Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଚତୁର ବିଚାରକ

ଚତୁର ବିଚାରକ

4 mins
7.5K


ଶ୍ରୀ ଅମରନାଥ ବେହେରା

ଅନେକ ଦିନ ତଳେ ଆଲ୍ ଜେରିଆରେ ଜାଉଅକ୍ ସ ନାମରେ ଜଣେ ରାଜା ଥିଲେ l ପ୍ରଜାମାନଙ୍କୁ ନ୍ୟାୟ ଦେବାପାଇଁ ସେ ତାଙ୍କ ରାଜ୍ୟର ବିଭିନ୍ନ ସ୍ଥାନରୁ ବାରଜଣ କାଜିଙ୍କୁ ନିଯୁକ୍ତି ଦେଇଥିଲେ l ଏହି ବାରଜଣଙ୍କ ଭିତରୁ ଜଣେ ଥିଲେ ଅତ୍ୟନ୍ତ ଲୋକପ୍ରିୟ l ତାଙ୍କର ପ୍ରଶଂସା ସମସ୍ତେ କରୁଥିଲେ l ଥରେ ଜାଉଅକ୍ ସ ସେହି କାଜିଙ୍କୁ ପରୀକ୍ଷା କରିବାକୁ ଚାହିଁଲେ l

ଦିନେ ସେ ଜଣେ ସାଧାରଣ ଲୋକର ପୋଷାକ ପିନ୍ଧି ଗୋଟିଏ ଘୋଡ଼ା ଉପରେ ବସି ସେହି କାଜି ରହୁଥିବା ସହର ଅଭିମୁଖେ ଚାଲିଲେ l ବାଟରେ ତାଙ୍କର ଜଣେ ଛୋଟା ଲୋକ ସହିତ ଭେଟ ହେଲା l ଜାଉଅକ୍ ସଙ୍କୁ ଦେଖି ଛୋଟାଟି ବିନୟ ହୋଇ କହିଲା, ‘’ ଭାଇ, ମୁଁ ଜଣେ ଅସହାୟ ଲୋକ l ମୋତେ ବଜାର ପର୍ଯ୍ୟନ୍ତ ଯିବାକୁ ପଡ଼ିବ ବଜାରରେ ଆଜି ଯାତ୍ରା ହେଉଛି l ଅସମ୍ଭବ ଲୋକ ଭିଡ଼ ହେବ l ମୁଁ ଛୋଟା ଲୋକ, ଭିଡ଼ରେ ଦଳି ହୋଇଯିବି l ଦୟାକରି ମୋତେ ଘୋଡ଼ାରେ ବସାଇ ନିଅ l ଭଗବାନ ତମର ମଙ୍ଗଳ କରିବେ l ‘’

ଛୋଟାର ଦୁଃଖ ସହି ନପାରି ଜାଉ ତାକୁ ନିଜ ଘୋଡ଼ାରେ ବସାଇଲେ l କିଛି ସମୟ ପରେ ବଜାରରେ ପହଞ୍ଚି ତାକୁ କହିଲେ, ‘’ ଏବେ ଓହ୍ଳାଅ, ମୁଁ ମୋ ବାଟରେ ଯିବି l ‘’ ଜାଉଙ୍କ କଥାଶୁଣି, ଛୋଟା ଲୋକଟି ଶାନ୍ତ ଭାବରେ କହିଲା, ତୁମେ ଓହ୍ଳାଇ ଯାଅ l ‘’ ଜାଉ ପଚାରିଲେ କାହିଁକି ? ଛୋଟାଟି ଏଥର ପାଟିକରି କହିଲା, ‘’ ଆରେ, ଆଚ୍ଛା ଲୋକତ ତମେ l ମୋ ଘୋଡ଼ା ଉପରେ ମୁଁ ବସିବି ନାହିଁ କ’ଣ ତମେ ବସିବ ? ତମକୁ ଦୟାକରି ଏତକ ବାଟ ଆଣିବା କ’ଣ ମୋର ଭୁଲ ହେଲା ?’’ ଛୋଟା ପାଟି ଶୁଣି ଲୋକମାନେ ସେଠାରେ ରୁଣ୍ଡ ହୋଇଗଲେ l ଉଭୟେ କହୁଛନ୍ତି ନିଜର ଘୋଡ଼ା ବୋଲି l ସେମାନେ କ’ଣ ବା ନିଷ୍ପତ୍ତି ନେବେ l ଛୋଟା କହିଲା ହଉ l ଚାଲ , କାଜି ଏଇ ନିକଟରେ ଅଛନ୍ତି l ତାଙ୍କ ପାଖକୁ ଯିବା l ସେ ଘୋଡ଼ା କାହାର କହି ଦେବେ l ଜାଉ ତ କାଜିଙ୍କ ବିଚାର କିପରି ହେଉଛି ତାହା ଜାଣିବାକୁ ଚାହୁଁଥିଲେ, ଛୋଟା କଥାରେ ଏକମତ ହୋଇ ସେ ତା ସାଙ୍ଗରେ କାଜିଙ୍କ ପାଖକୁ ଗଲେ l

