Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Others Abstract

3  

Rasmi Rekha Tripathy

Inspirational Others Abstract

ଦାୟିତ୍ୱବୋଧ

ଦାୟିତ୍ୱବୋଧ

1 min
7.1K



ଅଧା ଘଣ୍ଟା ଭିତରେ ୪ଟା ନମ୍ବରରୁ ଫୋନ୍ l ସମସ୍ତଙ୍କର ସେଇ ଏକା କଥା, “ଅଙ୍କଲ୍! କେତେଟା ବ୍ଲଡ୍ ଦରକାର, କେତେବେଳେ ଦରକାର, କେଉଁଠି ଦରକାର ? ଆପଣ ଫୋନ୍ କରିଦେବେ l ମୁଁ ପହଞ୍ଚିଯିବି l ଜମ୍ମା ବ୍ୟସ୍ତ ହେବେନି l ବ୍ଲଡ୍ ଯୋଗାଡ ହୋଇଯିବ l”

ମୁଁ ଫେସବୁକ୍ ଖୋଲି ସେ ଚାରିଜଣଙ୍କର ପ୍ରୋଫାଇଲ୍ ଦେଖିଲି l କେହି ଜଣେ ବି ଏତେ ଦାୟିତ୍ୱବାନ୍ ପିଲା ଭଳି ଲାଗୁ ନ ଥିଲେ l ତଥାପି ବି ଭରସା କଲି ସେମାନଙ୍କ ଉପରେ l ଝିଅକୁ ବ୍ଲଡ୍ କ୍ୟାନସର୍ l ତା ଗ୍ରୁପର ବ୍ଲଡ୍ ଯୋଗାଡ କରିବା ଆମ ପାଇଁ କାଠିକର ପାଠ ଥିଲା l କେହି ଜଣେ ପରାମର୍ଶ ଦେଲେ, ଫେସବୁକରେ ଦେବା ପାଇଁ l ଅନିଚ୍ଛା ସତ୍ତ୍ୱେ ଦେଲି l ପ୍ରଥମେ ଅମିତ୍ ଫୋନ୍ କଲା l ପରେ ପରେ ତାର ତିନି ଜଣ ସାଙ୍ଗ l ସତକୁ ସତ ପିଲା ଚାରିଟି ମୋ ପାଖରେ ଚାରିଟା ସ୍ତମ୍ଭ ଭଳି ଠିଆ ହୋଇଗଲେ l

କିଏ କହିଲା ଆଜି କାଲିକା ପିଲାଙ୍କ ପାଖରେ ଦାୟିତ୍ୱବୋଧ ନାହିଁ ? ଏବେ ବି ସେମାଙ୍କର ସେଇ କଥା, “ମୁଁ ଅଛି, ଜମ୍ମା ବ୍ୟସ୍ତ ହେବେନି” ମୋ କାନରେ ପ୍ରତିଧ୍ୱନିତ ହୁଏ l ଏହା ତ କେବେ ହେଲେ ଗୋଟିଏ ଦାୟିତ୍ୱହୀନ ପିଲା ବାକ୍ୟ ହୋଇ ନ ପାରେ......


Rate this content
Log in

Similar oriya story from Inspirational