ଈଶ୍ୱର
ଈଶ୍ୱର
ରାଜା ଓ ରାଣୀ ଦୁହେଁ ପତି ପତ୍ନୀ ଆଉ ଉତ୍ତମ ବନ୍ଧୁ ମଧ୍ୟ । ଦୁହିଁଙ୍କର ଛୋଟ ସଂସାର । ଦୁହିଁଙ୍କର ରୁଚି ପସନ୍ଦ ପାଖାପାଖି ସମାନ , ଏକାଠି ଖାଇବା ବୁଲିବା ସବୁକିଛି । ଚା ପିଇବାରେ ଦୁହିଁଙ୍କର ସମାନ ରୁଚି। ସକାଳ ହେଇ ଅବା ସନ୍ଧ୍ୟା ସକାଳୁ ନିତ୍ୟକର୍ମ ସାରି ରାଜା ଡାକଦେଲେ, ହେଇଟି ଶୁଣୁଛ ଜଲଦି ଚା ଆଣ, ଅନ୍ତରାଳରେ ଘରଣୀ କହିଲେ ଖବରକାଗଜ ପଢୁଥାଅ ଆସୁଛି । ଖବରକାଗଜ ଦେଖୁଦେଖୁ ନଜର ପଡିଲା ଗୋଟିଏ ଖବର ଉପରେ ଈଶ୍ୱରଙ୍କୁ ନେଇ ହିଂସା । ନିଜ ସ୍ତବ୍ଧ ହୋଇଗଲେ ଘରଣୀ ଚା ନେଇ ହାଜର ।
ରାଣୀ : ଚା ନିଅ..
ରାଜା: ହଁ ରଖ ।
ଦୁହେଁ ଚା ଟିକେ ପିଉ ପିଉ...
ରାଣୀ : କଣ ହେଲା ତୁମର ଆଜି ଗୁମସୁମ ।
ରାଜା: ନା ଏମିତି,
ରାଣୀ: ତୁମକୁ ମୁ ଜାଣେ କୁହ କଣ ହେଲା...
ରାଜା: ଆଜିକାଲି ଠାକୁରଙ୍କ ସଂଖ୍ୟା ବଢିଲାଣି ୩୩ କୋଟି ପୁରାଣରେ ଲେଖା କିନ୍ତୁ!
ରାଣୀ : କିନ୍ତୁ ପୁଣି କଣ ?
ରାଜା : ବେଳେବେଳେ ଦ୍ଵନ୍ଦରେ ପଡେ ସତରେ ଭଗବାନ କେତେଜଣ...
ରାଣୀ: ଯିଏ ଯାହାଙ୍କୁ ମାନିଲେ ସିଏ ତାଙ୍କର ଈଶ୍ୱର ଏଥିରେ ଅସୁବିଧା କୋଉଠି...
ରାଜା: ନା ଅସୁବିଧା ନାହିଁ ପୁରାଣରେ ବର୍ଣ୍ଣିତ ଈଶ୍ୱରଙ୍କ ଠାରୁ ମନୁଷ୍ୟକୃତ ଈଶ୍ୱରଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ।
ରାଣୀ: ହଁ ଯିଏ ଯାହାଠାରୁ କିଛି ସାହାଯ୍ୟ ପାଇଲେ ତାଙ୍କୁ ଭଗବାନ ବୋଲି ମାନିଲେ ଏଥିରେ ଅସୁବିଧା କୋଉଠି?
ରାଜା: ଅସୁବିଧା ନାହିଁ ସଖି କିନ୍ତୁ ଭଗବାନ ମାନିବା ଠିକ କିନ୍ତୁ ତାଙ୍କୁ ପୂଜା କରିବା ତାଙ୍କ ପାଇଁ ମନ୍ଦିର ଗଢିବା ଓ ତାକୁ ନେଇ ଗଣ୍ଡଗୋଳ ଏଇଟା ମୋତେ ଠିକ ଲାଗୁନି ।
ରାଣୀ : ଆଛା କଥା ଯାଇ ଏଠି ତୁମେବି ନା ଖାଲି ସମାଜ କଥା ଭାବି ଏତେ ଚିନ୍ତା କରନି ଦେହ ଖରାପ ହେବ । ମଣିଷ ଅସୁବିଧାରେ ପଡ଼ିଲେ ବୁଦ୍ଧି ଶିଖେ , ଅପେକ୍ଷା କର ଲୋକମାନେ ବଳେ ସୁଧୁରି ଯିବେ ।
ରାଜା: ତା ବି ଠିକ, ହେଲେ ଏ ମଣିଷ କେବେ ଶିଖିବ !
ରାଣୀ : ତା ତ ସମୟ କହିବ ।
ଚା ପିଇବା ସାରିଯାଇଥାଏ
ରାଜା : ସେ ସମୟ ଜଲଦି ଆସୁ ବାକି ଈଶ୍ୱରଙ୍କ ଇଛା ..........
ରାକେଶ ସାହୁ