ସେମାନେ ପହଞ୍ଚିବା ବେଳକୁ ଜଣେ କଂସେଇ ଓ ଜଣେ ତେଲିର ମୋକଦ୍ଦମା ବିଚାର ହେଉଥିଲା l କଂସେଇ କହୁଥିଲା, ‘’ ହଜୁର, ମୁଁ ତେଲ ପାଇଁ ତେଲି ଘରକୁ ଯାଇଥିଲି l ତେଲ ଆଣିସାରି ପଇସା ଦେବାପାଇଁ ମୋ ମୁଣି ଫିଟାଇଲି l ସେଥିରେ ଅଧିକ ପଇସା ଥିବା ଦେଖି ସେ ତାହା ମୋଠାରୁ ଛଡ଼ାଇ ନେଲା l ମୁନିତି ଦେଇ ଦେବାକୁ କହିବାରୁ କହୁଛି ଯେ ମୋ ପଇସା ତୋତେ କାହିଁକି ଦେବି ? ‘’ ତେଲି କହିଲା, ‘’ ନା ହଜୁର, ପଇସା ମୋର ସେ ମିଛ କହୁଛି l ‘’ କାଜି ସବୁ ଶୁଣି କହିଲେ, ‘’ ହଉ, ପଇସା ମୁଣି ଦେଇ ଘରକୁ ଯାଅ l କାଲି ଆସିଲେ, ଯାହାର ମୁଣି ତାକୁ ଦେଇଦେବି l ‘’ ଛୋଟା ଓ ଜାଉଙ୍କ ପାଳି ପଡ଼ିବାରୁ ଛୋଟା କହିଲା, ‘’ ହଜୁର ମୋ ଘୋଡାରେ ବସି ମୁଁ ବଜାରକୁ ଯାଉଥିଲି, ଏ ଲୋକଟା ଚାଲିଚାଲି ଯାଉଥିଲା l ସେ ହାଲିଆ ହୋଇ ପଡ଼ିଲାଣି ଜାଣି ଦୟା ଦେଖାଇ ତାକୁ ମୁଁ ମୋ ଘୋଡ଼ାରେ ବସାଇ ଆଣିଲି l ମାତ୍ର ବଜାରରେ ପହଞ୍ଚି ସେ କହୁଛି ଘୋଡ଼ା ତା’ର l ଧର୍ମାବତାର, ଆପଣ ମୋ ଘୋଡ଼ା ମୋତେ ଦେବାର ବ୍ୟବସ୍ଥା କରନ୍ତୁ l ‘’ ‘’ ହଊ, ଘୋଡାକୁ ଏଠାରେ ଛାଡିଦେଇ ଦୁହେଁ ଯାଅ କାଲୀ ଆସିବ l ‘’

ତା’ ପରଦିନ କଂସେଇ ତେଲି, ଛୋଟା ଓ ଜାଉ ଠିକ୍ ସମୟରେ ଆସି ନ୍ୟାୟାଳୟରେ ଉପସ୍ଥିତ ହେଲେ l କାଜି କଂସେଇକୁ ପଇସା ମୁଣି ଦେଲେ , ଔ ତେଲି ମିଛ କହିଥିବାରୁ ତାକୁ ପଚାଶ ଚାବୁକ ଦେବାକୁ ତାଙ୍କର ଜଣେ ପାରିଷଦକୁ ନିର୍ଦ୍ଧେଶ ଦେଲେ l କଂସେଇ ପଇସା ନେଇ ଖୁସି ମନରେ ଘରକୁ ଗଲା l

ଏହାପରେ କାଜି ଜାଉଙ୍କୁ ପଚାରିଲେ, ତମେ ୨୦ଟି ଘୋଡ଼ା ଭିତରୁ ତମ ଘୋଡ଼ାକୁ ଚିହ୍ନଟ କରି ପାରିବ ? ଜାଉ ଅକ୍ ସଙ୍କୁ ଉତ୍ତର ଦେଲେ, ହଁ ହଜୁର, ପାରିବି l ଛୋଟା ମଧ୍ୟ ହଁ ଭରିଲା l ତା ପରେ କାଜି ଜାଉଙ୍କୁ ସାଙ୍ଗରେ ନେଇ ଘୋଡ଼ାଶାଳକୁ ଗଲେ l ଜାଉ ନିଜ ଘୋଡ଼ାକୁ ଚିହ୍ନିଲେ, କିନ୍ତୁ ଟିକିଏ ବିଳମ୍ବ ହେଲା l କାଜି କହିଲେ, ‘’ ତମେ ଛୋଟାକୁ ଏଠାକୁ ପଠାଇ ଦେଇ ନ୍ୟାୟାଳୟରେ ଅପେକ୍ଷା କର l ‘’ ବାଉ ଫେରିବା ପରେ ଛୋଟା ଡେଇ ଡେଇ ଘୋଡ଼ାଶାଳକୁ ଗଲା l ଆଉ ଏକାଥରେ ଯାଇ ଘୋଡ଼ା ପିଠିରେ ହାତମାରିଦେଲା l କାଜି କହିଲେ ‘’ ହାଉ ହେଲା , ଏବେ ତମେ ବିଚାରାଳୟକୁ ଯାଅ l ‘’

