Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumari Sagarika

Inspirational

3  

Kumari Sagarika

Inspirational

ମାର୍ଗ ଦର୍ଶିକା

ମାର୍ଗ ଦର୍ଶିକା

2 mins
13.7K


ମାର୍ଗ ଦର୍ଶିକା

ଜିନିଷଟେ ଭାଙ୍ଗି ଦେବା ବହୁତ ସହଜ l କିନ୍ତୁ ଗଢିବା ବହୁତ କଷ୍ଟ l ଅଥଚ ମଣିଷ ଏହି କଥାକୁ ବିଶ୍ୱାସ କରିପାରେ ନାହିଁ l ରିୟୁଷା ଏହି କଥାଟିକୁ ପ୍ରଥମେ ବୁଝି ପାରୁ ନ ଥିଲା l

          ହରିପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଚାକିରି କରୁଥିଲା ରିୟୁଷା l ଦେଢ ମାସର ଛୁଆଟିକୁ ନେଇ ଶାଶୁଙ୍କ ସହ ସେଠାରେ ରହୁଥିଲା ସିଏ l ତାକୁ ଦେଖିଲେ ଲାଗେ ଯେମିତି ଅନେକ ଦୁଶ୍ଚିନ୍ତା ଦେଇ ଗତି କରୁଛି ସିଏ l ଦିନେ ତାକୁ ତାର କାରଣ ପଚାରିଲି l

          ସେ କହିଲା ଯାହାର ଶାଶୁଘର ଭଲ ନୁହନ୍ତି ଏବଂ ଯାହା ପାଇଁ ଘରର ସହଯୋଗ ନ ଥାଏ, ତାର ଜୀବନ ମୂଲ୍ୟହୀନ l

          : ତୋ ଶାଶୁ ତ ବହୁତ ଭଲ, ତେବେ ଅସୁବିଧା କେଉଁଠି ? ମୁଁ ତାକୁ ପଚାରିଲି l

          ସେ ଗମ୍ଭୀର ଭାବରେ କହିଲା, ସମ୍ପତ୍ତି ପାଇଁ ତା ବର ତାକୁ ବାହା ହୋଇଛନ୍ତି l

          କୌଣସି କାରଣରୁ ଆମେ ସେ ଦିନ ଆଉ କଥା ହୋଇ ପାରି ନ ଥିଲୁ l ତା ପରେ ଛୁଟି ଓ ଛୁଟିରେ ହିଁ ମୋର ବଦଳି ହୋଇଯାଇଥିଲା l ଦୀର୍ଘ ଦୁଇ ବର୍ଷ ପରେ ଗୋଟିଏ ଭୋଜିରେ ଦେଖା ହେଲା ତା ସହିତ l ତାକୁ ମୁଁ ଚିହ୍ନି ପାରିଲି ନାହିଁ l ମୋଟାମୋଟି ହୋଇ ବେଶ୍ ସୁନ୍ଦର ଦେଖା ଯାଉଥିଲା ସିଏ l ମୁହଁରେ ହସ ଫୁଟୁଥିଲା l ତାର ଭଲ ମନ୍ଦ ବୁଝିଲି l

          : ମୋର ସବୁ ଧାରଣା ଭୁଲ ଥିଲା l ସେ କହିଲା ମୋତେ l

          : ଭୁଲ ଧାରଣା ସବୁ କେମିତି ଦୂର ହେଲା, ସେ ସବୁ ଅନେକ କଥା l ତା ବର ତା ବୋଉକୁ ତା ସହ କଥା ହେବା ପାଇଁ କହିଥିଲେ l ବୋଉ କେବଳ ତା ସହ କଥା ହେବା ପାଇଁ ହରିପୁର ଆସିଥିଲା l କଥା ହେବା ସମୟରେ ବୋଉ ଜାଣିପାରିଥିଲା ଯେ କିଛି ସମ୍ପର୍କୀୟ ତା ମୁଣ୍ଡକୁ ବିଷାକ୍ତ କରି ଦେଇଛନ୍ତି l

          : ତୋତେ କିଏ କିଛି କୁ କଥା କହୁଛନ୍ତି କି? କିଏ ଶାରୀରିକ ଯନ୍ତ୍ରଣା ଦେଉଛନ୍ତି କି ? ଏପରି ଅନେକ ପ୍ରଶ୍ନ ପଚାରିଥିଲା ବୋଉ ରିୟୁଷାକୁ ଏବଂ ସବୁ ପ୍ରଶ୍ନର ଉତ୍ତର ଥିଲା ନାସ୍ତି ବାଚକ l

          ବୋଉର ଶେଷ ପ୍ରଶ୍ନ ଥିଲା ତେବେ ତୋର ଦୁଶ୍ଚିନ୍ତା ଓ ଦେହ ଖରାପର କାରଣ କଣ?

          ରିୟୁଷା କାନ୍ଦି ପକେଇଥିଲା l ସେ କହିଥିଲା, ଆମେ ଠକି ଯାଇଛେ l ସେମାନେ ଖାଲି ମୋତେ ମୋ ପଇସା ପାଇଁ ସେ ଘରର ବୋହୁ କରି ନେଇଛନ୍ତି l

          : କଣ କହିଲୁ ? ତୋ ପଇସା ପାଇଁ ? ତୋର ଏମିତି କେତେ ପଇସା ଅଛି କି? କଠୋର କଣ୍ଠରେ ପଚାରିଲା ବୋଉ l

          : ତୁମେ ବାହାଘର ବେଳେ ମୋତେ ଯେଉଁ ଟଙ୍କା ଦେଇଥିଲ …….ମୁଁ  ବୋଉର ପ୍ରଶ୍ନର ଉତ୍ତର ଦେଇ କହିଲି l

          : ସେ ଟଙ୍କା ତୋତେ ନୁହେଁ , ତୋ ଶାଶୁଘରକୁ ହିଁ ଦିଆଯାଇଛି l ସେଥିରେ ତୋର କିଛି ଅଧିକାର
ନାହିଁ l ଏପରିକି ତୋ ରୋଜଗାର ବି ତୋର ନୁହେଁ l ସବୁବେଳେ ଭଲ ଚିନ୍ତା କରେ l ତୁ ଜଣେ ଶିକ୍ଷୟିତ୍ରୀ l ତୁ ଯଦି ତୋର ଚିନ୍ତା ଧାର ଏପରି ରଖିବୁ, ପିଲାମାନଙ୍କୁ କଣ ଶିକ୍ଷା ଦେବୁ ?

          ବୋଉର ଏତିକି କଥା ମୋର ଜୀବନର ଗତିପଥ ବଦଳେଇ ଦେଇଛି l ବର୍ତ୍ତମାନ ମୁଁ ଭାବୁଛି ମୋ ଠାରୁ ସୁଖୀ ଆଉ କେହି ନାହିଁ l

          ରିୟୁଷାର କଥା ଶୁଣି ମୋତେ ବି ଖୁସି ଖୁସି ଲାଗିଲା l ମନରେ ଖୁସି ଭରି ମୁଁ ବିଦାୟ ନେଲ ତା ଠାରୁ, ଆଉ ଭାବୁଥିଲି, ସବୁ ବୋଉମାନେ ଏମିତି ହୁଅନ୍ତେ କି?


Rate this content
Log in

Similar oriya story from Inspirational