂଗୀନ ପାତ୍ର ରେ ଢ|ଳିବ, ଅଚିରେ ଦିଶିଯିବି ସେମିତି ll
କେବେ ମା ହୋଇ ତୁମକୁ ସ୍ନେହ ଶ୍ରଦ୍ଧ|ର ଡୋରିରେ ବାନ୍ଧେ l
ତୁମ ସୁଖ ଦୁଖେ ନିଜକୁ ମିଶାଇ, ସୁଖେ ହସେ ଦୁଖେ କାନ୍ଦେ ll
କେବେ ପତ୍ନୀ ହୋଇ ପ୍ରେମ ରସେ ବହଲାଏ, ଅବଗାହି ଦେଇ ମନ l
କନ୍ୟା ଭଗ୍ନୀ ରୁପେ ଆଦର ସେତୁରେ, ଭରେ ସବୁ ଶୁନ୍ୟ ସ୍ଥାନ ll
ଦୟା,ମାୟା, କ୍ଷମା, କରୁଣାରେ ସଦା ଯାହାର ଅନ୍ତର ଭରା l
ପରିବାର ହିତେ ସଦା ଶୁଭକାମୀ, ମନେ ନରଖି ତ ଆବିଳତା ll
ତଥାପି ତା ପାଇଂ କାହିଁକି ସନ୍ଦେହ, କାହିଁ ପ୍ରଶ୍ନବାଚୀ ତୁମ, ଧରା ପୃଷ୍ଠେ ଆଣିବାକୁ l
ଆଲୋକ ଦେଖିବା ଆଗରୁ ତାହାକୁ, ଠେଲି ଦିଅ କାହିଁ ଯେ ଅନ୍ଧ କୂପକୁ ll
ତାକୁ ନିର୍ଯ୍ୟାତିତ, ପଦାଘାତ କରି, ଭାବ ନାହିଁ କେବେ ବି ବୋଲାଇ ପାରିବ ଭର୍ତ୍ତା l
ସେହି ଆଦ୍ୟା ଶକ୍ତି, ଉତ୍ପତ୍ତି ର ଉତ୍ସ, ତାର ଯୋଗୁ ଏ ସଂସାରେ ସଭିଂକ ସତ୍ତା ll
ଭାବ ନାହିଁ କେବେ, ମୁଲ୍ୟହୀନ ତା ଅସ୍ତିତ୍ବ, ନାହିଁ କିଛି ତାର ନିଜସ୍ବତା l
ସଂସାର ଓ ପରିବାର ସୁଖ, ଶାନ୍ତି, ମଂଗଳ ପାଇଂ ତାର ସଦା କାଳେ ନିରବତା ll
ସୃଷ୍ଟି ରକ୍ଷାର ନିମନ୍ତେ ସବୁ ସୀମା ରେଖା, ନିର୍ବିଘ୍ନରେ ଲଂଘିପାରେ l
ଧ୍ବଂସ, ବିନାଶ, ପ୍ରଳୟ, ବିଲୟ, କରିପାରେ ସେ ବି ସବୁ ଅଚିରେ ll
*********************