Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୨୬
ଅବୋଲକରା କାହାଣୀ - ୨୬
★★★★★

© ଓଡିଆ ଶିଶୁ ଗପ

Children

5 Minutes   7.4K    13


Content Ranking

ଅଜବ ଚତୁରୀ ସ୍ତ୍ରୀ କଥା - ୧

ଏହା ଅଜଣା କଥା, ଗୁରୁ କହିଛନ୍ତି – ଯାହା ନଦେଖିବୁ ଦୁଇ ନୟନେ, ପରତେ ନଯିବୁ ଗୁରୁ ବଚନେ ।

ଯାହା ନିଜ ଆଖିରେ କେବେ ଦେଖି ନଥିବ ତାହା କିନ୍ତୁ ଗୁରୁ ଯେତେ ବୁଝାଇଲେବି ବିଶ୍ୱାସ କରିବାର ନାହିଁ । କିନ୍ତୁ ଆଖିରେ ଦେଖି ନଥିବା କଥାତ ପୁଣି ସତ୍ୟ ହୁଏ । ସଂସାରରେ ସ୍ତ୍ରୀ ପୁରୁଷ ଦୁଇ ଜାତି । ସଙ୍ଗମ କାଳେ ରେତ ପଡିବା କିଏ କଣ କେବେ ନିଜ ଆଖିରେ ଦେଖିଛି । ପୁଣି ସେହି ଥିରୁ ସୃଷ୍ଟି ହୁଏ ସଂସାର । ନାରୀ ବିନା ଏହା କେବେ ସମ୍ଭବ ହୋଇ ନଥାଏ । ଆଉ ମଧ୍ୟ ସଂସାରରେ ସମସ୍ତ ପୁରୁଷ କୌଣସି ଗୁଣରେ ସମାନ ନୁହଁନ୍ତି କି କୌଣସି ସ୍ତ୍ରୀ ମଧ୍ୟ ସମାନ ଗୁଣରେ ସମାନ ନୁହେଁ । ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ଚିହ୍ନିବା ଲାଗି ପୃଥକ ପୃଥକ ଚେହେରା ହୋଇଛି । ସେହି ସଂସାରର ଜ୍ଞାନ ବୁଝାଇବା ନିମନ୍ତେ ଅବୋଲକରାକୁ ପୁଣି ସାଙ୍ଗରେ ଧରି ନୂଆ ତୀର୍ଥ ଭ୍ରମଣରେ ବାହାରି ଗଲେ ସେହି ଚତୁର ବ୍ୟଙ୍ଗକାର ।

ସେହି ନୂଆ ତୀର୍ଥଟିର ନାମ ହେଉଛି ତିରୁପତି । ଉପଦେଷ୍ଟାଙ୍କ ସାଥିରେ ବହୁ ଦେଶ ବହୁ ତୀର୍ଥ ବୁଲି ବୁଲି ଆସିଥିଲା ଏହି ମୂର୍ଖ ଅବୋଲକରା । କେତେ ଭୟ ଆତଙ୍କ ସୁଖ, ଦୁଃଖ ଓ ଆଶ୍ଚର୍ଯ୍ୟ ହେବାର କଥାମାନ ସେ ଦେଖି ଆସିଛି । ଏଥିରେ ବୋଲକରା କିଛି ପରିମାଣରେ ସୁଖବି ପାଇଛି, ଚତୁର ମଧ୍ୟ ହୋଇ ପାରିଛି । ଏବେ ତୀର୍ଥ ଭ୍ରମଣର ଚଲା ପଥରେ ଚତୁର ବ୍ୟଙ୍ଗକାର ସେହି ଅବୋଲକରାକୁ କେତୋଟି ସଂସାରର କଥା କହିଛନ୍ତି । ସେତେବେଳେ ବୋଲକରା ସେହି ଉପଦେଷ୍ଟାଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣୁ ଥାଏ ଓ ରାସ୍ତାରେ ଚାଲିଥାଏ ।

