Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ଅବେଧ୍ୟ ସମ୍ପର୍କ

ଅବେଧ୍ୟ ସମ୍ପର୍କ

5 mins
817


ସମ୍ପର୍କ ହେଉଛି ଗୋଟିଏ ସରଳ ଶବ୍ଦ କିନ୍ତୁ ତାରି ହୃଦୟରେ ଭରି ରହିଛି ଘୃଣା,ପ୍ରେମ, ଇର୍ଷା,ହସ, ଲୁହ,ଆନନ୍ଦ,ବିଷାଦ,ଅଭିମାନ, ସ୍ୱାଭିମାନ, ଗର୍ବ, ଅହଂକାର,ମଧୁର, ତିକ୍ତ ରୂପକ ବିଭିନ୍ନ କିସମର ଫୁଲ lଏହିସବୁ ଫୁଲ ଏତେ ସରୁ ଓ ପତଳା ସୂତାରେ ଗୁନ୍ଥା ହୋଇ ରହିଛନ୍ତି ଯେ ଟିକେ ବୁଝାମଣା ଭୁଲ ହୋଇଗଲେ ନିମିଷକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଏ ll

ସମ୍ପର୍କ ବିଭିନ୍ନ ପ୍ରକାରର ଯେପରିକି ସାଙ୍ଗସାଙ୍ଗ, ପରିବାର(ସ୍ୱାମୀସ୍ତ୍ରୀ,ମାଆପୁଅ,ବାପାଝିଅ.....),ବନ୍ଧୁବାନ୍ଧବ, ପଶୁପକ୍ଷୀ, ସାଇପଡିଶା, ଭକ୍ତଭଗବାନ, ମଣିଷ ପଶୁପକ୍ଷୀ, ଗାଁଗାଁ, ସହରସହର,ଦେଶଦେଶ,ଦେଶବିଦେଶll

ଭାଙ୍ଗିବା ଆଉ ଗଢିବାକୁ ନେଇ ଯେଉଁ ସୁନ୍ଦର ସୃଷ୍ଟି ତିଆରି ହୋଇଛି ତାହାକୁ ହିଁ କୁହାଯାଏ ସମ୍ପର୍କ...........l

ଭାଙ୍ଗିଦେବାଟି ବହୁତ ସହଜ,କମ ସମୟ ନିଏ କିନ୍ତୁ ଗଢିବା ବହୁତ କଷ୍ଟ ବହୁତ ସମୟ ନିଏ, ବେଳେ ବେଳେ ଗଢିବି ହୁଏନି l

ସମ୍ପର୍କକୁ ଭାଙ୍ଗିବା ପୂର୍ବରୁ ହଜାରଥର ଭାବିବା ଉଚିତ ଠିକ କରୁଛେ ନା ଗଲତ କରୁଛେ କାରଣ ନିଜ ଭୁଲ ନିଜକୁ ଜଣା ପଡ଼େନି ll

ରାଗ,ଅହଂକାର ଆଉ ଆତ୍ମଭିମାନହିଁ ସୁନ୍ଦର ପବିତ୍ର ସମ୍ପର୍କକୁ ଭାଙ୍ଗିଦିଏ lଭାଙ୍ଗିଗଲା ପରେ ଲାଗେ ସେହି ସମ୍ପର୍କଟି ଥାନ୍ତା କି?

ବେଳେବେଳେ ଅର୍ଥ, କାମନା,ବାସନା,ଲାଳସା ଆଉ ସହାନୁଭୂତି ସୁନ୍ଦର ସମ୍ପର୍କକୁ ଭାଙ୍ଗିଦିଏ, ଏହି ପରିସ୍ଥିତି ଘଟିଛି ଦୀନେଶଙ୍କ ଜୀବନରେ. .....

