Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜେନେରେସନ୍ ଗ୍ଯାପ୍
ଜେନେରେସନ୍ ଗ୍ଯାପ୍
★★★★★

© Titi Sarangi

Others

2 Minutes   7.1K    11


Content Ranking

"ବାପାରେ ଖେଳି ଯିବା ଆଗରୁ ମୋ ପାଇଁ ଏଇ ପାଖ ଗ୍ରୋସରୀରୁ କେତେଟା ଜିନିଷ ଦେଇ ଯିବୁ ?"

"ନାଁ ମାମା ,ମୋର ଡେରୀ ହେଇଯିବ ।'

"ଆରେ ଦିଟା କି ତିନିଟା ଜିନିଷ ତ।ଦଶ ମିନିଟ୍ ବି ଲାଗିବନି ।"

"ନାଇଁ ,ମୁଁ ଆମ ଟିମରେ କ୍ୟପଟେନ୍ ।ମୁଁ।ଆଗ ପହଞ୍ଚିବା କଥା ।"

ଖେଳ ସୁଜ୍ ପିନ୍ଧୁ ପିନ୍ଧୁ ପୁଅ କହେ।ଭାରୀ ଖରାପ ଲାଗେ ମାଆକୁ ।ଏଇ ଟିକିଏ କଥା ବି ମାନୁନି ପିଲାଟା ।ତଥାପି ଶେଷ ଚେଷ୍ଟା କରେ ମାଆ ।

"ତୁ ବଡ ହେଲୁଣି ।ମୋର ଏତିକି କଥା ଯଦି ନ ମାନିବୁ ତେବେ ତୁ ବଡ ହେଇ ମୋର କଣ ଲାଭ ହେଲା ?"

"କାହାର ଲାଭ ପାଇଁ କଣ କିଏ ବଡ ହୁଏ ?ବଡ ହେବା ଗୋଟେ ଫିଜିକାଲ୍ ପ୍ରୋସେସ୍।"କହୁ କହୁ ପୁଅ ସାଇକେଲ୍ ମାରି ପଳାଏ।ସତରେ କେତେ ପରିବର୍ତନ ଏ ଯୁଗରେ।ମାଆ ଥ' ହେଇ ଦେଖୁଥାଏ ପୁଅକୁ ।ତା ଆଖି ଆଗରେ ପୁଅ ବଡ ହେଇ ଯାଉଛି ଆଉ କେତେ ବଦଳି ଯାଉଛି ବି ।ଏତେ ପାଖରେ ଥାଇ ବି ବହୁତ ଦୂରକୁ ଚାଲି ଯାଉଛି ।ଚିନ୍ତା ,ଚେତନା ,କଥାବାର୍ତାରେ ପୁଅ ବଡ ହବାର ଆଭାସ।ବହୁତ ପ୍ରକାର ଫରକ୍ ବାରି ହେଇ ଯାଉଛି ।ମନ ବୁଝୁ ନଥିଲେ ବି ମନକୁ ବୁଝେଇବାକୁ ହୁଏ ।ପୁଅ ଭଲକି ଜାଣିଛି ମାଆର ରାଗିବା ପଛରେ ଭଲ ପାଇବା ହିଁ ଅଛି ।ସେଇଥି ପାଇଁ ଖେଳିକି ଆସିଲେ ମାଆକୁ ମନାଏ ପୁଅ ।ଆଉ ମାଆ ବି ଭୁଲି ଯାଏ ତା ଅମାନିଆପଣର ଦୁଷ୍ଟାମୀକୁ।

ପୁଅ ବଡ ହଉଛି ।ସତେ ଅବା ମାଆର ସାଙ୍ଗଟେ ପାଲଟି ଯାଉଛି ।କୋଉ କଥାରେ ମନଦୁଃଖ ହହେଇଥିଲେ ଗୋଡେଇ ଗୋଡେଇ ପଚାରୁଛି କାରଣଟା କଣ ।ଇଛା ନଥିଲେ ବି କିଛି କିଛି କଥା ମାଆ ପୁଅକୁ କହେ।ଏତେ ଛୋଟ ପିଲାଟେ କଣ ବା ବୁଝିବ ?ହେଲେ ମାଆର ଧାରଣାକୁ ବଦଳେଇ ଦିଏ ପୁଅ।