ଏପରି ଚାଲୁ ଚାଲୁ ଅନେକ ରାସ୍ତା ଚାଲି ଯାଆନ୍ତେ ସଂନ୍ଧ୍ୟା ହୋଇ ଗଲା । ରାସ୍ତାରେ ପଡିଲା ଏକ ଘଂଚ ଅରଣ୍ୟ । ଚତୁର ବ୍ୟଙ୍ଗକାର ଦେଖିଲେ ଧୀରେ ଧୀରେ ରାତ୍ରି ହେବାକୁ ଲାଗିଛି । ବର୍ତ୍ତମାନ କେଉଁଠାରେ ରହି ଯିବାର ସ୍ଥାନ ଦେଖିବା ଦରକାର । ଅଧିକ ଅନ୍ଧାର ହୋଇଗଲେ ରହିବା ଲାଗି ଆମକୁ ଆଉ ପରିଷ୍କାର ସ୍ଥାନ ମିଳିବ ନାହିଁ । ତହୁଁ ବୋଲକରାକୁ ଚତୁର ବ୍ୟଙ୍ଗକାର କହିଲେ ରାତି ଅଧିକ ହୋଇ ଯିବ । ଆମେ ଏବେ ଆଉ ଆଗକୁ ନଯାଇ ଏହି ଘଂଚ ଅରଣ୍ୟ ମଧ୍ୟରେ ଆମକୁ ଆମର ରହିବା ଲାଗି ଖୋଜି ଖୋଜି ଏକ ପରିଷ୍କାର ସ୍ଥାନ ସ୍ଥିର କରିବାକୁ ହେବ । ଅବୋଲକରା କହିଲା ଠିକ୍ ଅଛି, ତାହା ହେଲେ ଆମକୁ ଆଉ କିଛି ଅଧିକ ରାସ୍ତାକୁ ଯିବାକୁ ହେବ । ତାହା ହେଲେ ଚାଲ ।

ଏହା ପରେ ଚତୁର ବ୍ୟଙ୍ଗ କଥାକାର ଓ ଅବୋଲକରା ସେହି ଅରଣ୍ୟ ମଧ୍ୟରେ ଅଳ୍ପ କିଛି ପଥ ଅତିକ୍ରମ କରନ୍ତେ ଅରଣ୍ୟ ମଧ୍ୟରେ ଗୋଟିଏ ସ୍ଥାନରେ କେତେ ଗୁଡିଏ ଭଙ୍ଗା ପୁରୁଣା ପ୍ରାସାଦ ଦେଖିବାକୁ ପାଇଲେ । ସେହି ସ୍ଥାନ କିନ୍ତୁ ଖୁବ୍ ପରିଷ୍କାର ଥିଲା । ଚତୁର ବ୍ୟଙ୍ଗକାର କହିଲେ ଆମକୁ ଆଉ ଏହା ଠାରୁ ଭଲ ସ୍ଥାନ ମିଳିବ ନାହିଁ । ଆଜି ରାତିକ ଲାଗି ଆମେ ଏହି ଠାରେ ବିଶ୍ରାମ ନେଇ ପୁଣି ଆଜି ରାତିକ ପାହିଲେ କାଲି ଆମେ ଏଠାରୁ ଚାଲିଯିବା ।

ଏହା ପରେ ଚତୁର କଥାକାର କହିଲେ – ଏବେ ତୁ ଯାଇ କିଛି ଜଳ ସଂଗ୍ରହ କରି ଆଣ । ତାହା ଆମ ରୋଷେଇ କାର୍ଯ୍ୟରେ ଲାଗିବ । ବର୍ତ୍ତମାନ ମୋର ଏହି କମଣ୍ଡଳୁରେ ଯାହା ବାକି ଜଳ ଅଛି ସେଥିରେ ମୁଁ ମୋ ନିଜର ହସ୍ତପାଦାଦି ଧୋଇ ସଂନ୍ଧ୍ୟା କରୁଛି ।

ଚତୁର ବ୍ୟଙ୍ଗକାର ଏବେ ତାଙ୍କ ହସ୍ତ ପାଦ ଧୋଇ ସଂନ୍ଧ୍ୟା କାର୍ଯ୍ୟ ଆରମ୍ଭ କଲେ । ଏଣେ ବୋଲକରା ଜଳ ସଂଗ୍ରହ କରିବା ନିମନ୍ତେ ପାଖରେ ଥିବା ଝରଣା କୂଳକୁ ଚାଲି ଗଲା । ସେ ଯାଇ ସେହି ଝରଣା ନିକଟରେ ପହଁଚି ପୁଣି ଆଉ ଏକ ସ୍ଥାନ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା । ସେଠାରେ ମଧ୍ୟ କେତୋଟି ପାନ୍ଥ ଶାଳା ଭଙ୍ଗାରୁଜା ହୋଇ ପଡିଛି । ସେହି ପାନ୍ଥ ଶାଳା ଉପରେ ଗୋଟିଏ ସୁନ୍ଦର ମଣ୍ଡପ ରହିଛି । ସେହି ମଣ୍ଡପ ଉପରେ ଗୋଟିଏ ରାଜ କୁମାରୀଙ୍କର ସୁନ୍ଦର ନିଖୁଣ ମୂର୍ତ୍ତି ଠିଆ ହୋଇ ରହିଛି । ସେହି ମୂର୍ତ୍ତି ଗୋଟିକ ପାଷାଣରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଯେପରି ଜୀବନ୍ତ ପରି ଲାଗୁଅଛି । ଆଉ ମଧ୍ୟ ସେହି ମୂର୍ତ୍ତିର ପାର୍ଶ୍ବ ଦେଶରେ ଲେଖା ଯାଇଅଛି ଯେ –