କାଜି ଫେରିଆସି ଜାଉ ଅକ୍ ସଙ୍କୁ କହିଲେ , କହିଲେ,’’ଘୋଡ଼ା ତୁମର, ତୁମେ ଘୋଡ଼ା ନେଇ ଘରକୁ ଯାଅ l ଛୋଟାକୁ ପଚାଶ ପାହାର ଦିଆଯିବ l ବାଉ ଘୋଡ଼ା ନେଇ ଫେରିଲେ ଛୋଟା ପାହାର ଖାଇଲା l

ସନ୍ଧ୍ୟାବେଳକୁ ବାଉ ଅକ୍ ସ ପୁଣି କାଜିଙ୍କୁ ଦେଖା କଲେ l ତାଙ୍କୁ ଦେଖି କାଜି ପଚାରିଲେ, ‘’ କ’ଣ, ମୋ ବିଚାର ମନକୁ ଗଲା ନାହିଁ ? ପୁଣି ଆସିବାକୁ ପଡ଼ିଲା l ‘’ ଏଥର ବାଉଅକ୍ ସ ନିଜର ପରିଚୟ ଦେଇ କହିଲେ, ‘’ ନା,, ଆପଣ ଠିକ୍ ନ୍ୟାୟ ଦେଇଛନ୍ତି l ‘’ ରାଜାଙ୍କୁ ସାମ୍ନାରେ ଦେଖି କାଜି ପ୍ରଣାମ ଜଣାଇଲେ l ଚିହ୍ନି ନ ପାରିବାରୁ ଦୁଃଖ ପ୍ରକାଶ କଲେ l

ତାପରେ ବାଉ ପଚାରିଲେ, ‘’ ଆପଣ କିପରି ଜାଣିଲେ, ସେ ଟଙ୍କା କଂସେଇର ଓ ଏ ଘୋଡ଼ା ମୋର ବୋଲି l ‘’

କାଜି କହିଲେ, ମଣିମା ଏହା ତ ଅତି ସହଜ କଥା l ପଇସାତକ ନେଇ ମୁଁ ଗୋଟିଏ ଜଳପୂର୍ଣ୍ଣ ପାତ୍ରରେ ପକାଇଦେଲି l ଆଜି ସକାଳେ ଦେଖିଲି ସେଥିରେ ତେଲର ସତ୍ତା ମଧ୍ୟ ନାହିଁ l ପଇସା ଟେଲିର ହୋଇଥିଲେ, ଅବଶ୍ୟ ଟିକିଏ ତ ପାଣି ତେଲିଆ ଦେଖାଯାଇଥାନ୍ତା l ତେଣୁ ମୁଁ ଜାଣିଲି କଂସେଇ ଠିକ୍ କହୁଥିଲା l ‘’ ଆଉ ଘୋଡ଼ାଟି ମୋର ବୋଲି କିପରି ଜାଣିଲେ ? ଛୋଟା ବୋଧହୁଏ ଘୋଡ଼ାକୁ ଚିହ୍ନି ପାରିଲା ନାହିଁ l ‘’ ନା’ ହଜୁର, ଛୋଟା ଆପଣଙ୍କ ଠାରୁ ଆହୁରି ଶୀଘ୍ର ଘୋଡ଼ାକୁ ଚିହ୍ନିଦେଲା ତେବେ ଆପଣ ଦୁଇଜଣଙ୍କୁ ଅଲଗା ଅଲଗା ଘୋଡ଼ା ପାଖକୁ ନେଇ ମୁଁ ଜାଣିବାକୁ ଚାହୁଁଥିଲି ଯିଏ ପ୍ରକୃତରେ ଘୋଡ଼ାର ମାଲିକ ଘୋଡ଼ା ତାକୁ ନିଶ୍ଚୟ ଚିହ୍ନିବ ସେଇଆ ହେଲା l ଆପଣ ଘୋଡ଼ା ପାଖରେ ପହଞ୍ଚିବାରୁ ସେ ଆପଣଙ୍କ ଆଡ଼କୁ ଅନାଇ ଖୁସିରେ ବୋବାଇଲା l କିନ୍ତୁ ଛୋଟାକୁ ଜୋର୍ ରେ ଗୋଟାଏ ନାତ ମାରିଲା l ମୁଁ ଜାଣିଲି ଘୋଡ଼ା ତାର ନୁହେଁ l ବାଉଅକ୍ ସ କାଜୀଙ୍କ ଉପରେ ଖୁସିହୋଇ ତାଙ୍କର ଭୂୟସୀ ପ୍ରଶଂସା କଲେ l ତାଙ୍କୁ ରାଜବାଟିକୁ ନେଇ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଲେ l


Rate this content
Log in

Similar oriya story from Classics