Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ଯେସାକୁ ତେସା, ସାନ୍ତ୍ୱନା

ଯେସାକୁ ତେସା, ସାନ୍ତ୍ୱନା

2 mins
1.0K


ଉପସ୍ଥିତ ବୁଦ୍ଧିରେ ଗୋପାଳ ଧୂରନ୍ଧର । ରାଜାଙ୍କ ଠାରୁ ପ୍ରଜା ଯାଏଁ ସମସ୍ତେ ସେକଥା ଜାଣନ୍ତି । ରାଜା, ପ୍ରଜା, ଜମିଦାର ସମସ୍ତେ ତାଙ୍କ ପାଖରେ ଠକି ଯାଆନ୍ତି । ହେଲେ କେହି ହେଲେ ତାଙ୍କୁ ଠକାଇ ପାରନ୍ତି ନାହିଁ ।

ସବୁ ଲୋକ ସମାନ ନାହାଁନ୍ତି । କେତେ ଲୋକ ଗୋପାଳଙ୍କ ଉପରେ ଖୁସି ହୁଅନ୍ତି । କିନ୍ତୁ ବହୁତ ଲୋକ ଗୋପାଳଙ୍କ ଉପରେ ରାଗନ୍ତି । ସହ୍ୟ କରି ପାରନ୍ତି ନାହିଁ । ଏମିତି ବି କିଛି ଲୋକ ଅଛନ୍ତି, ଗୋପାଳକୁ କେମିତି ପାନେ ଦେବେ ସେଇ ଚେଷ୍ଟାରେ ରହି ଥାନ୍ତି ।

ଦିନକର କଥା । ଗୋପାଳ ପରିଷ୍କାର ଲୁଗାପଟା ପିନ୍ଧି ରାଜ ଦରବାରକୁ ବାହାରି ଥାନ୍ତି । ଦଳେ ଲୋକ ବାଟରେ ଗୋପାଳଙ୍କୁ ଦେଖି ସହ୍ୟ କରି ପାରିଲେ ନାହିଁ । ଅପଦସ୍ତ କରିବା ପାଇଁ ଭାବିଲେ । ସେମାନଙ୍କ ମଧ୍ୟରୁ ଜଣେ ଲୋକ ଦେହ ସାରା କାଦୁଅ ଗୁଡିଏ ବୋଳି ହୋଇ ଗଲା । ଦୌଡି ଦୌଡି ଆସି ଗୋପାଳଙ୍କୁ ଜାବୁଡି ଧରି ମିଛଟାରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ।

– ମା’ ଲୋ ତୁ କୁଆଡେ ଗଲୁ । ହେ ଭାଇ, ମୋ ମା ମରି ଗଲା ଏବେ ମୁଁ କ’ଣ କରିବି । ମୋତେ କିଛି ବୁଦ୍ଧି ଦିଶୁ ନାହିଁ ।

ଲୋକଟି କାନ୍ଦୁ ଥାଏ ଏଣେ ଗୋପାଳଙ୍କୁ କୁଣ୍ଢାଇ ଧରି ତାଙ୍କର ସଫା ଲୁଗାରେ କାଦୁଅ ବୋଳୁଥାଏ । ଗୋପାଳ ଲୋକଟାର ବଦମାସି ବୁଝି ପାରିଲେ । ସେ ସେମିତି ଠିଆରେ ଠିଆରେ ପରିସ୍ରା କରି ବାମ ହାତରେ ଧରି ଲୋକଟି ମୁହଁକୁ କିଛି ପାଣି ଛାଟି ଦେଲେ । କିଛି ଲୋକଟିର ମୁଣ୍ଡରେ ଘଷି ଦେଲେ । ପୁଣି ନିଜେ କାନ୍ଦି କାନ୍ଦି ବୁଝାଇ ବାକୁ ଲାଗିଲେ ।

– କ’ଣ କରିବା ଭାଇ ତୁନି ହୁଅ । ଏ ତ ସଂସାରର ନିୟମ । ଆଉ କାନ୍ଦିଲେ କ’ଣ ହେବ? ତୋ ମୁଣ୍ଡରେ, ମୁହଁରେ ତ ଥଣ୍ଡା ପାଣି ଦେଲିଣି ଏବେ ଶାନ୍ତ ହୋଇ ଘରକୁ ଯା ।

ଲୋକ ମାନେ ଭାବି ନଥିଲେ ଗୋପାଳ ଦ୍ୱାରା ସେମାନେ ଏମିତି ଅପଦସ୍ତ ହେବେ ବୋଲି ସେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ, ଏମିତି ଅଘଟଣ କାଣ୍ଡ ଘଟାଇ ଦେବେ । ବରଂ ଭାବି ଥିଲେ ଲୁଗା ପଟା ଖରାପ ହେବା ଯୋଗୁଁ ଗୋପାଳ ମନ ଦୁଃଖରେ ଘରକୁ ଫେରି ଯିବ ଆଉ ଆଜିର ରୋଜଗାର ଆପେ ଆପେ ବନ୍ଦ ।

ମୁତ ଗୁଡିଏ ମୁଣ୍ଡ ଆଡୁ ଝରି ଝରି ଲୋକଟିର ପାଟିରେ ପଶି ଯିବାରୁ ସେ ଥୁ ଥୁ କରି ପାଟି ଧୋଇବା ପାଇଁ ପୋଖରୀ ଆଡକୁ ଧାଇଁଲା ।

ଏ ଦୃଶ୍ୟ ଦେଖି ଅନ୍ୟ କେହି ହେଲେ ଗୋପାଳ ସାଥିରେ ଲାଗିବାକୁ ଚେଷ୍ଟା କଲେ ନାହିଁ ।


Rate this content
Log in

Similar oriya story from Children