ଯେବେ ବୁଦ୍ଧିମତୀ ନାରୀକୁ ହୁଣ୍ଡା ପୁରୁଷ

ତେବେ ଆପେ ଜୀବ ଆପେ ହୋଇବ ନାଶ ।

ଅବୋଲକରା ଏ କଥା ଶୁଣିବା ପରେ ମନକୁ ମନ ନିଜର ସଂସାର କଥା ଚିନ୍ତା କରିବାକୁ ଲାଗିଲା । ତା’ର ସ୍ତ୍ରୀ ସତେକି ହୁଣ୍ଡୀ କି ତାହା ଜଣାନାହିଁ କିନ୍ତୁ ଉଦଣ୍ଡୀ ତାର ସ୍ତ୍ରୀ ତାହା ହେଲେ ସେ ଚତୁରୀ କ’ଣ? ତାହା ହେଲେ ଏପରି କଥା ଏହି ଭୂମି ଉପରେ କିଏ କାହିଁକି ଲେଖି ଅଛି । ଏହା ପରେ ଚିନ୍ତା କଲା ଜାଳ ଖଣ୍ଡେ ସଂଗ୍ରହ କରି ନେଇଗଲେ ଯାଇ ଏକଥାର ପ୍ରକୃତ ଘଟଣା ସେହି ଉପଦେଷ୍ଟାଙ୍କଠାରୁ ପଚାରି ସେ ବୁଝିବ । ତା’ପରେ ଜାଳ ଧରି ଅବୋଲକରା ଉପଦେଷ୍ଟାଙ୍କ ପାଖରେ ଆସି ପହଁଚି କାଠ ଗୁଡିକ ଥୋଇ ଦେଇ ଉପଦେଷ୍ଟାଙ୍କୁ ସେହି କଥା ପଚାରିଲା –

ଶୁଣହୋ ମହାନୁଭବ ଅଜବ ଏକଥା

ଗୋଳମାଳ ହେଲା ମୋହର ମଥା ।

କତିକି ଗଲି ମୁଁ ଲେଖାକୁ ଦେଖି

ଦେଖିଲି ସେଠାରେ ଏକ ମୂରତି ।

ହୁଣ୍ଡା ପୁରୁଷକୁ ନାରୀ ସୁମତୀ

ଆପଣା ଜୀବନ ଆପେ ମାରନ୍ତି ।

ହୁଣ୍ଡା ଭାବି ତୁମେ କଲ କେମନ୍ତ

ଉଦଣ୍ଡୀ ଚତୁରୀ ମୋଭାଗ୍ୟେ ଲେଖ ।

ମୋ ଭାରିଜା ରଖ ହୋଇବି ବାବା

ସାଙ୍ଗ ଛାଡି ବନେ ରହିବି ଅବା ।

ଚତୁର ବ୍ୟଙ୍ଗକାର କହିଲେ –

ହୋଇଲୁକି ବାୟା ଅବୋଲକରା

ଦେଖିଲୁ ଆଶ୍ଚର୍ଯ୍ୟ ଯେ କଥା ପରା ।

ଏବେ ବସ ତୋତେ ବୁଝାଇ ଦେବି

ଅସାଧ୍ୟ କଥାକୁ ଦେଖିବୁ ଭାବି ।

ଶୁଣ ବାବା, ଯେବେ ନିବୁର୍ଦ୍ଧିଆ ପାଖରେ ବୁଦ୍ଧିଆ ରହିବ ତାହା ହେଲେ ଏହି ସଂସାରରେ କିଛି ମଧ୍ୟ ଅଘଟଣ ଘଟେ ନାହିଁ । ଯଦି ଏହି ସଂସାର ଭିତରେ ଦୁହେଁ ନିବୁର୍ଦ୍ଧିଆ ତାହା ହେଲେ ଜାଣ କଥା ସରିଲା । ସବୁ କଥାରେ ତାଙ୍କର କେବଳ ଅସୁବିଧା ଦେଖା ଦେବ । ସେଥି ଲାଗି କହୁଛି ତୋର ଭାରିଜାକୁ ତୋର ବୁଝିବା ଭାରି କଷ୍ଟକର । ତେଣୁ ତୁ ତା’ଉପରେ ରାଗିଲେ କ’ଣ ଚଳିବ । କିପରି ତୁ ତାହା ସାଥେ ଚଳିବୁ ସେହି କଥା ମୁଁ ତୋତେ କହି ଦେଉଛି ।