ସମ୍ଭ୍ରାନ୍ତ ଘରର ଦୀନେଶ ଜଣେ ଇଂଜିନିୟରl ସ୍ତ୍ରୀ ରିମା ପୁଅ ଦିଗନ୍ତ, ଝିଅ ଦିଶାକୁ ନେଇ ସୁନ୍ଦର ସଂସାର ଚାଲିଥିଲା lକଥାରେ ଅଛିପରା

"ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର"l

ବୈକୁଣ୍ଠ ରୂପକ ପରିବାରକୁ ନେଇ ଖୁସିରେ ଥିଲା ରିମା lବାହାଘରର ଦଶବର୍ଷ ପରେ ଦୀନେଶର ଟ୍ରାନ୍ସଫର ହୋଇଥିଲା ଭୁବନେଶ୍ୱରlପ୍ରତି ଶନିବାର ରାତିରେ ବ୍ରହ୍ମପୁର ଆସୁଥିଲେ ଆଉ ସୋମବାର ଭୋରରୁ ଟ୍ରେନରେ ଭୁବନେଶ୍ୱର ଯାଉଥିଲେ, କହୁଥିଲେ

ଭୁବନେଶ୍ୱରରେ ରୀତା ନାମକ ଝିଅକୁ ଭଉଣୀ କରିଛି lରୀତାର ବାପାମାଆ ନାହାନ୍ତି,ତା ସ୍ୱାମୀର ଦେହାନ୍ତ ହୋଇଯାଇଛି ଖୁବ ଭଲଝିଅଟି lମୋ ପାଖ ଘରେ ରହୁଛି lମୋତେ ରାକ୍ଷୀ ବାନ୍ଧୁଛି,ଭଲ ରୋଷେଇ କରେ ମୋତେ ଦିଏ lସେ ଶିକ୍ଷୟିତ୍ରୀ ଅଛି lରିମା ଜାଣେ ଦୀନେଶ ବହୁତ ଶାନ୍ତ, ଭଦ୍ର ଆଉ ପରୋପକାରୀ କାହାର ଦୁଃଖ ସହେନି ତେଣୁ ରିମା ହସିଦିଏ କହେ ଭଉଣୀତ ନାହିଁ ଭଲ ଭଉଣୀଟେ ପାଇଛ......ll

ଏହିପରି ଭାବେ ପାଞ୍ଚ ବର୍ଷ କଟିଗଲା ପରେ ଦୀନେଶର ଟ୍ରାନ୍ସଫର ହେଲା ବ୍ରହ୍ମପୁରକୁ lରିମା ବହୁତ ଖୁସି ଥିଲା କାରଣ ଏକୁଟିଆ ଘର, ପିଲା ଙ୍କର ସ୍କୁଲ ଜଂଜାଳ କରି ବିରକ୍ତ ହୋଇ ଯାଇଥିଲା l ଦୀନେଶ ଆସିଲା ପରେ ବହୁତ ଶାନ୍ତିରେ ଜୀବନ କଟିବ,କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର ଥିଲା lଦୀନେଶ ରୀତାକୁ ନେଇ ବ୍ରହ୍ମପୁରରେ ପହଂଚିଥିଲା lରିମା ରୀତାକୁ ଦେଖି ଚକିତ ହୋଇଯାଇଥିଲା କାରଣ ରୀତା ଦୀନେଶର ହାତକୁ ଧରି ଠିଆ ହୋଇଥିଲା !!

ରିମା କୁତ୍ରିମ ହସଟି ହସି ରୀତାର ହାତକୁ ଟାଣିନେଇ ସୋଫାରେ ବସିଗଲା lଦିଗନ୍ତ, ଦିଶା ପଚାରିଲେ ମମି ଇଏ କିଏ?

ରୀତା ସଙ୍ଗେସଙ୍ଗେ ଉତ୍ତର ଦେଲା ମୁଁ ତମ ଡାଡିଙ୍କର ଭଉଣୀ କହି ଦିଗନ୍ତକୁ କୋଳେଇ ନେଲାlଓଃ ଡାଡି ତମ ବିଷୟରେ କହୁଥିଲେ କହି ମୁଁହରେ ବିରକ୍ତ ଭାବ ଦେଖାଇ ଦିଗନ୍ତ ସଙ୍ଗେସଙ୍ଗେ ସେଠାରୁ ଚାଲିଗଲା lଦିଶାକୁ ଏସବୁ ଭଲ ଲାଗୁନଥିଲା ll