"ମାମା ,ମଣିଷର ମନଟା କଣ ଘରର ଚଟାଣ ହେଇଛି ଯେ ତୁ ଘଷିମାଜି ସଫା କରି ଦବୁ ଭାବୁଛୁ ?ବିବେକର ଡାକ ଯିଏ ଯେତିକି ଶୁଣିବ ତା ମନ ସେମିତି ହବ ।ତୁ ଖାଲି ଅଯଥାରେ ଭାବି ଭାବି ମରୁଛୁ ।" ମନେ ମନେ ହସି ପକାଏ ମାଆ।ଏବେ ବି ଅନ୍ଧାରକୁ ଡର ଛାଡିନି ବୋଲି ଗେଟ୍ ପାଖକୁ ଆସିବାକୁ ଡାକ ଛାଡୁଛି ।କିନ୍ତୁ କେମିତି କଥା ସବୁ କହୁଛି !

"ଆଜି ପରୀକ୍ଷା ଅଛି ।ଠାକୁରଙ୍କୁ ମୁଣ୍ଡିଆ ମାରି ଯା ।"

"ନା ମାମା ।ସେ ରଙ୍ଗ୍ କନ୍ସେପ୍ଟ ଛାଡେ।"ଜଳଖିଆ ଖାଉ ଖାଉ ପୁଅ କହେ।ଭାରୀ ରାଗ ଲାଗେ ମାଆକୁ ।ଈଶ୍ବରଙ୍କୁ ନେଇ ଏମିତି କଣ ଯୁକ୍ତି କରୁଛି ?ମାଆକୁ ପସନ୍ଦ ହୁଏନି ।କେତେବେଳେ କେଡେ ସୁନ୍ଦର କଥା କହୁଛି ।ପୁଣି କେତେବେଳେ ଏମିତି ବିଚିତ୍ର ଯୁକ୍ତି କରୁଛି !!

"ପରୀକ୍ଷାଟା ବୋଲି ଛାଡି ଦେଲି ଆଜି ।ନହେଲେ ଗୋଟେ ଚପୁଡା ଖାଇଥାନ୍ତୁ ଏଇନା ।"

"କାହିଁକି ?

"ଭଗବାନଙ୍କ ରଙ୍ଗ୍ କହୁଛୁ କାହିଁକି ?"

"ଆଉ କଣ କହନ୍ତି।ତୋ ସରଳ ଭକ୍ତି ଭାବରେ ହିଁ ଭଗବାନ୍ ଅଛନ୍ତି।"

ଏତେ କଥା ପୁଅ କହୁଛି ?ଯାହା ବୁଝିଛି ଜୀବନକୁ ସ୍ପଷ୍ଟ ଭାବେ କହୁଛି ।ଭଲ ଲାଗୁ କି ନଲାଗୁ ।ଅଯଥା ମନ କିଣି ଛଳନା କରିବା ସିଏ ପସନ୍ଦ କରୁନି।ବୃଥା ଭାବପ୍ରବଣତାରେ ଭାସି ଯାଉନି ।ସିଏ ବଡ ହେବା ଗୋଟେ ଶାରୀରିକ ପ୍ରକ୍ରିୟା ମାତ୍ର।କାହାର କଣ ଲାଭ ହବ ବୋଲି ସିଏ ବଡ ହେଇନି ।ସତ କଥା।ଶୁଣି ବାକୁ କି ବୁଝିବାକୁ ଅଡୁଆ ଲାଗୁଛି ।ଆମ ସମୟର କଥା ମନେ ପଡୁଛି ।ତୁଳନା କଲେ ବହୁତ ଫରକ୍।କିନ୍ତୁ ପରିବର୍ତ୍ତନ ତ ଦୁନିଆର ନିୟମ।କିନ୍ତୁ ମଣିଷପଣିଆ ବଦଳିନି ।ସେ ନୂଆ ରୂପରେ ପ୍ରକାଶ ପାଉଛି ।ଏତିକି ଭାବି ମାଆ ଆଶ୍ବସ୍ତ ହୁଏ।

ଗ୍ରୋସରୀ ଜେନେରେସନ୍ ଅମାନିଆପଣ

Rate the content


Originality
Flow
Language
Cover design

Comments

Post

Some text some message..