ଆମେ ବର୍ତ୍ତମାନ ଯେଉଁଠାରେ ଅବସ୍ଥାନ କରୁଛେ, ସେହି ସ୍ଥାନରେ ଏହାଠାରୁ ଆହୁରି ଏକ ବଡ ଅରଣ୍ୟ ଥିଲା । ସେହି ଅରଣ୍ୟ ମଧ୍ୟରେ ଏକ ବିଶାଳ ରାଜବାଟୀ ମଧ୍ୟ ଥିଲା । ରାଜ୍ୟଟି ଯେପରି ସେପରି ସୁନ୍ଦର ମଧ୍ୟ । ସେହି ରାଜ୍ୟର ନାମ କୌତୁକ ନଗର ଏବଂ ସେହି ରାଜ୍ୟକୁ ଶାସନ କରୁଥିଲେ ରାଜା କୌତୁକ ସୁନ୍ଦର ।

ସେହି ରାଜା କୌତୁକ ସୁନ୍ଦରଙ୍କର ଝିଅ ନଥିଲା କି ପୁଅ ନଥିଲା । ବହୁତ ଦିନ ଧରି ସେହି ରାଜା ଅପୁତ୍ରିକ ହୋଇ ରହିବାରୁ ରାଜାclassic ସଦାଶିବ ତ୍ରିଲୋଚନେଶ୍ୱରଙ୍କୁ ପୂଜା କଲେ । ତ୍ରିଲୋଚନଙ୍କ କୃପାରୁ ରାଜା କୌତୁକ ସୁନ୍ଦରଙ୍କର ଗୋଟିଏ କନ୍ୟା ଜାତ ହେଲା । ରାଜା ନିଜ କନ୍ୟାର ନାମ ରଖିଲେ ରୂପଶ୍ରୀ । ସେହି ରୂପଶ୍ରୀଙ୍କର ନାମ ଯେପରି ତାଙ୍କର ରୂପ ମଧ୍ୟ ଠିକ୍ ସେହି ପରି । ସେହି ରୂପଶ୍ରୀ ରାଜାଙ୍କର କେବଳ ଗୋଟିଏ ମାତ୍ର କନ୍ୟା ହୋଇ ଥିବାରୁ ରାଜ ଉଆସରେ ସେ ଖୁବ୍ ଗେହ୍ଲାରେ ବଢୁ ଥିଲା । ରାଜ କୁମାରୀ ଯେତେବେଳେ ଟିକେ ଜାଣିବାର ହୋଇ ଗଲା ସେତେବେଳେ ରାଜା ତାକୁ ବିଦ୍ୟା ଶିକ୍ଷା ଦେଲେ ।

ରାଜ କନ୍ୟା ରୂପଶ୍ରୀଙ୍କର ସ୍ମରଣ ଶକ୍ତି ଅଧିକ ହୋଇ ଥିବାରୁ ସମସ୍ତ ବିଦ୍ୟାରେ ସେ ଖୁବ୍ ଶୀଘ୍ର ପାରଙ୍ଗମ ହେଲା । ସେହି ରାଜ୍ୟର ମନ୍ତ୍ରୀ ଥିଲେ କ୍ରୋଧିତ ରାୟ । ସେହି ମନ୍ତ୍ରୀ କ୍ରୋଧିତ ରାୟଙ୍କର ମଧ୍ୟ ଗୋଟିଏ ସୁନ୍ଦର ପୁଅ ଥିଲା । ସେହି ପୁଅର ନାମ ମନ୍ତ୍ରୀ କ୍ରୋଧିତ ରାୟ ଦେଇ ଥିଲେ ଅନିନ୍ଦ୍ୟ ସୁନ୍ଦର । ମନ୍ତ୍ରୀ ପୁଅର ନାମ ଯେପରି ତାର ରୂପ ମଧ୍ୟ ଠିକ୍ ସେହି ପରି । ସେ ମଧ୍ୟ ରାଜ କନ୍ୟା ରୂପଶ୍ରୀ ସାଥିରେ ଘୋଡା ଚଢା, ତୀର ମରା ଓ ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ହେଲା ।

ଅଜଣା ଆଖି ବିଶ୍ୱାସ

Rate the content


Originality
Flow
Language
Cover design

Comments

Post

Some text some message..