ଦୀନେଶ ଓ ରୀତାର ଥଟାମଜା ହସିହସି କଥାହେବା ଏକାଠି ଖାଇବା ରିମାକୁ ଜମା ଭଲ ଲାଗୁନଥିଲା lରିମା ଭାବୁଥିଲା ଦୁଇ ଚାରିଦିନ ରହି ରୀତା ଚାଲିଯିବ ସବୁ ଠିକ ହୋଇଯିବ କିନ୍ତୁ ରୀତା ଯିବାର ନା ଧରୁନଥିଲା,ଦୀନେଶବି ରିମା ସହ କଥା ହେବା କମ କରିଦେଇଥିଲା ରାଗୁଥିଲା କାରଣ ରିମା କହୁଥିଲା ରୀତାର ଲକ୍ଷଣ କିଛି ଭଲ ଲାଗୁନି ତମ ସମ୍ପତି ପାଇଁ ବୋଧେ ସିଏ ତମକୁ ଭାଇ କରିଛି, ତମ ପିଲାଙ୍କୁ ଭଲ ପାଉଛି କିନ୍ତୁ ମୋ ସହ ଭଲରେ କଥା ହେଉନି ll

ଦୀନେଶ କହେ ଦେଖ ତାର ସମ୍ପତି ଆମ ପିଲା ଦୁଇଙ୍କ ନାଁରେ କରିବି କହୁଛି ମୋ ଝିଅ ପାଇଁ ସୁନା ହାର କରିଛି ପିଲାଙ୍କ ମନ ପସନ୍ଦର ରୋଷେଇ କରୁଛି, ତମକୁ ଅଧିକ କାମ କରିବାକୁ ଦେଉନି , ମୁଁ ତାକୁ ଭଉଣୀ ନଜରରେ ଦେଖୁଛି ତମ କଳୁଷିତ ନଜରରେ ହିଁ ପାପ ଅଛି ତମେ କାହାସହ ସମ୍ପର୍କ ରଖିବାକୁ ଚାହଁନିl ରିମାର ବୈକୁଣ୍ଠପୁର ଘରଟି ପାଞ୍ଚମାସ ମଧ୍ୟରେ ଅଶାନ୍ତପୁର ବନି ଯାଇଥିଲା lସୁନ୍ଦର ସମ୍ପର୍କରେ ଫାଟ ସୃଷ୍ଟି ହୋଇଗଲା ll

ଦିନକୁ ଦିନ ରିମାର କଷ୍ଟ ଅଧିକ ହୋଇଗଲା, ଯେଉଁ ଦୀନେଶ ରିମା ଆଖିରେ ଟୋପାଏ ଲୁହ ଦେଖି ସହି ପାରୁନଥିଲା ସେହି ଶାନ୍ତ, ଭଦ୍ର, ନମ୍ର ଦୀନେଶ ଦିନକୁ ଦିନ କ୍ରୁର ହୋଇଗଲା l ରିମା କିନ୍ତୁ ହାରି ନଥିଲା ସେ ଅଧିକ ଭଗବାନ ବିଶ୍ୱାସୀ ହୋଇଗଲା, ଧର୍ଯ୍ୟର ସହ ସମୟକୁ ଅପେକ୍ଷା କଲା ଓ ରିମାର ଗତିଵିଧି, ଚାଲିଚଳନ, ଫୋନକଲକୁ ଲକ୍ଷକଲା lଦିନେ ରୀତାର ବେଡ଼ରୁମର ଆଲମିରାରୁ ଡିଭୋର୍ସ ପେପର ମିଳିଲା lସେଥିରେ ସ୍ୱାମୀଙ୍କ ନାମ ଥିଲା ମିଷ୍ଟର ମୋହନ ଦାସ lରିମା ପେପରକୁ ଠିକ ଜାଗାରେ ରଖି ଦେଇ ଭାବିଲା ଆରେ ମୋହନ ତ ତାର କଲେଜ ସାଙ୍ଗ !!

