Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ଡାଲମା

ଡାଲମା

1 min
1.2K


ଡାଲମା

ଵର୍ଷା ପାଇଁ ବାହାରେ ଖେଳି ହେଉନଥିଲା | ଛଅ ବର୍ଷର ରାଜା ତା ସାଙ୍ଗ ରାନି ସାଥିରେ ଗ୍ୟାରେଜରେ ମିଛି ମିଛିକା ରେଷେଇ ଖେଳ ଖେଳୁଥିଲା | ରାନି ତା ରେଷେଇ ଖେଳ ସେଟ୍ ସବୁ କାଢି , କଡେଇ ଡେ଼କଚିରେ ପାଣି ପୁରାଇ ଚୂଲିରେ ବସାଇଲା ଓ ରାଜକୁ ପଚାରିଲା ତୁ କଣ ରାନ୍ଧିବୁ ? ରାଜା କହିଲା ତୁ ସବୁ କର

ମୁଁ ଡାଲମା ଫୁଟାଇବି | ସେ ପଚାରିଲା କାହିଁକି ? ରାଜା ପଛ କହିଲା ମୋ ବାପା କହନ୍ତି , ଝିଅମାନଙ୍କୁ ଡାଲମା ଫୁଟାଇ ଆସେନି , ମୋ ମାମାକୁ ବି ଆସେନି |ଆମ ଘରେ ସବୁବେଳେ ବାବା ଡାଲମା ଫୁଟାନ୍ତି ଓ ତାଙ୍କ ଠାରୁ ମୁଁ ଶିଖିଛି | କେମିତି ଡାଲମା ଫୁଟାଇବୁ କହିଲୁ ରାନି ପଚାରିଲା ? ରାଜା କହିଲା ଟିକେ ଗୁଆ ଘିଅ କଡେଇରେ ପକାଇବୁ ତାତିଲେ ଜିରା ଓ ଶୁଖିଲା ଲଙ୍କା ଓ ବାକି ଫୁଟଣ ପକାଇବୁ ,ତାପରେ ପିଆଜ ଟମାଟୋ ପକାଇ ଲୁହା ଖଡି଼କାରେ ହଲାଇଦେବୁ କିଛି ସମୟ ପରେ ଡାଲିକୁ ଅଜାଡି ଦେବୁ ,ଓ ତାପରେ ଧନିଆ ପତ୍ର ପକାଇଦେବୁ ,ଡାଲମା ରେଡି |ରାନି ହସି ହସି ଗଡି ଗଲା କହିଲା ବାଃ ତୋ ଡାଲମା ତ ଭାରି ଟେଷ୍ଟି | ଆଇ ଦୂରରୁ ସବୁ ଶୁଣୁଥିଲେ , ପାଖକୁ ଆସି ହସି ହସି ,କହିଲେ ଚାଲ

ଘରେ ଡାଲମା ଭାତ ଖାଇବ ,ଆଜି ଖେଳ ସେତିକି ଥାଉ |



Rate this content
Log in