ରିମାର ଗୋଟିଏ ଅଭ୍ୟାସ ଥିଲା ସମସ୍ତଙ୍କର ଫୋନନମ୍ବର ସାଇତି ରଖିବା lସେ ସଙ୍ଗେସଙ୍ଗେ ନିଜ ଆଲମିରାରୁ ପୁରୁଣା ଡ଼ାଇରୀ ବାହାର କରି ବଲାଙ୍ଗୀରରେ ଥିବା ସାଙ୍ଗ ମୋହନକୁ କଲକଲା l ସେପଟୁ ପୁରୁଣା ପରିଚିତ ବନ୍ଧୁତ୍ୱର ସମ୍ପର୍କର ସ୍ୱର ଆସିଲା hello......

ରିମା ପଚାରିଲା କିପରି ଅଛ କେଉଁଠି ଅଛ ମୋ ପ୍ରିୟ ସାଙ୍ଗ......

ମୋହନ କହିଲା ମୋ ଯୋଗୁଁ ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନମାଳିନ୍ୟ ହୋଇ ଯାଇଛି, ଆମ ପବିତ୍ର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି lସ୍ତ୍ରୀ, ପିଲାମାନେ ମୋ ଠାରୁ ଅଲଗା ହୋଇଯାଇଛନ୍ତି lମୋର ସବୁ ସମ୍ପତି ଚାଲିଯାଇଛି,ମୁଁ ଆଜି ଦାଣ୍ଡର ଭିକାରୀ.....

ରିମା ପଚାରିଲା କେମିତି?

ମୋହନ କହିଲା ଭଉଣୀ ରୂପରେ ଗୋଟିଏ ଝିଅ ମୋ ଜୀବନରେ ଅବେଧ୍ୟ ପ୍ରବେଶ କଲା ମୋର ପିଲାଦୁଇଜଣଙ୍କୁ ଖାଇବାରେ ବିଷ ଦେଇ ମାରିଦେଲା, ମୋ ସ୍ତ୍ରୀକୁ ମୋ ଠାରୁ ଅଲଗା କରିଦେଲା,ମୋ ସହିତ ତାର ଅନ୍ତରଙ୍ଗ ମୁହୂର୍ତର ଫୋଟୋ ଦେଖାଇ ବ୍ଲାକମିଲ କଲା, ଶେଷରେ ମୋର ସବୁ ସମ୍ପତି ତାର ନାମରେ କରିଦେଲା lଗୋଟିଏ ମୁହୂର୍ତର ଖୁସି ମୋ ଜୀବନକୁ ବର୍ବାଦ କରିଦେଲା,ମୁଁ ପଶୁଠାରୁ ହୀନ ହୋଇଗଲି l

ସେପଟୁ ରିମା କହିଲା ତା ନା ରୀତା ଥିଲା?

ମୋହନ କହିଲା ଆରେ ତୁ କେମିତି ଜାଣିଲୁ? ରିମା କହିଲା ମୋ ସ୍ୱାମୀ ବଦଳି ଯାଇଛନ୍ତି, ମୋ ସ୍ୱାମୀ ଜୀବନରେ ରୀତା ନାମରେ ଭଉଣୀଟି ଆସିଛି, ମୋ ପିଲାମାନଙ୍କୁ ସେ ନିଜର କରିଦେଇଛି, ମୁଁ ବହୁତ ଦୁଃଖରେ ଅଛି, ମୋ ଆଖିର ଲୁହ ଶୁଖୁନି ବନ୍ଧୁ...... ପୁରୁଷ ଜାତିଟା ନା........... !

ମୋହନ କହିଲା ତୁ ଜମା ବ୍ୟସ୍ତହେନା ମୁଁ ରୀତାର ସବୁତଥ୍ୟ ରଖିଛି lସେ ଗୀତା ନାମନେଇ ଆଉ ଦୁଇଜଣଙ୍କୁ ଧୋକାଦେଇ ତାଙ୍କର ସବୁ ସମ୍ପତି ତା ନାମରେ କରିଦେଇଛି !ମୋ ପାଖରେ ସବୁ ପ୍ରମାଣ ଅଛି lମୋ ସ୍ତ୍ରୀ ସହ ମୋର ସୁତାଖିଅର ସମ୍ପର୍କ ସିନା ତୁଟିଗଲା, ତୋରମୋର କୃଷ୍ଣସୁଦାମା ପରି ବନ୍ଧୁତ୍ୱର ସମ୍ପର୍କ କେବେ ତୁଟିବନି...........l ତୁ ଫୋନ ରଖେ ମୁଁ ଜଲଦି ଯାଇ ଦୀନେଶକୁ ମୋ ଜୀବନର ସବୁ ସତକଥା କହିଦେବି ତୋ ପରିବାରର ପବିତ୍ର ସମ୍ପର୍କକୁ ନଷ୍ଟ ହେବାକୁ ଦେବିନି lମୁଁ ବଲାଙ୍ଗୀରରୁ ଏବେ ବାହାରୁଛି, କାଲି ଦୀନେଶ ସହ ଭେଟିବି ସବୁ ଠିକ ହୋଇଯିବ lତୁ ଆଉ କାନ୍ଦେନା........ ll

ମୋହନ ତା ପରଦିନ ଯାଇ ଦୀନେଶର ଅଫିସରେ ପଂହଁଚିଲା,ରିମାର ସାଙ୍ଗ ବୋଲି କହିଲା lଦୀନେଶ ସଙ୍ଗେସଙ୍ଗେ ଚିନ୍ହି ଦେଲା କାରଣ ରିମା ତାର ସବୁସାଙ୍ଗ କଥା ଦୀନେଶକୁ କହିଛି lମୋହନ ଦୀନେଶ ସହ ଏକାନ୍ତରେ କଥା ହେଲା ଆଉ ସବୁ ପ୍ରମାଣ ଦେଖାଇଲା କହିଲା ଦୀନେଶ ତୁ ଯାଇ ରୀତାର ଆଲମିରା ଦେଖେ ତା ଭିତରୁ ବିଷର ଛୋଟଶିଶି ବାହାରିବ ମୁଁ ପୋଲିସକୁ ନେଇ ତୋ ଘରେ ପହଁଚୁଛି ll

ଦୀନେଶର ଶରୀରରୁ ଶୀତଦିନରେ ବି ଝାଳ ବାହାରିଗଲା ସତରେ କେତେବଡ଼ ଭୁଲ କରିଛି ଭାବିଲା !!ଟିକେ ଭୁଲରୁ ରିମାପରି ବିଶ୍ୱାସୀ, ସରଳ ପତିବ୍ରତା ଝିଅ ସହ ସମ୍ପର୍କରେ ଫାଟ ହୋଇ ଯାଇଥାନ୍ତା !!ଡ୍ରାଇଭରକୁ ନଡାକି ନିଜେ ଗାଡି ଡ୍ରାଇଭିଂ କରି ଘରେ ପଂହଁଚି ରିମାରିମା ଡାକି ରିମାକୁ ଭିଡି ଧରି କାନ୍ଦି ପକାଇଲା lରିମା ଅବାକ ହୋଇ ଦେଖୁଦେଖୁ ମୋହନ ସହ ପୋଲିସ ପହଂଚି ସାରିଥିଲା ll

ରୀତା ମୋହନକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରିବାବେଳେ ପୋଲିସ ରୀତା ହାତରେ ହାତକଡୀ ପକେଇ ଦେଲା lଦୀନେଶ ରୀତାର ଆଲମିରାରୁ ବିଷର ଶିଶିଟେ ପାଇଲା l

ବହୁତ ଜୋରରେ ଦୁଇଟି ଚଟକଣା ରୀତାର ଗାଲରେ ଦେଲା lପିଲାମାନେ ଅବାକ ହୋଇ ଦେଖୁଥିଲେ l ସବୁ କଥା ଶୁଣିଲା ପରେ ପିଲାମାନେ ରିମାକୁ ଜାବୁଡି ଧରି କାନ୍ଦିଲେ......

ମୋହନ ପରି ବନ୍ଧୁତ୍ୱର ସୁନ୍ଦର ସମ୍ପର୍କ, ରିମାର ସହନଶୀଳତା, ଧର୍ଯ୍ୟ ଯୋଗୁଁ ରିମାର ଘର ପୁଣି ବୈକୁଣ୍ଠପୁର ପାଲଟିଗଲା ll

ସୁକାନ୍ତି ହୋତା

ତାଳଚେର 7008819476


Rate this content
Log in